Posted inଫୁରସତ

ମାଲିକ ନୁହେଁ, ବିଶ୍ୱାସରେ ଚାଲେ ଦୋକାନ

ଗୁଆହାଟୀ(ଆସାମ): ଉତ୍ତର-ପୂର୍ବ ଭାରତର ମିଜୋରାମ ଏବଂ ମଣିପୁର ଜାତୀୟ ରାଜପଥ କଡ଼ରେ ଦେଖିବାକୁ ମିଳିଥାଏ ଅନେକ ପାରମ୍ପରିକ ଅସ୍ଥାୟୀ ପରିବା ଦୋକାନ। ଅନେକ ଚାଷୀ ଟଙ୍କା ଅଭାବରୁ ଗାଡ଼ି ଭଡ଼ା ଦେଇ ନିଜ ଉତ୍ପାଦିତ ପରିବା ବଜାରକୁ ପଠାଇବାରେ ଅକ୍ଷମ ହୋଇଥାନ୍ତି। ତେଣୁ ରାସ୍ତାକଡ଼ରେ ପ୍ରତିଦିନ ବାଉଁଶରେ ଅସ୍ଥାୟୀ ଷ୍ଟଲ୍‌ କରି ପରିବା ବିକ୍ରି କରିଥାନ୍ତି। ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଦୋକାନଗୁଡ଼ିକରେ ବିଭିନ୍ନ କିସମର ପରିବା ସଜେଇ ରଖାଯାଇଥାଏ। ହେଲେ ବିକ୍ରି କରିବା ପାଇଁ କେହି ଦୋକାନୀ(ମାଲିକ) ନ ଥାନ୍ତି। ପ୍ରତ୍ୟେକ ପରିବା ନିକଟରେ ତାହାର ଦାମ୍‌ ଉଲ୍ଲେଖ ରହିଥାଏ। ଲୋକେ ନିଜ ପସନ୍ଦ ଅନୁଯାୟୀ ପନିପରିବା ନେଇଥାନ୍ତି। ନିକଟରେ ରଖାଯାଇଥିବା ଏକ ଡବା(ଟଙ୍କାବାକ୍ସ)ରେ ଗ୍ରାହକ ଟଙ୍କା ରଖିଦେଇ ଯାଆନ୍ତି। ଏଠାରେ ନା କୌଣସି ଜିନିଷର ମୂଲଚାଲ ପାଇଁ ସୁବିଧା ଅଛି ନା ଖୁଚୁରା ପାଇଁ କୌଣସି ସମସ୍ୟା। ଖୁଚୁରା ନ ଥିଲେ ଲୋକେ ପରିବା ଦାମ୍‌ ଦେଇ ବାକ୍ସରୁ ଅବଶିଷ୍ଟ ଟଙ୍କା ନିଜେ ନେଇଥାନ୍ତି। ଦୋକାନରେ ଜିନିଷ ରଖି ଦୋକାନୀମାନେ ଚାଲିଯାଆନ୍ତି ନିକଟ କ୍ଷେତକୁ। ଏଠାରେ କେବଳ ବିଶ୍ୱାସରେ ଚାଲେ ଦୋକାନ। ଏହି ଦୋକାନଗୁଡ଼ିକ ‘ନଘା ଲୌ ଦାଓ୍ବର’ ଭାବେ ପରିଚିତ। ଏହା ଏବେକାର ଦୋକାନ ନୁହେଁ ଦୀର୍ଘ ବର୍ଷ ଧରି ଏଠାରେ ଏହି ବିଶ୍ୱାସର ବ୍ୟବସାୟ ଚାଲିଛି। ଏ ପର୍ଯ୍ୟନ୍ତ ଗ୍ରାହକମାନେ ନିରାଶ କରି ନ ଥିବା ଚାଷୀମାନେ କୁହନ୍ତି। ଲୋକେ ସ୍ନେହରେ କିଛି ଟଙ୍କା ଅଧିକ ମଧ୍ୟ ରଖିଦେଇ ଯାଆନ୍ତି ବୋଲି ସେମାନେ କୁହନ୍ତି। ତେବେ ସଚ୍ଚୋଟତା, ଆତିଥ୍ୟତା ଓ ବିଶ୍ୱାସ ପୁଣି କାମରେ ଆସିଛି। ପାରମ୍ପରିକ ‘ନଘା ଲୌ ଦାଓ୍ବର’ କରୋନା ମୁକାବିଲା କ୍ଷେତ୍ରରେ ସାମାଜିକ ଦୂରତା ରକ୍ଷା ପାଇଁ ସହାୟକ ହୋଇଛି ବୋଲି ମିଜୋରାମ୍‌ର ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଟୁଇଟ୍‌ କରିଛନ୍ତି। ଏଥିରେ ସେ ଶେୟାର କରିଥିବା ଫଟୋରେ ଗୋଟିଏ ଦୋକାନରେ ପରିବା ଗଚ୍ଛିତ ଥିବା ଦେଖିବାକୁ ମିଳିଥିବାବେଳେ ଅନ୍ୟ ଦୋକାନରେ ଗ୍ରାହକମାନେ ପରିବା କିଣିବା ଦେଖିବାକୁ ମିଳିଛି। ତେବେ ଉଭୟ ଦୋକାନରେ କେହି ଦୋକାନୀ ନ ଥିବା ନଜରକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri