ମାଲକାନଗିରିରେ ପୁଣି ୩ କରୋନା ପଜିଟିଭ୍‌ ଚିହ୍ନଟ: ୨୫କୁ ବୃଦ୍ଧି ପାଇଲା ଆକ୍ରାନ୍ତଙ୍କ ସଂଖ୍ୟା

କୋରୁକୋଣ୍ଡା,୧୨ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଶୁକ୍ରବାର ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଟୁଇଟ୍‌ ଯୋଗେ ରାଜ୍ୟ ସରକାର ଏବଂ ଜିଲାପାଳ ସୂଚନା ଦେଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାରଲକୋଟା ପଞ୍ଚାୟତ ଅନ୍ତର୍ଗତ କ୍ୱାରାଣ୍ଟାଇନ୍‌ ସେଣ୍ଟରର ବୋଲି ସୂଚନା ମିଳିଛି। ତନ୍ମଧ୍ୟରୁ ଜଣେ ତାମିଲନାଡ଼ୁ ଫେରନ୍ତା ୧୮ବର୍ଷୀୟ ଯୁବକ। ଅନ୍ୟ ଜଣକ ୨୫ବର୍ଷୀୟ ଯୁବକ, ଯିଏକି ସେହି କ୍ୱାରାଣ୍ଟାଇନ୍‌ କେନ୍ଦ୍ରର କର୍ମଚାରୀ ଭାବେ କାର୍ଯ୍ୟ କରିଆସୁଥିବା ତାରଲକୋଟା ସରପଞ୍ଚ ସୋମନାଥ ବାର୍ସେ ସୂଚନା ଦେଇଛନ୍ତି। ଏହାପରେ ଜିଲା ପ୍ରଶାସନ ପକ୍ଷରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର ପରିସର ୧୦୦ ମିଟର ଦୂରରେ ଥିବା ସମ୍ପୂର୍ଣ୍ଣ ଅଞ୍ଚଳକୁ ୪୮ଘଣ୍ଟା ନିମନ୍ତେ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରାଯାଇ ସିଲ୍‌ କରାଯାଇଛି। ସେହିପରି ମାଲକାନଗିରିରେ ଜଣେ ପୋଲିସ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିବା ସୂଚନା ମିଳିଛି । ତେଣୁ ମୋଟୁ ଥାନାଧିକାରୀ ଓ ସମସ୍ତ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଏଥିସହିତ ମୋଟୁ ଥାନାକୁ ସିଲ୍‌ କରି କଣ୍ଟେନ୍‌ମେଣ୍ଟ୍‌ ଜୋନ ଘୋଷଣା କରାଯାଇଛି। କରୋନା ଆକ୍ରାନ୍ତ ଥିବା ପୋଲିସ ମୋଟୁ ସୀମାରେ ନିୟୋଜିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ପ୍ରାୟ ୫୦ହଜାର ପ୍ରବାସୀ ମୋଟୁ ସୀମା ଦେଇ ଫେରିଛନ୍ତି। ଏଥି ସମେତ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧିପାଇଛି। ତନ୍ମଧ୍ୟରୁ ୨୧ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଓ ୪ ଜଣ ଚିକିତ୍ସିତ ହେଉଥିବା ଜିଲାପାଳ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ ଦୂରତା, ସ୍ବଚ୍ଛତା ଅବଲମ୍ବନ ଜରୁରୀ

ବାଲେଶ୍ୱର ଅଫିସ, ୨୦।୪: ବାଲେଶ୍ୱର ଜିଲା କଂଗ୍ରେସ ପକ୍ଷରୁ ନଗର କଂଗ୍ରେସ କମିଟି ସଭାପତି ପଦ୍ମଲୋଚନ ଲେଙ୍କାଙ୍କ ନେତୃତ୍ୱରେ ଶନିବାର ମିର୍ଜାପୋଖରୀ ନିକଟବର୍ତ୍ତୀ ସାଇ ମନ୍ଦିର,...

ସିଂହଳା ଗ୍ରାମରେ ହାତୀପଲଙ୍କ ଉପଦ୍ରବ: ନଷ୍ଟ କଲେ ଧାନ, କଦଳୀ ଓ ପନିପରିବା

ଗୋପାଳପୁର,୨୨ା୧: ଗୋଳନ୍ଥରା ଥାନା ଅଞ୍ଚଳର ଗୋବିନ୍ଦ ନଗର, କୃଷ୍ଣନଗର, ଏରେଣ୍ଡା, ଭାଲିଆଗଡ଼, ଗୋବିନ୍ଦନଗର, ରାଧାମୋହନପୁର, ଝିଙ୍କିପଦର ଆଦି ଗ୍ରାମରେ ଗତ ୧୫ ଦିନ ହେଲା ହାତୀପଲ...

ମୌସୁମୀ ଛୁଇଁଲାଣି, ସରିନି ପଙ୍କୋଦ୍ଧାର

କଟକ ଅଫିସ,୧୨ା୬: ମୌସୁମୀ ଛୁଇଁବା ପରେ ପାଗ ପରିବର୍ତ୍ତନ ସାଙ୍ଗକୁ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ମଧ୍ୟ ହେଉଛି। ମୌସୁମୀ ବର୍ଷାରେ କଟକ ସହର ଜଳବନ୍ଦୀ...

ମହୁମାଛି ଆକ୍ରମଣରେ ବାପ ଝିଅଙ୍କ ଜୀବନଗଲା

ରାଉରକେଲା,୧୧।୧୦(ଡି.ଏନ୍‌.ଏ.): ମହୁମାଛି ଆକ୍ରମଣରେ ବାପା ଝିଅଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ କାଂଶବାହାଲ ନିକଟ ପାନପୋଷ ଗଉତିଆପଡ଼ା ଗାଁର। ସୂଚନାଯୋଗ୍ୟ, ଗତକାଲି ବାପ ଝିଅ...

ଗଞ୍ଜାମରେ ୧ ଲକ୍ଷ ଟପିଛି କରୋନା ଟେଷ୍ଟ

ବ୍ରହ୍ମପୁର ଅଫିସ,୧୪ା୮-ଗଞ୍ଜାମ ଜିଲାରେ କରୋନା ସ୍ଥିତି ସୁଧୁରୁଛି ା ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। କରୋନା ଟେଷ୍ଟ ବୃଦ୍ଧି ପାଇଛି ା ଜିଲାରେ...

ସମାନ୍ୟ ବଚସାରୁ ଠେଙ୍ଗାରେ ପିଟି ଯୁବକଙ୍କୁ ହତ୍ୟା

ଜୁନାଗଡ, ୧।୬(ସ୍ବ.ପ୍ର): କଳହାଣ୍ଡି ଜିଲା ଜୁନାଗଡ ଥାନା ଅନ୍ତର୍ଗତ ବିଜ୍ରାଦର ଗ୍ରାମରେ ସାମାନ୍ୟ ବଚସାରୁ ଜଣକୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ା...

କମୁଛି ସାମୁଦ୍ରିକ ମାଛ ଉତ୍ପାଦନ

ବାସୁଦେବପୁର,୨୮।୨(ଡି.ଏନ.ଏ.)-ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ। ଏହି ବ୍ଲକର ୩୬ ପଞ୍ଚାୟତ ମଧ୍ୟରୁ ୧୫ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଓ ପୌରପାଳିକାର ୨ଟି ୱାର୍ଡ...

ଟିକାକରଣକୁ ନେଇ ଏସ୍‌ସିବିରେ ଉତ୍ତେଜନା

କଟକ ଅଫିସ, ୨୭ା୬: ଏସ୍‌ସିବି ମେଡିକାଲ ଟିକାକେନ୍ଦ୍ରରେ ଶନିବାର ସକାଳେ ଟିକାକରଣକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିଲା। ଏସ୍‌ସିବି ମେଡିକାଲ ପକ୍ଷରୁ ଅନ୍‌ଲାଇନରେ ବୁକିଂ କରିଥିବା...

Advertisement
Archives

Model This Week