ମାରାତ୍ମକ ଭୂତାଣୁ

କରୋନା ଏପରି ଏକ ରୋଗ ଯାହା କି ସାତରୁ ଦଶ ଦିନ ଭିତରେ ମୃତ୍ୟୁମୁଖ ବ୍ୟାଧିରେ ପାଲଟି ଯାଏ l ଚାଇନା ଦେଶରେ କୁଆଡେ ବହୁ ବୃହତ୍‌ ଯୁଗ୍ମ ପରିବାର ର ସବୁ ସଦସ୍ୟଙ୍କୁ କାଳ ଗ୍ରାସ କରିଅଛି l ଏହି କରୋନା ଭୂତାଣୁର ହଠାତ୍‌ ସଂକ୍ରମଣ ସମ୍ଭାବନା ସମ୍ପୂର୍ଣ୍ଣ ଅଧିକ l ଆପତତଃ କୌଣସି ଔଷଧ ନାହିଁ l ଲଣ୍ଡନସ୍ଥିତ ଅନ୍ତର୍ଜାତୀୟ କମିଟି ( Taxonomy of Viruses ) ଏହି ଭୂତାଣୁ ର ନାମ ‘ଏସଏଆରଏସ-କୋଭ୍‌-୧୯’ ଦେଇଛନ୍ତି, ଯାହା କି COVID-୧୯ ନାମକ ମାରକ ବ୍ୟାଧି ସୃଷ୍ଟିକାରକ l
ଏସଏଆରଏସ-କୋଭ୍‌-୯ ଏକ ଆର୍‌ ଏନ୍‌ଏ (RNA) ଜାତୀୟ ଭୂତାଣୁ l
ଏହି ଭୂତାଣୁର ଆକାର ଏକ ମିଟରର ଏକ ଶହ କୋଟି ଭାଗ l ଏହାର ସାରା ଦେହ ଏରିୟଲ ଆଚ୍ଛାଦିତ l ଏହା ଦ୍ୱାରା କୋଷ ସାଥିରେ ଯୁଗ୍ମ ହୁଏ ଭିତରକୁ ପଶେ – ଭିତରୁ ଖାଇ ଯାଏ, ନିଜ ବଂଶ ବୃଦ୍ଧି କରେ ଏବଂ ବାହାରକୁ ବାହାରି ଏକ ଘଣ୍ଟାରେ ମନୁଷ୍ୟ /ପ୍ରାଣୀ ଶରୀରରେ ଏକ ହଜାର କୋଟି ସଂଖ୍ୟାକୁ ବୃଦ୍ଧି ପାଇ ପାରେ l
ଏସଏଆରଏସ-କୋଭ୍‌-୧୯ ଏକ ଲଗାମ୍‌ହୀନ ସଇତାନ୍‌, ଯାହା ହାତ ସ୍ପର୍ଶ ବା ସିଧା ସଳଖ ନାକ ବା ପାଟି ପଟେ ପ୍ରବେଶ କରି ଫୁସ୍‌ଫୁସ୍‌କୁ ଯାଇପାରିବ l ପେଟକୁ ଗଲେ ବା ଦେହରେ ଲାଗି ରହିଲେ କିଛି ହେବ ନାହିଁ l କରୋନା ଭୂତାଣୁ ମୁଖ ବା ନାକ ଦେଇ ପ୍ରବେଶ କରେ କିନ୍ତୁ ଗଳା ପାଖରେ ଥିବା ଘଣ୍ଟିକାରେ ଅଟକି ଯାଏ। ଏସଏଆରଏସ-କୋଭ୍‌-୧୯ ଭୂତାଣୁର ଜୀବନ ମିୟାଦ ୬-୨୪ ଘଣ୍ଟା ହୋଇଥିବାରୁ ପ୍ରାୟ ୫୦ ପ୍ରତିଶତ ପ୍ରବେଶ ସମ୍ଭବ ବୋଲି ବୈଜ୍ଞାନିକମାନଙ୍କ ମତ l
ଭୂତାଣୁ ଗଳାର ଘଣ୍ଟିକା ପାର କରିଲା ପରେ ଫୁସ୍‌ଫୁସ୍‌ର ଗଭୀର ସ୍ଥଳକୁ ନିଜ ବାସସ୍ଥାନ କରେ l ସେଠାରେ ଅମ୍ଳଜାନ କମ୍‌ ଓ ନାଇଟ୍ରୋଜେନ ବେଶି ଥାଏ। କ୍ଲୋରାଇଡ୍‌ ଓ ଆୟୋଡିନ ବେଶି କିନ୍ତୁ ସୋଡିୟମ କମ୍‌ ଥାଏ l ଏହି ପରିବେଶ ଏସଏଆରଏସ-କୋଭ୍‌-୧୯ ପାଇଁ ଅତ୍ୟନ୍ତ ସହାୟ ହୁଏ l ଏହି ସମୟ ମଧ୍ୟରେ (ପ୍ରଥମ ସାତଦିନ) ନବ ଆଗନ୍ତୁକ ଭୂତାଣୁକୁ ନିଷ୍କ୍ରିୟ କରିବା ପାଇଁ ଶରୀର ମହା ଯୁଦ୍ଧ ଆରମ୍ଭ କରେ l
ନିର୍ଗତ ହୁଏ ସହସ୍ର କୋଟି WBCs l କରୋନା ଭୂତାଣୁ କିନ୍ତୁ WBCକୁ ଅତି ସହଜରେ ଦମନ କରେ ଓ ପରିଣାମ ସ୍ବରୂପ ଫୁସ୍‌ଫୁସ୍‌ ସୁତୁଲି ଜାଲ ରୂପ ନିଏ l
ସାତ ଦିନ ମଧ୍ୟରେ ସମଗ୍ର ଛାତି ଏକ ପିଣ୍ଡୁଳା ପରି ହୋଇଯାଏ l ଅଥଚ ଯକ୍ଷ୍ମା ପରି ଫୁସ୍‌ଫୁସ୍‌କୁ କ୍ଷତି କରେ ନାହିଁ, କେବଳ ଫୁସ୍‌ଫୁସ୍‌ ଉପରେ ଏକ ସୁତୁଲି ଚାଦର ମାଡି ଯାଏ I ତା’ପରେ ଆରମ୍ଭ ହୁଏ ୧୨-୨୪ ଘଣ୍ଟା ବିଶିଷ୍ଟ ମୃତ୍ୟୁମୁଖୀ ଝରଣା – ଯଥା ଫୁସ୍‌ଫୁସ୍‌ ଆଉ ଅମ୍ଳଜାନ ବିଶିଷ୍ଟ ରକ୍ତ ହୃତପିଣ୍ଡକୁ ପଠାଇ ପାରେ ନାହିଁ l ଏହା ଯୋଗୁ ହୃତପିଣ୍ଡର ମାଂସପେଶୀ ହୃଦ୍‌ଘାତ ଭଲି ଦୁର୍ବଳ ଅବସ୍ଥା ହୁଏ l ତତ୍‌ ସଙ୍ଗେ ବୃକକ୍‌ (କିଡନୀ)ର ବି ଅସୁବିଧା ହୋଇଥାଏ l ଫୁସ୍‌ଫୁସ୍‌ ପବନ ବଦଳରେ ପାଣିରେ ଭରିବା ଆରମ୍ଭ ହୁଏ l ଏହାପରେ ଅବସ୍ଥା ଗୁରୁତର ହୋଇଯାଏ l
ରୋଗୀ ସଂସ୍ପର୍ଶରେ ଯିଏ ବି ଆସେ ତାକୁ ମଧ୍ୟ ଏହି ଭୂତାଣୁ ସଂକ୍ରମଣ ହୁଏ ଓ ସମସ୍ତଙ୍କର ସମାନ ଅବସ୍ଥା ମଧ୍ୟ ହୋଇପାରେ l ଏସଏଆରଏସ-କୋଭ୍‌-୧୯ ଆଣି ଦେଇଛି ଏକ ଅମଡ଼ା ବାଟ। ଉପାୟ ଦିଶୁନାହିଁ l ଅନେକ ଦେଶରେ ବୈଜ୍ଞାନିକମାନେ ଅନେକ ଚେଷ୍ଟା ଜାରି ରଖିଛନ୍ତି ଏହାର ଔଷଧ ଓ ଚିକିତ୍ସା ଖୋଜିବାରେ l ଘରୁ ବାହାରନ୍ତୁ ନାହିଁ ଓ ସାମାଜିକ ଦୂରତା ପାଳନ କରନ୍ତୁ l ଏହି ରୋଗକୁ ପ୍ରତିହତ କରିବା ପାଇଁ ଏହା ହିଁ ସବୁଠାରୁ ପ୍ରଯୁଜ୍ୟ ବିକଳ୍ପ l ଆମେ ଏହି ଯୁଦ୍ଧରେ ଜିତିବୁ-ଏପରି ଦୃଢ଼ ବିଶ୍ୱାସ ଆମ ଭିତରେ ରହିବା ନିହାତି ଦରକାର l କରୋନା ଭୂତାଣୁର କଥା ଅତି ଗୁରୁତ୍ୱପୂର୍ଣ୍ଣ l

ଡା. ଦୀପକ ଭଟ୍ଟାଚାର୍ଯ୍ୟ
-ଭୁବନେଶ୍ବର
ମୋ : ୮୬୫୮୨୪୮୬୦୬


Enter your email to get our daily news in your inbox.

All Right Reserved By Dharitri.Com

ସ୍ନେହ, ଯତ୍ନ ଅପେକ୍ଷା ପ୍ରେମିକାଙ୍କଠାରେ ଏହି ଗୁଣକୁ ଅଧିକ ପସନ୍ଦ କରନ୍ତି ପୁଅ, ଜାଣନ୍ତୁ…

ଯେପରି ଝିଅମାନେ ଜୀବନସାଥୀଙ୍କୁ ନେଇ ସ୍ବପ୍ନ ଦେଖିଥାନ୍ତି, ସେ ଗୁଣର ହୁଅନ୍ତୁ ବୋଲି ଚାହାନ୍ତି ସେହିପରି ପୁଅମାନେ ମଧ୍ୟ ସେମାନଙ୍କ ଜୀବନସାଥୀ ଉପରେ ଆଶା ରଖିଥାନ୍ତି।...

ଏଭଳି ହେଉଛି କି, ଶୀଘ୍ର ପିଲାଙ୍କୁ ନିଅନ୍ତୁ ହସ୍ପିଟାଲ…

ନୂଆଦିଲ୍ଲୀ,୧୭।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। ନୂଆ ଷ୍ଟ୍ରେନ୍‌ର ନୂଆ ଲକ୍ଷଣ ଏବଂ ୩ ଗୁଣା ଅଧିକ ବେଗରେ...

ଘର କିଣିବା ସମୟରେ ଏସବୁ ପ୍ରତି ଦିଅନ୍ତୁ ଧ୍ୟାନ: କେବେ ହେବାକୁ ପଡ଼ିବ ନାହିଁ ଚିନ୍ତିତ

ସୁଖମୟ ଜୀବନଯାପନ ପାଇଁ ଆଚାର୍ଯ୍ୟ ଚାଣକ୍ୟ ଅନେକ କିଛି କହିଛନ୍ତି। ଜୀବନର ମୂଲ୍ୟଠାରୁ ଆରମ୍ଭ କରି ଘର କିଣିବା ପର୍ଯ୍ୟନ୍ତ ସେ ତାଙ୍କ ନୀତିଶାସ୍ତ୍ରରେ ଉଲ୍ଲେଖ...

ଶୀତଦିନେ ଆଲର୍ଜି ସମସ୍ୟା

ଗୃହପାଳିତ କୁକୁର, ବିଲେଇ କିମ୍ବା ଅନ୍ୟ ପଶୁପକ୍ଷୀଙ୍କ ଲୋମ ଦ୍ୱାରା ଆଲର୍ଜି ହୋଇଥାଏ। ଘରେ ଥିବା ଆସବାବପତ୍ର ଝାଡ଼ୁଥିବା ସମୟରେ କାର୍ପେଟ, ଓ୍ବିଣ୍ଡୋ କିମ୍ବା ଥାକରୁ...

ଖାଲି ପ୍ରେମରେ କଥା ଚଳେନା, ପୁରୁଷ ସାଥୀଙ୍କଠାରେ ଏସବୁ ଗୁଣକୁ ଖୋଜିଥାନ୍ତି ମହିଳା…

ଖାଲି ପ୍ରେମରେ କଥା ଚଳେନାହିଁ, ସମ୍ପର୍କକୁ ହୃଷ୍ଟପୃଷ୍ଟ କରିବା ଲାଗି ଅନେକ ଜିନିଷ ଲୋଡା। ବିଶେଷକରି ମହିଳାମାନେ ନିଜ ସାଥୀଙ୍କଠାରୁ ପ୍ରେମ ବ୍ୟତିତ ଅନ୍ୟ ଗୁଣକୁ...

ନିଜ ଦାୟିତ୍ୱ ନିଜ ହାତରେ

ଏବେ ଧୀରେ ଧୀରେ ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ କଟକଣା ଉଠାଇ ଦିଆଯାଇଛି। କିନ୍ତୁ କରୋନା ସଂକ୍ରମଣ କମ୍‌ ହୋଇନାହିଁ। ପୂର୍ବପରି କରୋନା ସବୁ ସ୍ଥାନରେ ତା’ର ଉପସ୍ଥିତି...

ଏହି ୫ ରାଶିର ବ୍ୟକ୍ତିଙ୍କ ଜାତକରେ ଅଛି ପ୍ରେମ ବିବାହ : କୌଣସି ପରିସ୍ଥିତିରେ ଛାଡ଼ନ୍ତି ନାହିଁ ପାର୍ଟନରଙ୍କ ହାତ

ହିନ୍ଦୁ ଧର୍ମରେ ବିବାହ ସମୟରେ ବର ଏବଂ କନ୍ୟାଙ୍କ ଜାତକ ମିଶାଇବା ପରମ୍ପରା ରହିଛି। ତେବେ ଅନେକ ଲୋକ ଜାତକ ସହିତ ଜଡିତ ପରମ୍ପରାକୁ ଅନୁସରଣ...

ଏହିସବୁ ତେଲ ଶିଶୁଙ୍କୁ କରିଥାଏ ଶକ୍ତ

  ଶିଶୁ ଜନ୍ମ ନେବା ପରେ ତାର ଲାଳନପାଳନ କ୍ଷେତ୍ରରେ ଅନେକ ଯତ୍ନ ନେବାକୁ ପଡ଼ିଥାଏ । ଜନ୍ମ ହେବା ପରେ ସେମାନଙ୍କୁ କ’ଣ ଖାଇବାକୁ...

Advertisement
Archives

Model This Week