ମାନବିକତା ଦେଖାଇଲେ ବିଏସ୍‌ଏସ୍‌ଓ

ଜୁନାଗଡ଼,୨୯।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକରେ କାର୍ଯ୍ୟରତ ବିଏସ୍‌ଏସ୍‌ଓ(ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ) ତୁଷାର ରଞ୍ଜନ ସାହୁ ମାନବିକତା ଦେଖାଇଛନ୍ତି। ରାସ୍ତା କଡ଼ ଗଛ ତଳେ ଅସହାୟ ଭାବେ ବସିଥିବା ଜଣେ ମହିଳାଙ୍କୁ ଉଦ୍ଧାର କରି ଧର୍ମଗଡ଼ ବ୍ଲକ ଗମ୍ଭାରୀଗୁଡାସ୍ଥିତ ଯଶୋଦା ଅନାଥାଶ୍ରମରେ ଛାଡିଛନ୍ତି। ସେଠାରେ ତାଙ୍କୁ ହୋମ୍‌ କ୍ୱାରାଣ୍ଟାଇନରେ ରଖାଯାଇଛି।
ମିଳିଥିବା ସୁଚନା ଅନୁଯାୟୀ,ବିଏସ୍‌ଏସ୍‌ଓ ସାହୁ ମଙ୍ଗଳବାର କୁରୁଗୁଡାରେ ନିର୍ମାଣ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର (ଟିଏମ୍‌ସି)ର ସ୍ଥିତି ଅନୁଧ୍ୟାନ କରିବା ଲାଗି ଯାଉଥିଲେ। ଏହି ସମୟରେ ବାଟରେ ଜୁନାଗଡ଼ ସାପ୍ତାହିକ ବଜାର ନିକଟ ଏକ ବରଗଛ ତଳେ ଜଣେ ମହିଳା ଅସହାୟ ଭାବେ ବସିଥିବା ଦେଖିବାକୁ ପାଇଥିଲେ। ପରେ ମହିଳାଙ୍କ ଅବସ୍ଥା ଦେଖି ବିଏସ୍‌ଏସ୍‌ଓ ସାହୁ ଘଟଣା ସମ୍ପର୍କରେ ସ୍ଥାନୀୟ ବିଡିଓ, ତହସିଲଦାର ଓ ଡିଏସ୍‌ଏସ୍‌ଓଙ୍କୁ ଜଣାଇଥିଲେ। ଏହାପରେ ବ୍ଲକ ପ୍ରଶାସନ ପକ୍ଷରୁ ଏକ ଚିଠି ଯଶୋଦା ଅନାଥାଶ୍ରମ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିଲା। ବିଏସ୍‌ଏସ୍‌ଓ ସଂପୃକ୍ତ ମହିଳାଙ୍କୁ ସେହି ଅନାଥାଶ୍ରମରେ ଛାଡିବାକୁ ନେଇଥିଲେ। ବର୍ତ୍ତମାନ କରୋନା ଭୟ ଥିବାରୁ ସୁରକ୍ଷା ଦୃଷ୍ଟିରୁ ସେଠାରେ ତାଙ୍କୁ ହୋମ କ୍ୱାରାନଣ୍ଟାଇନରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ୧୦ ଜୀବନ ନେଲା କରୋନା, ଏହି ଜିଲାରୁ ଅଛନ୍ତି ସର୍ବାଧିକ

ଭୁବନେଶ୍ୱର,୧୭ା୮(ବ୍ୟୁରୋ) : ସୋମବାର ରାଜ୍ୟରୁ ଆଉ ୧୦ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୫୩ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ...

ଖଇରା ବଜାରରେ ବାରମ୍ବାର ଦୁର୍ଘଟଣା: ପ୍ରତିବାଦରେ ରାସ୍ତା ଅବରୋଧ

ଖଇରା, ୫।୧(ଡି.ଏନ.ଏ.)-ସୋର-କୁପାରୀ ରାଜ୍ୟ ରାଜପଥର ଖଇରା ବଜାରରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ଯୋଗୁ କ୍ରମାଗତ ଦୁର୍ଘଟଣା ଘଟୁଛି। ରାସ୍ତାରେ ବାଲି ଜମା ହେବା ଯୋଗୁ ଜଣେ...

ନଦୀ କୂଳରେ ଥାଇ ମଧ୍ୟ ପାଣି ପାଇଁ ହନ୍ତସନ୍ତ

ଗୁଡଭେଲା,୨ା୫(ଡି.ଏନ.ଏ.): ତୁଷୁରା ସହରଟି ନଦୀ କୂଳରେ ଥାଇ ମଧ୍ୟ ପିଇବା ପାଇଁ ସହରବାସୀ ହନ୍ତସନ୍ତ ହେଉଛନ୍ତି। ସହରକୁ ସ୍ଥାନୀୟ ସୋନଗଡ ନଦୀରୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ...

ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଗଲାଣି କଥା, ତଥାପି ସେଲୁନ ଖୋଲିବାକୁ ମିଳୁନି ଅନୁମତି

ବରଗଡ଼ ଅଫିସ୍‌,୨୪।୬: କରୋନାର ଦ୍ୱିତୀୟ ସଂକ୍ରମଣ ଆରମ୍ଭ ପରେ ରାଜ୍ୟ ସରକାର ସେଲୁନ, ବିୟୁଟି ପାର୍ଲର ଖୋଲିବା ଉପରେ କଟକଣା ଜାରି କରିଥିଲେ। ଏହି କଟକଣା...

ଦାଦନଙ୍କୁ ନେଇ ତେଜିଲା ରାଜନୀତି

ଲକ୍ଷ୍ନୌ/ନୂଆଦିଲ୍ଲୀ,୨୦।୫: ଦାଦନ ଶ୍ରମିକ ପ୍ରସଙ୍ଗକୁ ନେଇ ଉତ୍ତରପ୍ରଦେଶ(ୟୁପି)ରେ ରାଜନୀତି ଜୋର୍‌ ଧରିବାରେ ଲାଗିଛି। କରୋନା ସଂକ୍ରମଣ ସମୟରେ ଲକ୍‌ଡାଉନ୍‌ ଯୋଗୁ ବାହାରେ କାମଧନ୍ଦା ହରାଇ ଭୋକ...

ସପ୍ତମ ଦିନରେ ଆମରଣ ଅନଶନ:୮ ଗୁରୁତରଙ୍କୁ ଚିକିତ୍ସାଳୟରେ ଭର୍ତ୍ତି

ଚମ୍ପୁଆ,୨୩ା୬(ଡି.ଏନ.ଏ.)-ଚମ୍ପୁଆ ଉପଜିଲାପାଳ କାର୍ଯ୍ୟାଳୟ ଠାରେ ଏସ୍‌ଆର୍‌ କମ୍ପାନୀର ମନମୁଖୀ କାର୍ଯ୍ୟକୁ ବିରୋଧ କରି ବଡକାଳିମାଟି ଗ୍ରାମବାସୀଙ୍କ ଦ୍ୱାରା ଚାଲିଥିବା ଆନ୍ଦୋଳନ ସପ୍ତମ ଦିନରେ ପହଞ୍ଚିଛି। ଏହାଫଳରେ...

ଭୋକରେ ଦିନ କାଟୁଛନ୍ତି ଦାଦନ

ନୂଆପଡା ଅଫିସ,୧୪ା୪ – କରୋନା କଟକଣା ଯୋଗୁ ରାଜ୍ୟ ବାହାରେ ନୂଆପଡା ଜିଲାର ହଜାର ହଜାର ଦାଦନ ଶ୍ରମିକ ଅଟକି ରହିଛନ୍ତି। ସେମାନଙ୍କୁ କୌଣସି ପ୍ରକାର...

ସରକାରୀ ଯୋଜନାରୁ ବଁଚିତ୍‌: ୧୦ କେ.ଜି. ଚାଉଲ ଭରସାରେ ବୁରୁଧ୍‌ ଦମ୍ପତି

ଲାଠୋର, ୨୧।୨ (ଡି.ଏନ୍‌.ଏ.)- ସରକାର ଗରିବ୍‌ ଦୁଖି, ଖଟିଆ ପରିବାରମାନକୁ ଭିନେ ଭିନେ ଯୋଜନାରେ ପକାଘର, ଭତା, ଚାଉଲ ଆଦି ଯୁଗେଇ ଦେଉଛନ୍‌। ହେଲେ ଅନେକ...

Advertisement


Archives

Model This Week