Posted inଜାତୀୟ

ମାତୃତ୍ୱ ବୟସ, ମାତୃ ମୃତ୍ୟୁହାର ଯାଞ୍ଚ ଲାଗି ଟାସ୍କଫୋର୍ସ

ନୂଆଦିଲ୍ଲୀ,୭ା୬(ପି.ଟି.): ମାତୃ ମୃତ୍ୟୁହାର କମାଇବାରେ ମାତୃତ୍ୱ ବୟସର କ’ଣ ସମ୍ପର୍କ ରହିଛି ତାହା ଯାଞ୍ଚ କରିବା ପାଇଁ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ଜୟା ଜେଟଲୀଙ୍କ ଅଧ୍ୟକ୍ଷତାରେ ୧୦ ସଦସ୍ୟ ବିଶିଷ୍ଟ କମିଟି ବର୍ତ୍ତମାନର ଆଇନରେ ସଂଶୋଧନ କିମ୍ବା ଉପଯୁକ୍ତ ଆଇନ ଆଣିବା ପାଇଁ ପ୍ରସ୍ତାବ ଦେବ। ଏଥିସହିତ ଏହାର ସୁପାରିସକୁ କାର୍ଯ୍ୟକାରୀ କରିବା ଲାଗି ସମୟସୀମା ଧାର୍ଯ୍ୟ କରିବ ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଜୁଲାଇ ୩୧ ସୁଦ୍ଧା ଟାସ୍କଫାର୍ସକୁ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ବିବାହ ବୟସ ଏବଂ ମାତୃତ୍ୱ ସହିତ ସ୍ବାସ୍ଥ୍ୟ, ଚିକିତ୍ସାଗତ ଉପଯୁକ୍ତତା, ଗର୍ଭାବସ୍ଥା ଓ ପ୍ରସବ ବେଳେ ଏବଂ ଏହା ପରେ ମାଆ ଓ ଶିଶୁର ପୋଷକ ତତ୍ତ୍ୱ ସ୍ଥିତି, ଶିଶୁ ମୃତ୍ୟୁହାର, ମାତୃ ମୃତ୍ୟୁହାର, ମୋଟ ମୃତ୍ୟୁହାର, ଜନ୍ମ ସମୟର ଲିଙ୍ଗ ଅନୁପାତ, ଶିଶୁ ଲିଙ୍ଗ ଅନୁପାତ ଏବଂ ସ୍ବାସ୍ଥ୍ୟ ଓ ପୋଷଣ ତତ୍ତ୍ୱକୁ ନେଇ ଅନ୍ୟ ଆନୁଷଙ୍ଗିକ ବିଷୟ ଉପରେ ଟାସ୍କ ଫୋର୍ସ ଅନୁଧ୍ୟାନ କରିବ। ଆବଶ୍ୟକ ହେଲେ ଟାସ୍କଫୋର୍ସ ଏହାର ବୈଠକକୁ ଅନ୍ୟ ବିଶେଷଜ୍ଞମାନଙ୍କୁ ଡାକିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସତ କହିବାର ଫଳ ମିଳିଲା: ରାଜେନ୍ଦ୍ର ସିଂ…

ଜୟପୁର,୨୨।୭ : ରାଜସ୍ଥାନର ଅଶୋକ ଗେହଲୋଟ ନେତୃତ୍ୱାଧୀନ କଂଗ୍ରେସ ସରକାରରେ ମନ୍ତ୍ରୀ ପଦରୁ ବହିଷ୍କୃତ ହେବା ପରେ ରାଜେନ୍ଦ୍ର ସିଂ ଗୁଦ୍ଧ କହିଛନ୍ତି ସତ୍ୟ କହିବାର...

ଅଜିତ ପାଓ୍ବାରଙ୍କୁ ‘ଇଣ୍ଡିଆ’ରେ ସାମିଲ ହେବାକୁ ଦିଆଯାଇଥିବ ନିମନ୍ତ୍ରଣ’, ଅଜିତ-ଶରଦଙ୍କ ସିକ୍ରେଟ ବୈଠକକୁ ନେଇ କହିଲେ ସଞ୍ଜୟ

ମୁମ୍ବାଇ,୧୩।୮: ନାଶନାଲିଷ୍ଟ କଂଗ୍ରେସ ପାର୍ଟିର ଶରଦ ପାଓ୍ବାର ଓ ଅଜିତ ପାଓ୍ବାରଙ୍କ ସାକ୍ଷାତକାରକୁ ନେଇ ଶିବସେନା(ଉଦ୍ଧବ ଠାକରେ)ଗ୍ରୁପର ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ବଡ...

ବିବାହକୁ ଆସିଥିବା ବରଯାତ୍ରୀଙ୍କୁ ଉପହାରରେ ଦିଆଗଲା ହେଲମେଟ୍‌

ନୂଆଦିଲ୍ଲୀ, ୩।୧୨: ସାଧାରଣତଃ ବରଯାତ୍ରୀଙ୍କୁ କନ୍ୟାଘର ପକ୍ଷରୁ ବିଭିନ୍ନ ପ୍ରକାର ଖାଦ୍ୟରେ ଆପାୟିତ କରାଯାଏ। କିନ୍ତୁ ନୂଆଦିଲ୍ଲୀର ଲକ୍ଷ୍ମଣଗଡରେ ଏକ ଅଜବ ବିବାହ ଅନୁଷ୍ଠିତ ହୋଇଛି।...

ଡାବର ଟୁଥ୍‌ପେଷ୍ଟ ପ୍ୟାକିଂରେ ବ୍ୟବହୃତ ହେବନି କାଗଜ

ନୂଆଦିଲ୍ଲୀ,୨୩।୬: ଦେଶର ଅଗ୍ରଣୀ କମ୍ପାନୀ ଏଫ୍‌ଏମ୍‌ସିଜି କମ୍ପାନୀ ଡାବର ପରିବେଶ ସୁରକ୍ଷା ପାଇଁ ଏକ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏଣିକି କାଗଜ କାର୍ଟୁନରେ...

କଂଗ୍ରେସ ଅଧ୍ୟକ୍ଷ: ସୁଶୀଲ କୁମାର ସିନ୍ଦେଙ୍କ ନାଁକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ, ୩୦।୬: ପୂର୍ବତନ ସ୍ବରାଷ୍ଟ ମନ୍ତ୍ରୀ ସୁଶୀଲ କୁମାର ସିନ୍ଦେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଗତ ଲୋକ ସଭା ନିର୍ବାଚନରେ...

ଗ୍ରେଟର ନୋଏଡାର ଗେଲେକ୍ସି ପ୍ଲାଜାରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ ବଞ୍ଚାଇବାକୁ ୩ ମହଲାରୁ ଡେଁଇଲେ ଲୋକ, ଅନେକ ଆହତ

ନୂଆଦିଲ୍ଲୀ,୧୩।୭: ଦିଲ୍ଲୀ ନିକଟରେ ଥିବା ଗ୍ରେଟର ନୋଏଡାର ପଶ୍ଚିମ ଗେଲେକ୍ସି ପ୍ଲାଜାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ନିଆଁ ଲାଗିବା ମାତ୍ରେ ଗାଲାକ୍ସି ପ୍ଲାଜାରେ...

ଏଆଇସିସିର କୋଷାଧ୍ୟକ୍ଷ ହେଲେ ପଓ୍ବନ ବଂଶଲ

ନୂଆଦିଲ୍ଲୀ,୨୮।୧୧-ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଶନିବାର ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ପଓ୍ବନ କୁମାର ବଂଶଲଙ୍କୁ ଏଆଇସିସିର...

ବିହାରରେ କଂଗ୍ରେସ ନେତାଙ୍କୁ ହତ୍ୟା

ବୈଶାଳି,୨୮।୧୨: ଗୋଟିଏ ପଟେ କଂଗ୍ରେସ ଶନିବାର ତା’ର ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ଅନ୍ୟପଟେ ବିହାରର ବୈଶାଳିରେ ଜଣେ କଂଗ୍ରେସ ନେତାଙ୍କୁ ସକାଳୁ ସକାଳୁ...

Advertisement
Archives

Model This Week