ମାଡ଼ୁଛି ରୋଗ, ଗଡ଼ୁଛି ମୁଣ୍ଡ

ନୂଆଦିଲ୍ଲୀ,୧୦।୪: କରୋନା ମହାମାରୀକୁ ରୋକିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ ହେଁ ସ୍ଥିତିରେ ସୁଧାର ଆସିପାରୁ ନାହିଁ। କ୍ରମଶଃ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଆକ୍ରାନ୍ତଙ୍କ ସହ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଗୁରୁବାର ଦେଶରେ ପୁଣି ୬୭୨ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୯ ଜଣଙ୍କ ଜୀବନ ଯାଛନ୍ତି। ମହାରାଷ୍ଟ୍ରରେ ୯, ଦିଲ୍ଲୀରେ ୩, ମଧ୍ୟପ୍ରଦେଶରେ ୨, ଗୁଜରାଟ, କର୍ନାଟକ, ଜମ୍ମୁ-କଶ୍ମୀର, ଝାଡ଼ଖଣ୍ଡ ଏବଂ ପଞ୍ଜାବରେ ଜଣେ ଲେଖାଏ ବ୍ୟକ୍ତିଙ୍କ ଗୁରୁବାର ମୃତ୍ୟୁ ଘଟିଛି। ଏଥିସହ ଇତିମଧ୍ୟରେ ଭାରତରେ ମୃତ୍ୟୁସଂଖ୍ୟା ୧୯୯କୁ ବୃଦ୍ଧିପାଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୫୮୮ରେ ପହଞ୍ଚିଛି। ଦେଶବ୍ୟାପୀ ମୋଟ ୫୯୮ ବ୍ୟକ୍ତି ଆରୋଗ୍ୟ ଲାଭ କରିଥିଲେ ହେଁ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ଗୋଟିଏ ଦିନରେ ଏଠାରେ ୨୧୧ ପଜିଟିଭ ମାମଲା ଦେଖିବାକୁ ମିଳିଛି। ଏବେସୁଦ୍ଧା ଏଠାରେ ମୃତ୍ୟୁସଂଖ୍ୟା ୮୧ ରହିଥିବା ବେଳେ ରୋଗୀସଂଖ୍ୟା ୧,୩୪୬ରେ ପହଞ୍ଚିଛି। ତାମିଲନାଡ଼ୁରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୮୩୪ ରହିଛି। ରାଜଧାନୀ ଦିଲ୍ଲୀରେ ୧୨ ଜୀବନ ଯାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୨୦କୁ ବଢ଼ିଛି। ଏହାଛଡ଼ା ତେଲଙ୍ଗାନାରେ ୪୭୧, ରାଜସ୍ଥାନରେ ୪୩୦, ଉତ୍ତରପ୍ରଦେଶରେ ୩୬୧, ଆନ୍ଧ୍ରପ୍ରଦେଶରେ ୩୪୮, ମଧ୍ୟପ୍ରଦେଶରେ ୩୯୧, କେରଳରେ ୩୫୭, ଗୁଜରାଟରେ ୨୬୨, କର୍ନାଟକରେ ୧୯୭, ଜମ୍ମୁ-କଶ୍ମୀରରେ ୧୮୪, ପଞ୍ଜାବରେ ୧୩୦ କରୋନା ରୋଗୀ ଅଛନ୍ତି। ଲକ୍‌ଡାଉନ୍‌ ସତ୍ତ୍ୱେ ବିଗିଡ଼ିବାରେ ଲାଗିଛି ଭାରତରେ କରୋନା ସଂକ୍ରମଣର ସ୍ଥିତି। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ରକ୍ଷା ଲାଗି ପରାମର୍ଶ ଦେଇଛନ୍ତି ସରକାର।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଜିଲାରେ ପୁଣି ୪ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୨୧୦ରେ ପହଞ୍ଚିଲା

ବରଗଡ଼ ଅଫିସ,୧୭ା୭: ବରଗଡ଼ ଜିଲାରେ ଶୁକ୍ରବାର ପୁଣି ୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନେ ସମସ୍ତେ ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମର ବୋଲି...

ବଜାରରେ ମିଳୁଥିବା ଜିରା ଅସଲି ନା ନକଲି ଜାଣନ୍ତୁ ଏପରି…

ଏବେ ବଜାରରେ ନକଲି ଜିରା ମିଳୁଛି। ଏହା ଫୁଲଝାଡୁ, ପଥରଗୁଣ୍ଡ ଏବଂ ଗୁଡ଼ରୁ ପ୍ରସ୍ତୁତ ହେଉଛି। ଅସଲି ଜିରା ଦାମ କିଲୋପ୍ରତି ୪ଶହ ଟଙ୍କା ଥିବାବେଳେ...

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୩ ଆକ୍ରାନ୍ତ; ମୋଟ ଆରୋଗ୍ୟ ସଂଖ୍ୟା ୫ହଜାର ଟପିଲା

ଭୁବନେଶ୍ୱର,୩୦।୬(ବ୍ୟୁରୋ):ରାଜ୍ୟରେ ମଙ୍ଗଳବାର ୨୪୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅପରାହ୍ନରେ ଟୁଇଟ୍‌ କରି ସୂଚନା ଦିଆଯାଇଛି।...

ଭାରତ ଇତିହାସରେ ପ୍ରଥମ ଘଟଣା: ମୌସୁମୀ ଅଧିବେଶନରେ ରହିବନି ପ୍ରଶ୍ନକାଳ !

ନୂଆଦିଲ୍ଲୀ, ୨।୯: ସେପ୍ଟେମ୍ବର ୧୪ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବ। ଏନେଇ ଲୋକ ସଭା...

ଅସୁସ୍ଥ ମୁଲାୟମ ହସ୍ପିଟାଲରେ ଭର୍ତ୍ତି

ଲକ୍ଷ୍ନୌ,୧୩।୧୧: ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି(ଏସ୍‌ପି)ର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଅସୁସ୍ଥ ହୋଇପଡ଼ିଛନ୍ତି। ବୁଧବାର ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ...

ବିହାର ନିର୍ବାଚନରେ କୌଣସି ପ୍ରସଙ୍ଗ ନ ରହିଲେ ମୁମ୍ବାଇରୁ ହେବ ପାର୍ସଲ: ସଞ୍ଜୟ ରାଉତ

ମୁମ୍ବାଇ, ୨୬।୯: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ନିର୍ବାଚନକୁ ଦୃଷ୍ଟିରେ ରଖି ବଲିଉଡ୍‌କୁ ଜାଣିଶୁଣି ଡ୍ରଗ୍ସ୍‌ ମାମଲାରେ ଛନ୍ଦି ଦିଆଯାଇଥିବା ଶିବସେନା...

ଦେଶରେ ଥମୁନି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୫।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦,୫୫୧ ନୂଆ...

ଦାନ୍ତ ଭାଙ୍ଗିଯିବାରୁ ହେଉଛି ଖାଇବା ସମସ୍ୟା, ୨ ଶିଶୁ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି…

ଗୁଆହାଟି,୨୯।୯: ଆସାମରେ ଦୁଇ ଶିଶୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମାଙ୍କୁ ଚିଠି ଲେଖ ନିଜର ସମସ୍ୟା ଜଣାଇଛନ୍ତି। ଏବେ ଏହି...

Advertisement
Archives

Model This Week