ମାଛ ବଜାର ଭିଡ କମାଇବାକୁ ମାର୍କିଂ କଲା ପୋଲିସ

ବଲାଙ୍ଗୀର ଅଫିସ, ୨୯ା୩: କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ୨୧ଦିନିଆ ଲକ୍‌ ଡାଉନ୍‌ ବ୍ୟବସ୍ଥା କରାଯାଇଛି । ବଲାଙ୍ଗୀର ଜିଲା ଓ ସହରରେ ଏହି ଲକ୍‌ ଡାଉନ୍‌କୁ କଡାକଡି ଭାବେ ପାଳନ କରାଯାଉଛି । ଏହି ସମୟରେ ନିତ୍ୟ ଆବଶ୍ୟକ ସାମଗ୍ରୀ, ଖାଦ୍ୟ, ପନିପରିବା କିଣିବା ପାଇଁ ପ୍ରଶାସନ ପକ୍ଷରୁ ସକାଳ ୭ରୁ ୧୦ ଓ ଅପରାହ୍ଣ ୩ରୁ ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ ବୋଲି ଘୋଷଣା କରାଯାଇଛି । ଦିନକୁ ଦିନ ପରିପରିବା ଅଭାବ ଓ ମୂଲ୍ୟ ବୃଦ୍ଧି ଘଟୁଥିବାରୁ ତଥା କରୋନା ସଂକ୍ରମଣରେ ମାଛ, ମାଂସ, ଅଣ୍ଡା ଖାଇବା ଉପରେ କୌଣସି ପ୍ରତିବନ୍ଧକ ନଥିବା ଘୋଷଣା ପରେ ଆମିଷ ଖାଦ୍ୟ ପ୍ରତି ଲୋକଙ୍କ ଆଦର ବଢ଼ୁଥିବା ଲକ୍ଷ୍ୟ କରାଯାଉଛି । ଏହି କାରଣରୁ ସକାଳ ୭ଟାରୁ ମାଂସ, ମାଛ ଦୋକାନରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି । କରୋନା ସଂକ୍ରମଣରେ ଭିଡି ହିଁ ବିପଦ ବୋଲି କୁହାଯାଉଥିଲେ ମଧ୍ୟ ଲୋକେ କାହାରି କଥା ଶୁଣୁ ନାହାନ୍ତି । ମାଛ, ମାଂସ ସରିଯିବ ବୋଲି ଭିଡ ଭିତରେ ଟଣାଉଟରା ହେଉଛନ୍ତି । ପୋଲିସ ପକ୍ଷରୁ ବ୍ୟାପକ ସଚେତନତା କଲେ ମଧ୍ୟ ଲୋକେ ଏହାକୁ ମାନୁ ନାହାନ୍ତି । ଏଭଳି ସ୍ଥିତିକୁ ଲକ୍ଷ୍ୟ କରି ବଲାଙ୍ଗୀର ଟାଉନ୍‌ ପୋଲିସ ସ୍ଥାନୀୟ ରୁଗୁଡିପଡା ମାଛ ବଜାର, ଡେଲିମାର୍କେଟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଚୂନ ପକାଇ ମାର୍କିଂ କରିଛି । ଏହି ମାର୍କିଂ ଭିତରେ ରହି ଲୋକେ ମାଛ ଓ ମାଂସ କିଣି ପାରିବେ ବୋଲି ଟାଉନ୍‌ ଥାନା ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ ଲୋକଙ୍କୁ ସୂଚନା ଦେଇଛନ୍ତି । ଏହାର ଖିଲାପ କରାଗଲେ ଉଭୟ ବିକ୍ରେତା ଓ କ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଜଣାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧୧ ଦିନ ପରେ ପୁଣି ଦାରିଙ୍ଗବାଡ଼ିରେ ଖସିଲା ପାରଦ

ଦାରିଙ୍ଗବାଡ଼ି,୩।୧(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ପୁଣି ୧୧ ଦିନ ପରେ ପ୍ରବଳ ଶୀତ ଅନୁଭବ ହୋଇଛି। ଗତ କିଛି ଦିନ ହେଲା ପାଗ ମେଘୁଆ ରହିବା...

ବରୀ ବିଧାୟିକାଙ୍କୁ କରୋନା

ବରୀ,୧।୯(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବିଧାୟିକା ସୁନନ୍ଦା ଦାସ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ସେ ମଙ୍ଗଳବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା...

ମାଛଚାଷ କରିଛି ମହିଳାଙ୍କୁ ସ୍ବାବଲମ୍ବୀ

କେନ୍ଦ୍ରାପଡ଼ା ଅଫିସ, ୧୦ା୧: ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ କୃଷିକୁ ଗୁରୁତ୍ୱ ଦିଆଯାଏ। ତେବେ ସାଧାରଣ ଧାନ ଫସଲ ପରିବାରର ଅର୍ଥନୀତିକୁ ସମ୍ଭାଳି ପାରୁନାହିଁ। ଫଳରେ ଜିଲାର...

ମାଓବାଦୀଙ୍କ ହିଂସା ଯୋଜନା ପଣ୍ଡ: ରେଳଧାରଣା ନିକଟରୁ ମିଳିଲା ଲ୍ୟାଣ୍ଡମାଇନ୍‌

ଟେନ୍‌ସା,୧୮ା୮(ଡି.ଏନ୍‌.ଏ.): ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଥମୁନି ମାଓବାଦୀ ହିଂସା। ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଟୋପାଡିହିରେ ମାଓବାଦୀଙ୍କ ବଡ଼ଧରଣର ହିଂସାକାଣ୍ଡ ଯୋଜନା ପଣ୍ଡ ହୋଇଯାଇଛି। ଟୋପାଡିହି...

ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣକୁ ବିରୋଧ, ଶିଳାନ୍ୟାସ କାର୍ଯ୍ୟକ୍ରମ ବାତିଲ

ଉଦଳା,୨୪ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ସହରରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ନିର୍ମାଣ ହେବାକୁ ଥିବା ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଛନ୍ତି। ଫଳରେ...

ଗିରଫ ହେବେ ଚିଲିକା ବିଧାୟକ; ଲାଗିଲା ହତ୍ୟା ଉଦ୍ୟମ ଦଫା

ଭୁବନେଶ୍ୱର, ୧୨।୩(ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ଘଟଣାରେ ଗିରଫ ହେବେ। ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲଗାଯାଇଥିବା...

ପାଣିରେ ବୁଡ଼ି ଶିଶୁକନ୍ୟାଙ୍କ ଜୀବନ ଗଲା

ନିରାକାରପୁର,୧ା୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଚାନେଗିରି ପଞ୍ଚାୟତ ରମାବିଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ପ୍ରକାଶ ପ୍ରଧାନଙ୍କ...

ହର ହର ମହାଦେବ, ଜୟ ଶ୍ରୀରାମ ଲେଖି ୨ ଗିରଫ

ଆନନ୍ଦପୁର,୭ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ମନୋହରପୁର ପୁଣି ଚର୍ଚ୍ଚାର ପରିସରକୁ ଆସିଛି। ୧୯୯୯ ମସିହାରେ ଗ୍ରାହାମ ଷ୍ଟୁଆର୍ଟ ଷ୍ଟେନସ୍‌ ଓ...

Advertisement
Archives

Model This Week