ମା’ଙ୍କ ଶାଢ଼ିରେ ରଶି ଲଗାଇ ପୁଅଙ୍କ ଆତ୍ମହତ୍ୟା

ବ୍ରହ୍ମପୁର ଅଫିସ,୨୫।୫- ଟାଉନା ଥାନା ଅନ୍ତର୍ଗତ ବିଜିପୁର ଲଷ୍ମୀ ସାହିରେ ଜଣେ ଯୁବକ ଶୁକ୍ରବାର ବିଳମ୍ବିତ ରାତିରେ ମା’ଙ୍କ ଶାଢ଼ିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ମାଧବ ଦାସଙ୍କ ପୁଅ ଅନିଲ ଦାସ( ୨୦)। ଖବରପାଇ ପୋଲିସ ମୃତଦେହ ଜବତ କରି ୧୧/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମାନସିକ ଅଶାନ୍ତିରୁ ଅନିଲ ଏଭଳି ଭାବେ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ସୂଚନାନୁଯାୟୀ, ଅନିଲ କାମଧନ୍ଦା କରୁ ନ ଥିବା ବେଳେ ସବୁବେଳେ ବାପାଙ୍କଠାରୁ ଟଙ୍କା ନେଇ ମଦ୍ୟପାନ କରୁଥିଲେ। ଏ ନେଇ ବାପା ଅନିଲଙ୍କୁ ତାଗିଦ କରୁଥିଲେ। ପ୍ରତିଦିନ ଭଳି ଶୁକ୍ରବାର ରାତି ସାଢେ ୧୧ଟାରେ ଅନିଲ ଘରକୁ ଫେରିଥିଲେ। ସମସ୍ତେ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତି ୩ଟାରେ ମାଧବ ପରିସ୍ରା ଯିବା ପାଇଁ ଉଠିବା ବେଳେ ପୁଅ ବେକରେ ଶାଢ଼ୀରେ ରଶି ଲଗାଇ ଝୁଲୁଥିବା ଦେଖିଥିଲେ। ସେ ଶାଢ଼ୀକୁ କାଟି ଅନିଲଙ୍କୁ ବାହାର କରିଥିଲେ ସୁଦ୍ଧା ସେତେବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିଲା। ଶନିବାର ସକାଳେ ମାଧବ ପୋଲିସକୁ ଏ ନେଇ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୃଷି, ଗ୍ରାମୀଣ ମଜଦୁର ସଂଘ ସମ୍ମିଳନୀ

ବ୍ରହ୍ମପୁର ଅଫିସ୍‌,୭ା୭-ଓଡ଼ିଶା କୃଷି ଏବଂ ଗ୍ରାମୀଣ ମଜଦୁର ସଂଘ ଗଞ୍ଜାମ ଜିଲା ସମ୍ମିଳନୀ ଶନିବାର ସ୍ଥାନୀୟ ଏନ୍‌ଜିଓ ହଲ୍‌ରେ ଅନୁଷ୍ଠିତ ହୋଇଥିଲା। ସଭାପତି ରାଜେନ୍ଦ୍ର ନାଥ...

ରାଜସ୍ବ ସମୀକ୍ଷା ବୈଠକ: ୨୩ରୁ ଚୋରା ବାଲି ଚାଲାଣ ରୋକିବାକୁ ଭିଡିଓଗ୍ରାଫି

ଛତ୍ରପୁର,୨୨ା୯(ଡି.ଏନ.ଏ.)- ଗଞ୍ଜାମ ଜିଲା ରାଜସ୍ବ ସମୀକ୍ଷା ବୈଠକ ଶନିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା...

ମାଓବାଦୀ ଅଞ୍ଚଳରୁ ଗାଡ଼ି ଆଣିଲେ ମାଲିକ

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୪ା୪ -କନ୍ଧମାଳ ଜିଲାରେ ନିର୍ବାଚନ ବେଳେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଯୋଗୁ ସେସବୁ ଅଞ୍ଚଳରେ ନିୟୋଜିତ ଗାଡି ନିର୍ବାଚନ ପରେ ଆସିପାରି ନଥିଲା। କର୍ମଚାରୀଙ୍କୁ...

ମୟ ହତ୍ୟା ମାମଲା:୧୮ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର ଅଫିସ,୮ା୧୧-ସଦର ଥାନା ଅନ୍ତର୍ଗତ ଫୁଲଟା ଗ୍ରାମର ମୟ ଓରଫ ମହେଶ୍ୱର ସାସମାଲ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ସାହୁଙ୍କ ସମେତ ୧୮ ଅଭିଯୁକ୍ତଙ୍କୁ...

ଗ୍ୟାସ୍‌ ସିଲିଣ୍ଡର ଫାଟି ୩ ଗୁରୁତର

ଚିକିଟି,୬ା୨(ଡି.ଏନ୍‌.ଏ.)-କେ.ନୂଆଗଁ। ଥାନା ଚିକିଟି ଫାଣ୍ଡି ଜାନକୀ ମଣିପୁର ଶାସନରେ ବୁଧବାର ରାତି ସାଢ଼େ ୯ଟାରେ ଗ୍ୟାସ୍‌ ସିଲିଣ୍ଡର ଫାଟି ୩ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ...

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ଗିରଫ

ପାଟପୁର,୧ା୧୨-ପାଟପୁର ଥାନା ଅଞ୍ଚଳରେ ଘରୁ ଟେକି ନେଇ ଜଣେ ପଞ୍ଚମ ଶେଣୀ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମରେ ଶନିବାର ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ...

ବ୍ରହ୍ମପୁରରେ ଆଦର୍ଶ ବିବାହ: ଦୃଷ୍ଟିବାଧିତ ସୌମ୍ୟାଙ୍କୁ ମିଳିଲେ ଜୀବନସାଥୀ

ବ୍ରହ୍ମପୁର ଅଫିସ୍‌,୯ା୧୨-ଖୁବ୍‌ କମ୍‌ ବୟସରୁ ଦୃଷ୍ଟିଶକ୍ତି ହରାଇଥିଲେ ସୌମ୍ୟା। ଜୀବନ ଯେମିତି ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଥିଲା। ତେବେ ସୌମାଙ୍କ ଅନ୍ଧାର ଜୀବନ ମଧ୍ୟରେ ଆଲୋକ...

୧୫ ଭରି ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୨୧ା୨: ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ଏବେ ଚୋରି ଦିନକୁ ଦିନ ବଢ଼ିବାରେ ଲାଗିଛି। କାଳୀଚରଣ ସାହୁ ସପରିବାର ପୁରୀରୁ ଜଗନ୍ନାଥ ଦର୍ଶନ ସାରି...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *