ମାଓବାଦୀପ୍ରବଣ, ସୀମାନ୍ତ ଅଞ୍ଚଳ ପ୍ରତି ସ୍ବତନ୍ତ୍ର ନଜର

ଛତ୍ରପୁର,୧୮ା୪(ଡି.ଏନ.ଏ)- ଗଞ୍ଜାମ ଜିଲାରେ ଗୁରୁବାର  ଦ୍ୱିତୀୟ ପର୍ଯ୍ୟାୟରେ ଆସିକା ଲୋକ ସଭା ଆସନ ଓ ଏହା ଅଧୀନରେ ଥିବା ଆସିକା, କବିସୂର୍ଯ୍ୟନଗର, ସୋରଡା, ସାନଖେମୁଣ୍ଡି, ହିଞ୍ଜିଳି, ପୋଲସରା, ଖଲ୍ଲିିକୋଟ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। କନ୍ଧମାଳ ଲୋକ ସଭା ଆସନ ଅଧୀନରେ  ଥିବା ଗଞ୍ଜାମ ଜିଲାର ଭଞ୍ଜନଗର ବିଧାନସଭା ଆସନ ପାଇଁ ମଧ୍ୟ ଭୋଟ ହେବ। ମତଦାନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଶାନ୍ତିଶୃଙ୍ଖଳା ସହ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିବା ବୁଧବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

୧୧ରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ କେତେକ ବୁଥ୍‌ରେ ଇଭିଏମ ଓ ଭିଭିପିଏଟିରେ ତ୍ରୁଟି ଦେଖାଦେଇଥିଲା। ଏହା କିଭଳି ପୁନର୍ବାର ନ ହେବ ସେଥିପ୍ରତି ଶତ ପ୍ରତିଶତ  ଗୁରୁତ୍ୱ ଦିଆଯାଇଛି । ସମସ୍ତ ଇଭିଏମ୍‌ ଯାଞ୍ଚ ହେବ। ତ୍ରୁଟି ଦେଖାଦେଲେ ତାହାକୁ ବଦଳାଯିବ ବୋଲି ଜିଲାପାଳ କହିଛନ୍ତି। ଜିଲାର ୧୯୪୬ ବୁଥ୍‌ରେ ଭୋଟ ଗ୍ରହଣ ହେବ। ୧୭ ଲକ୍ଷ ୬୯ ହଜାର ୬୪ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ସକାଳ ୭ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଆସିକା ଲୋକ ସଭା ଏବଂ ଏହାର ଅଧୀନ ୭ ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ମାଓବାଦୀ ସମ୍ଭାବନା ଅଞ୍ଚଳ ଏବଂ ସୀମାନ୍ତ ଅଞ୍ଚଳ ପ୍ରତି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଉକ୍ତ ଅଞ୍ଚଳ ପ୍ରତି ସ୍ବତନ୍ତ୍ର ନଜର ରଖାଯାଇଥିବା ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ କହିଛନ୍ତି।  ଜିଲାର ସୋରଡା ଓ ଭଞ୍ଜନଗରର ୨୮ ଟି ମାଓବାଦୀ ସମ୍ଭାବନା ସ୍ଥାନରେ ଏସ୍‌ଓଜି ଯବାନ୍‌ଙ୍କୁ ମୁତୟନ କରାଯାଇଛି। ତେବେ ପୂର୍ବରୁ ଉକ୍ତ ଅଞ୍ଚଳରେ ମାଓବାଦୀ ଗତିବିଧି ଥିଲା। ମାତ୍ର ଏବେ ସେଠାରେ ସେମାନଙ୍କର କୌଣସି ଗତିବିଧି ନ ଥିବା ଏସପି ରଏ ସ୍ପଷ୍ଟ କରଛନ୍ତି। ନିର୍ବାଚନ ବେଳେ ସୁରକ୍ଷା ବ୍ୟବସ୍ଥା ପାଇଁ ୧୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଥିବା ଏସ୍‌ପି ସୂଚନା ଦେଇଥିଲେ। କରସିଂ, ଦୁର୍ଗାପ୍ରସାଦ, ଜଗନ୍ନାଥପୁର, ପାଟପୁର, ତପ୍ତପାଣି, ଗାଜଲବାଡିର ସୀମାନ୍ତରେ ତନଖି କରାଯାଉଛି। ଗଞ୍ଜାମ ଜିଲାର ସୀମାନ୍ତରେ ନୟାଗଡ, ଗଜପତି, କନ୍ଧମାଳ, ଖୋର୍ଦ୍ଧା ଓ ପୁରୀ ଜିଲା ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ ରହିଛି। ମୋବାଇଲ ଫୋନ୍‌ କାମ କରୁ ନ ଥିବା ସ୍ଥାନରେ ଯୋଗାଯୋଗ ସୁବିଧା ପାଇଁ ୮ଟି ସେଟେଲାଇଟ୍‌ ଫୋନ୍‌ ବ୍ୟବସ୍ଥା କରାଯାଇଥିବା ଏସପି କହିଛନ୍ତି।  ନିର୍ବାଚନ ପରିପ୍ରେକ୍ଷୀରେ ୨୪ ଫ୍ଲାଇଂ ସ୍କ୍ବାଡ, ୧୧୮ ମୋବାଇଲ ପାର୍ଟି, ୨୦ ସୁପରଭାଇଜିଂ ଅଫିସର, ୩ ଜୋନାଲ ଅଫିସର, ୧୮ ସ୍ଥାନରେ ଷ୍ଟ୍ରାଇକିଂ ଫୋର୍ସ ଏବଂ ୭ଟି ଚେକ୍‌ ପୋଷ୍ଟରେ ଫୋର୍ସ ମୁତୟନ ରହିବେ। ୩ ହଜାର ପୋଲିସ କର୍ମଚାରୀ ଏହି ନିର୍ବାଚନ ପାଇଁ ନିୟୋଜିତ ହୋଇଥିବା ଏସପି ସୂଚନା ଦେଇଛନ୍ତି। ଜିଲାରେ ନିର୍ବାଚନ ହେବାକୁ ଥିବା ୧୯୪୬ ବୁଥ୍‌ ମଧ୍ୟରୁ ୩୪୮ ବୁଥ୍‌ ସମ୍ବେଦନଶୀଳ। ଏଥିପାଇଁ  କେନ୍ଦ୍ରୀୟ ଫୋର୍ସର ୩୨୪ ଯବାନ୍‌ଙ୍କୁ ମୁତୟନ କରାଯାଇଥିବା ବେଳେ ୨୧୩ ବୁଥ୍‌ର ୱେବକାଷ୍ଟିଂ, ୨୧ ବୁଥ୍‌ରେ ସିସି କ୍ୟାମେରା, ୧୦୭ ପାଇଁ ମାଇକ୍ରୋ ଅବଜରଭର, ୩୫ ବୁଥ୍‌ରେ ଭିଡିଓଗ୍ରାଫି ଓ ୨୪ ବୁଥ୍‌ରେ ଷ୍ଟିଲ୍‌ କ୍ୟାମେରାର ବ୍ୟବସ୍ଥା କରାଯାଇଛି। ୮ ଟି ପିଙ୍କ୍‌ ବୁଥ୍‌ ଓ ୮୦ ଟି ମଡେଲ୍‌ ବୁଥ୍‌ କରାଯାଇଛି। ୩୨୧୫୯ ଦିବ୍ୟାଙ୍ଗ ଭୋଟର ରହିଛନ୍ତି। ଦୃଷ୍ଟି ବାଧିତଙ୍କ ପାଇଁ ୧୦୬୦ ବ୍ରେଲି ବାଲଟ୍‌ ପେପର ବୁଥ୍‌ ରେ ରହିବେ। ଦିବ୍ୟାଙ୍ଗ ମାନଙ୍କୁ ବୁଥ୍‌କୁ ନେବା ଆଣିବା ପାଇଁ ୫୬୫ ଗାଡି ଓ ୩୮୯୨ ସ୍ବେଚ୍ଛାକର୍ମୀଙ୍କ ବ୍ୟବସ୍ଥା କରାଯାଇଥିବା ଜିଲାପାଳ କହିଛନ୍ତି।  ଖବରଦାତା ସମ୍ମିଳନୀରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିରଞ୍ଚି ନାରାୟଣ ପ୍ରଧାନ, ଚିକିଟି ତହସିଲଦାର ଶକ୍ତି ଶ୍ରୀଚନ୍ଦନ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ସ୍କୁଟିକୁ ଧକ୍କା ଦେଲା ପିକ୍‌ଅପ୍‌: ଚୁରମାର ହେଲା…

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟ ରାସ୍ତାର ଗୋକର୍ଣ୍ଣପୁର ଗ୍ରାମ ନିକଟରେ ଶନିବାର ଅପରାହ୍ନରେ ଦୁର୍ଘଟଣା ଘଟିଛି। ଏକ ପିକ୍‌ଅପ୍‌ ଭ୍ୟାନ (ନଂ. ଓଡ଼ି ୦୭...

ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଶ୍ରୁତିରାଣୀ ମନୋନୀତ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ବିଜୟ ପଦ୍ମନାଭପୁର ଲାଡ଼ି ଗାଁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ୭ମ ଶ୍ରେଣୀ ଛାତ୍ରୀ ଶ୍ରୁତିରାଣୀ ଦାସ ରାଜ୍ୟସ୍ତରୀୟ...

ଶର୍ଟ ସର୍କିଟରୁ ୧୦ ପରିବାରର ବିଦ୍ୟୁତ ଉପକରଣ ପୋଡି ନଷ୍ଟ

ଆସିକା,୬ା୧୨(ସୁରେନ୍ଦ୍ର ନାଥ ସାହୁ): ଆସିକା କଲେଜଛକ ମହାରଣା କଲୋନୀରେ ଶୁକ୍ରବାର ବିଦ୍ୟୁତ ଶର୍ଟ ସର୍କିଟରେ ପ୍ରାୟ ୧୦ ପରିବାରର ବିଦ୍ୟୁତ ଉପକରଣ ପୋଡି ନଷ୍ଟ ହୋଇଯାଇଛି।...

ଟାମଣା ଗ୍ରାମକୁ ନୂତନ ମୈାଜା ଘୋଷାଣା ନେଇ ଶତାଧିକ ମହିଳା, ପୁରୁଷ ପହଞ୍ଚିଲେ…

ଛତ୍ରପୁର, ୬ ।୧୨ (ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା କୁକୁଡାଖଣ୍ଡି ବ୍ଲକ ଶିହଳା ପଞ୍ଚାୟତର ଟାମଣା ଗ୍ରାମକୁ ନୂତନ ମୈାଜା ଘୋଷାଣା ଦାବିନେଇ ଜିଲା...

ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ମିନି ଷ୍ଟାଡିୟମ ବ୍ୟୟାମ କେନ୍ଦ୍ର

ଗଞ୍ଜାମ,୬।୧୨(ବିଦ୍ୟାଧର ସାହୁ): ସ୍ଥାନୀୟ ଅଞ୍ଚଳବାସୀଙ୍କ ବୃହତ ସ୍ବାର୍ଥ ଦୃଷ୍ଟିରୁ ତଥା ଶରୀର ସୁସ୍ଥ ଓ ଶବଳ ରଖିବା ଲାଗି ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମଠାରେ ତତ୍କାଳୀନ...

ବାଲ୍ୟ ବିବାହ, କନ୍ୟାଭ୍ରୁଣ ହତ୍ୟା ବନ୍ଦ ନେଇ ସଚେତନ

ପୁରୁଷୋତ୍ତମପୁର,୫ା୧୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ୨ ନଂ ଓ୍ବାର୍ଡର ଅଙ୍ଗନଓ୍ବାଡ଼ି କେନ୍ଦ୍ର ପରିସରରେ କିଶୋରୀ ବାଳିକାମାନଙ୍କୁ ନେଇ ବାଲ୍ୟ ବିବାହ ଓ ଲିଙ୍ଗ...

ଅପରାଧୀଙ୍କ ଚରାଭୂଇଁ ପାଲଟିଛି ରମ୍ଭା ଅଞ୍ଚଳ, ଗୁଳି ଫୁଟାଇ କାଜୁ ଫ୍ୟାକ୍ଟ୍ରି ମାଲିକଙ୍କଠାରୁ ଲୁଟିନେଲେ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ବର୍ତ୍ତମାନ ଅପରାଧୀଙ୍କ ଚରାଭୂଇଁ ପାଲଟିଛି ରମ୍ଭା ଅଞ୍ଚଳ। ହୁମା ଫାଣ୍ଡି ଓ ରମ୍ଭା ଥାନା ପୋଲିସକୁ ଚ୍ୟାଲେଞ୍ଜ କରି ଗୋଟିଏ ଗୋଟିଏ ପରେ...

ମେଡିକାଲ କର୍ମଚାରୀଙ୍କୁ ମାଡ଼ ମାରି ଜଣେ ଗିରଫ

ହିଞ୍ଜିଳିକାଟୁ,୪ା୧୨(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଆଡ଼ପଡ଼ା ଆଉଟ ପୋଷ୍ଟ ଅଧୀନ ଆଡ଼ପଡ଼ା ମେଡିକାଲରେ ମଙ୍ଗଳବାର ଚିକିତ୍ସାରେ ବିଳମ୍ବ ଅଭିଯୋଗ କରି ୨ଯୁବକ ଉତ୍ତ୍ୟକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri