ମାଓବାଦୀପ୍ରବଣ, ସୀମାନ୍ତ ଅଞ୍ଚଳ ପ୍ରତି ସ୍ବତନ୍ତ୍ର ନଜର

ଛତ୍ରପୁର,୧୮ା୪(ଡି.ଏନ.ଏ)- ଗଞ୍ଜାମ ଜିଲାରେ ଗୁରୁବାର  ଦ୍ୱିତୀୟ ପର୍ଯ୍ୟାୟରେ ଆସିକା ଲୋକ ସଭା ଆସନ ଓ ଏହା ଅଧୀନରେ ଥିବା ଆସିକା, କବିସୂର୍ଯ୍ୟନଗର, ସୋରଡା, ସାନଖେମୁଣ୍ଡି, ହିଞ୍ଜିଳି, ପୋଲସରା, ଖଲ୍ଲିିକୋଟ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। କନ୍ଧମାଳ ଲୋକ ସଭା ଆସନ ଅଧୀନରେ  ଥିବା ଗଞ୍ଜାମ ଜିଲାର ଭଞ୍ଜନଗର ବିଧାନସଭା ଆସନ ପାଇଁ ମଧ୍ୟ ଭୋଟ ହେବ। ମତଦାନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଶାନ୍ତିଶୃଙ୍ଖଳା ସହ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିବା ବୁଧବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

୧୧ରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ କେତେକ ବୁଥ୍‌ରେ ଇଭିଏମ ଓ ଭିଭିପିଏଟିରେ ତ୍ରୁଟି ଦେଖାଦେଇଥିଲା। ଏହା କିଭଳି ପୁନର୍ବାର ନ ହେବ ସେଥିପ୍ରତି ଶତ ପ୍ରତିଶତ  ଗୁରୁତ୍ୱ ଦିଆଯାଇଛି । ସମସ୍ତ ଇଭିଏମ୍‌ ଯାଞ୍ଚ ହେବ। ତ୍ରୁଟି ଦେଖାଦେଲେ ତାହାକୁ ବଦଳାଯିବ ବୋଲି ଜିଲାପାଳ କହିଛନ୍ତି। ଜିଲାର ୧୯୪୬ ବୁଥ୍‌ରେ ଭୋଟ ଗ୍ରହଣ ହେବ। ୧୭ ଲକ୍ଷ ୬୯ ହଜାର ୬୪ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ସକାଳ ୭ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଆସିକା ଲୋକ ସଭା ଏବଂ ଏହାର ଅଧୀନ ୭ ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ମାଓବାଦୀ ସମ୍ଭାବନା ଅଞ୍ଚଳ ଏବଂ ସୀମାନ୍ତ ଅଞ୍ଚଳ ପ୍ରତି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଉକ୍ତ ଅଞ୍ଚଳ ପ୍ରତି ସ୍ବତନ୍ତ୍ର ନଜର ରଖାଯାଇଥିବା ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ କହିଛନ୍ତି।  ଜିଲାର ସୋରଡା ଓ ଭଞ୍ଜନଗରର ୨୮ ଟି ମାଓବାଦୀ ସମ୍ଭାବନା ସ୍ଥାନରେ ଏସ୍‌ଓଜି ଯବାନ୍‌ଙ୍କୁ ମୁତୟନ କରାଯାଇଛି। ତେବେ ପୂର୍ବରୁ ଉକ୍ତ ଅଞ୍ଚଳରେ ମାଓବାଦୀ ଗତିବିଧି ଥିଲା। ମାତ୍ର ଏବେ ସେଠାରେ ସେମାନଙ୍କର କୌଣସି ଗତିବିଧି ନ ଥିବା ଏସପି ରଏ ସ୍ପଷ୍ଟ କରଛନ୍ତି। ନିର୍ବାଚନ ବେଳେ ସୁରକ୍ଷା ବ୍ୟବସ୍ଥା ପାଇଁ ୧୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଥିବା ଏସ୍‌ପି ସୂଚନା ଦେଇଥିଲେ। କରସିଂ, ଦୁର୍ଗାପ୍ରସାଦ, ଜଗନ୍ନାଥପୁର, ପାଟପୁର, ତପ୍ତପାଣି, ଗାଜଲବାଡିର ସୀମାନ୍ତରେ ତନଖି କରାଯାଉଛି। ଗଞ୍ଜାମ ଜିଲାର ସୀମାନ୍ତରେ ନୟାଗଡ, ଗଜପତି, କନ୍ଧମାଳ, ଖୋର୍ଦ୍ଧା ଓ ପୁରୀ ଜିଲା ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ ରହିଛି। ମୋବାଇଲ ଫୋନ୍‌ କାମ କରୁ ନ ଥିବା ସ୍ଥାନରେ ଯୋଗାଯୋଗ ସୁବିଧା ପାଇଁ ୮ଟି ସେଟେଲାଇଟ୍‌ ଫୋନ୍‌ ବ୍ୟବସ୍ଥା କରାଯାଇଥିବା ଏସପି କହିଛନ୍ତି।  ନିର୍ବାଚନ ପରିପ୍ରେକ୍ଷୀରେ ୨୪ ଫ୍ଲାଇଂ ସ୍କ୍ବାଡ, ୧୧୮ ମୋବାଇଲ ପାର୍ଟି, ୨୦ ସୁପରଭାଇଜିଂ ଅଫିସର, ୩ ଜୋନାଲ ଅଫିସର, ୧୮ ସ୍ଥାନରେ ଷ୍ଟ୍ରାଇକିଂ ଫୋର୍ସ ଏବଂ ୭ଟି ଚେକ୍‌ ପୋଷ୍ଟରେ ଫୋର୍ସ ମୁତୟନ ରହିବେ। ୩ ହଜାର ପୋଲିସ କର୍ମଚାରୀ ଏହି ନିର୍ବାଚନ ପାଇଁ ନିୟୋଜିତ ହୋଇଥିବା ଏସପି ସୂଚନା ଦେଇଛନ୍ତି। ଜିଲାରେ ନିର୍ବାଚନ ହେବାକୁ ଥିବା ୧୯୪୬ ବୁଥ୍‌ ମଧ୍ୟରୁ ୩୪୮ ବୁଥ୍‌ ସମ୍ବେଦନଶୀଳ। ଏଥିପାଇଁ  କେନ୍ଦ୍ରୀୟ ଫୋର୍ସର ୩୨୪ ଯବାନ୍‌ଙ୍କୁ ମୁତୟନ କରାଯାଇଥିବା ବେଳେ ୨୧୩ ବୁଥ୍‌ର ୱେବକାଷ୍ଟିଂ, ୨୧ ବୁଥ୍‌ରେ ସିସି କ୍ୟାମେରା, ୧୦୭ ପାଇଁ ମାଇକ୍ରୋ ଅବଜରଭର, ୩୫ ବୁଥ୍‌ରେ ଭିଡିଓଗ୍ରାଫି ଓ ୨୪ ବୁଥ୍‌ରେ ଷ୍ଟିଲ୍‌ କ୍ୟାମେରାର ବ୍ୟବସ୍ଥା କରାଯାଇଛି। ୮ ଟି ପିଙ୍କ୍‌ ବୁଥ୍‌ ଓ ୮୦ ଟି ମଡେଲ୍‌ ବୁଥ୍‌ କରାଯାଇଛି। ୩୨୧୫୯ ଦିବ୍ୟାଙ୍ଗ ଭୋଟର ରହିଛନ୍ତି। ଦୃଷ୍ଟି ବାଧିତଙ୍କ ପାଇଁ ୧୦୬୦ ବ୍ରେଲି ବାଲଟ୍‌ ପେପର ବୁଥ୍‌ ରେ ରହିବେ। ଦିବ୍ୟାଙ୍ଗ ମାନଙ୍କୁ ବୁଥ୍‌କୁ ନେବା ଆଣିବା ପାଇଁ ୫୬୫ ଗାଡି ଓ ୩୮୯୨ ସ୍ବେଚ୍ଛାକର୍ମୀଙ୍କ ବ୍ୟବସ୍ଥା କରାଯାଇଥିବା ଜିଲାପାଳ କହିଛନ୍ତି।  ଖବରଦାତା ସମ୍ମିଳନୀରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିରଞ୍ଚି ନାରାୟଣ ପ୍ରଧାନ, ଚିକିଟି ତହସିଲଦାର ଶକ୍ତି ଶ୍ରୀଚନ୍ଦନ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲାପାଳ: ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ

ଭଞ୍ଜନଗର,୮।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାପାଳ କୀର୍ତ୍ତି ଭାସନ ଭି ସୋମବାର ଭଞ୍ଜନଗର ଗସ୍ତରେ ଆସିଥିବା ସମୟରେ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି…

ହତ୍ୟା ଉଦ୍ୟମ ଘଟଣା: ବର୍ଷେ ପରେ ୨ ନାବାଳକ ଜେଜେବିରେ ହାଜର

ଦିଗପହଣ୍ଡି, ୭।୯ (ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ବେନୁ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପ୍ରାୟ ଏକ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri