ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣକୁ ବିରୋଧ, ଶିଳାନ୍ୟାସ କାର୍ଯ୍ୟକ୍ରମ ବାତିଲ

ଉଦଳା,୨୪ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ସହରରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ନିର୍ମାଣ ହେବାକୁ ଥିବା ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଛନ୍ତି। ଫଳରେ ମଙ୍ଗଳବାର ହେବାକୁ ଥିବା ଶିଳାନ୍ୟାସ କାର୍ଯ୍ୟକ୍ରମ ବାତିଲ ହୋଇଯାଇଛି।

ସୂଚନା ଅନୁଯାୟୀ, ଉଦଳା ଏନଏସି ପକ୍ଷରୁ ୯ ନଂ. ୱାର୍ଡରେ ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ଉକ୍ତ ସ୍ଥାନକୁ ସଫେଇ କରାଯିବା ପରେ ମଙ୍ଗଳବାର ପ୍ଲାଣ୍ଟ କାର୍ଯ୍ୟ ଆରମ୍ଭ ହେବା ନିମନ୍ତେ ଶିଳାନ୍ୟାସ କରାଯିବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ମାତ୍ର ସ୍ଥାନୀୟ ୱାର୍ଡବାସୀଙ୍କ ସହିତ ନିକଟସ୍ଥ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି । ଏହି ପ୍ଲାଣ୍ଟ ପୂର୍ବରୁ ସ୍ଥାନୀୟ ଏନଏସିର ୧୧ ନଂ. ୱାର୍ଡରେ ନିର୍ମାଣ ହେବ ବୋଲି ସ୍ଥିରୀକୃତ ହୋଇଥିଲା । ସେଠାରେ ବିବାଦ ଦେଖାଦେବାରୁ ତାହାକୁ ୯ ନଂ. ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଉଦଳାରେ ଡମ୍ପିଂୟାର୍ଡ ନ ଥିବା ବେଳେ ସ୍ଥାନୀୟ ସହରତଳି ଅଞ୍ଚଳ ଶ୍ମଶାନ କାଳୀ ଜଙ୍ଗଲ ମଧ୍ୟରେ ସହରର ସମସ୍ତ ଅଳିଆକୁ ଡମ୍ପ କରାଯାଉଛି । ହେଲେ ଉକ୍ତ ସ୍ଥାନଟି ଜଙ୍ଗଲ ମଧ୍ୟରେ ହୋଇଥିବା ବେଳେ ସେଠାରେ ଏହି ପ୍ଲାଣ୍ଟ ସ୍ଥାପନ କରାଯିବା ପରିବର୍ତ୍ତେ ଜନବସତି ନିକଟରେ ଏହାକୁ ନିର୍ମାଣ କରାଯାଉଥିବାରୁ ୱାର୍ଡବାସୀ ଏହାକୁ ବିରୋଧ କରିଛନ୍ତି । ମଙ୍ଗଳବାର ୱାର୍ଡବାସୀ ଉକ୍ତ ସ୍ଥାନରେ ବିରୋଧର ବ୍ୟାନର ମାରିବା ସହିତ ଧାରଣାରେ ବସିଥିଲେ। ସହରର ସମସ୍ତ ଅଳିଆ ଆବର୍ଜନା ଉକ୍ତ ସ୍ଥାନରେ ପକାଇ ତାହାକୁ କମ୍ପୋଷ୍ଟରେ ପରିଣତ କରିବା ଦ୍ୱାରା ପରିବେଶ ପ୍ରଦୂଷିତ ହେବ ଏବଂ ଏହା ସହିତ ଜନବସତି ଉପରେ ଏହାର ପ୍ରଭାବ ପଡିବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। କୌଣସି ପରିସ୍ଥିତିରେ ୱାର୍ଡ ମଧ୍ୟରେ ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବାକୁ ଦିଆଯିବ ନାହିଁ ବୋଲି ଗ୍ରାମବାସୀମାନେ ଜିଦ୍‌ରେ ଅଡି ବସିଛନ୍ତି। ତୁରନ୍ତ ଏହି ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟକୁ ବନ୍ଦ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟନ କ୍ଷେତ୍ର କୁପାରୀକୁ ପ୍ରଦୂଷଣମୁକ୍ତ ଲାଗି ପ୍ରୟାସ :  ଅଣ୍ଟା ଭିଡିଲେ ବିଭିନ୍ନ ସଙ୍ଗଠନ

ଖଇରା, ୧୧।୮(ଡି.ଏନ.ଏ.)-୧୯୯୯ ମସିହାରୁ କୁପାରୀକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ମାନ୍ୟତା ମିଳିଛି ସତ, ହେଲେ ସେଭଳି କିଛି ଆଖିଦୃଶିଆ ପ୍ରଗତି ହୋଇପାରିନାହିଁ ା ଏଭଳିକି ସାଂସ୍କୃତିକ...

ପୂର୍ବ ଶତ୍ରୁତାରୁ ଗୁଳିମାଡ଼: ଜଣେ ଗୁରୁତର, ଦୁଇ ଅଟକ

ଛେଣ୍ଡିପଦା,୨୫।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପାତ୍ରପଡ଼ା ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିମାଡ଼ ହୋଇଛି। ଗୁଳିମାଡରେ ପାତ୍ରପଡ଼ା ଗ୍ରାମର ଧରଣୀଧର ସାହୁ...

ନାବାଳକଙ୍କ ମୃତ୍ୟୁକୁ ନେଇ ବାଲିଆପାଳରେ ରାସ୍ତାରୋକ

ବାଲିଆପାଳ, ୨୭।୭(ସ୍ବ.ପ୍ର.): ନାବାଳକଙ୍କ ମୃତ୍ୟୁକୁ ନେଇ ବାଲିଆପାଳ କମର୍ଦା ମୁଖ୍ୟରାସ୍ତା ଉଲୁଡ଼ା ଛକ ନିକଟରେ ଶନିବାର ସକାଳେ ରାସ୍ତା ଅବରୋଧ କରାଯାଇଛି। ମୃତଦେହ ନେଇ ଆସିଥିବା...

ଜୀବନ ପାଲଟିଛି ବୋଝ:ସହାୟତା ଅପେକ୍ଷାରେ ଚମ୍ପା ହଁାସଦା

ବଅଁରପାଳ, ୧୬।୭ (ଡି.ଏନ୍‌.ଏ.) ଦେହରେ ବଳ ଥିବାବେଳେ ନାଲ୍‌କୋ ପ୍ଲାଣ୍ଟରେ ଖଟି ଗୁଜୁରାଣ ମେଣ୍ଟାଉଥିଲେ। ଏବେ ହାତ ଛାଡି ଦେଇଛି ବୟସ। ବୃଦ୍ଧାବସ୍ଥାକୁ ନିସଙ୍ଗ ଓ...

ଜନପ୍ରତିନିଧିଙ୍କ ଆକ୍ରମଣରେ ଯୁବକ ଆହତ

ନୟାଗଡ଼ ଅଫିସ,୨୩-୧୦: ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଗାତେରୀ ପଞ୍ଚାୟତର ଜନପ୍ରତିନିଧିଙ୍କ ଆକ୍ରମଣରେ ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ ଉକ୍ତ ପଞ୍ଚାୟତ ଆଡ଼ିପଡ଼ା...

ଶ୍ରେଣୀଗୃହର ପୁନୁରୁଦ୍ଧାର ଦାବି: ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ନୟାଗଡ଼ ଅଫିସ,୧୪ା୯: ଦିନେ ନୁହେଁ କି ଦୁଇ ଦିନ ନୁହେଁ ୭ ବର୍ଷ ହେଲାଣି ବିପଦସଙ୍କୁଳ ଶ୍ରେଣୀଗୃହରେ ପାଠ ପଢ଼ୁଛନ୍ତି କୋମଳମତି ଛାତ୍ରୀଛାତ୍ର। ବିଦ୍ୟାଳୟ ଶ୍ରେଣୀଗୃହର...

ପରିସ୍ରାଗାର ନିର୍ମାଣ ଦାବି କଲେ ଅଟୋ ଚାଳକ

ଅନୁଗୋଳ ସହର, ୧୧।୨ ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟ ରାଜାଛକ ଅଞ୍ଚଳ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପରିସ୍ରାଗାର ନିର୍ମାଣ ପାଇଁ ବସ୍‌ଷ୍ଟାଣ୍ଡ ଅଟୋଚାଳକଙ୍କ ପକ୍ଷରୁ ସୋମବାର...

ଅନ୍ତର୍ଜାତୀୟ ଏଟିଏମ୍‌ ଠକେଇ ରାକେଟ୍‌ର ପର୍ଦ୍ଦାଫାଶ: ୪ ଗିରଫ

ସମ୍ବଲପୁର,୨୦।୧୨(ବ୍ୟୁରୋ)-ସମ୍ବଲପୁର ଜିଲା ପୋଲିସ ଶୁକ୍ରବାର ଏଟିଏମ୍‌ ଠକେଇ ରାକେଟ୍‌ର ପର୍ଦ୍ଦାଫାଶ କରିଛି। ଏଥିରେ ପୋଲିସ ୪ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବିହାର ନନ୍ଦପୁରର ରାଜେଶ...

Play 250+ Trending Games
Archives

Model This Week

Why Dharitri