Posted inଖେଳ

ମହିଳା ହକି:ଜାପାନକୁ ହରାଇ ଭାରତ ଚାମ୍ପିୟନ

ହିରୋଶିମା, ୨୩ା୬ (ପି.ଟି.)- ଭାରତ ଏଫ୍‌ଆଇଏଚ୍‌ ମହିଳା ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ଦଳ ୩-୧ ଗୋଲରେ ଜାପାନକୁ ପରାସ୍ତ କରିଛି। ଖେଳର ତୃତୀୟ ମିନିଟ୍‌ରେ ଅଧିନାୟିକା ରାଣୀ ରାମପାଲ ଏକ ଗୋଲ ସ୍କୋର କରି ଭାରତକୁ ପ୍ରଥମେ ଅଗ୍ରଣୀ କରାଇଥିଲେ। ତେବେ ୧୧ତମ ମିନିଟ୍‌ରେ ଜାପାନର କାନନ ମୋରିଙ୍କ ଗୋଲ ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ଭଲ ଫର୍ମରେ ଥିବା ଗୁରଜିତ କୌର ପରେ ୪୫ତମ ଓ ୬୦ତମ ମିନିଟ୍‌ରେ ଗୋଲ ସ୍କୋର କରି ଭାରତକୁ ଅଗ୍ରଣୀ କରାଇବା ସହ ମ୍ୟାଚରେ ବିଜୟୀ କରାଇଥିଲେ। ବିଶ୍ୱର ୯ ନମ୍ବର ମାନ୍ୟତାପ୍ରାପ୍ତ ଦଳ ଭାରତ ଶନିବାର ଚିଲିକୁ ପରାସ୍ତ କରି ଫାଇନାଲରେ ପ୍ରବେଶ ସହ ଏଫ୍‌ଆଇଏଚ୍‌ ଅଲିମ୍ପିକ କ୍ୱାଲିଫାୟର୍ସ ୨୦୧୯ ଫାଇନାଲ ରାଉଣ୍ଡ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିସାରିଥିଲା। ରାଣୀ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ବେଳେ ଗୁରଜିତ ଟପ୍‌ ସ୍କୋରର ହୋଇପାରିଛନ୍ତି।
ପ୍ରଥମ କ୍ୱାର୍ଟରରେ ରାଣୀଙ୍କ ଗୋଲର କିଛି ସମୟ ପରେ ଭାରତ ଦ୍ୱିତୀୟ ପେନାଲ୍ଟି କର୍ନନର ସୁଯୋଗ ପାଇଥିଲେ ମଧ୍ୟ କାର୍ଯ୍ୟକାରୀ କରିପାରି ନ ଥିଲା। ପ୍ରଥମ ୧୫ ମିନିଟ ଖେଳରେ ଜାପାନ ଦଳ ମାତ୍ର ଦୁଇଥର ସର୍କଲ ଏଣ୍ଟ୍ରି କରିପାରି ଥିଲେ। ଦ୍ୱିତୀୟ ଥର ସର୍କଲ ଏଣ୍ଟ୍ରି ବେଳେ ୟୁରି ନାଗାଇଙ୍କ ଏକ ପାସ୍‌କୁ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇଥିଲେ କାନନ ମୋରି। ଭାରତୀୟ ଗୋଲକିପର ସବିତା ବଲ୍‌କୁ ରୋକିବା ପାଇଁ ଚେଷ୍ଟା କରିବା ପୂର୍ବରୁ ଏହା ଗୋଲପୋଷ୍ଟ ଭିତରକୁ ଚାଲିଯାଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତ ମଧ୍ୟ ପ୍ରଧାନ୍ୟ ବିସ୍ତାର ଜାରି ରଖିଥିଲା। ଫରଓ୍ବାର୍ଡ ବନ୍ଦନା କାଟାରିୟା ୧୮ତମ ମିନିଟ୍‌ରେ ଏକ ସୁଯୋଗ ହାତଛଡ଼ା କରିଥିଲେ। ସେ ଗୋଲ ପୋଷ୍ଟକୁ ମାରିଥିବା ଶଟ୍‌ ଓ୍ବାଇଡ୍‌ ହୋଇଯାଇଥିଲା। ଅନ୍ୟପକ୍ଷରେ ଜାପାନ ରିଦିମ ଫେରିବାକୁ ଚେଷ୍ଟା କରିଥିଲା। ଫ୍ଲାଙ୍କ ସହାୟତାରେ ଗୋଲ ସୁଯୋଗୁ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା। ମାତ୍ର ସୁଶିଲା ଚାନୁ ପୁଖ୍ରାମବାମ୍‌ ଏବଂ ଲିଲିମା ମିଞ୍ଜ୍‌ ଆଜାପାନିଜ ଆକ୍ରମଣକୁ ପ୍ରତିହତି କରିବାରେ ସଫଳ ରହିଥିଲେ। ପ୍ରଥମାଦ୍ଧଁ ସୁଦ୍ଧା ଖେଳ ୧-୧ରେ ଅମୀମାଂସିତ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଭାରତ ଖେଳକୁ ଅଧିକାଂଶ ସମୟ ନିଜ ନିୟନ୍ତ୍ରଣରେ ରଖିଥିବାଳେ ଗୁରଜିତ ଦୁଇଟି ଗୋଲ ସ୍କୋର କରି ଦଳକୁ ବିଜୟୀ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶ୍ରୀନିବାସନଙ୍କ ଝିଅ ରୂପା ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ, ୪ା୬ (ପି.ଟି.)-‘ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ’ ଅଭିଯୋଗରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବତନ ସଭାପତି ଏନ୍‌. ଶ୍ରୀନିବାସନଙ୍କ ଝିଅ ରୂପା ଗୁରୁନାଥ ଦୋଷୀ...

ସବୁ ଫର୍ମାଟ୍‌ରୁ ପାର୍ଥିବ ପଟେଲଙ୍କ ଅବସର

ନୂଆଦିଲ୍ଲୀ, ୧୦।୧୨(ପି.ଟି.): ଜଣାଶୁଣା ଉଇକେଟକିପର ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲ ବୁଧବାର କ୍ରିକେଟର ସବୁ ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି। ମାତ୍ର ୧୭ ବର୍ଷ ବୟସରେ ଅନ୍ୟତମ...

ଜାତୀୟ ମହିଳା ହକି କ୍ୟାମ୍ପ୍‌: ଫେରିଲେ ରାନୀ

ନୂଆଦିଲ୍ଲୀ, ୨୬।୪(ପି.ଟି.)- ବେଙ୍ଗାଲୁରୁଠାରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଜାତୀୟ ମହିଳା ହକି କ୍ୟାମ୍ପ୍‌ ଲାଗି ହକି ଇଣ୍ଡିଆ ପକ୍ଷରୁ ୬୦ ଜଣିଆ ସମ୍ଭାବ୍ୟ ଖେଳାଳି...

ଭାରତର କାଶା, ନୋଆଙ୍କ ନୂଆ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ, ୨୭ା୬ (ପି.ଟି.): କିରଗିଜସ୍ତାନରେ ଅନୁଷ୍ଠିତ ବିଶ୍ୱ ପାଓ୍ବାର ଲିଫ୍ଟିଂ ଚାମ୍ପିୟନଶିପ୍‌ରେ ଭାରତର କାଶା ନିଆ ସଚଦେବ ଓ ନୋଆ ସାରା ଇଆପେନ୍‌ ବିଶ୍ୱ ରେକର୍ଡ...

ଟାଇଟଲ୍‌ ମ୍ୟାଚ୍‌ରେ ଟସ୍‌ ଜିତିଲା ରାଜସ୍ଥାନ

ଅହମ୍ମଦାବାଦ୍‌,୨୯।୫: ଆଇପିଏଲ୍‌ର ୨୦୨୨ର ଯାତ୍ରା ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟାନ୍ସର ଫାଇନାଲ୍‌ରେ ମୁହାଁମୁହିଁ...

ଟସ୍‌ ଜିତିଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ

ପୁଣେ,୪।୫: ଆଇପିଏଲ ୨୦୨୨ର ୪୯ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ପୁଣେର ଏମସିଏ ଷ୍ଟାଡିୟମରେ ଖେଳାଯାଉଛି । ଚେନ୍ନାଇ...

ମେସିଙ୍କ ଗୋଲ ସତ୍ତ୍ୱେ ହାରିଲା ବାର୍ସିଲୋନା

ସେଭିଲେ,୨୬।୫- ଚାମ୍ପିୟନ୍ସ ଲିଗ୍‌ ସେମିଫାଇନାଲ ପରାଜୟକୁ ଭୁଲିବା ପାଇଁ ବାର୍ସିଲୋନା କୋପା ଡେଲରେ କପ୍‌ ଜିତିବାକୁ ଲକ୍ଷ୍ୟ ରଖିଥିଲା। ହେଲେ ଫାଇନାଲରେ ବାର୍ସିଲୋନା ୨-୧ ଗୋଲରେ...

ଯୁବରାଜଙ୍କୁ ବଡ ଝଟ୍‌କା ଦେଲା ବିସିସିଆଇ

ଚଣ୍ଡିଗଡ,୨୯।୧୨: ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂଙ୍କୁ ବିସିସିଆଇ ଏକ ବଡ଼ ଝଟକା ଦେଇଛି। ଗତ ବର୍ଷ ଅବସର ନେଇଥିବା ଯୁବରାଜ ସୟଦ ମୁସ୍ତାକ ଅଲ୍ଲୀ...

Advertisement
Archives

Model This Week