Posted inଖେଳ

ମହିଳା ବକ୍ସର ମେୟର କୋଭିଡ୍‌-୧୯ ପଜିଟିଭ୍‌

ଓ୍ବାଶିଂଟନ, ୮।୬ (ଏପି): ଆମେରିକୀୟ ପେସାଦାର ମହିଳା ଜୁନିୟର ଲଇଟ୍‌ଓ୍ବେଟ ବକ୍ସର ମିକାଇଲା ମେୟର କୋଭିଡ୍‌-୧୯ରେ ସଂକ୍ରମିତ ବୋଲି ଜଣାପଡିଛି। ଟେଷ୍ଟରେ ପଜିଟିଭ୍‌ ବୋଲି ସେ ରବିବାର ସୋସିଆଲ ମିଡିଆରେ ଘୋଷଣା କରିଥିଲେ। ଫଳରେ କୋଭିଡ୍‌-୧୯ ମହାମାରୀ ପରେ ସେ ଲାସ୍‌ ଭେଗାସ୍‌ରେ ହେବାକୁ ଥିବା ପ୍ରଥମ ମେଜର ବକ୍ସିଂ ପ୍ରତିଯୋଗିତାରୁ ଓହରି ଯାଇଛନ୍ତି।
ଦୁଇଦିନ ପରେ ସେ ଏମ୍‌ଜିଏମ୍‌ ଗ୍ରାଣ୍ଡ ଗାର୍ଡେନ ଏରିନାରେ ମଙ୍ଗଳବାର ଆୟୋଜନ ହେବାକୁ ଥିବା ଟପ୍‌ ର଼୍ୟାଙ୍କ ଶୋ ତଥା ହେଲେନ ଜୋସେଫ୍‌ଙ୍କ ବିପକ୍ଷ ବାଉଟ୍‌ରେ ଅବତୀର୍ଣ୍ଣ ହୋଇଥାନ୍ତେ। ଉଲ୍ଲେଖଥାଉ କି, ୨୯ ବର୍ଷୀୟ ମେୟର ହେଉଛନ୍ତ ପୂର୍ବତନ ୟୁଏସ୍‌ ଅଲିମ୍ପିୟାନ ଓ ୧୩୦- ପାଉଣ୍ଡ ଡିଭିଜନ୍‌ରେ ଜଣେ ଉଦୀୟମାନ ତାରକା। ତାଙ୍କଠାରେ କୌଣସି ଲକ୍ଷଣ ଦେଖା ଦେଇ ନ ଥିଲେ ମଧ୍ୟ ସେ ପଜିଟିଭ୍‌ ବୋଲି ଶନିବାର ଟେଷ୍ଟରୁ ଜଣାପଡିଛି। ମୋ ଟିମ୍‌ର ବାକି ଖେଳାଳି ନେଗେଟିଭ୍‌ ଅଛନ୍ତି ଓ ସେମାନଙ୍କ ସ୍ବାସ୍ଥ୍ୟ ବେଶ୍‌ ଭଲ ରହିଛି ବୋଲି ମେୟର କହିଛନ୍ତି। ଏବେ ନିଜ ସହିତ ମୋ ଟମ୍‌, ସମର୍ଥକ ଓ ବିପକ୍ଷ ଖେଳାଳିଙ୍କୁ ନିରାଶ କରିଛି ବୋଲି ମେୟର କହିଛନ୍ତି। ମେୟର ଜୋସେଫଙ୍କ ବିପକ୍ଷରେ ୧୦ ରାଉଣ୍ଡ ବିଶିଷ୍ଟ ବାଉଟ୍‌ରେ ଅବତୀର୍ଣ୍ଣ ହୋଇଥାନ୍ତେ। ଚଳିତ ବର୍ଷ ଶେଷ ଆଡକୁ ଓ୍ବାଲର୍‌ଡ ଟାଇଟଲ ଲଢେଇରେ ଅବତୀର୍ଣ୍ଣ ହେବା ତାଙ୍କର ଲକ୍ଷ୍ୟ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର…

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

ଭାଜପାକୁ ବଡ଼ ଝଟକା, ଦଳ ଛାଡି କଂଗ୍ରେସରେ ମିଶିଲେ ବିଧାୟକ

ବେଙ୍ଗାଲୁରୁ,୧୪।୯: ଭାଜପାର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ଓବିସି (OBC) ମୋର୍ଚ୍ଚା ସଭାପତି ଏନ.ଏଲ. ନରେନ୍ଦ୍ର ବାବୁ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ‘ଭାରତ ଯୋଡ଼ୋ’…

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

ଆସିଲା ବଡ଼ ଖବର: ପୁଣି ବଢ଼ିବ LPG ସିଲିଣ୍ଡର ଦାମ୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୪।୯: ସମଗ୍ର ବିଶ୍ୱ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପ୍ରଭାବ ବହନ କରୁଛି। ଶକ୍ତି ଯୋଗାଣରେ ବାଧା ସୃଷ୍ଟି ହେବା ଯୋଗୁଁ ଇନ୍ଧନ ମୂଲ୍ୟ…

ଗଣେଶ ଚତୁର୍ଥୀରେ ହଠାତ୍ କମିଗଲା ସୁନା ଦର, ରୁପା ବି ହେଲା ଶସ୍ତା

ନୂଆଦିଲ୍ଲୀ,୧୪ା୯: ସୁନା ଓ ରୁପା ଦରରେ ଗତ କିଛି ଦିନ ହେବ ଉତ୍‌ଥାନ-ପତନ ଲାଗି ରହିଛି । ସେପ୍ଟେମ୍ବର ୧୪, ଗଣେଶ ଚତୁର୍ଥୀ ଅବସରରେ ସୁନା କିଣିବାକୁ…

ପରିତ୍ୟକ୍ତ ଅବସ୍ଥାରେ ଜମ୍ବୁ ବ୍ରିଟିଶ ଲାଲ୍‌ କୋଠା, ଭୁଲ୍‌ କଲେ ଓଡ଼ିଶା ଲୋକଙ୍କୁ ଏଠାରେ ମିଳୁଥିଲା ଦଣ୍ଡ, ଆଉ ଏବେ…

ମହାକାଳପଡ଼ା,୧୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ବ୍ରିଟିଶ ଲାଲ କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଏହା ଓଡ଼ିଶାର ବ୍ରିଟିଶ ଶାସକମାନଙ୍କ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?