ମହାରାଷ୍ଟ୍ର ଫେରନ୍ତା ୭ପ୍ରବାସୀ ଶ୍ରମିକ କରୋନା ପଜିଟିଭ୍‌

ଲକ୍ଷ୍ନୌ,୨।୫: ଲକ୍‌ଡାଉନ ଭିତରେ ବିଭିନ୍ନ ରାଜ୍ୟରୁ ନିଜ ଭିଟାମାଟିକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ନିକଟରେ କରୋନା ସଂକ୍ରମଣ ମାମଲା ବଢ଼ୁଥିବା ନଜର ଆସିଛି। କିଛି ଏଭଳି ଖବର ଆସିଛି ଉତ୍ତରପ୍ରଦେଶର ବସ୍ତି ଜିଲାରୁ। ବସ୍ତି ଜିଲାକୁ ମହାରାଷ୍ଟ୍ରରୁ ଫେରିଥିବା ୭ ପ୍ରବାସୀ ଶ୍ରମିକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ବସ୍ତି ଜିଲାପାଳ ସୂଚନା ଦେଇ କହିଛନ୍ତି, ଚିହ୍ନଟ ହୋଇଥିବା ଆକ୍ରାନ୍ତ ସମସ୍ତେ ସରକାରୀ ବସ୍‌ରେ ଯାତ୍ରା କରି ମହାରାଷ୍ଟ୍ରରୁ ଝାନ୍ସି ଦେଇ ବସ୍ତିରେ ପହଞ୍ଚିଥିଲେ। ଏହାପରେ ସେମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିବା ବେଳେ ରିପୋର୍ଟରେ କରୋନା ପଜିଟିଭ୍‌ ବାହାରିଛି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶରେ ଶନିବାର ସକାଳ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୦୨୪ରେ ପହଞ୍ଚିଛି। ସେଥିମଧ୍ୟରୁ ୬୫୪ ଜଣ ସୁସ୍ଥ ହୋଇଥିବା ବେଳେ ୪୨ଜଣଙ୍କର ମୃତ୍ୟୁ ଘଟିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମସ୍ତିଷ୍କ ଜ୍ୱର ପ୍ରଭାବିତ ଅଞ୍ଚଳର ଏନ୍‌ଭାରନୋମେଣ୍ଟାଲ ଷ୍ଟଡି ଦରକାର ବୋଲି କହିଲେ ନୀତୀଶ

ପାଟନା,୧୮।୬: ବିହାରରେ ମସ୍ତିଷ୍କ ଜ୍ୱରରେ ଏବେ ସୁଦ୍ଧା ପାଖାପାଖି ଶହେ ଶିଶୁଙ୍କ ମୃତ୍ୟୁ ହେଲାଣି। ଯାହା ଏବେ ନୀତୀଶ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।...

ନିର୍ବାଚନରେ ଅଧିକ ଖର୍ଚ୍ଚ: ସନ୍ନି ଦେଓଲ୍‌ଙ୍କ ସମସ୍ୟା ବଢ଼ିଲା

ଗୁରଦାସପୁର,୭।୭: ପଞ୍ଜାବ ଗୁରଦାସପୁର ଲୋକ ସଭା ଆସନର ଭାଜପା ଏମ୍‌ପି ସନ୍ନି ଦେଓଲଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ନିର୍ବାଚନରେ ସେ ଅଧିକ ଖର୍ଚ୍ଚ କରିଥିବା ଅଭିଯୋଗ...

୧୦୭୪ ଟ୍ରେନ୍‌ରେ ଫେରିଲେଣି ୧୪ ଲକ୍ଷ ଶ୍ରମିକ

ନୂଆଦିଲ୍ଲୀ,୧୭।୫(ପି.ଟି.): ଲକ୍‌ଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇ ନେବା ଲାଗି ରେଲଓ୍ବେ ମେ’ ୧ ତାରିଖରୁ ଶ୍ରମିକ ସ୍ପେଶିଆଲ ଟ୍ରେନ୍‌...

କଂଗ୍ରେସର ଅଧ୍ୟକ୍ଷ ଚୟନ ପ୍ରକ୍ରିୟାରେ ଭାଗ ନେଲେ ନାହିଁ ସୋନିଆ, ରାହୁଲ

ନୂଆଦିଲ୍ଲୀ,୧୦।୮: କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଶନିବାର ଅଧ୍ୟକ୍ଷ ପଦକୁ ନେଇ କିଛି ସମାଧାନ ଆସିବ ବୋଲି ଅନୁମାନ କରାଯାଉଥିଲା। ହେଲେ ବୈଠକରେ ଯୋଗ ଦେବା...

ଜମ୍ମୁ-କଶ୍ମୀରର ଅନନ୍ତନାଗରେ ୧୨,୧୨୫ ଫୁଟ ଉଚ୍ଚରେ ଉଡିଲା ତ୍ରିରଙ୍ଗା

ଅନନ୍ତନାଗ,୧୫।୮: ସମଗ୍ର ଦେଶରେ ରବିବାର ୭୫ତମ ସ୍ବାଧୀନତା ଦିବସ ପାଳନ କରାଯାଉଛି। ଏହି କ୍ରମରେ ଜମ୍ମୁ-କଶ୍ମୀରରେ ୧୨,୧୨୫ ଫୁଟ ଉଚ୍ଚରେ ଉଡିଛି ତ୍ରିରଙ୍ଗା। ଭାରତୀୟ ଯବାନମାନେ...

୧୧ ହଜାର ଲୋକଙ୍କ ପାଇଁ ଜଣେ ଡାକ୍ତର

ନୂଆଦିଲ୍ଲୀ,୨୪ା୩: ଭାରତରେ କରୋନା(କୋଭିଡ୍‌-୧୯) ସଂକ୍ରମଣ ସମ୍ପ୍ରତି ବଢ଼ିବାରେ ଲାଗିଛି। ଏଭଳି ସ୍ଥଳେ ଏକ ବିରାଟ ପ୍ରଶ୍ନ ଉଠିଛି ଯେ, ଭାରତର ସ୍ବାସ୍ଥ୍ୟସେବା କ୍ଷେତ୍ର କରୋନାକୁ ମୁକାବିଲା...

ଗିରଫ ହେଲେ ୟସ୍‌ ବ୍ୟାଙ୍କର ଫାଉଣ୍ଡର ରାଣା

ମୁମ୍ବାଇ,୮।୩: ୟସ୍‌ ବ୍ୟାଙ୍କ ଫାଉଣ୍ଡର ରାଣା କପୁରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପାଖାପାଖି ୨୦ ଘଣ୍ଟା ଜେରା କରିବା ପରେ ରବିବାର ଗିରଫ କରିଛି। ଇଡି ରାଣାଙ୍କୁ...

ପ୍ରଥମଥର ଆପ୍‌ ମାଧ୍ୟମରେ ଏନ୍‌ପିଆର୍‌ ପାଇଁ ହେବ ଜନଗଣନା

ନୂଆଦିଲ୍ଲୀ,୨୪।୧୨: ମୋଦି କ୍ୟାବିନେଟର ମଙ୍ଗଳବାର ହୋଇଥିବା ବୈଠକରେ National Population Register (NPR)ବା ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର(ଏନ୍‌ପିଆର୍‌)କୁ ମଞ୍ଜୁରୀ ମିଳିଛି। ସରକାର ୧ ଏପ୍ରିଲରୁ ୩୦...

Advertisement


Archives

Model This Week