Posted inଜାତୀୟ

ମହାରାଷ୍ଟ୍ରରେ ଚାଷୀଙ୍କ ପାଇଁ ଖୁସି ଖବର: ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣଛାଡ କଲେ ସରକାର

ମୁମ୍ବାଇ,୬।୩: ମହାରାଷ୍ଟ୍ର ବିଧାନସଭାରେ ଶୁକ୍ରବାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ମହାରାଷ୍ଟ୍ରରେ ଶାସନ କ୍ଷମତା ହାତେଇଥିବା ଶିବସେନାର ଏହା ପ୍ରଥମ ବଜେଟ। ଗୃହରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଅଜିତ ପାଓ୍ବାର ଚଳିତ ବର୍ଷର ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି। ଉକ୍ତ ବଜେଟରେ ଚାଷୀଙ୍କ ପାଇଁ ଖୁସି ଖବର ରହିଛି। ରାଜ୍ୟରେ ୨ଲକ୍ଷ ଚାଷୀଙ୍କର ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣଛାଡ କରାଯିବାକୁ ଘୋଷଣା କରାଯାଇଛି। ସେହପରି ମହାରାଷ୍ଟ୍ରରେ ୮୦ ପ୍ରତିଶତ ସ୍ଥାନୀୟ ଲୋକଙ୍କୁ ରୋଜଗାର ଯୋଗାଇଦେବା ପାଇଁ ସରକାର ଆଇନ ତିଆରି କରିବେ ବୋଲି ପାଓ୍ବାର ଏହି ବଜେଟ ମାଧ୍ୟମରେ କହିଛନ୍ତି। ଏଥିସହ ରାଜ୍ୟରେ ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି କରାଯିବା ସହ ନୂଆ ମେଡିକାଲ କଲେଜ ମଧ୍ୟ ଖୋଲାଯିବ। ଚଳିତ ବର୍ଷ ବଜେଟ ସାଧାରଣ ଲୋକ ଓ ଚାଷୀଙ୍କୁ ସୁହାଇଲା ବୋଲି କରାଯାଇଥିବା କୁହାଯାଉଛି। ଅପରପକ୍ଷେ ବଜେଟ ଉପସ୍ଥାନ ପୂର୍ବରୁ ପାଓ୍ବାର ଏକ ଆର୍ଥିକ ସର୍ଭେ ଉପସ୍ଥାପନ କରିଥିଲେ। ଏହି ସର୍ଭେ ଅନୁସାରେ ଗତବର୍ଷ ଅପେକ୍ଷା ମହାରାଷ୍ଟ୍ରରେ ଚଳିତ ବର୍ଷ ୫୭ହଜାର କୋଟି ଟଙ୍କା ବା ପ୍ରାୟ ୪୭୧୬୪୨ କୋଟି ଟଙ୍କାର ଋଣ ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିକ୍ଟୋରିଆ ମେମୋରିଆଲର ନାଁ ପରିବର୍ତ୍ତନ କରିବାକୁ ଚାହୁଁଛି ଭାଜପା

ନୂଆଦିଲ୍ଲୀ,୧୩।୧: କୋଲକାତା ପୋର୍ଟ ଟ୍ରଷ୍ଟର ନାମ ପରିବର୍ତ୍ତନ କରିବା ପରେ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ଭିକ୍ଟୋରିଆ ମେମୋରିଆଲର ନାଁ ପରିବର୍ତ୍ତନ କରିବାକୁ ଚାହୁଁଥିବା ଶୁଣିବାକୁ...

ବିମାନରେ ବିଗିଡିଲା ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲ୍‌ରେ ମୃତ୍ୟୁ

ନୂଆଦିଲ୍ଲୀ,୧୧।୯: ଦୁବାଇରୁ କୋଚି ଅଭିମୁଖେ ଯାତ୍ରା କରୁଥିବା ଜଣେ ମହିଳା ବିମାନରେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ। ପରେ ତାଙ୍କୁ କୋଚିର ଏକ ଡାକ୍ତରଖାନାରେ ମୃତ ଘୋଷଣା...

ପୁଣି ଅର୍ପିତାଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

କୋଲକତା,୨୭।୭: ପଶ୍ଚିମବଙ୍ଗ ଶିକ୍ଷକ ଦୁର୍ନୀତି ମାମଲାରେ ଗିରଫ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଅଡୁଆ ବଢିବାରେ ଲାଗିଛି। ବୁଧବାର ଇଡି ଟିମ୍‌ ତାଙ୍କ...

ରାହୁଲଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି

ନୂଆଦିଲ୍ଲୀ,୨୭ା୪(ପି.ଟି.): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ଶୁକ୍ରବାର ବିହାରର ସମସ୍ତିପୁର, ଓଡିଶାର ବାଲେଶ୍ୱର ଏବଂ ମହାରାଷ୍ଟ୍ରର ସାଙ୍ଗମନେରରେ ନିର୍ବାଚନୀ ସଭା ଥିଲା। ତେବେ ଚାର୍ଟାର୍ଡ ବିମାନରେ...

ଜିହ୍ନାଙ୍କୁ ପ୍ରଶଂସା କଲେ ଶତ୍ରୁଘ୍ନ

ଭୋପାଳ,୨୭।୪: ବଲିଉଡ୍‌ ଅଭିନେତା ଶତ୍ରୁଘ୍ନ ସିହ୍ନା ମହମ୍ମଦ୍‌ ଅଲ୍ଲୀ ଜିହ୍ନାଙ୍କୁ ପ୍ରଶଂସା କରିଛନ୍ତି। ମଧ୍ୟପ୍ରଦେଶ ଚିନ୍ଦଓ୍ବାରାରେ ଏକ ନିର୍ବାଚନୀ ସଭାରେ ଶତ୍ରୁଘ୍ନ କହିଥିଲେ ଯେ, ସର୍ଦ୍ଧାର...

ଅଶ୍ଳୀଳତା-ଶିଶୁ ଯୌନ ଶୋଷଣ ଉପରେ ଅଧ୍ୟୟନ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ…

ନୂଆଦିଲ୍ଲୀ, ୧୨।୯ : ଇଣ୍ଟରନେଟରେ ଅଶ୍ଳୀଳତା (ପୋନୋଗ୍ରାଫି) ଉପଲବ୍ଧତା ଏବଂ ଶିଶୁ ଯୌନ ଶୋଷଣ ମାମଲା ମଧ୍ୟରେ ଥିବା ଚିନ୍ତାଜନକ ସମ୍ପର୍କ ଉପରେ ଅଧ୍ୟୟନ ପାଇଁ...

ନକଲି ଭେଣ୍ଟିଲେଟରରେ ଅଣନିଃଶ୍ୱାସୀ ଗୁଜରାଟ ମଡେଲ

ଗାନ୍ଧୀନଗର, ୨୦ା୫: ନକଲି ଭେଣ୍ଟିଲେଟରରେ ଅଣନିଃଶ୍ୱାସୀ ଗୁଜରାଟ ମଡେଲ। କୋଭିଡ୍‌-୧୯ ସଙ୍କଟ ସମୟରେ ରୋଗୀଙ୍କ ଜୀବନକୁ ଅଧିକ ବିପଦରେ ପକାଇ ଦେଇଛି ଘରୋଇ କମ୍ପାନୀ ଦ୍ୱାରା...

ଖୁବ୍‌ଶୀଘ୍ର ସ୍ପୁଟ୍‌ନିକ ଭି

ନୂଆଦିଲ୍ଲୀ, ୧୫।୪: ଭାରତରେ କୋଭିଡ୍‌ ଟିକାକରଣରେ ତୃତୀୟ ଟିକା ଭାବେ ସାମିଲ ହେବାକୁ ଯାଉଥିବା ସ୍ପୁଟ୍‌ନିକ ଭି ଖୁବ୍‌ଶୀଘ୍ର ଭାରତରେ ପହଞ୍ଚତ୍ବ। ଭାରତରେ ଏହାର ପାର୍ଟନର...

Advertisement
Archives

Model This Week