Posted inଖେଳ

ମହାମୁକାବିଲା ପୂର୍ବରୁ ଭାରତ-ପାକିସ୍ତାନ ଭିତରେ ବିଜ୍ଞାପନ ଯୁଦ୍ଧ: ଭାରତ ନେଲା ଅଭିନନ୍ଦନଙ୍କ ପ୍ରତିଶୋଧ

ନୂଆଦିଲ୍ଲୀ,୧୫।୬: ଭାରତ-ପାକିସ୍ତାନ ମଧ୍ୟରେ ବହୁ ପ୍ରତିକ୍ଷୀତ ଆଇସିସି ଓ୍ବାଲ୍ଡ କପ୍‌ ମ୍ୟାଚ ରବିବାର ମେଞ୍ଚଷ୍ଟାରରେ ଅନୁଷ୍ଠିତ ହେବାକୁ ଯାଉଛି। ହେଲେ ଗ୍ରାଉଣ୍ଡ ଫ୍ଲୋରରେ ମୁହାଁମୁହିଁ ହେବା ପୂର୍ବରୁ ଦୁଇ ଦେଶ ମଧ୍ୟରେ ବିଜ୍ଞାପନ ଜରିଆରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଯାଇଛି। ସୋସିଆଲ ମିଡିଆରେ ଏକ ବିଜ୍ଞାପନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟିରେ ଦୁଇ ଦେଶର ପ୍ରତିନିଧି ପରସ୍ପରର ମଜାକ୍‌ ଉଡ଼ାଇବା ସହ ଅପମାନିତ କରୁଥିବା ଦେଖିବାକୁ ମିଳିଛି। ହେଲେ ଶେଷରେ ଭାରତୀୟ ପ୍ରଶଂସକର ବିଜୟ ହୋଇଥିବା ନଜର ଆସିଛି। ଭିଡିଓଟିରେ ଜଣେ ଭାରତୀୟ ପ୍ରଶଂସକ ସେଲୁନରେ ବସି କ୍ରିକେଟ ମ୍ୟାଚ୍‌ ଦେଖୁଥିବା ବେଳେ ସେହି ସମୟରେ ପାକିସ୍ତାନର ପ୍ରଶଂସକ ଆସି ତାଙ୍କୁ ଏକ ରୁମାଲ୍‌ ଗିଫ୍ଟ କରିଥାନ୍ତି। ମ୍ୟାଚ୍‌ ହାରିବା ପରେ ଏହା ମୁହଁ ଲୁଚାଇବା ପାଇଁ କାମରେ ଆସିବ ବୋଲି କହିଥାନ୍ତି। ଏହାପରେ ବାରିକ ଜଣଙ୍କ ତାଙ୍କର ଦାଢ଼ି କାଟିବା ସମୟରେ ଅଭିନନ୍ଦନଙ୍କ କଟ୍‌ ଦେଇ ଦିଅନ୍ତି। ଏହାକୁ ଦେଖି ପାକିସ୍ତାନ ପ୍ରଶଂସକ ବାହାରକୁ କିପରି ଯିବେ ଭାବି ଚିନ୍ତିତ ଥିବା ବେଳେ ଭାରତୀୟ ପ୍ରଶଂସକ ତାଙ୍କୁ ରୁମାଲ୍‌ ବଢ଼ାଇ ଦେଇ ମୁହଁ ଲୁଚାଇ ଯାଅ ବୋଲି କୁହନ୍ତି। ଏହି ଭିଡିଓକୁ ୟୁଟ୍ୟୁବରେ ‘ଭି ସେଭେନ ପିକଚର୍ସ’ ନଁାରେ ଅପଲୋଡ କରାଯାଇଛି। ଅପଲୋଡ କରିବାର ୨୦ ଘଣ୍ଟା ମଧ୍ୟରେ ଏହାକୁ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି। ଏହି ବିଜ୍ଞାପନକୁ ନେଇ ଏବେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ଏହି ଭିଡିଓଟିରେ ଭାରତକୁ ପରୋକ୍ଷ ଭାବରେ ପାକିସ୍ତାନର ବାପା ବୋଲି ଦର୍ଶାଯାଇଛି। କିଛି ଦିନ ପୂର୍ବରୁ ପାକିସ୍ତାନର ସ୍ପୋଟର୍‌ସ ଚ୍ୟାନେଲ ଜୋଜ ଟିଭି ପକ୍ଷରୁ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଚା’ ପିଉଥିବା ଭଳି ଏକ ଭିଡିଓ ସାମ୍‌ନାକୁ ଆସିଥିଲା। ଅଭିନନ୍ଦନଙ୍କ ଭଳି ନିଶ ରଖିବା ସହ ତାଙ୍କ ପରି ଚା’ ପିଉଥିବା ବିଜ୍ଞାପନରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଲୋ ଇଣ୍ଡିଆ ନାମରେ ଠକେଇ ପାଇଁ ୩ ଗିରଫ

ନୂଆଦିଲ୍ଲୀ, ୭ା୧୧ (ପି.ଟି.)-ଆଥଲେଟ୍‌ମାନଙ୍କୁ ପ୍ରତାରଣା କରିଥିବା ଅଭିଯୋଗରେ ଉତ୍ତର ପ୍ରଦେଶ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ପୂର୍ବତନ କବାଡ଼ି ଖେଳାଳି...

ହାତ ମିଳାଇବାକୁ ମନା କଲେ ସ୍ନୁକର ଷ୍ଟାର ଓସୁଲିଭାନ

ଲଣ୍ଡନ,୧୩।୧୨(ଏଏଫ୍‌ପି)- ସ୍ନୁକର କିମ୍ବଦନ୍ତୀ ରୋନି ଓସୁଲିଭାନ ନିଜ ଜାଜ୍ୱଲ୍ୟମୟ କ୍ୟାରିୟରରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ସ୍କଟିଶ ଓପନ ଟୁର୍ନାମେଣ୍ଟରେ ଏକ ମ୍ୟାଚ୍‌ ପୂର୍ବରୁ...

ସୋସିଆଲ ମିଡିଆରେ ଉଡିଲା କୋହଲିଙ୍କ ମଜାକ୍‌: ଜାଣନ୍ତୁ କାହିଁକି

ଲଣ୍ଡନ,୬।୮: ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଜେମ୍ସ ଆଣ୍ଡରସନଙ୍କ ଉପରେ ପ୍ରଶ୍ନ ପଚରାଯାଇଥିଲା।...

ଆମେରିକାର ଗୋଲ୍‌ ବର୍ଷା

ଭୁବନେଶ୍ୱର, ୧୨।୧୦(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଆରମ୍ଭ ହୋଇଛି ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌। ଭାରତ ଏହାର ପ୍ରଥମ ମ୍ୟାଚରେ ଉଚ୍ଚ...

ଟିମ୍‌ ଇଣ୍ଡିଆରେ ହୋଇପାରେ ଏସବୁ ପରିବର୍ତ୍ତନ

ନୂଆଦିଲ୍ଲୀ,୨୬।୬: ଆମକୁ ଦିନିକିଆ ଭଳି ଟେଷ୍ଟରେ ମଧ୍ୟ ଦଳର ଆବଶ୍ୟକତା ଅନୁଯାୟୀ ଖେଳି ପାରୁଥିବା ଖେଳାଳି ଦରକାର। ବିଶ୍ୱ ଟେଷ୍ଟ ଚାମ୍ପିୟନ ଫାଇନାଲରେ ପରାଜୟ ପରେ...

ଶେଷ ମ୍ୟାଚ୍‌ରେ ଷ୍ଟୋକ୍ସଙ୍କ ଆଖିରୁ ଝରିଲା ଲୁହ

ଲଣ୍ଡନ,୨୦।୭: ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସ ମଙ୍ଗଳବାର ତାଙ୍କ କ୍ୟାରିୟରର ଶେଷ ଦିନିକିଆ ଖେଳିବାକୁ ପଡିଆକୁ ଓହ୍ଲାଇଥିଲେ। ଷ୍ଟାଡିୟମରେ ତାଙ୍କର ବହୁ ସଂଖ୍ୟକ ପ୍ରଶଂସକ ଉପସ୍ଥିତ...

ଓ୍ବେଷ୍ଟଇଣ୍ଡିଜ ଟୁର୍‌ ପାଇଁ ଦଳ ଚୟନ ୧୯ରେ

ନୂଆଦିଲ୍ଲୀ, ୧୬ା୭ (ପି.ଟି.)-ଆସନ୍ତାମାସରେ ଓ୍ବେଷ୍ଟଇଣ୍ଡିଜ ଟୁର୍‌ ପାଇଁ ଭାରତୀୟ କ୍ରିକେଟ ଦଳ ଚୟନ ଚଳିତ ମସ ୧୯ ତାରିଖରେ ହେବ। ଅଗଷ୍ଟ ୩ରୁ ଆୟୋଜକ ଦେଶ...

କଳା ଫିତା ବାନ୍ଧି ପଡ଼ିଆକୁ ଓହ୍ଲାଇଲେ ଖେଳାଳି

ମୁମ୍ବାଇ,୧୫।୫: ଆଇପିଏଲ୍‌ ୨୦୨୨ର ୬୨ତମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ଗୁଜରାଟ ଟାଇଟାନ୍ସ (ଜିଟି) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଉଭୟ ଦଳର...

Advertisement
Archives

Model This Week