ମହାପ୍ରଭୁଙ୍କ ଜମିର ହିସାବ ନାହିଁ: ଅଧାଗିଳା ଅବସ୍ଥାରେ ଟଙ୍କା

ପୁରୀ ଅଫିସ,୯।୩: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ବିଶ୍ୱବାସୀଙ୍କ ଆସ୍ଥା ଓ ବିଶ୍ୱାସ ରହିଛି। ତାଙ୍କ ସାନ୍ନିଧ୍ୟ ପାଇବା ପାଇଁ କାହିଁ କେତେ ଦୂରରୁ ଭକ୍ତମାନେ ଛୁଟି ଆସୁଛନ୍ତି। ଆଉ ମହାପ୍ରଭୁଙ୍କ ସେବା କରିବାର ଯିଏ ସାମାନ୍ୟ ସୁଯୋଗ ପାଇଛି ସେ ନିଜକୁ କୃତାର୍ଥ ମନେ କରୁଛନ୍ତି। ହେଲେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଠାକୁରଙ୍କ ସମ୍ପତ୍ତିକୁ ବି ହାତେଇବାକୁ ପଛାଉ ନାହାନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମି ଏବଂ ଟଙ୍କାକୁ ଦେଖିଲେ ଏହାର ପ୍ରାସଙ୍ଗିକତା ରହିଛି। ଠାକୁରଙ୍କର ପ୍ରାୟ ୨୫ହଜାର ଏକର ଜମିର ହିସାବ ନ ଥିବାବେଳେ ଏବେ ମହାପ୍ରଭୁଙ୍କ ଟଙ୍କା ଅଧାଗିଳା ଅବସ୍ଥାରେ ରହିଛି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରାୟ ୬୦,୪୨୬ ଏକର ଜମି ରହିଛି। ଏହି ଜମି ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ବିହାର ଓ ଛତିଶଗଡ଼ ରାଜ୍ୟରେ ଅଛି। କିନ୍ତୁ ଅନେକ ସ୍ଥାନରେ ଲୋକେ ଏହି ଜମିକୁ ମାଡ଼ି ବସିଛନ୍ତି। ଫଳରେ ଠାକୁରଙ୍କ ମୋଟ ସମ୍ପତ୍ତିର ରେକର୍ଡ ଅଫ୍‌ ରାଇଟ୍ସ (ଆର୍‌ଓଆର୍‌) ଶ୍ରୀମନ୍ଦିର ପ୍ରଶାସନ ନିକଟରେ ନାହିଁ। ଗତ ମାସ ୨୫ତାରିଖରେ ବିଧାନସଭାରେ ଆଇନମନ୍ତ୍ରୀ ରଖିଥିବା ତଥ୍ୟ ଅନୁଯାୟୀ, ମହାପ୍ରଭୁଙ୍କର ୬୦୪୨୬.୯୪୩ ଏକର ଜମି ଚିହ୍ନଟ କରାଯାଇଛି। ଏଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୪୮୦୩. ୦୧୩ ଏକର ଜମିର ଆର୍‌ଓଆର୍‌ ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହିଛି। ତେବେ ମନ୍ତ୍ରୀଙ୍କ ଏହି ତଥ୍ୟ ପ୍ରଦାନ ପରେ ପ୍ରାୟ ୨୫ ହଜାର ଏକର ଜମିର ହିସାବ ସରକାରଙ୍କ ପାଖରେ ନ ଥିବା ସ୍ପଷ୍ଟ ହୋଇଛି। ଅପରପକ୍ଷେ ମହାପ୍ରଭୁଙ୍କ ଜମିକୁ ବେଆଇନ ଭାବେ ଜବରଦଖଲ କରିଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରାଯାଇଛି। ଏହି ଜବରଦଖଲକୁ ଉଚ୍ଛେଦ କରାଯିବା ନିମନ୍ତେ ୮୬୪ଟି ମାମଲା ସମ୍ପୃକ୍ତ ତହସିଲଦାରଙ୍କ ନିକଟରେ ମନ୍ଦିର ପ୍ରଶାସନ ପକ୍ଷରୁ ଦାଏର କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ। ୨୫ ହଜାର ଏକର ଜମିର ସ୍ଥିତି କ’ଣ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ନ ଥିବାବେଳେ ଏବେ ମହାପ୍ରଭୁଙ୍କ ଟଙ୍କା ବି ସଂକଟରେ। ୟେସ୍‌ ବ୍ୟାଙ୍କରେ ଥିବା ୫୪୫ କୋଟି ଟଙ୍କା ଫେରିବ ନା ବୁଡ଼ିଯିବ ତାହା ଆଶା ଆଶଙ୍କାରେ ଥିବାବେଳେ ଏହାକୁ ନେଇ ଝଡ଼ ସୃଷ୍ଟି ହୋଇଛି।
ବ୍ୟକ୍ତିଗତ ଫାଇଦା ହାସଲ କରି କେତେଜଣ ଅଧିକାରୀ ଏଭଳି ଚଞ୍ଚକତା କରିଛନ୍ତି। ମହାପ୍ରଭୁଙ୍କ ଟଙ୍କାକୁ ସଂକଟକୁ ଠେଲି ନିଜେ ସନ୍ତୁଷ୍ଟି ହୋଇଛନ୍ତି। ବିଦେଶ ଗସ୍ତ ସହ ମଉଜ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ଜାତୀୟକରଣ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା କରାଯାଉଥିଲା। କିନ୍ତୁ ଗତବର୍ଷ ଜାତୀୟକରଣ ବ୍ୟାଙ୍କରୁ ଟଙ୍କା ଉଠାଯାଇ ୟେସ୍‌ ବ୍ୟାଙ୍କରେ ୫୯୨ କୋଟି (୫୪୫ କୋଟି ସ୍ଥାୟୀ ଜମା ଓ ୪୭ କୋଟି ଫ୍ଲେକ୍ସି ଜମା) ଟଙ୍କା ରଖାଯାଇଥିଲା। ଏ କଥା ଜଣାପଡ଼ିିବା ପରେ ପରିଚାଳନା କମିଟିରେ ଏହାକୁ ନେଇ ତୁମ୍ବିତୋଫାନ ହୋଇଥିଲା। ବିଭିନ୍ନ ସଙ୍ଗଠନ ବିକ୍ଷୋଭ କରିବା ସହ ଥାନାରେ ଏତଲା ଦେଇଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ଚଞ୍ଚକତାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ।
ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ୟେସ୍‌ ବ୍ୟାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ଥିବା ଜଣାପଡ଼ିବା ପରେ ତିରୁପତି ମନ୍ଦିର ଟଙ୍କାକୁ ଯଦି ସେଠାକାର ପ୍ରଶାସନ ଉଠାଇ ନେଲେ ତେବେ ଓଡ଼ିଶା ସରକାର କାହିଁକି ଚୁପ୍‌ ରହିଲେ ବୋଲି ପ୍ରଶ୍ନ କରିଛନ୍ତି। ତେବେ ମହାପ୍ରଭୁଙ୍କ ଟଙ୍କା ଫେରିପାଇବା ପାଇଁ ଆର୍‌ବିଆଇକୁ ଚିଠି ଲେଖାଯାଇଥିବା ଶାସକ ଦଳ ପକ୍ଷରୁ କୁହାଯାଉଥିଲେ ବି ୟେସ୍‌ ବ୍ୟାଙ୍କର ବର୍ତ୍ତମାନ ସ୍ଥିତିକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ଏମିତି ଅଧାଗିଳା ଅବସ୍ଥାରେ ଥିବାରୁ ଏହା ଫେରିବ ନା ବୁଡ଼ିଯିବ ତା’ ଉପରେ ଏବେ ସମସ୍ତଙ୍କ ନଜର।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପୀଡ଼ିତ ଛାତ୍ରୀଙ୍କ ଆଶା ସୋନୁ

କୋରୁକୋଣ୍ଡା,୨୨।୮(ଡି.ଏନ୍‌.ଏ.): ବନ୍ୟାରେ ଘରଦ୍ୱାର ହରାଇଥିବା ଜଣେ ଆଦିବାସୀ ଛାତ୍ରୀଙ୍କ ପାଇଁ ଆଶାର କିରଣ ପାଲଟିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ। ବହିପତ୍ର ନଷ୍ଟ ହୋଇଯାଇଥିବାରୁ ଛାତ୍ରୀ...

୩୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭଦ୍ରକ ଅଫିସ,୩୧।୩: ଭଦ୍ରକରୁ ପୁଣି ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି। ମଙ୍ଗଳବାର ରାତିରେ ଭଦ୍ରକ-ଚାନ୍ଦବାଲି ରାସ୍ତା କାରମେଲ ସ୍କୁଲ ନିକଟରୁ ପୁରୁଣାବଜାର ଥାନା ପୋଲିସ...

ଘରକୁ ବାହୁଡ଼ିଲେ ତୁଫାନୀ

ଢେଙ୍କାନାଳ ଅଫିସ, ୨।୧୧ ନିଖୋଜର ଦୀର୍ଘ ୯ମାସ ପରେ ପରିବାର ଲୋକଙ୍କ ସହ ଘରକୁ ଫେରିଛନ୍ତି ବୃଦ୍ଧ ତୁଫାନୀ। ଏଥିପାଇଁ ସେ ମହର୍ଷି ଦୟାନନ୍ଦ ମିଶନ...

ଇନ୍ଦିରା ଆବାସ, ବିଜୁ ପକ୍କାଘର ଯୋଜନାରେ ଘୋଟାଲା: ୮୩୬ କର୍ମଚାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଗତ ୨୦ବର୍ଷ ହେବ ବିଜେଡି ହାତରେ ରାଜ୍ୟ ଶାସନ ଭାର ରହିଛି। ଲୋକମାନଙ୍କୁ ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଦେବା ନେଇ ବିଜେଡି ବାହାବା...

ରାଜ୍ୟରେ ଆଉ ୨ ଜଣ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର,୨।୧୨(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୪୧୫ କୁ ବୃଦ୍ଧି...

ବ୍ୟାଙ୍କ ଆଗରେ ଜମାକାରୀଙ୍କ ଭିଡ଼: ଜମାଖାତାରୁ ଟଙ୍କା ଗାଏବ ଗୁଜବ

ଗୋପ,୧୬ା୪(ଡି.ଏନ.ଏ): କରୋନା ମହାମାରୀକୁ ନେଇ ଏବେ ସାରା ରାଜ୍ୟରେ ମାନ୍ଦାବସ୍ଥା ଦେଖାଦେଇଛି। ଏପରି ସ୍ଥିତିରେ ବିଭିନ୍ନ ବ୍ୟାଙ୍କରେ ଥିବା ଜମାଖାତାରୁ ସରକାର ଟଙ୍କା ଉଠାଇ ନେଉଥିବା...

ଆଜି ରାଜ୍ୟରୁ ୭୪୫ କରୋନା ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ୧୧୯ ଶିଶୁ

ଭୁବନେଶ୍ୱର,୧୦ା୯(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୭୪୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୧୫,୦୮୩ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଖୋଲା ସ୍ଥାନରେ ପୋଡ଼ାଯାଉଛି ବର୍ଜ୍ୟବସ୍ତୁ

ଯାଜପୁର ଅଫିସ,୧୬ା୧: କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଦ୍ୱାରା ରାଜ୍ୟରେ ଡାକ୍ତରୀ ଜୈବ ଆବର୍ଜନା(ବାୟୋ ମେଡିକାଲ ୱେଷ୍ଟ) ପରିଚାଳନାର ଉନ୍ନତି ନିମନ୍ତେ ବିଭିନ୍ନ ପଦକ୍ଷେପ...

Advertisement
Archives

Model This Week