ମହାକାଶରେ ବନ୍ଧା କୋବି ଚାଷ କଲା ନାସା

ଓ୍ବାଶିଂଟନ, ୧୨।୩: ମହାକାଶ ଗବେଷଣା ସଂସ୍ଥା ନାସା ଏକ ନୂଆ ଅଧ୍ୟୟନ କରିଛି। ମହାକାଶରେ ନାସାର ବୈଜ୍ଞାନିକ ସାଲାଡରେ ବ୍ୟବହାର କରାଯାଉଥିବା ବନ୍ଧା କୋବି(ଲେଟସ୍‌) ଚାଷ କରିବାକୁ ସକ୍ଷମ ହୋଇଛନ୍ତି। ମହାକାଶରେ ଚାଷ କରାଯାଇଥିବା ଏହି ବନ୍ଧା କୋବି ପୃଥିବୀରେ ଚାଷ ହେଉଥିବା କୋବି ଭଳି ପୋଷକ ତତ୍ତ୍ୱରେ ଭରପୁର ବୋଲି ନାସା କହିଛି। ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ରରେ ଏହାକୁ ଚାଷ କରାଯାଇଥିଲା। ଏହାଦ୍ୱାରା ମହାକାଶ ଯାତ୍ରୀଙ୍କ ଖାଦ୍ୟ ସମସ୍ୟା ଅଗାମୀ ଦିନରେ ଦୂର ହେବା ସହିତ ମାନବ ମିଶନକୁ ସହାୟତା ମିଳିପାରିବ ବୋଲି କେନେଡ଼ି ସ୍ପେସ୍‌ ଷ୍ଟେଶନର ମହାକାଶ ବିଜ୍ଞାନୀ କ୍ରିଷ୍ଟିନା ଖୋଦାଦାଦ୍‌ ସୂଚନା ଦେଇଛନ୍ତି। ଚାଷ କରିବା ଲାଗି ଚକ୍କଣ ମାଟିକୁ ଏକ ବାକ୍ସରେ ରଖାଯାଇ ଏହା ଉପରେ ଲାଲ ରଙ୍ଗର ଆଲୋକ ରଶ୍ମୀ ପକାଯାଇଥିଲା। ଇଞ୍ଜେକଶନ ଦ୍ୱାରା ଏଥିରେ ଆବଶ୍ୟକତା ଅନୁସାରେ ପାଣି ଦିଆଯାଇଥିବା କ୍ରିଷ୍ଟିନା କହିଛନ୍ତି। ଚାଷ ସମ୍ପୂର୍ଣ୍ଣ ହେବା ପାଇଁ ୫୬ ଦିନ ସମୟ ଲାଗିଥିଲା। ଅଗାମୀ ଦିନରେ ଏଠାରେ ଟମାଟୋ ସହିତ ଅନ୍ୟ ପରିବା ମଧ୍ୟ ଚାଷ କରାଯିବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ସ୍କୁଲ ପାଠ୍ୟକ୍ରମରେ କରୋନା ଲଢ଼େଇ ସାମିଲ

ବେଜିଂ,୫।୧୧: ଏଣିକି ଛୋଟ ପିଲା କରୋନା ବିରୋଧରେ ହୋଇଥିବା ଲଢ଼େଇ ବିଷୟରେ ପଢ଼ିବେ। ଚାଇନାର ସ୍କୁଲ ପାଠ୍ୟକ୍ରମରେ କରୋନା ଲଢ଼େଇକୁ ସାମିଲ କରାଯାଇଛି। ଏନେଇ ଚାଇନା...

ଆପୋଲ ୧ର ୩ମହାକାଶ ଯାତ୍ରୀ ମହାକାଶରେ ହୋଇଯାଇଥିଲେ ଜୀବନ୍ତ ଦଗ୍ଧ, ଦୁର୍ଘଟଣାର ଅଡିଓ ଭାଇରାଲ

ଓ୍ବାଶିଂଟନ୍‌,୨୭।୯: ବିଶ୍ୱର ଅନେକ ଚନ୍ଦ୍ର ମିଶନ ସମ୍ପର୍କରେ କେବେ ବି ଆଲୋଚନା ହେଲେ ଆମେରିକାର ଆପୋଲୋ ୧ ବିଷୟରେ ନିଶ୍ଚେ ଆଲୋଚନା ହୁଏ। ଚନ୍ଦ୍ରରେ ପାଦ...

ଇରାନରେ ୩୦ବୋମା ନିଷ୍କ୍ରୟ କଲା ଟିମ୍‌, ପାକିସ୍ତାନର ଲିଙ୍କ ଥିବା ଆଶଙ୍କା

ତେହେରାନ,୨୪।୯: ଇରାନ ପୋଲିସ ତେହେରାନରେ ଏକ ବଡ ଷଡଯନ୍ତ୍ରର ଖୁଲାସା କରିଛି। ତେହେରାନରେ ୩୦ଟି ବୋମାକୁ ନିଷ୍କ୍ରିୟ କରିଛି ବୋମା ନିଷ୍କ୍ରୟକାରୀ ଦଳ। ଏହି ମାମଲାରେ...

କୃଷ୍ଣ ସାଗର ଶସ୍ୟ ଚୁକ୍ତିକୁ ଭାଙ୍ଗିଛି ରୁଷିଆ, ଗରିବ ଦେଶରେ ଅନେକ ଲୋକଙ୍କର ହୋଇପାରେ ମୃତ୍ୟୁ: ଜାତିସଂଘ

ମସ୍କୋ,୨୨।୭: ରୁଷିଆ କୃଷ୍ଣ ସାଗର ଶସ୍ୟ ଚୁକ୍ତିକୁ ପ୍ରତ୍ୟାହାର କରିଛି। ରୁଷିଆ ଏହି ନିଷ୍ପତ୍ତିର ପ୍ରଭାବ ସାରା ବିଶ୍ୱରେ ଦେଖିବାକୁ ମିଳିପାରେ। ଏସିଆରେ ଅଧିକାଂଶ ଗରିବ...

ପାଚେରୀ ନିର୍ମାଣରେ ପେଣ୍ଟାଗନ ପାଣ୍ଠି ବ୍ୟବହାର କରିପାରିବେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୮ା୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମେକ୍ସିକୋ ସୀମାରେ ପାଚେରୀ ନିର୍ମାଣ ଲାଗି ପେଣ୍ଟାଗନ ପାଣ୍ଠିରୁ ୨.୫ ବିଲିୟନ ଡଲାର ବ୍ୟୟ କରିପାରିବେ। ଏଥିପାଇଁ ଆମେରିକା...

୪୬ ହଜାର ପ୍ଲାଷ୍ଟିକ୍‌ ଟୁକୁଡ଼ାରୁ ତିଆରି ହେଲା ଶିବାଜୀଙ୍କ ପେଣ୍ଟିଂ

ମୁମ୍ବାଇ, ୧୨।୩: ମହାରାଷ୍ଟ୍ରର ଜଣେ ଆନିମେଶନ ଆର୍ଟିଷ୍ଟ ୪୬,୦୮୦ ହଜାର ପ୍ଲାଷ୍ଟିକ୍‌ ଟୁକୁଡ଼ାରୁ ଛତ୍ରପତି ଶିବାଜୀ ମହାରାଜଙ୍କ ପେଣ୍ଟିଂ ତିଆରି କରିଛନ୍ତି। ଏଥିରେ ୬ ପ୍ରକାର...

ଜରୁରୀ ହୋଇପଡ଼ିଛି ସଂସ୍କୃତ ଭାଷାର ପ୍ରସାର

ଭାରତରେ ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାକୁ ଶୁଭ ଉତ୍ସବ ସଂସ୍କୃତ ଦିବସ ଭାବରେ ପାଳନ କରାଯାଏ। ଚଳିତବର୍ଷ ଏହା ଅଗଷ୍ଟ ୩୧ରେ ପାଳନ କରାଯାଉଛି। ଶ୍ରାବଣ ପୂର୍ଣ୍ଣିମା...

ଚା’ ବିକି ମାସକୁ ୧୨ ଲକ୍ଷ ଆୟ କରୁଥିବା ବ୍ୟକ୍ତି

ଚା’ ବାଲାକୁ ନେଇ  ଅନେକ କଥା ଶୁଣିଛୁ। ତେବେ ଏମିତି ଆଉ ଏକ କଥା ଏବେ ସମ୍ମୁଖକୁ ଆସିଛି, ଯାହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟରେ...

Advertisement
Archives

Model This Week