ମହଙ୍ଗା ହେବ ରେଳ ଯାତ୍ରା; ଇ-ଟିକେଟିଂ ଉପରେ ଆଦାୟ ହେବ ସର୍ଭିସ ଚାର୍ଜ

ନୂଆଦିଲ୍ଲୀ,୯-୮: ଭାରତୀୟ ରେଳବାଇ ଅନ୍‌ଲାଇନ ରିଜର୍ଭେଶନ ବ୍ୟବସ୍ଥା ଇ-ଟିକେଟିଂ ଉପରେ ପୁନର୍ବାର ସର୍ଭିସ ଚାର୍ଜ ଆଦାୟ କରିବାକୁ ଯାଉଛନ୍ତି। ଫଳରେ ଆଗାମୀ ଦିନରେ ରେଳଯାତ୍ରା ମହଙ୍ଗା ହେବାକୁ ଯାଉଛି। ଅଗଷ୍ଟ ୩ରେ ମନ୍ତ୍ରଣାଳୟ ପକ୍ଷରୁ ଏକ ପତ୍ର ଜାରି କରାଯାଇଛି। ଏଥିରେ ମାର୍କେଟିଂ ଓ ବିକ୍ରି ସେବା ଉପରେ ସର୍ଭିସ ଚାର୍ଜ ଆଦାୟ କରିବାକୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ କରିବାକୁ ଯାଇ ସରକାର ପୂର୍ବରୁ ଇ-ଟିକେଟିଂ ଉପରେ ସର୍ଭିସ ଚାର୍ଜକୁ ପ୍ରତ୍ୟାହାର କରିନେଇଥିଲେ। ଏବେ ନିଷ୍ପତ୍ତିର ପୁନର୍ବିଚାର କରାଯାଇଛି। ସ୍ଳିପର କ୍ଲାସ୍‌ରେ ପୂର୍ବରୁ ୨୦ ଟଙ୍କା ଏବଂ ଏସି ବଗିର ସିଟ୍‌ ପାଇଁ ୪୦ ଟଙ୍କା ଦେବାକୁ ପଡୁଥିଲା। ବିମୁଦ୍ରୀକରଣ ପୂର୍ବରୁ ଅର୍ଥାତ୍‌ ନଭେମ୍ବର ୨୦୧୬ ପର୍ଯ୍ୟନ୍ତ ଇ-ଟିକେଟ ଉପରେ ସର୍ଭିସ ଚାର୍ଜ ଆଦାୟ କରାଯାଉଥିଲା। ଆଇଆର୍‌ସିଟିସି ସର୍ଭିସ ଚାର୍ଜ ଜରିଆରେ ଏକତ୍ରିତ ହେଉଥିବା ଅର୍ଥକୁ ଇ-ଟିକେଟିଂ ସିଷ୍ଟମ ଲାଗି ଖର୍ଚ୍ଚ କରୁଥିଲା। ରେଳ ମନ୍ତ୍ରଣାଳୟ ସର୍ଭିସ ଚାର୍ଜ ନ ଆଦାୟ କରିବାକୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଥିଲା ଏବଂ ଖର୍ଚ୍ଚ ଭରଣା କରାଯିବ ବୋଲି ସେତେବେଳେ ପ୍ରତିଶ୍ରୁତି ଦିଆଯାଇଥିଲା। ପ୍ରାରମ୍ଭରେ ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ ସର୍ଭିସ ଚାର୍ଜ ଅସୁଲ ନ କରିବା ବ୍ୟବସ୍ଥା ୨୦୧୭ ଜୁନ୍‌ ପର୍ଯ୍ୟନ୍ତ କରାଯାଇଥିଲା। ପରେ ଏହାର ସମୟସୀମାକୁ ଅନେକ ଥର ବୃଦ୍ଧି କରାଯାଇଛି। ଅଦ୍ୟାବଧି ପୁରୁଣା ବ୍ୟବସ୍ଥାକୁ ଆରମ୍ଭ କରାଯାଇ ନାହିଁ। ଇତିମଧ୍ୟରେ ସର୍ଭିସ ଚାର୍ଜ ଆଦାୟ ନ ହେବାରୁ ଆଇଆର୍‌ସିଟିସିର ଆୟ କମିଲା। ଯାହାର ପ୍ରଭାବ ରେଳ ମନ୍ତ୍ରଣାଳୟର ଆୟ ଉପରେ ପଡିଲା। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆଇଆରସିଟିସିକୁ ୮୮ କୋଟି ଟଙ୍କା ପ୍ରଦାନ କରାଯାଇଥିଲେ ସୁଦ୍ଧା ଏହା ପର୍ଯ୍ୟାପ୍ତ ନ ଥିଲା। କ୍ରମାଗତ କ୍ଷତି ସହି ଚାଲିଥିବା ରେଲଓ୍ବେ ପକ୍ଷରୁ ବୋର୍ଡର ଯୁଗ୍ମ ନିର୍ଦ୍ଦେଶକ ଟ୍ରାଫିକ କମର୍ସିଆଲ(ଜେନେରାଲ) ବି.ଏସ୍‌. କିରଣ ଅର୍ଥ ମନ୍ତ୍ରଣାଳୟକୁ ପତ୍ର ଲେଖି ପୁନର୍ବାର ସର୍ଭିସ ଚାର୍ଜ ଆଦାୟ କରାଯିବ ବୋଲି ଦର୍ଶାଇଛନ୍ତି। ତେବେ ପୂର୍ବ ଭଳି ସମାନ ପରିମାଣ ଅର୍ଥ ଏବେ ଆଦାୟ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।
ଟ୍ରେନ ଯାତ୍ରା ବେଳେ ଶପିଂ ମଜା
ଭାରତୀୟ ରେଲଓ୍ବେ ପକ୍ଷରୁ ଟ୍ରେନ ଯାତ୍ରା ବେଳେ ସପିଂ ମଜା ଉଠାଇବାର ବ୍ୟବସ୍ଥା କରିଛି। ବର୍ତ୍ତମାନ ଏହି ବ୍ୟବସ୍ଥା ପଶ୍ଚିମାଞ୍ଚଳ ରେଳବାଇର ଅହମ୍ମଦାବାଦ୍‌ ଡିଜିଜନ ଅଧୀନରେ ଅହମ୍ମଦାବାଦ୍‌-ମୁମ୍ବାଇ ସେଣ୍ଟ୍ରାଲ-ଅହମ୍ମଦାବାଦ୍‌ କର୍ନାବତୀ ଏକ୍ସପ୍ରେସ୍‌ ଓ ଅହମ୍ମଦାବାଦ୍‌-ମୁମ୍ବାଇ ସେଣ୍ଟ୍ରାଲ-ଅହମ୍ମଦାବାଦ୍‌ ଡବର ଡେକର ଏକ୍ସପ୍ରେସରେ ଆରମ୍ଭ କରାଯାଇଛି। ଗୁରୁବାରଠାରୁ ଏହି ନୂଆ ସୁବିଧା ଯାତ୍ରୀଙ୍କୁ ଯୋଗାଇ ଦିଆଯାଉଛି। ଉଭୟ ମାର୍ଗରେ ଯାତ୍ରୀ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଜରିଆରେ କସ୍‌ମେଟିକ୍ସ, ଏଫ୍‌ଏମ୍‌ସିଜି ଓ ହେଲ୍‌ଥକେୟାର ସାମଗ୍ରୀ କିଣିପାରିବେ। ଯାତ୍ରୀମାନେ ଯାତ୍ରା ବେଳେ ଘରକରଣା, ଓରାଲ କେୟାର, ସ୍କିନ୍‌ କେୟାର, ହେଲ୍‌ଥ କେୟାର,କସ୍‌ମେଟିକ୍ସ, ସ୍ବାସ୍ଥ୍ୟ ସମ୍ପର୍କିତ, ପେପର ସାମଗ୍ରୀ,କନ୍‌ଫେକ୍‌ଶନାରୀ, ଷ୍ଟେଶନାରୀ ସାମଗ୍ରୀ ଆଦି କିଣିପାରିବେ ବୋଲି ରେଳଓ୍ବେ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଧାନର ଏମ୍‌ଏସ୍‌ପି ୧୮୧୫ଟଙ୍କାକୁ ବୃଦ୍ଧି; ୧୪ଖରିଫ ଫସଲର ସହାୟକ ମୂଲ୍ୟ ବଢ଼ିଲା

ନୂଆଦିଲ୍ଲୀ,୪-୭: କେନ୍ଦ୍ର ସରକାର ବୁଧବାର ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଧାନ ସମେତ ୧୪ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରିଛନ୍ତି। ଧାନର...

ପୁଣି ଆକ୍ସନରେ ମୋଦି ସରକାର;୧୫ ବରିଷ୍ଠ ଆୟକର ଅଧିକାରୀ ଜବରଦସ୍ତ ବିଦା

ନୂଆଦିଲ୍ଲୀ,୨୮-୯: ଅପାରଗ ଅଧିକାରୀଙ୍କ ବିରୋଧରେ ପୁନର୍ବାର ମୋଦି ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦୁର୍ନୀତି, ସିବିଆଇ ମାମଲା ଓ ଅନ୍ୟ କେତେକ କାରଣ ଯୋଗୁ ସରକାର...

ହ୍ବାଟ୍ସଆପ୍‌ରୁ ନିଜର ଗୋପନୀୟ ଚାଟ୍‌କୁ ଡିଲିଟ୍‌ ନ କରି ଏଭଳି ଲୁଚାନ୍ତୁ: ଦରକାର ସମୟରେ ସହଜରେ ମିଳିଯିବ

ନୂଆଦିଲ୍ଲୀ,୨୩।୧୨: ଫେସବୁକ୍‌ର ମେସେଜିଂ ଆପ୍‌ ‘ହ୍ବାଟ୍ସଆପ୍‌’ ବିଶ୍ୱରେ ବ୍ୟବହୃତ ସବୁଠାରୁ ଲୋକପ୍ରିୟ ଆପ୍‌। ଏଥିରେ ଚାଟ୍‌ କରିବା ସମୟରେ କିଛି କଥା ପ୍ରତି ଅନେକେ ଡ଼ରିଥାନ୍ତି।...

ତୈଳ ରାଜନୀତି, ଭାଜପା ଶାସିତ ରାଜ୍ୟରେ କମିଲା ପେଟ୍ରୋଲ-ଡିଜେଲ ଦାମ…

ନୂଆଦିଲ୍ଲୀ,୪।୧୧: ଦେଶରେ ଏବେ ଆରମ୍ଭ ହୋଇଛି ତୈଳ ରାଜନୀତି। ଦେଶର ଭାଜପା ଶାସିତ ୧୦ ରାଜ୍ୟରେ ପେଟ୍ରୋଲ-ଡିଜେଲ ଦାମ୍‌ କମିଛି। ଆସାମ, ତ୍ରିପୁରା, ମଣିପୁର, କର୍ନାଟକ,...

ମେଳା ମିଳନର ମହାପର୍ବ

ଭୁବନେଶ୍ୱର,୨୬।୨: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସ୍ଥାନୀୟ ଜନତା ମଇଦାନଠାରେ କ୍ରେଡାଇ ଭୁବନେଶ୍ୱର ପକ୍ଷରୁ ୧୮ ତମ ହୋମ୍‌ ଆଣ୍ଡ ଡେକୋର-୨୦୨୩ ରିୟଲ ଇଷ୍ଟେଟ ପ୍ରଦର୍ଶନୀର...

‘ଭାରତ ବିଶ୍ୱର ପ୍ରମୁଖ ଷ୍ଟାର୍ଟଅପ୍‌ ହବ୍‌’

ନୂଆଦିଲ୍ଲୀ,୧୬।୧୨:ବର୍ତ୍ତମାନ ସମୟରେ ଭାରତ ବିଶ୍ୱର ପ୍ରମୁଖ ଷ୍ଟାର୍ଟଅପ୍‌ ହବ୍‌ ହୋଇପାରିଛି। କାରଣ ଦେଶରେ ଷ୍ଟାର୍ଟଅପ୍‌ ସଫଳତା ହାର ପୃଥିବୀର କୌଣସି ରାଷ୍ଟ୍ର ତୁଳନାରେ ସବୁଠୁ ଭଲ...

କେଏଫ୍‌ସିର କ୍ରଞ୍ଚତ୍ଏଷ୍ଟ ବ୍ଲକ୍‌ବଷ୍ଟର ‘ଚିଜା’

ନୂଆଦିଲ୍ଲୀ,୧୨।୧: ଅନ୍ତଃରାଷ୍ଟ୍ରୀୟ ଫୁଡ୍‌ ବ୍ରାଣ୍ଡ୍‌ କେଏଫ୍‌ସିର ଲୋକପ୍ରିୟ ଖାଦ୍ୟ ‘ଚିଜା’ର ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହି କଲ୍ଟ ଫାଭ୍‌ କେଏଫ୍‌ସି ଚିଜା ଚଳିତ...

୧୨,୩୫୧ କୋଟିର ଆର୍‌ଏଲ୍‌ବି ଅନୁଦାନ ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ରୁରାଲ ଲୋକାଲ ବଡି ବା ଗ୍ରାମାଞ୍ଚଳ ଶାସନ ବ୍ୟବସ୍ଥା ଅନୁଦାନ ବାବଦ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ବୁଧବାର ୧୨,୩୫୧ କୋଟି ଟଙ୍କାର ଅନୁଦାନ ପ୍ରଦାନ...

Advertisement
Archives

Model This Week