ମରୁଡ଼ି ଚିନ୍ତା: ବୀମାରେ ସର୍ବକାଳୀନ ରେକର୍ଡ: ପଞ୍ଜୀକରଣ କଲେଣି ୪୫ ହଜାର ଚାଷୀ

ଅନୁଗୋଳ ଅଫିସ, ୩୧।୭-ଆବଶ୍ୟକ ବର୍ଷା ହେଉ ନ ଥିବାରୁ ମରୁଡ଼ି ନେଇ ଅନୁଗୋଳ ଜିଲାର ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି। ତେଣୁ ମରୁଡ଼ି ଜନିତ ଫସଲ କ୍ଷତିରୁ ତ୍ରାହି ପାଇବା ପାଇଁ ସେମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସାହାରା ନେଉଛନ୍ତି। ଆସନ୍ତା ବୁଧବାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକରଣ କରିବାର ଶେଷ ତାରିଖ ଥିବାବେଳେ ମଙ୍ଗଳବାର ସୁଦ୍ଧା ଜିଲାର ୪୫ ହଜାର ୪୭୩ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ଜିଲା କୃଷି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ବନ୍ୟା, ବାତ୍ୟା, ଧୋଇ ଓ ମରୁଡ଼ିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆରମ୍ଭ କରାଯାଇଥିଲା। କିନ୍ତୁ ଯୋଜନା ଆରମ୍ଭ ଦିନଠାରୁ ଅନୁଗୋଳ ଜିଲାର ଚାଷୀମାନେ ଏଥିପ୍ରତି ଆଗ୍ରହ ପ୍ରକାଶ କରି ନ ଥିବା ଦେଖିବାକୁ ମିଳିଥିଲା। ଏହି ଯୋଜନାରେ ସାମିଲ ହେବା ପାଇଁ ଜିଲା ଉପ କୃଷି ନିର୍ଦ୍ଦେଶାଳୟ ଠାରୁ ଆରମ୍ଭ କରି ବ୍ଲକ କୃଷି କାର୍ଯ୍ୟାଳୟର ଅଧିକାରୀମାନେ ଚାଷୀମାନଙ୍କୁ ବୁଝାଇ ବୁଝାଇ ନୟାନ୍ତ ହେଉଥିଲେ। ହେଲେ ଗତବର୍ଷ ଜିଲାର ବିଭିନ୍ନ ବ୍ଲକ ଅଧିକାରୀଙ୍କ ଉପରେ ଚାପ ପଡ଼ିବାରୁ ମାତ୍ର ୪ ହଜାର ୫୪୨ ଜଣ ଚାଷୀ ନିଜ ନାମ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକରଣ କରିଥିଲେ। ଚଳିତ ବର୍ଷ ଜିଲାରେ ୧୫ ହଜାର ଚାଷୀଙ୍କ ନାମ ବୀମା ଯୋଜନାରେ ସାମିଲ କରିବାକୁ ଜିଲା କୃଷି ଉପନିର୍ଦ୍ଦେଶାଳୟ ପକ୍ଷରୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ମରୁଡ଼ି ଚିନ୍ତା ଯୋଗୁ ଉକ୍ତ ଟାର୍ଗେଟ ପୂରଣ ହୋଇ ପଞ୍ଜୀକରଣ ସଂଖ୍ୟା ୩ଗୁଣ ଅର୍ଥାତ୍‌ ୫୦ ହଜାର ଛୁଇଁବାକୁ ବସିଲାଣି। ବୁଧବାର ପଞ୍ଜୀକରଣର ଶେଷ ତାରିଖ ଥିବାବେଳେ ଆହୁରି ଅନେକ ଚାଷୀ ଏଥିରେ ସାମିଲ ହେବାକୁ ଆବେଦନ କରିବେ ବୋଲି ସୂଚନା ମିଳିଛି। ଏପରି ସ୍ଥିତି ଜିଲାରେ ପ୍ରଥମ ଥର ବୋଲି ଜିଲା କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଲେକ ଭିୟୁ ପାର୍କ, ବୋଟିଂ

ଛତ୍ରପୁର, ୧୫ା୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ବିଶ୍ୱବିଦିତ ହୋଇଛି। ରାମସାରର ଅର୍ନ୍ତଜାତୀୟ ୱେଟଲ୍ୟାଣ୍ଡ (ଆର୍ଦ୍ରଭୂମି) ସାଇଟ୍‌ର ମାନ୍ୟତା ତାମ୍ପରା ହ୍ରଦକୁ...

କରୋନା ସଂକ୍ରମଣକୁ ପ୍ରତିହତ ନିମନ୍ତେ ଜିଲାବ୍ୟାପି ରାପିଡ୍‌ ଆଣି୍ଟଜେନ୍‌ ଟେଷ୍ଟଜାରି

ଦେବଗଡ,୧୯ା୧୨(ଡି.ଏନ.ଏ)-ଜିଲାରେ କରୋନା ସଂକ୍ରମଣକୁ ପ୍ରତିହତ ନିମନ୍ତେ ସଂକ୍ରମିତଙ୍କୁ ଚିହ୍ନଟ ପାଇଁ ଜିଲାବ୍ୟାପି ରାପିଡ୍‌ ଆଣି୍ଟଜେନ୍‌ ଟେଷ୍ଟ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ୧୯ ରୁ ୨୨ତାରିଖ...

ମଦଭାଟିରେ ଚାଲିଥିଲା ବ୍ରାଉନ୍‌ସୁଗାର ବେପାର: ମହିଳାଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୧୭।୨(ବ୍ୟୁରୋ): ମଞ୍ଚେଶ୍ୱର ପଳାଶୁଣିରେ ଥିବା ମଦଭାଟିରେ ଅବକାରୀ ବିଭାଗ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଛି। ଏଠାରୁ ୧୮୫ ଗ୍ରାମ ବ୍ରାଉନ୍‌ସୁଗାର ସହ ୧୧ହଜାର ଟଙ୍କା ଜବତ...

‘ଦିଲ୍ଲୀ ହାଟ୍‌’ ଭଳି ଭୁବନେଶ୍ୱରରେ ହେବ ସ୍ବତନ୍ତ୍ର ହାଟ

ଭୁବନେଶ୍ୱର, ୬।୧୨(ବ୍ୟୁରୋ):ରାଜ୍ୟରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ପାଇଁ ଭୁବନେଶ୍ୱରରେ ଖୋଲିବ ସ୍ବତନ୍ତ୍ର ହାଟ। ଦିଲ୍ଲୀର ଅର୍ବାନ ହାଟ୍‌...

ଆଇଆଇସି କହୁଛି କହି ଲକ୍ଷାଧିକ ଟଙ୍କାର ଲୁହାରଡ୍‌ ଲୁଟିଲେ ଦୁର୍ବୃତ୍ତ

ଗଞ୍ଜାମ,୧୦ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଆଇଆଇସି କହୁଛି କହି ଜଣେ ଟ୍ରେଡର୍ସମାଲିକଙ୍କଠାରୁ ଲକ୍ଷାଧିକ ଟଙ୍କାର ଲୁହାରଡ୍‌ ଠକେଇ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି l ଟ୍ରେଡର୍ସ ମାଲିକ...

ବାଳାଶ୍ରମରୁ ନାବାଳିକା ଫେରାର ଘଟଣା: ଶିଶୁ ମଙ୍ଗଳ କମିଶନ ସଦସ୍ୟ ସଚିବଙ୍କ ସମୀକ୍ଷା

ବ୍ରହ୍ମପୁର ଅଫିସ୍‌,୧୦ା୧- ଗୋଷାଣୀନୂଆଗଁା ଥାନା ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ଘଟଣାକୁ ୭୨ ଘଣ୍ଟା ବିତିଥିଲେ ସୁଦ୍ଧା ଅଦ୍ୟାବିଧି ୯ ଜଣଙ୍କୁ ଉଦ୍ଧାର କରାଯାଇପାରିନାହିଁ।...

କାଡ଼ାନାଳ ଅବରୋଧ ପ୍ରତିବାଦ: କଟକ-ପାରାଦୀପ ରାସ୍ତାରୋକୋ

କଟକ ସଦର,୨୬।୮(ଡି.ଏନ୍‌.ଏ.): କିଶନନଗର ତହସିଲ ଅନ୍ତର୍ଗତ ବାରାହପାଟ କାଡ଼ାନାଳକୁ ଅବରୋଧମୁକ୍ତ କରିବା ଦାବିରେ ସୋମବାରଠାରୁ ଚାଷୀମାନେ କଟକ-ପାରାଦୀପ ରାସ୍ତା ଅବରୋଧ କରିଛନ୍ତି। ଏହି ନାଳକୁ ସଫା...

ପିସିସି ସଭାପତିଙ୍କୁ ସମାଲୋଚନା ପ୍ରସଙ୍ଗ: ନିରଞ୍ଜନ କହିଲେ ‘ଅସନ୍ତୋଷ ହୋଇ ଇତୀଶ ଏପରି ପିଲାଳିଆ କଥା କହିଛନ୍ତି’

ଭୁବନେଶ୍ୱର,୧୩।୯(ବ୍ୟୁରୋ): ଗୁରୁବାର ଏଆଇସିସିର ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଥିବା ବେଳେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଥିଲେ ରାଜ୍ୟ ଛାତ୍ର କଂଗ୍ରେସ...

Advertisement
Archives

Model This Week