ମରଣ ଫାଶରୁ ମୁକୁଳୁଛି ଗଞ୍ଜାମ ଜିଲା

ବ୍ରହ୍ମପୁର ଅଫିସ୍‌,୨୫ା୪-ଏକଦା ମ୍ୟାଲେରିଆ ପ୍ରବଣ ଜିଲା ଭାବେ ଦୁର୍ନାମ ମୁଣ୍ଡାଇଥିବା ଗଞ୍ଜାମ ଜିଲାରେ ଏବେ ସ୍ଥିତି ସୁଧୁରିବାରେ ଲାଗିଛି। ବର୍ଷକୁ ବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ସେହିପରି ଆକ୍ରାନ୍ତଙ୍କ ସହ କମୁଛି ମୃତକଙ୍କ ସଂଖ୍ୟା। ମ୍ୟାଲେରିଆର ମରଣ ଫାଶରୁ ମୁକୁଳିବାରେ ଲାଗିଛି ଗଞ୍ଜାମ ଜିଲା। ଏହାକୁ ନେଇ ସ୍ବାସ୍ଥ୍ୟ ବିଭାଗ ଉତ୍ସାହିତ ହେଉଥିବା ବେଳେ ଦୁର୍ଗମ ଏବଂ ପାହାଡ଼ିଆ ଅଞ୍ଚଳରେ ଅବସ୍ଥା ବର୍ତ୍ତମାନ ସୁଧୁରିନି। ସ୍ଥିତି ସାଂଘାତିକ। ବ୍ୟାପିବାରେ ଲାଗିଛି ମ୍ୟାଲେରିଆ। ଯାହାକୁ ନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛି ସ୍ବାସ୍ଥ୍ୟ ବିଭାଗ। ମ୍ୟାଲେରିଆ ପ୍ରବଣ ଅଞ୍ଚଳଗୁଡ଼ିକକୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି। ଦୁୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ବା ଦମନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ନିୟମିତ ରକ୍ତ ପରୀକ୍ଷା ସହ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।

ମ୍ୟାଲେରିଆ କାର୍ଯ୍ୟାଳୟଠାରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୪ରୁ ଗଞ୍ଜାମ ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବିଶେଷ ଭାବେ କମିଛି। କାରଣ ୨୦୧୪ରେ ମୋଟ ୩ଲକ୍ଷ ୯୦ହଜାର ୪୯୮ଜଣଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ସେଥିରୁ ୧୭ହଜାର ୪୯୨ଜଣଙ୍କଠାରେ ମ୍ୟାଲେରିଆ ଭୂତାଣୁ ମିଳିଥିଲା। ଏପରିକି ସେହି ବର୍ଷ ୩ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା। ୨୦୧୫ରେ ୪ଲକ୍ଷ ଏକ ହଜାର ୬ଜଣଙ୍କ ରକ୍ତ ନମୂନା ପରୀକ୍ଷା କରାଯାଇଥିବା ବେଳେ ୧୫ହଜାର ୩୫୦ ନମୁନାରେ ମ୍ୟାଲେରିଆ ଚିହ୍ନଟ କରାଯାଇଥିଲା। ୨୦୧୫ରେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ୨ଜଣ ପ୍ରାଣ ହରାଇଥିଲେ। ସେହିଭଳି ୨୦୧୬ରେ ୪ଲକ୍ଷ ୨୬ହଜାର ୬୭୪  ନମୁନା ପରୀକ୍ଷା କରାଯାଇଥିଲା। ସେଥିରୁ ୧୧ହଜାର ୮୫୬ ନମୁନାରେ ମ୍ୟାଲେରିଆ ମିଳିଥିଲା। ମାତ୍ର ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୭ ମସିହାରେ ୪ ଲକ୍ଷ ୧୨ହଜାର ୭୭୪ ନମୁନା ପରୀକ୍ଷା କରାଯାଇଥିଲା। ସେଥିରୁ ୧୦ହଜାର ୭୨ଜଣ ମ୍ୟାଲେରିଆ ଦ୍ୱାରା ଆକ୍ରାନ୍ତ ହୋଇଥିବା ନମୁନା ପରୀକ୍ଷାରୁ ଜଣାପଡ଼ିଥିଲା। ୨ ଜଣ ମୃତ୍ୟୁ ମୁଖରେ ପଡ଼ିଥିଲେ । ୨୦୧୮ରେ ୪ ଲକ୍ଷ ୧୫ହଜାର ୬୬୪ ରକ୍ତ ନମୁନା ପରୀକ୍ଷା ହୋଇଥିଲା। ସେଥିରୁ ୯ହଜାର ୧୩୯ଜଣଙ୍କ ନମୁନାରେ ମ୍ୟାଲେରିଆ ଚିହ୍ନଟ କରାଯାଇଥିଲା। ମାତ୍ର ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ୯୩ହଜାର ୫୬୭ ରକ୍ତ ନମୂନା ପରୀକ୍ଷା କରାଯାଇଥିଲା। ସେଥିରୁ ୯୯୩ ନମୁାରେ ମ୍ୟାଲେରିଆ ମିଳିଛି । ବର୍ତ୍ତମାନ ସୁଦ୍ଧା କାହାରି ମୃତ୍ୟୁ ହୋଇନାହିଁ ।

ଜିଲା ସ୍ବାସ୍ଥ୍ୟ ପ୍ରଶାସନ ତରଫରୁ ମ୍ୟାଲେରିଆ ନିରାକରଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଚଳିତ ବର୍ଷ ଅର୍ଥାତ୍‌ ୨୦୧୯ ମସିହା ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। ଜିଲାରେ ମୋଟ ୩୩ ଜାଗାରେ ମ୍ୟାଲେରିଆ ପରୀକ୍ଷାଗାର କାର୍ଯ୍ୟ କରୁଛି। ଯେଉଁଠି ସହଜରେ ଲୋକମାନେ ନିଜର ରକ୍ତ ପରୀକ୍ଷା କରି ମ୍ୟାଲେରିଆରେ ଆକ୍ରାନ୍ତ ନା’ ନାହିଁ, ଜାଣିପାରିବେ। ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌ ଏବଂ ଭଞ୍ଜନଗର ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ମ୍ୟାଲେରିଆ ରୋଗୀଙ୍କ ସଂପର୍କରେ ସୂଚନା ରଖିବା ବ୍ୟବସ୍ଥା କରାଯାଇଛି। ୨୮୬୧ଜଣ ଆଶା କର୍ମୀଙ୍କୁ ମ୍ୟାଲେରିଆ ଚିହ୍ନଟ ସମ୍ପର୍କରେ ତାଲିମ୍‌ ପ୍ରଦାନ କରାଯାଇଛି। ଜାତୀୟ ବାୟୁ ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ(ଏନ୍‌ଭିବିଡିସିପି)ରେ ୯୦ଜଣ ଆୟୁଷ ଡାକ୍ତରଙ୍କୁ ମ୍ୟାଲେରିଆ ନିରାକରଣ ପାଇଁ ତାଲିମ୍‌ ପ୍ରଦାନ କରାଯାଇଛି। ଜିଲାର ଯେଉଁ ୮ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଯଥା ଆଡ଼ପଡ଼ା, ବଡ଼ଗଡ଼, ବୋମକେଇ, ଗାଲେରି, ଧରାକୋଟ, କୁକୁଡ଼ାଖଣ୍ଡି, ପୋଲସରା ଏବଂ ପାତ୍ରପୁରରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି, ସେଠାରେ ଘରକୁ ଘର ବୁଲି ଔଷଧ ସିଞ୍ଛନ ହେଉଛି। ଏଥି ସହ ଅଧିବାସୀଙ୍କୁ ମଶାରି ବଣ୍ଟନ କରାଯାଉଛି। ‘ଦମନ’ କାର୍ଯ୍ୟକ୍ରମରେ ନିୟମିତ ବ୍ୟବଧାନରେ ଗଁାକୁ ଗଁାଯାଇ ଲୋକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଜିଲାର ୪୩ ଆଦିବାସୀ ଆବାସିକ ବିଦ୍ୟାଳୟରେ ପିଲାମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ମ୍ୟାଲେରିଆ ପରୀକ୍ଷା କରାଯିବ ବୋଲି ବିଭାଗର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ିଆରେ ଚରୁଥିବା ବେଳେ ହେଲା ବଜ୍ରପାତ

ଛତ୍ରପୁର,୧୮।୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଚିକଲଖଣ୍ଡି ଗାଁ ନିକଟ ରାସ୍ତାରେ ଛେଳି ଚାଷୀମାନେ ଛେଳି ଚରାଇବା ବେଳେ ବଜ୍ରପାତ ଘଟି ୪୩ ଛେଳିଙ୍କ...

ପିତୃ ଦିବସରେ ଲଜ୍ଜା: ନାବାଳିକା ଝିଅକୁ ବଳାତ୍କାର ଅଭିଯୋଗରେ ବାପା ଗଲେ ଜେଲ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଆଜି ପିତୃ ଦିବସ। ହେଲେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ୧୬ ବର୍ଷୀୟା...

୧୩ ଜଣଙ୍କୁ ମିଳିଲା ବର୍ଦ୍ଧିତ ଭତ୍ତା, ରାଜିଆମ୍ମାଙ୍କ ଖୁସି କହିଲେ ନ ସରେ…

ଗଞ୍ଜାମ,୧୫ା୬(ବିଦ୍ୟାଧର ସାହୁ): ମଲାଡ଼ ପଞ୍ଚାୟତର ପ୍ରାୟ ୧୦ଟି ଗ୍ରାମରେ ସରପଞ୍ଚ ମମତା ବେହେରା ରାଜ୍ୟ ସରକାରଙ୍କ ୮୦ ବର୍ଷରୁ ଅଧିକ ୧୩ ଜଣଙ୍କୁ ବର୍ଦ୍ଧିତ ଭତ୍ତା...

କଳାବ୍ୟାଜ୍‌ ପିନ୍ଧି ଆନ୍ଦୋଳନକୁ ଓହ୍ଲାଇଲେ ବନ କର୍ମଚାରୀ

ଭଞ୍ଜନଗର,୧୫ା୬(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ୍‌ ବନ ସେବା ସଂଘ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଶାଖା ପକ୍ଷରୁ ୩ ଦଫା ଦାବି ପୂରଣ ନେଇ...

ନଦୀ-ନାଳର ଠିକଣା ଖୋଜୁଛନ୍ତି ଭଞ୍ଜନଗର ଚାଷୀ: ମୌସୁମୀ ଆସିଲାଣି ହେଲେ ମରାମତି ହୋଇନି ଆଡ଼ିବନ୍ଧ

ଭଞ୍ଜନଗର,୧୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ବିଭାଗ ଅଧିକ୍ଷଣଯନ୍ତ୍ରୀ କାର୍ଯ୍ୟାଳୟ ଅଧୀନରେ ଥିବା ଅନେକ ନଦୀ, କେନାଲ ଲଟା ବୁଦାରେ ଭରି ରହିଛି। ଆଉ...

ଡିଏଫଓଙ୍କ ଘରେ ଫୁଟିଲା ବ୍ରହ୍ମକମଳ ଫୁଲ

ଭଞ୍ଜନଗର,୧୪।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟଙ୍କ ଭଞ୍ଜନଗରସ୍ଥିତ ସରକାରୀ ବାସଭବନରେ ଶନିବାର ରାତିରେ ଗୋଟିଏ ଗଛରେ ୪ଟି ବ୍ରହ୍ମ...

କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ ଯୋଜନା: ୩ ଷ୍ଟାଡିୟମର ପୁନରୁଦ୍ଧାର ପାଇଁ ଖର୍ଚ୍ଚ ହେବ ୪୦ କୋଟି

ଭଞ୍ଜନଗର,୧୪।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀର କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ ପାଇଁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ବଡ଼ ପଦକ୍ଷେପ ନେଇଛନ୍ତି । ସହରର ସର୍ବପୁରାତନ...

ଭଞ୍ଜନଗର-ଆସିକାରେ ମେଡିକାଲ କଲେଜ ପାଇଁ ଦାବି: ଏକାଠି ହେଲେ…

ଭଞ୍ଜନଗର,୧୩।୬(ବାବୁଲା ପ୍ରଧାନ)-ଗଞ୍ଜାମ ଏବଂ କନ୍ଧମାଳ ଜିଲାର ଅନେକ ଉନ୍ନତି ସହ ରେଳ ଲାଇନ କ୍ଷେତ୍ରରେ ଦକ୍ଷୀଣ ଓଡ଼ିଶାରେ ବିକାଶ ପାଇଁ ଆଜକୁ ବହୁବର୍ଷ ହେବ ଦାବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri