Posted inଜାତୀୟ

ମମତାଙ୍କ ସହ ଆଲୋଚନା ପାଇଁ ରାଜି ହେଲେ ଡାକ୍ତର: ରଖିଲେ ସର୍ତ୍ତ

କୋଲକାତା, ୧୬।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା ପାଇଁ ଶେଷରେ ରାଜି ହୋଇଛନ୍ତି ଆନ୍ଦୋଳନରତ ଜୁନିୟର ଡାକ୍ତର। ସେମାନଙ୍କ ଆନ୍ଦୋଳନ ରବିବାର ଷଷ୍ଠ ଦିନରେ ପହଞ୍ଚତ୍ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି। କିନ୍ତୁ ଏଥିପାଇଁ ସେମାନେ ଏକ ସର୍ତ୍ତ ରଖିଛନ୍ତି। ଆକ୍ରମଣସ୍ଥଳ ଏନଆର୍‌ଏସ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲଠାରେ ରବିବାର ଅନୁଷ୍ଠିତ ଏକ ବୈଠକ ପରେ ସେମାନେ କହିଛନ୍ତି, ଆମେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନାକୁ ଚାହୁଁଛୁ। କିନ୍ତୁ ଏହି ଆଲୋଚନା ୪ କାନ୍ଥ ଭିତରେ ନ ହୋଇ ଗଣମାଧ୍ୟମ ଏବଂ କ୍ୟାମେରା ସାମ୍ନାରେ ହେଉ। ସୂଚନାଯୋଗ୍ୟ, ଜଣେ ଡାକ୍ତରଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦରେ ଜୁନିୟର ଡାକ୍ତରମାନେ ଏହାର ପ୍ରତିବାଦ କରି ଆନ୍ଦୋଳନରେ ବସିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେମାନଙ୍କୁ ଆଲୋଚନା ନିମନ୍ତେ ଡାକିଥିଲେ ହେଁ ଡାକ୍ତରମାନେ ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ରାଜ୍ୟରେ ଡାକ୍ତରମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଏମ୍ସ ଓ ସଫଦରଜଙ୍ଗ ହସ୍ପିଟାଲର ଆବାସିକ ଡାକ୍ତରମାନେ କାର୍ଯ୍ୟବନ୍ଦ କରିଛନ୍ତି। ଫଳରେ ସାରା ଦେଶର ବହୁ ସ୍ଥାନରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ ଡାଉନ୍‌ରେ ରାଜସ୍ଥାନ ଶୂନଶାନ୍‌: ଜୟପୁର ସହରରେ ପଶିଲେ ହରିଣ ପଲ

ଜୟପୁର,୨୮।୩: ସାରା ପୃଥିବୀ କରୋନା ଆତଙ୍କରେ ରହିଛି। ଏପରି ସ୍ଥଳେ ଭାରତ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ ଡାଉନ୍‌ ଜାରି କରାଯାଇଛି। ଫଳରେ ସମଗ୍ର...

ଅପରେଶନ୍‌ ୩୭୦ ପରେ ସୋଫିଆନ ଗସ୍ତରେ ଡୋଭାଲ: କଶ୍ମୀରୀଙ୍କ ସହ କଲେ ଭୋଜନ

ଶ୍ରୀନଗର,୭।୮: ଜମ୍ମୁ-କଶ୍ମୀରରେ ଧାରା ୩୭୦ ହଟାଇ ଦିଆଯିବା ପରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ ସୋଫିଆନ୍‌ ଗସ୍ତରେ ଅଛନ୍ତି। ସେ ବିଭିନ୍ନ ଅଞ୍ଚଳ ପରିଦର୍ଶନ...

କୋଭାକ୍ସିନ୍‌ ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ସଫଳ: ସ୍ବେଚ୍ଛାସେବୀଙ୍କୁ ଦିଆଗଲା ଦ୍ୱିତୀୟ ଡୋଜ୍‌

ନୂଆଦିଲ୍ଲୀ,୧୪।୮: ଭାରତ ବାୟୋଟେକ-ଆଇସିଏମ୍‌ଆର ପକ୍ଷରୁ ପ୍ରସ୍ତୁତ କରାଯାଉଥିବା କୋଭିଡ-୧୯ ଭାକ୍ସିନର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ସଫଳ ହୋଇଛି। ପରୀକ୍ଷଣ ପ୍ରାରମ୍ଭିକ ଫଳାଫଳ ପରେ କୁହାଯାଉଛି...

ଲକ୍‌ଡାଉନ୍‌: ରାଜରାସ୍ତାରେ ନୀଳଗାଈ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଯୋଗୁ ଏବେ ସବୁ ଦେଶ ଲକ୍‌ଡାଉନ୍‌ ହୋଇ ଯାଇଥିବାରୁ ଲୋକମାନେ ଘର ଭିତରେ ରହୁଛନ୍ତି। ସେଥିପାଇଁ ଚାରିଆଡେ ରାସ୍ତାଘାଟ ଶୂନଶାନ୍‌ ହୋଇଯାଇଛି।...

ହିଂସାରେ ପ୍ରଭାବିତ ଅଞ୍ଚଳର ପରିଦର୍ଶନ କଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ,୨୮।୨: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ଏବେ ଥମିଛି। ହେଲେ ଏବେ ବି ଲୋକଙ୍କ ମନରୁ ଭୟ ଦୂରେଇନାହିଁ।...

କାଉଡି ଯାତ୍ରା ସମୟରେ ହେଲିକପ୍ଟରରୁ ଫୁଲ ପକାଇବାର ବ୍ୟବସ୍ଥା କଲେ ଯୋଗୀ ସରକାର

ଲକ୍ଷ୍ନୌ,୪।୭: ଶ୍ରାବଣ ମାସ ପାଖେଇ ଆସୁଥିବା ବେଳେ ଏହି ସମୟରେ ହଜାର ହଜାର ଶିବଭକ୍ତ କାଉଡି ଯାତ୍ରାରେ ବାହାରିବେ। ଏହି ସମୟରେ କାଉଡି ଯାତ୍ରାରେ ଯାଉଥିବା...

ଇନ୍ଦ୍ରାବତୀ ନଦୀର ସାତଧାର ଅଞ୍ଚଳକୁ ସ୍ବଚ୍ଛ ରଖିବେ ସିଆର୍‌ପିଏଫ୍‌ ଯବାନ

ରାୟପୁର,୧୬।୧୨: ଛତିଶଗଡ଼ରେ ଇନ୍ଦ୍ରାବତୀ ନଦୀର ସାତଧାର ଅଞ୍ଚଳଙ୍କୁ ସ୍ବଚ୍ଛ ରଖିବା ପାଇଁ ସିଆର୍‌ପିଏଫ୍‌ ଯବାନ ଅଣ୍ଟା ଭିଡ଼ିଛନ୍ତି। ସିଆର୍‌ପିଏଫ୍‌ ୧୯୫ ବାଟାଲିୟନ୍‌ର ଯବାନ ଏହି ଅଞ୍ଚଳକୁ...

କରୋନାର କରୁଣ ଦୃଶ୍ୟ: ମୃତଦେହ ଥିବା ବେଡ୍‌ ନିକଟରେ ଶୋଇ ଚିକିତ୍ସିତ ହେଉଛନ୍ତି ସଂକ୍ରମିତ

ମୁମ୍ବାଇ,୭।୫:ଭାରତରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଦେଶରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି। ମୃତକଙ୍କ ସଂଖ୍ୟା ବଢୁଥିବାରୁ ଅଭାବନୀୟ ସ୍ଥିତି ସୃଷ୍ଟି...

Coronavirus Update


Archives

Model This Week

Why Dharitri