ମନ ଶାନ୍ତ ରଖିଲେ ସଂଗ୍ରାମକୁ ଜୟ କରିହେବ: ବାଗ୍‌ଚୀ

ଭୁବନେଶ୍ୱର,୯ା୪(ବ୍ୟୁରୋ): କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ଓ ସ୍ବଚ୍ଛତାକୁ ଅଧିକ ଗୁରୁତ୍ୱ ଦେଇ ସାରା ଦେଶ ଏବେ ଲକ୍‌ଡାଉନରେ ରହିଛି। ୨୧ ଦିନିଆ ତାଲାବନ୍ଦ ଗତ ୨୪ ତାରିଖ ମଧ୍ୟରାତ୍ରିରୁ ଜାରି ରହିଛି। ଆଉ ଓଡ଼ିଶାରେ ମଧ୍ୟ କରୋନାକୁ ହରାଇବା ପାଇଁ ଲୋକେ ସଚେତନ ହେଉଛନ୍ତି। ହେଲେ ଲକଡାଉନ୍‌ ସମୟରେ ଘରେ ରହିବା ସମୟରେ କ’ଣ କରିବେ ଓ କ’ଣ ନ କରିବେ ସେନେଇ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗଚୀ ପରାମର୍ଶ ଦେଇଛନ୍ତି। ବୁଧବାର ରାଜ୍ୟରେ କରୋନା ସ୍ଥିତିକୁ ନେଇ ସୂଚନା ଦେଉଥିବାବେଳେ ବାଗଚୀ କହିଛନ୍ତି, କରୋନା ମୁକାବିଲା ଏକ ଲମ୍ବା ଦୌଡ଼। କରୋନା ଲଢ଼େଇ ଆଜିକାଲି ଭିତରେ ସମାପ୍ତ ହେବନି। ତେଣୁ ମନକୁ ଶାନ୍ତ ରଖି ଧୈର୍ଯ୍ୟ ରଖ। ମନକୁ ଶାନ୍ତ ରଖିଲେ ସଂଗ୍ରାମକୁ ଜୟ କରିହେବ ବୋଲି କହିଛନ୍ତି। ଆହୁରି ମଧ୍ୟ ସେ ପରାମର୍ଶ ଦେଇ କହିଛନ୍ତି, ନିଜକୁ ଓ ନିଜ ପ୍ରିୟଜନଙ୍କୁ ଦେଖି ମନକୁ ସାନ୍ତ୍ୱନା ଦିଅନ୍ତୁ। ଘର ଭିତରେ ଅଟକ ଅବସ୍ଥାରେ ଶାରୀରିକ ପରିଶ୍ରମ କରନ୍ତୁ। କାରଣ ଶାରୀରିକ ପରିଶ୍ରମ ନ କଲେ ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। ଏକାଠି ଖିଆପିଆ କରନ୍ତୁ। ସାଙ୍ଗ ହୋଇ ସମୟ ବିତାନ୍ତୁ। ଅଳ୍ପ ଖାଆନ୍ତୁ ଏବଂ ସାରା ଦେଶବାସୀ କଥା ଚିନ୍ତା କରନ୍ତୁ। ମା’, ଭଉଣୀ, ସ୍ତ୍ରୀଙ୍କୁ କାମରେ ସାହାଯ୍ୟ କରିବା ପାଇଁ ମଧ୍ୟ ବାଗ୍‌ଚୀ ପରାମର୍ଶ ଦେଇଛନ୍ତି। କେବଳ ଏତିକି ନୁହେଁ, ବୟସ୍କ, ଭିନ୍ନକ୍ଷମ ସଦସ୍ୟଙ୍କ ଆଦର ଯତ୍ନ କରନ୍ତୁ। ଶେଷରେ ଶାରିରୀକ ଦୂରତ୍ୱ ରଖିବା, କିନ୍ତୁ ମାନସିକ ମିଳନ ବଜାୟ ରଖିବା ବୋଲି ବାଗ୍‌ଚୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୨ ଯାଏ ଜାରି ରହିପାରେ ସାମାଜିକ ଦୂରତ୍ୱ

ଓ୍ବାଶିଂଟନ,୧୭ା୪: କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ଅଦ୍ୟାବଧି ବିଶ୍ୱର କୌଣସି ରାଷ୍ଟ୍ର ଭାକ୍‌ସିନ ପ୍ରସ୍ତୁତ କରିପାରି ନାହାନ୍ତି। ସାମାଜିକ ଦୂରତ୍ୱ ବା ସୋସିଆଲ ଡିଷ୍ଟାନ୍ସିଂ...

ଅନ୍‌ଲାଇନ୍‌ରେ ବୋର୍ଡ ପରୀକ୍ଷା: ୧ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର କଲେ ହସ୍ତାକ୍ଷର

ନୂଆଦିଲ୍ଲୀ,୮।୪: ସିବିଏସ୍‌ଇର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଆଉ ୩ ସପ୍ତାହ ସମୟ ରହିଛି। ଏହା ମେ ୪ରେ ଆରମ୍ଭ ହେବ।...

ରହସ୍ୟ ହୋଇଗଲା ଝରାଫୁଲଙ୍କ ମୃତ୍ୟୁ: ୨ ମାସ ବିତିଯାଇଛି, ହେଲେ…

ରସୁଲପୁର,୨୮ା୩ (ଡି.ଏନ୍‌.ଏ.): ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଛାତ୍ରୀ ଝରାଫୁଲ ନାୟକ(୨୨)ଙ୍କ ସନ୍ଦେହଜନକ ମୃତ୍ୟୁକୁ ୨ ମାସ ବିତିଯାଇଛି। ହେଲେ ଝରାଫୁଲଙ୍କ ମୃତ୍ୟୁ...

୧୧ରୁ ରଙ୍ଗଶାଳାର ଜାତୀୟ ନାଟକ ମହୋତ୍ସବ: ନଳିନୀ ନିହାରୀ ନାୟକ ପାଇବେ ବ୍ୟୋମକେଶ ସମ୍ମାନ

ପୁରୀ ଅଫିସ, ୧୦ା୮: ଶ୍ରୀକ୍ଷେତ୍ରର ଅଗ୍ରଣୀ ନାଟ୍ୟଅନୁଷ୍ଠାନ ରଙ୍ଗଶାଳା ଆନୁକୂଲ୍ୟରେ ୧୨ତମ ଜାତୀୟ ନାଟକ ମହୋତ୍ସବ ଆସନ୍ତା ୧୧ତାରିଖରୁ ଅନୁଷ୍ଠିତ ହେବ। ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ୫ଦିନ...

ଜଣେ କରୋନା ସଂକ୍ରମିତ ମିଳିବା ପରେ ସମ୍ପୂର୍ଣ୍ଣ ଦେଶରେ ଲକଡାଉନ୍ ଘୋଷଣା

ୱେଲିଂଟନ,୧୭ ।୮: କରୋନାକୁ ନେଇ ବେଶ୍ ସଚେତନ ନ୍ୟୁଜିଲାଣ୍ଡ ସରକାର । ମଙ୍ଗଳବାର ନ୍ୟୁଜିଲାଣ୍ଡର ଓକଲ୍ୟାଣ୍ଡରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଧାନମନ୍ତ୍ରୀ...

ଜୁଲାଇ ପହିଲା ପର୍ଯ୍ୟନ୍ତ ଭୁବନେଶ୍ୱର ୧ ନମ୍ବର ହାଟ ବନ୍ଦ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଭୁବନେଶ୍ୱର ୧ ନମ୍ବର ହାଟକୁ ବନ୍ଦ କରାଯାଇଛି। ଶୁକ୍ରବାରଠାରୁ ଜୁଲାଇ ପହିଲା ପର୍ଯ୍ୟନ୍ତ ହାଟ ବନ୍ଦ କରାଯାଇଛି। ଉଭୟ ହୋଲ୍‌ସେଲ୍‌ ଓ ରିଟେଲ ବ୍ୟବସାୟୀଙ୍କ...

ଝିଅମାନେ କୌଣସି ଗୁଣରେ ପୁଅଙ୍କଠାରୁ କମ୍‌ ନୁହନ୍ତି

ଦିଗପହଣ୍ଡି,୨୦ା୮(ଡି.ଏନ.ଏ.)-ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର କନ୍ୟାରତ୍ନ ସୁରକ୍ଷା ଉଦ୍ଦେଶ୍ୟରେ ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ଗ୍ରାମରେ ଜିଲାସ୍ତରୀୟ ମୋ ଗେହ୍ଲା ଝିଅ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ...

ଢେଙ୍କାନାଳରୁ ଜାଲ ନୋଟ୍‌ ଜବତ ଘଟଣା: ଦୁଇ ମାଷ୍ଟର ମାଇଣ୍ଡଙ୍କୁ ଦେବଗଡ଼ରୁ ବାନ୍ଧିଲା ପୋଲିସ

ଦେବଗଡ଼,୧୮।୧୨(ଡି.ଏନ୍‌.ଏ.): ଢେଙ୍କାନାଳରୁ ଜାଲ ନୋଟ ଜବତ ଘଟଣାରେ ଦେବଗଡ଼ରୁ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସେମାନେ ହେଲେ ଦେବଗଡ ବରପାଳି ସାହିର ବିଶ୍ୱନାଥ...

Advertisement
Archives

Model This Week