ମନ୍ଦିର ଉଚ୍ଛେଦକୁ ନେଇ ବିରୋଧ

ବାଲେଶ୍ୱର ଅଫିସ, ୨୯।୧-ବାଲେଶ୍ୱର ସହର ମୁଖ୍ୟରାସ୍ତା ଓଟିରୋଡ୍‌କୁ ସମ୍ପ୍ରସାରଣ ଲାଗି ଆଇଟିଆଇସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ଭଙ୍ଗାଯିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଦୀର୍ଘଦିନ ହେଲା ମନ୍ଦିର ପରିଚାଳନା କମିଟିକୁ ନୋଟିସ୍‌ ଦିଆଯାଇଥିଲା। ପୂର୍ବରୁ ଲୋକଙ୍କ ବିରୋଧ ଯୋଗୁ ପ୍ରଶାସନ ବିଫଳ ହୋଇ ଫେରୁଥିବା ବେଳେ ମଙ୍ଗଳବାର ଏହାର ଉଚ୍ଛେଦ ପାଇଁ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲା। ଏହା ଜାଣିପାରି ସ୍ଥାନୀୟ ଲୋକ, ମନ୍ଦିର ପରିଚାଳନା କମିଟି ଓ ଅଟଳ ବିହାରୀ ସ୍ମୃତି କମିଟି ପକ୍ଷରୁ ମନ୍ଦିର ସମ୍ମୁଖରେ ନାମଯଜ୍ଞ, ସଙ୍କୀର୍ତ୍ତନ, ହୋମଯଜ୍ଞ କାର୍ଯ୍ୟକ୍ରମ ପୂର୍ବାହ୍ନ ୭ଟାରେ ଆରମ୍ଭ କରାଯାଇଥିଲା। ପ୍ରଶାସନ ପକ୍ଷରୁ ସଦର ତହସିଲଦାର ପଞ୍ଚାନନ ପାତ୍ର, ଉପଜିଲାପାଳ ନୀଲୁ ମହାପାତ୍ର, ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ତପନ କୁମାର ପଟ୍ଟନାୟକ, ଏସ୍‌ଡ଼ିପିଓ ପ୍ରଭାସ ଚନ୍ଦ୍ର ପାଲ, ଡିଏସ୍‌ପି ମନୋଜ ରାଉତ, ଆଇଆଇସି ପରେଶ ରାଉତଙ୍କ ସମେତ ୩ ପ୍ଲାଟୁନ ଫୋର୍ସ ଏବଂ ଜେସିବି ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଲୋକମାନେ ମନ୍ଦିର ଭଙ୍ଗାଯିବା ପ୍ରକ୍ରିୟାକୁ ବିରୋଧ କରି ଧାରଣାରେ ବସିଥିଲେ। ପ୍ରଶାସନ ପକ୍ଷରୁ ଧାରଣାକାରୀଙ୍କ ସହ ଆଲୋଚନା କରାଯିବା ସୂତ୍ରରେ ମଧ୍ୟାହ୍ନ ୧୨ଟାରେ ଉଭୟପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ରାସ୍ତାର ପ୍ରଶସ୍ତିକରଣ ସହିତ ମନ୍ଦିର ସୁରକ୍ଷିତ ରଖିବା ସୂତ୍ରରେ କେବଳ ମନ୍ଦିର ତୋରଣ ଓ ଗରୁଡ଼ଖମ୍ଭକୁ ଭଙ୍ଗାଯିବାର ନିଷ୍ପତ୍ତି ହୋଇଥିଲା। ମନ୍ଦିର ପରିଚାଳନା କମିଟି ସଭାପତି ହିମାଂଶୁ ଦାସ, ଅଟଳ ବିହାରୀ ସ୍ମୃତି କମିଟିର କାର୍ଯ୍ୟକାରୀ ସଭାପତି ପର୍ଶୁରାମ ବେହେରା, ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାଶ, ଯୁବନେତା ଗୌରାଙ୍ଗ ଦାସ, ସମାଜସେବୀ ସୀତାକାନ୍ତ ସ୍ବାଇଁ, ସୁଜିତ ଦେବ ପ୍ରମୁଖ ଆଲୋଚନାରେ ସାମିଲ୍‌ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର କୋଭିଡ୍‌ ମୁକାବିଲାରେ ସାମିଲ୍‌ ହେଲେ ଗଞ୍ଜାମ ସହରର ଦୋକାନୀ

ଗଞ୍ଜାମ,୨୫।୯(ଡି.ଏନ୍‌.ଏ.): ଗଞ୍ଜାମ ସହରରୁ ବର୍ତ୍ତମାନ ସୁଦ୍ଧା ମହାମାରୀ କରୋନା ହଟିନି। ଦୈନିକ ସହରର କେଉଁ ୱାର୍ଡରୁ ନା କେଉଁ ୱାର୍ଡରୁ ଗୋଟିଏ କିମ୍ବା ଦୁଇଟି ଆକ୍ରାନ୍ତ...

୩ ମାସ ଧରି ଘରେ ଅଛି କାର୍‌, ଅନ୍‌ଲାଇନ୍‌ରେ ଫାଇନ୍‌ ଆସିଛି ୩୦୦୦ ଟଙ୍କା

ଭଦ୍ରକ ଅଫିସ,୪ା୭: ଆରଟିଓ ଏବଂ ପୋଲିସ ବିଭାଗର ଅଜବ ନିୟମ। ଦୀର୍ଘ ତିନି ମାସ ଧରି ଘରେ ଥିବା ଏକ କାର୍‌ ଉପରେ ଲାଗିଛି ୩...

ଧାନ, ବାଦାମ ସବ୍‌ସିଡି ହେରଫେର

ଘସିପୁରା,୬।୨(ଡି.ଏନ.ଏ.)-ଘସିପୁରା ବ୍ଲକ ଦେଉଗାଁ ପଞ୍ଚାୟତ ଅନ୍ତର୍ଗତ କୋଚିଆନେଣ୍ଡି ଗ୍ରାମର ଚାଷୀଙ୍କ ନାମରେ ଧାନ ଓ ବାଦାମ ଚାଷ ବାବଦକୁ ଆସିଥିବା ସବ୍‌ସିଡି ଅର୍ଥ ବାଟ ମାରଣା...

ଏନ୍‌କାଉଣ୍ଟରରେ ୨ ମାଓବାଦୀ ନିହତ

ମାଲକାନଗିରି,୨୧।୩: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲାରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଗୁଡ଼ରା ଜଙ୍ଗଲରେ ଗୁଳି ବିନିମୟ...

କୋଭିଡ-୧୯ ସମୟରେ ଆନନ୍ଦପୁର ଅଞ୍ଚଳରେ ବଢ଼ୁଛି ଚୋରି ଘଟଣା

ଆନନ୍ଦପୁର,୧୩। ୬(ସ୍ବ.ପ୍ର.): କୋଭିଡ-୧୯ ସମୟରେ କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଞ୍ଚଳରେ ଚୋରି ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ତିନି ମାସ ତଳେ ଫକୀରପୁର ଅଞ୍ଚଳରେ ଥିବା...

ନିର୍ବାଚନ ପ୍ରଚାର କଲେ ବିଧାୟକ ନରସିଂହ

ଲୋଇସିଂହା,୬।୨(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମରେ କଂଗ୍ରେସ ଜିଲା ପରିଷଦ ପ୍ରାର୍ଥୀ ତନୟା ବେହେରାଙ୍କ ପାଇଁ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଏକ...

ପୃଥକ୍‌ ଘଟଣାରେ ମିଳିଲା ୨ ଝୁଲନ୍ତା ମୃତଦେହ

ପାଟଣା,୧୩ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ସୋମବାର ପୃଥକ୍‌ ଘଟଣାରେ ୨ଜଣଙ୍କ ଝୁଲନ୍ତା ମୃତଦେହ ଜବତହୋଇଛି। ପାଟଣା ଥାନା ମାଛଗଡ଼ ପଞ୍ଚାୟତ...

ମିଳିମିଶି କାମକଲେ ରୋଗ ରୋକିପାରିବା

ଢେଙ୍କାନାଳ ଅଫିସ,୧୭।୫ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସୋମବାର ଭିଡିଓ କନଫରେନି୍ସଂ ଜରିଆରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲା ମୁଖ୍ୟ...

Advertisement
Archives

Model This Week