ମଦ କିଣୁଛନ୍ତି ରକୁଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଲକ୍‌ଡାଉନ୍‌ ବେଳେ ମଦ ଦୋକାନରୁ ମଦ କିଣୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମୁହଁରେ ମାସ୍କ ପିନ୍ଧିବା ସହ ସେ ଦୋକାନରୁ କିଣି ଜିନିଷ କିଣି ନିଜ ଗାଡ଼ି ଆଡ଼କୁ ଆସୁଥିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓକୁ ବଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ କମାଲ ଆର୍‌ ଖାନ୍‌ ପୋଷ୍ଟ କରିଛନ୍ତି। ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ରକୁଲ ମଦଦୋକାନରୁ ମଦ କିଣୁଛ କି ? ବୋଲି ଟୁଇଟର ଯୋଗେ କମାଲ ପ୍ରଶ୍ନ ମଧ୍ୟ କରିଥିଲେ। ରିଟୁଇଟ୍‌ କରି ରକୁଲ ଉତ୍ତର ଦେଇଥିଲେ ଯେ, ଔଷଧ ଦୋକାନରେ ମଦ ମିଳୁଥିବା କଥା ମୁଁ ଜାଣି ନ ଥିଲି। ତାଙ୍କର ଏଭଳି ବ୍ୟଙ୍ଗାତ୍ମକ ଉତ୍ତର ଦର୍ଶାଇଥିଲା ଯେ, ମଦ କିଣିବାକୁ ସେ ଯାଇ ନ ଥିଲେ ବରଂ ଔଷଧ ଦୋକାନରୁ କିଛି ଔଷଧ ସେ କିଣି ଗାଡ଼ିକୁ ଫେରୁଥିଲେ। ଭାଇରାଲ ହୋଇଥିବା ଭିଡିଓରେ କିଛି ସତ୍ୟତା ନାହିଁ। ପ୍ରକାଶଥାଉ କି, କମାଲ ଅନେକ କନ୍ନଡ ଫିଲ୍ମରେ ଅଭିନୟ କରିଛନ୍ତି। ପରେ ଫିଲ୍ମ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ। ରକୁଲ ମଧ୍ୟ ଏକାଧିକ ତାମିଲ ଓ ତେଲୁଗୁ ଫିଲ୍ମରେ ଅଭିନୟ କରିଛନ୍ତି। ପରେ ସେ ବଲିଉଡ୍‌ରେ ନିଜ ଦବ୍‌ଦବା ଜାହିର କରିବାରେ ସଫଳ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ବର୍ଷ ପରେ ପରଦାକୁ ଫେରିବେ ସୁସ୍ମିତା

ବଲିଉଡର ସମସ୍ତ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ସୁସ୍ମିତା ସେନ ଜଣେ। ଦୀର୍ଘଦିନ ଧରି ସେ ଫିଲ୍ମଠୁ ଦୂରେଇ ଯାଇ ପରିବାର ଏବଂ ପିଲାଙ୍କୁ ପୂରା ସମୟ...

ହ୍ରିତିକ୍‌ଙ୍କ ଲୁକ୍‌ ଦେଖି ଫିଦା ହେଲେ କ୍ୟାଟ୍ରିନା,ଫଟୋ ଶେୟାର କରି ଲେଖିଲେ…

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଲୁକ୍‌ ଏବଂ ଅଭିନୟକୁ ନେଇ ଚର୍ଚ୍ଚାରେ ଥାନ୍ତି। ନିକଟରେ ଅଭିନେତା ବିକି କୌଶଲଙ୍କ ସହ ତାଙ୍କ ବିବାହ ହୋଇଥିଲା। ହେଲେ...

ପ୍ରଥମ ଚଳଚ୍ଚିତ୍ର ପାଇଁ ଜାତୀୟ ପୁରସ୍କାର ଜିତିଥିଲେ ଏହି ଅଭିନେତା

ବଲିଉଡ୍‌ ଡିସ୍କୋ ଡ୍ୟାନ୍ସର ମିଥୁନ ଚକ୍ରବର୍ତ୍ତୀ ଆଜି ୬୮ ବର୍ଷରେ ପଦାର୍ପଣ କରିଛନ୍ତି। କୋଲକତାରୁ ମୁମ୍ବାଇ ଆସି ନିଜର ପରିଚୟ ସୃଷ୍ଟି କରିବା ପାଇଁ ତାଙ୍କୁ...

ଆଙ୍କର-ଆକ୍ଟର ସୁବାସ

ଯାତ୍ରା ଦେଖିବାକୁ ଯାଉଥିବା ଦର୍ଶକଟିଏ ପ୍ରଥମେ ଯାହାର କଣ୍ଠସ୍ବର ଶୁଣେ ଆଉ ଯାହାକୁ ସର୍ବପ୍ରଥମେ ମଞ୍ଚରେ ଭେଟେ ସେ ହେଉଛି ଆଙ୍କର ବା ଘୋଷକ। ଓଡ଼ିଆ...

ଅଭିନେତ୍ରୀଙ୍କୁ ମିଳିଲାନି ମନ୍ଦିର ପ୍ରବେଶ ଅନୁମତି

କେରଳର ଥିରୁଭୈରାନିକୁଲମ ମହାଦେବୀ ମନ୍ଦିରରେ ମାଲାୟାଲମ ଅଭିନେତ୍ରୀ ଅମଲା ପଲ(୩୧)ଙ୍କୁ ମନ୍ଦିର କର୍ତ୍ତୃପକ୍ଷ ପ୍ରବେଶ ଅନୁମତି ଦେଇ ନ ଥିବା ସେ ଅଭିଯୋଗ ଆଣିଛନ୍ତି। ଅମଲା...

ସଲମାନଙ୍କୁ ଅଙ୍କଲ ଡାକିଲେ ସାରା

ମୁମ୍ବାଇ: ଆଇଫା ଆୱାର୍ଡ ୨୦୨୨ ଶନିବାର ରାତି ୮ଟାରେ କଲର୍ସ ଚ୍ୟାନେଲରେ ପ୍ରସାରିତ କରାଯିବ । ହେଲେ ଏବେ ଆସିଥିବା ଏହାର ଏକ ପ୍ରମୋ ବେଶ୍...

ହାତରେ ତ୍ରିରଙ୍ଗା ଧରିଥିବା ତୈମୁରଙ୍କ ଫଟୋ ଭାଇରାଲ

ମୁମ୍ବାଇ: ଦେଶରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଉଥିବାବେଳେ ଶୈଫ୍‌ ଅଲ୍ଲୀ ଖାଁ ଏବଂ କରୀନା କପୁର ଖାଁଙ୍କ ପୁଅ କୁନ୍‌ମୁନ୍‌ ତୈମୁର ମଧ୍ୟ...

ବର୍ଷାଙ୍କ ପରେ ଅନୁଭବଙ୍କ ମୁହଁରେ ହସ ଫୁଟାଇଲେ ଏହି ଯୁବତୀ

ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏହି ଫଟୋରେ ସେ ତାଙ୍କର...

Advertisement
Archives

Model This Week