ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ ଉଦ୍‌ଯାପିତ ପଞ୍ଚୁପାଣ୍ଡବଙ୍କ ନାମରେ ଯଜ୍ଞକୁଣ୍ଡ

ଗଣିଆ,୩।୧୨(ଡି.ଏନ.ଏ.)-ନୟାଗଡ଼ ଜିଲା ଗଣିଆ ବ୍ଲକ ମା’ କଳାପାଟ ପୀଠ ପରିସରରେ ଗତ ୩ଦିନ ଧରି ଚାଲୁ ରହିଥିବା ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ ସୋମବାର ଓଢ଼ଣଷଷ୍ଠୀ ତିଥିରେ ପଞ୍ଚକୁଣ୍ଡୀୟ ମହାଯଜ୍ଞର ପୂର୍ଣ୍ଣାହୁତି ସହ ଉଦ୍‌ଯାପିତ ହୋଇଯାଇଛି। ସ୍ବର୍ଗତ ସିଦ୍ଧଯୋଗୀ ବାବା ରାମଦାସଙ୍କର ୬୯ତମ ଜନ୍ମ ଉତ୍ସବ ଉପଲକ୍ଷେ ୨୭ତମ ବିଶ୍ୱଶାନ୍ତି ମହାଯଜ୍ଞର ଅନ୍ତିମ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରତ୍ୟୁଷରୁ ସୂର୍ଯ୍ୟନାରାୟଣ ପୂଜା, ଦ୍ୱାରପାଳ ପୂଜା, ଗୁରୁ ପୂଜା, ସାଧୁ ପୂଜନ କରାଯାଇଥିଲା। ଭଜନ ମଣ୍ଡପରେ ମହାଯଜ୍ଞରେ ଯୋଗଦେଇଥିବା ସାଧୁସନ୍ଥମାନଙ୍କୁ ନେଇ ସୁଧର୍ମା ସଭାର ଆୟୋଜନ କରାଯାଇଥିଲା ା ସଭାସ୍ଥଳୀରେ ଉପସ୍ଥିତ ୭୦୦ରୁ ଊର୍ଦ୍ଧ୍ୱ ସାଧୁସନ୍ଥ, ଦିବ୍ୟାଙ୍ଗ, ଗରିବ ଓ ଅସହାୟ ବୃଦ୍ଧାବୃଦ୍ଧଙ୍କୁ ଲୁଗା, ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା ା ପରେ ସଭାସ୍ଥଳୀରୁ ବାବା ରାମଦାସଙ୍କର ସ୍ବର୍ଣ୍ଣ ପାଦୁକାକୁ ଭକ୍ତ ଆଦିତ୍ୟ ନାରାୟଣ ସୁପକାର ଓ ତାଙ୍କ ଧର୍ମପନତ୍ୀ ମସ୍ତକରେ ଧରି ଯଜ୍ଞମଣ୍ଡପକୁ ନେଇଯାଇଥିଲେ। ଏହାପରେ ପଞ୍ଚକୁଣ୍ଡୀୟ ମହାଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟ ଆରମ୍ଭ ହୋଇଥିଲା ା ପଞ୍ଚକୁଣ୍ଡୀୟ ମହାଯଜ୍ଞର ପୂର୍ବରେ ଅର୍ଜ୍ଜୁନ, ପଶ୍ଚିମରେ ନକୁଳ, ଉତ୍ତରରେ ସହଦେବ, ଦକ୍ଷିଣରେ ଭୀମ ଓ ମଧ୍ୟମସ୍ଥଳରେ ଯୁଧିଷ୍ଠିର ମହାରାଜଙ୍କର ନାମରେ ଯଜ୍ଞକୁଣ୍ଡ ନିର୍ମାଣ କରାଯାଇ ବିଶ୍ୱର କଲ୍ୟାଣ ନିମିତ ଘୃତାହୁତି ପ୍ରଦାନ କରାଯାଇଥିଲା ା ମହାଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଆୟୋଜକ କମିଟିର ସଭାପତି ଅଜୟ ପଟ୍ଟନାୟକ, ପାର୍ଥସାରଥୀ ମହାନ୍ତି, ଧୀରେନ୍ଦ୍ର ପାଣିଗ୍ରାହୀ, ଦେବ ସାମନ୍ତରା, ନିର୍ମଳ ପଟ୍ଟନାୟକ, ବାବାଙ୍କ ପଟଶିଷ୍ୟ ତଥା ସନ୍ଥସେବକ ଭକ୍ତ ଲଳିତ ନାରାୟଣ ଓ ଶୋଭନ ମହାକୁଡଙ୍କ ସମେତ ବହୁ ଶ୍ରଦ୍ଧାଳୁ ଆହୁତି ଅର୍ପଣ କରିଥିଲେ ା ୩ଦିନ ଧରି ଅନୁଷ୍ଠିତ ମହାଯଜ୍ଞରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କର ସମାଗମ ହେବା ସହ ବହୁ ଅସ୍ଥାୟୀ ଦୋକାନ ଖୋଲିଥିବା ଦେଖିବାକୁ ମିଳିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଖଣ୍ଡପଡା ଏସଡିପିଓ ଶ୍ରୀନିବାସ ମହାନ୍ତି, ଗଣିଆ ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ, ଏସଆଇ ଶ୍ରଦ୍ଧା ନାୟକଙ୍କ ନେତୃତ୍ୱରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ଏଥିସହ ଜିଲା ଓ ବ୍ଲକ ପ୍ରଶାସନର ପଦାଧିକାରୀଙ୍କ ସମେତ ଗଣିଆ ତହସିଲଦାର ମିତାଲି ପାତ୍ର, ଅଗ୍ନିଶମ ଅଧିକାରୀ ସାନନ୍ଦ ଜେନା ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିଥିଲେ ା ସେହିପରି ଭୁବନେଶ୍ୱରସ୍ଥିତ ଓଁ ସତ୍ୟଶାନ୍ତି ସେବାଶ୍ରମ ମହାଯଜ୍ଞକୁ ପରିଚାଳନା କରିଥିବା ବେଳେ ରାସଙ୍ଗ, ଛାମୁଣ୍ଡିଆ ପଞ୍ଚାୟତର ବହୁ ଶ୍ରଦ୍ଧାଳୁଙ୍କ ସମେତ ମାଳତିପୁଟ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ସହେଯାଗ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ହିତାଧିକାରୀଙ୍କୁ ମିଳିଲା ୩ ମାସର ସାଧାରଣ ବଣ୍ଟନ ସାମଗ୍ରୀ

ଦାରିଙ୍ଗବାଡ଼ି,୨୯।୩(ଡି.ଏନ୍‌.ଏ.): କରୋନା ମୁକାବିଲା ପାଇଁ ଚାରିଆଡ଼େ ଲକ୍‌ଡାଉନ୍‌ କରାଯାଇଥିବାବେଳେ ଗରିବ ଶ୍ରେଣୀର ଲୋକଙ୍କ ସୁବିଧା ପାଇଁ ସରକାର ସମସ୍ତ ହିତାଧିକାରୀଙ୍କୁ ସାଧାରଣ ବଣ୍ଟନ ସାମଗ୍ରୀକୁ ଆଗୁଆ...

ସମାଧାନର ବାଟ ଫିଟିଲା: ସୋମବାରଠାରୁ ସ୍କୁଲ ଯିବେ ପିଲା

କର୍ଲାମୁଣ୍ଡା,୨୭ା୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ଦାଣ୍ଡିଭଜା ପ୍ରାଥମିକ ବିଦ୍ୟାଳୟକୁ ଅଭିଭାବକମାନେ ପିଲା ନ ଛାଡ଼ିବା ଘଟଣାର ୨୭ ଦିନ ପରେ ଶନିବାର...

ଏକତରଫା ପ୍ରେମକୁ ନେଇ ହତ୍ୟାକାଣ୍ଡ: ଯୁବତୀ ମା’ଙ୍କ ଜୀବନ ଗଲା

କେସିଙ୍ଗା, ୮।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଞ୍ଚଳର ଏକତରଫା ପ୍ରେମକୁ ନେଇ ହତ୍ୟାକାଣ୍ଡ ଘଟିଛି। କୌଣସି କାରଣକୁ ନେଇ ସୋମବାର ପୂର୍ବାହ୍ନରେ ପ୍ରେମିକ ଉକ୍ତ...

ବଟେଶ୍ୱର ପୀଠରେ କାର୍ତ୍ତିକ ପୂର୍ଣ୍ଣିମା

ଗଞ୍ଜାମ,୧୯।୧୧(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ସ୍ଥିତ ପ୍ରସିଦ୍ଧ ଐତିହାସିକ ବଟେଶ୍ୱର ଶୈବପୀଠରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାଲିଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଯାତ୍ରାକୁ...

କରୋନା ସମ୍ପର୍କରେ ତାଲିମ ଦେଲେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସଂଯୋଜକ

ଟିଟିଲାଗଡ଼, ୨।୫ (ଡି.ଏନ.ଏ): ବଲାଙ୍ଗୀର ଜିଲା ଲିଖରିଆରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛି। ଏନେଇ ପ୍ରଶାସନିକ ତପତ୍ରତା ଆରମ୍ଭ ହୋଇଛି। ଶନିବାର ବିଶ୍ୱ ସ୍ବାସ୍ଥ୍ୟ...

ଦୁର୍ଗମ କହମପଡ଼ି ଗାଁରେ ବିଧାୟକ ସାଲୁଗା

ଦାରିଙ୍ଗବାଡ଼ି,୧୪।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ପଞ୍ଚାୟତର ଦୁର୍ଗମ ଗାଁ କହମପଡ଼ିକୁ ରବିବାର ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଗସ୍ତ କରିଛନ୍ତି। ଗାଁକୁ ସବୁଦିନିଆ...

ଅଭିନବ ଉପାୟରେ ନିଶା କାରବାର: କୋଲ୍ଡ ଡ୍ରିଙ୍କ୍‌ସରେ ମିଶାଉଥିଲେ ନିଶା

ବଲାଙ୍ଗୀର ଅଫିସ, ୨୦ା୧୦: ଅଭିନବ ଉପାୟରେ ନିଶା କାରବାର ଚଳାଇଥିବା ଜଣେ ବ୍ୟକ୍ତି ଓ ତାଙ୍କ ନାବାଳକ ପୁଅକୁ ବଲାଙ୍ଗୀର ଟାଉନ୍‌ ଥାନା ପୋଲିସ ମଙ୍ଗଳବାର...

ଘର ଆଗରେ ବୋମାମାଡ଼,କାର ନଷ୍ଟ

ନିଶ୍ଚିନ୍ତକୋଇଲି,୧୭।୧୧: (ସ୍ବ.ପ୍ର): କଟକ ଜିଲା ସାଲେପୁର ଥାନା ଅଧିନସ୍ଥ ରାମକୃଷ୍ଣପୁର ପଞ୍ଚାୟତ ପଟପରୀ ଗ୍ରାମରେ ବୋମାମାଡ ହୋଇଛି। ବୁଧବାର ଭୋରୁ ଅଶୋକ ସାମଲଙ୍କ ଘରେ ବୋମାମାଡ...

Advertisement
Archives

Model This Week