ମଙ୍ଗଳବାର ଲକ୍‌ଡାଉନ୍‌କୁ ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏନେଇ ସେମାବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ମୋଦି ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଯାହା ଆସନ୍ତାକାଲି ଅର୍ଥାତ୍‌ ଏପ୍ରିଲ ୧୪ରେ ଶେଷ ହେବ। ତେବେ ଏହି ସମୟରେ ମୋଦି ଲକ୍‌ଡାଉନ୍‌କୁ ନେଇ ବଡ଼ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସାରା ଦେଶରେ ଲକ୍‌ଡାଉନ୍‌ ଅବଧିକୁ ଆଉ ୨ସପ୍ତାହ ବୃଦ୍ଧି କରାଯିବ କି ନାହିଁ ସେନେଇ କଳ୍ପନା ଜଳ୍ପନା ଲାଗି ରହିଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ। ଏହି ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିବା ପାଇଁ ମୋଦିଙ୍କୁ ଏକ ପ୍ରସ୍ତାବ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

ରାଜନଗର,୧୧ା୭(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ…

୨ବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌. ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ): ଚଳିତ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଦୁଇ ବର୍ଷିଆ ବି.ଏଡ୍‌., ଏମ୍‌.ଏଡ୍‌. ଏବଂ ବି.ଏଚ୍‌.ଏଡ୍‌. ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଫଳ ଶୁକ୍ରବାର…

ଗ୍ରୀଷ୍ମ ପ୍ରବାହ ଯୋଗୁ ବଢୁଛି ଆର୍ଥିକ ସଙ୍କଟ

ନୂଆଦିଲ୍ଲୀ, ୧୧ା୭ : ଜଳବାୟୁ ପରିବର୍ତ୍ତନଜନିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଶ୍ୱବ୍ୟାପୀ ଶ୍ରମଜୀବୀଙ୍କ ଜୀବନ ଜୀବିକା ବିପନ୍ନ ହେବାରେ ଲାଗିଛି। ଏହାଫଳରେ ବିଶେଷକରି ପରିବାର ଚଳାଇବା…

ବିନା ପ୍ରେସ୍‌କ୍ରିପ୍ସନରେ ବିକ୍ରି ହେବନି ୧୨%ରୁ ଅଧିକ ଆଲ୍‌କୋହଲଯୁକ୍ତ ଔଷଧ

ନୂଆଦିଲ୍ଲୀ,୧୧ା୭: ଆଲ୍‌କୋହଲଯୁକ୍ତ ଔଷଧର ଦୁରୁପଯୋଗ ହେଉଥିବାରୁ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଔଷଧ ପ୍ରସ୍ତୁତି ନିୟମ ଡ୍ରଗ୍ସ ରୁଲ୍‌ସ, ୧୯୪୫ରେ ସଂଶୋଧନ ଆଣିଛନ୍ତି। ୧୨ ପ୍ରତିଶତରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri