ମକର ଲାଗି ଉତ୍ସବମୁଖର ‘ମା’ ବରୁଣେଇ ପୀଠ’

ଧାମନଗର,୧୪ା୧ – ଭଦ୍ରକ ଜିଲା ଧାମନଗର ବ୍ଲକ ଅସୁରାଳିସ୍ଥିତ ଭଦ୍ରକ- ଆଖଣ୍ଡଳମଣି ମୁଖ୍ୟ ରାସ୍ତାକଡରେ ରହିଛି ନେତ୍ରପୀଠ ମା’ ବରୁଣେଇଙ୍କ ପୀଠ। ଆଖଣ୍ଡଳମଣିଙ୍କ ପୀଠକୁ ଯିବା ବେଳେ ଏଠାରେ ଦୈନିକ ଶହ ଶହ ଗାଡି ମୋଟର ଅଟକି ପୂଜାର୍ଚ୍ଚନା କରି ଯାଇଥାନ୍ତି। ବିବାହ, ବ୍ରତ ପାଇଁ ଏଠାରେ ଥିବା କଲ୍ୟାଣ ମଣ୍ଡପର ଚାହିଦା ବଢିଯାଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମକରମେଳା ଲାଗି ଏହି ପୀଠ ଉତ୍ସବମୁଖର ହୋଇପଡିଛି। ଏହି ଉତ୍ସବ ଦୁଇଦିନ ଧରି ଧୁମଧାମ୍‌ରେ ପାଳନ କରାଯିବ। ଚଳିତବର୍ଷ ୧୫ତାରିଖଠାରୁ ଦୁଇଦିନିଆ ମକର ମେଳା ପାଇଁ ଚଣ୍ଡୀପାଠ, ବିଶ୍ୱଶାନ୍ତି ମହାଯଜ୍ଞ ଏବଂ ଖେଚୁଡି ପ୍ରସାଦସେବନ ନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ସନ୍ଧ୍ୟାରେ ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ବ୍ୟବସ୍ଥା ହୋଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ଏଠାରେ ମା’ଙ୍କ ଆବିର୍ଭାବ ସମ୍ପର୍କରେ ବିଭିନ୍ନ ଜନଶ୍ରୁତି ଶୁଣିବାକୁ ମିଳେ। ପୂର୍ବରୁ ରାଜରାଜୁଡା ଶାସନ ସମୟରେ ଏହା ମୁଖ୍ୟ ରାସ୍ତା ଭାବେ ପରିଗଣିତ ହୋଇଆସୁଥିଲା। ଉକ୍ତ ସ୍ଥାନରେ ମା’ଙ୍କୁ ସାକ୍ଷୀ ରଖି ଲୋକେ ଯାତାୟାତ କରୁଥିଲେ। ୧୪୭୯ରୁ ୧୫୦୪ ପର୍ଯ୍ୟନ୍ତ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କ ଶାସନ ସମୟରେ ଖୋର୍ଦ୍ଧାଗଡଠାରୁ ଯାଜପୁର, ଧାମନଗର ଓ ଅସୁରାଳି ହୋଇ ରାଜ୍ୟର ଉତ୍ତର ଦିଗକୁ ସାମରିକ ବାହିନୀଙ୍କର ଯାତାୟାତ ରାସ୍ତା ଥିଲା। ଖୋର୍ଦ୍ଧାରୁ ମା’ ବରୁଣେଇଙ୍କର ଏକ ପ୍ରତିମୂର୍ତ୍ତି ସୈନ୍ୟମାନେ ସାଥିରେ ନେଇଯାଉଥିବାବେଳେ ଖୋର୍ଦ୍ଧାଗଡ ଉପରେ କଳାପାହାଡର ଆକ୍ରମଣ ଭୟରେ ଉକ୍ତ ରାସ୍ତାର ମଙ୍ଗଳପୁର ନିକଟ କପାଳୀ ନଦୀ କୂଳରେ ମୂର୍ତ୍ତିକୁ ଫିଙ୍ଗି ଦେଇ ପଳାଇ ଯାଇଥିଲେ। ଖାର୍ଜିକୋରୁଆ ଗ୍ରାମର ଜଣେ ମାଳୀଙ୍କୁ ସ୍ବପ୍ନାଦେଶ ପରେ ମା’ଙ୍କ ମୂର୍ତ୍ତି ଉଦ୍ଧାର କରାଯାଇ ପ୍ରତିଷ୍ଠା କରାଯାଇଥିଲା। ଶାସକ ରାଜା ଏବଂ ସୈନ୍ୟ ସାମନ୍ତଙ୍କ ରହଣି ସ୍ଥାନ ଯୋଗୁ ଉକ୍ତ ପୀଠକୁ ଲାଗି ରହିଥିବା ସ୍ଥାନ ଏବଂ ଗ୍ରାମର ନାମକରଣ ସ୍ବତନ୍ତ୍ର ରହିଛି। ହାତୀ ରହୁଥିବା ସ୍ଥାନର ନାମ ହାତିଆପଡା, ଅଶ୍ୱ ରହୁଥିବା ଗ୍ରାମର ନାମ ଅସୁରାଳି, ବନ୍ୟା ସମୟରେ ରହଣି ପାଇଁ ଏକ ଉଚ୍ଚପଡିଆରେ ସୈନ୍ୟସାମନ୍ତ ଆଶ୍ରୟ ପାଇଁ ଗ୍ରାମର ନାମ ଉଚ୍ଚପଦା ରହିଛି । ହାତିଆପଡା ଗ୍ରାମର ସ୍ବର୍ଗତ ଲୋକନାଥ ପଣ୍ଡା ମା’ଙ୍କ ପୀଠରେ ପୂଜା ଆରମ୍ଭ କରିଥିବା ବେଳେ ତାଙ୍କ ବଂଶଧରମାନେ ବର୍ତ୍ତମାନ ପର୍ଯ୍ୟନ୍ତ ସେବା ପୂଜାରେ ନିୟୋଜିତ ହୋଇଆସୁଛନ୍ତି। ପୂର୍ବରୁ ବଣ ଜଙ୍ଗଲଘେରା ମୁଖ୍ୟ ରାସ୍ତାକଡରେ ମା’ଙ୍କ ପୂଜା ହୋଇଆସୁଥିବା ବେଳେ ପରବର୍ତ୍ତୀ ସମୟରେ ପୀଠର ଉନ୍ନତୀକରଣ କରାଯାଇଛି। ମା’ଙ୍କ ନୂତନ ମୂର୍ତ୍ତି ସ୍ଥାପନା, ମା’ଙ୍କ ସ୍ଥାୟୀ ମନ୍ଦିର, ବିଶାଳ ଯଜ୍ଞ ମଣ୍ଡପ, କଲ୍ୟାଣ ମଣ୍ଡପ, ଯାତ୍ରୀନିବାସ, ରାସ୍ତାକଡରେ ପାଚେରି, ସିଂହଦ୍ୱାର, ପୀଠ ଆଲୋକୀକରଣ ଆଦି କାର୍ଯ୍ୟ ଏବଂ ଉକ୍ତ ପୀଠର ନବକଳେବର ଆଦି କରାଯାଇଛି। ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କର ସମ୍ପୂର୍ଣ୍ଣ ପ୍ରୟାସରେ ନିର୍ମାଣ ହୋଇ ପୀଠ ପୂର୍ଣ୍ଣାଙ୍ଗ ହୋଇଥିବା କମିଟି ସଭାପତି ହେମେନ୍ଦ୍ର ସାହୁ କହିିଛନ୍ତିି। ଏବେ ମା’ଙ୍କ ପୀଠକୁ ଲାଗି ଏକ ଶିବମନ୍ଦିର ମଧ୍ୟ ସ୍ଥାପନା କରାଯାଉଥିବା ବେଳେ ଲକ୍ଷ୍ମୀନାରାୟଣଙ୍କ ମନ୍ଦିର ନିର୍ମାଣ ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି ।

(ଅଜିତ ରାଉତ)


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ଓ ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର…

ବ୍ରହ୍ମପୁର, ୧୯।୭ (ଅଶୋକ ସାହୁ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) କାର୍ଯ୍ୟକ୍ରମ ସଂଯୋଜକ, ଆସିଷ୍ଟାଣ୍ଟ ପ୍ରଫେସର ଡ. ଜୟନ୍ତ କୁମାର ପଣ୍ଡାଙ୍କୁ ରବିବାର ବିଦାୟକାଳୀନ…

ଜଗନ୍ନାଥପ୍ରସାଦ NAC ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ୧୨ ଓ୍ବାର୍ଡରେ ହେବ ବିଭକ୍ତ, ଆସନ ସଂରକ୍ଷଣ ନେଇ…

ଜଗନ୍ନାଥପ୍ରସାଦ,୧୯ା୭(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳକୁ ନେଇ ନବଗଠିତ ବିଜ୍ଞାପିତ ଅଞ୍ଚଳ ପରିଷଦ(NAC)ର ଓ୍ବାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ଅଧିସୂଚନା…

ଗାଁକୁ ଆସି ପାରିଲାନି ଜନନୀ ଏକ୍ସପ୍ରେସ୍‌, ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ୨ କିଲୋମିଟର ବୋହିଲେ ଗ୍ରାମବାସୀ

ଭବାନୀପାଟଣା/ଥୁଆମୂଳ ରାମପୁର,୧୯ା୭(ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଦୁର୍ଗମ ଥୁଆମୂଳ ରାମପୁର ବ୍ଲକରେ ରାସ୍ତା ସମସ୍ୟା ପୁଣିଥରେ ସାଧାରଣ ଲୋକଙ୍କ ଦୁର୍ଦ୍ଦଶାକୁ ସାମ୍ନାକୁ ଆଣିଛି। ପ୍ରସବ…

ରାସ୍ତା ଉପରେ ଆଣ୍ଠୁଏ ପାଣି, ବହୁବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ, ମରାମତି ଦାବି କରି…

କେସିଙ୍ଗା,୧୯ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ଅଧିନସ୍ଥ କିକିଆ ଗ୍ରାମ ପଞ୍ଚାୟତର ଖଜୁରପଡ଼ାଠାରୁ କିକିଆ ୩କିମି ରାସ୍ତା ଶୋଚନୀୟ ଅବସ୍ଥାରେ ଦୀର୍ଘ ୧୫…

ପୁଣି ଖୋଲିଲା ହୀରାକୁଦ ଗେଟ୍: ୬୧୧ ଫୁଟ୍ ଟପିଲା…. 

ସମ୍ବଲପୁର, ୨୦।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଫଳରେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ…

ସିର୍ଜାପାଲିରେ ଶ୍ରୀ ଜଗନ୍ନାଥଙ୍କ ବରାହ ବେଶ ଦର୍ଶନ

କେସିଙ୍ଗା, ୧୯।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିର୍ଜାପାଲି ଗ୍ରାମସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଶନିବାର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପାରମ୍ପରିକ ବରାହ ବେଶରେ…

ଖୋଲୁନି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏଗ୍ରୋ ମଲ୍ : ନିର୍ମାଣ ଶେଷକୁ ବର୍ଷେ ବିତିଲାଣି,ତଥାପି….

ଦାରିଙ୍ଗବାଡି, ୧୯।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବସ୍‌ଷ୍ଟାଣ୍ଡ ନିକଟରେ ନବନିର୍ମିତ କୃଷି ବଜାର (ଏଗ୍ରୋ ମଲ୍) ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ଆଶା କରି…

ଜାରି ହୋଇଥିଲା ଜାମିନବିହୀନ ଗିରଫ ପରୱାନା: ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ

ଦିଗପହଣ୍ଡି, ୧୯।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଧର୍ମରାୟପୁର ଗ୍ରାମର ରମେଶ ଚନ୍ଦ୍ର ଜେନାଙ୍କୁ ପାଟପୁର ପୋଲିସ କୋର୍ଟଙ୍କ ଜାରି କରାଯାଇଥିବା ୱାରେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri