ଭୟ ଭିତରେ ବି ଲୋକଙ୍କୁ ସଚେତନ କରୁଛନ୍ତି ଅଙ୍ଗନଓ୍ବାଡି କର୍ମୀ

ଲାଞ୍ଜିଗଡ,୧୬।୪(ଡି.ଏନ୍‌.ଏ.): ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରଶାସନର ସମସ୍ତ ବିଭାଗ ସଚେତନତା ପାଇଁ ଅଣ୍ଟା ଭିଡଛି। ଏଥିରୁ ବାଦ ପଡି ନାହାନ୍ତି ଦୁର୍ଗମ ଅଞ୍ଚଳରେ ଥିବା ଅଙ୍ଗନବାଡି କର୍ମୀ। ସେମାନେ ଗ୍ରାମାଞ୍ଚର ଦୁର୍ଗମ ଅଞ୍ଚଳକୁ ଯାଇ ସଚେତନତାର ବାର୍ତ୍ତା ଦେଉଛନ୍ତି। ମନରେ ସେମାନଙ୍କ ଅନେକ ଭୟ ରହିଛି, ତଥାପି ସରକାରୀ ନିର୍ଦ୍ଦେଶକୁ ମାନି ସେମାନେ ପାଳନ କରିଛନ୍ତି। ଘର ଘର ଯାଇ ଲିଫଲେଟ ବଣ୍ଟନ କରିବା ସହ ସାବୁନରେ ହାତ ଧୋଇବା ଓ ବାହାରକୁ ନ ବାହାରି ଘର ଭିତର ରହିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ଲୋକଙ୍କୁ ବୁଝାଉଛନ୍ତି। ରାଜ୍ୟ ଓ ଦେଶ ବାହାରୁ ଆସିଥିବା ବ୍ୟକ୍ତିଙ୍କ ଘରକୁ ଯାଇ ହୋମ କ୍ୱାରାନଟାଇନରେ ରହିବା ପାଇ ପରାମର୍ଶ ଦେଇଛନ୍ତି ଏଭଳି ଦେଖିବାକୁ ମିଳିଛି କାଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ କାନକୁଟ୍ରୁ ପଞ୍ଚାୟତ ଅନ୍ତର୍ଗତ ପାଇକବୋରୀ ଗାଁରେ। ପାଇକବୋରୀ ଗାଁର ଅଙ୍ଗନବାଡି କର୍ମୀ ଚଞ୍ଚଳା ସାହୁ ସକାଳୁ ଉଠି ତାଙ୍କ ଅଧୀନରେ ଥିବା ବିଭିନ୍ନ ଗାଁକୁ ଯାଇ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଉଛନ୍ତି। ହାତ କେମିତି ଧୋଇବେ ଶିଖାଉଛନ୍ତି । ମାସ୍କ ଲଗାଇବା, ଗାଁରେ ତାସ ଖେଳ ବନ୍ଦ କରିବା, କ୍ରିକେଟ ଓ ବିଭିନ୍ନ ସଂଘବୋଧ ଖେଳକୁ ବର୍ତ୍ତମାନ ପରିସ୍ଥିତିରେ ବନ୍ଦ କରିବା ପାଇଁ ପରାମର୍ଶ ଦେଉଛନ୍ତି । ସେଭଳି ପଞ୍ଚାୟତ ଅଫିସ ଓ ସ୍କୁଲରେ ଖୋଲା ଯାଇଥିବା ଅସ୍ଥାୟୀ କ୍ୟାମ୍ପରେ ମଧ୍ୟ ଦାୟିତ୍ୱ ନେଇଥିବା ବେଳେ ଭତ୍ତା ବଣ୍ଟନ, ପିଡିଏସ ସାମଗ୍ରୀ ବଣ୍ଟନ ସମୟରେ ମଧ୍ୟ ଉପସ୍ଥିତ ରହୁଛନ୍ତି । ସରକାରଙ୍କ ପକ୍ଷରୁ ପ୍ରସୂତି, ଗର୍ଭବତୀ ଓ ଅଙ୍ଗନଓ୍ବାଡି ପିଲାଙ୍କ ପାଇଁ ଆଗୁଆ ଅଣ୍ଡା, ଛତୁଆ ଓ ଚାଉଳ ବଣ୍ଟନ କରୁଛନ୍ତି। ସେହିଭଳି ଲାଞ୍ଜିଗଡ ବ୍ଲକର ୧୬୩ ଜଣ ଅଙ୍ଗନଓ୍ବାଡି କର୍ମୀ ଓ ୫୦ ଜଣ ମିନି ଅଙ୍ଗନଓ୍ବାଡି କର୍ମୀ ବିଭିନ୍ନ ଗାଁକୁ ଯାଇ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରାଉଛନ୍ତି ା ଏଥିରେ ଲାଞ୍ଜିଗଡ ସିଡିପିଓ କୁସୁମ କୁମାରୀ ପ୍ରହରାଜ ଓ ବିଭିନ୍ନ ସେକ୍ଟରରେ ନିଯୁକ୍ତ ଥିବା ସୁପରଭାଇଜରମାନେ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ଖାଉଛନ୍ତି ମୋ ଛତୁଆ

ଭୋଗରାଇ, ୧୩ା୩(ଡି.ଏନ.ଏ.): ରାଜ୍ୟ ସରକାର ଶିଶୁ, ପ୍ରସୂତି ଓ ଗର୍ଭବତୀଙ୍କ ସୁସ୍ବାସ୍ଥ୍ୟ ପାଇଁ ପୁଷ୍ଟିଯୁକ୍ତ ଖାଦ୍ୟ ଛତୁଆ, ଲଡ଼ୁ ଓ ସୁଜି ଆଦି ସୁଷମ ଖାଦ୍ୟସାମଗ୍ରୀ...

୨ ବର୍ଷ ବିତିଲା, ମିଳିନି ପିଠା ଅର୍ଥ

କଟକ ସଦର, ୧୦ା୫ (ଡି.ଏନ.ଏ.):୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାର ସମସ୍ତ ପଞ୍ଚାୟତରେ ପିଠା (ପିପୁଲ୍‌ସ ଏମ୍‌ପାଓ୍ବାରମେଣ୍ଟ ଏନାବେଲିଂ ଟ୍ରାନ୍ସପରେନ୍ସି ଆଣ୍ଡ ଏନ୍‌ହାନ୍ସିଂ ଆକାଉଣ୍ଟେବିଲିଟି) କାର୍ଯ୍ୟକ୍ରମ...

ବଳାତ୍କାରୀଙ୍କୁ ୨୦ବର୍ଷ କାରାଦଣ୍ଡ

ସୁୁନ୍ଦରଗଡ଼,୩୦।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଏଡିଜେ ପାର୍ଥସାରଥି ପଟ୍ଟନାୟକ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତ ରାଜକୁମାର ଲୋହାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ପୋକ୍‌ସୋ...

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗୁଟ୍‌ଖା ଜବତ: ବାପପୁଅଙ୍କ ସମେତ ୩ ଗିରଫ

ବ୍ରହ୍ମପୁର ଅଫିସ,୫ା୮-ବ୍ରହ୍ମପୁର ସଦର ଥାନା ପୋଲିସ ୨ଟି ବଡ ଧରଣର ଗୁଟ୍‌ଖା କାରଖାନା ଉପରେ ଚଢାଉ କରି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗୁଟ୍‌ଖା ଜବତ କରିଛି।...

କଡ଼ା ପହରା ମଧ୍ୟରେ ଷ୍ଟ୍ରଙ୍ଗ ରୁମ୍‌

ଚମ୍ପୁଆ, ୨୯ା୪(ଡି.ଏନ.ଏ.)- ଗତ ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଭିନ୍ନ ବୁଥ୍‌ରୁ ଇଭିଏମ୍‌ ଅଣାଯାଇ  ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି। ସ୍ଥାନୀୟ  ଚନ୍ଦ୍ରଶେଖର ମହାବିଦ୍ୟାଳୟଠାରେ...

ପଶିଆସିଛନ୍ତି ୧୫ ହାତୀ, ଲୋକେ ଆତଙ୍କିତ

ବଅଁରପାଳ, ୩୧।୭ (ଡି.ଏନ୍‌.ଏ.)-ବଅଁରପାଳ ବ୍ଲକ ମହୀଧରପୁର ଅଞ୍ଚଳକୁ ପଶି ଆସିଥିବା ଏକ ହାତୀପଲକୁ ନେଇ ମହୀଧରପୁର, ତଳମୂଳ, କାଳିହୁଣ୍ଡି, କୁରୁମିଠା, ମାଧିଆପଶି ଆଦି ଅଞ୍ଚଳର ଲୋକେ...

ଜିଓ ଟ୍ୟୁବ୍‌ ୱାଲରେ ଅଗ୍ନିକାଣ୍ଡ : ପ୍ରକଳ୍ପ କଳାକାରନାମାକୁ ଘୋଡାଇବାକୁ ଉଦ୍ୟମ

କେନ୍ଦ୍ରାପଡା ଅଫିସ, ୨୬ା୮:  କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ପେଣ୍ଠ ବେଳାଭୂମିସ୍ଥିତ ଜିଓ ସିନ୍ଥେଟିକ ଟ୍ୟୁବ୍‌ ଓ୍ବାଲରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିବା...

ବାଇକ ହ୍ୟାଣ୍ଡେଲ୍‌ରେ ଟାଙ୍ଗି ଥିଲେ ଲକ୍ଷେ ୩୨ ହଜାର ଟଙ୍କା, ଚୋର ନେଇ ପାର୍‌

ଭଣ୍ଡାରିପୋଖରୀ,୧୪।୭ (ଡି.ଏନ.ଏ): ଭଣ୍ଡାରିପୋଖରୀ ବ୍ଲକ କୃଷି କାର୍ଯ୍ୟଳୟ ନିକଟରେ ଏକ ବଡ ଲୁଟ୍‌ ହୋଇଛି। ସୋମବାର ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ସମୟରେ ନିର୍ଗୁଣ୍ଡି ପଞ୍ଚାୟତ...

Advertisement
Archives

Model This Week