ଭ୍ୟାନିଟ୍‌ ବ୍ୟାଗ୍‌ ନେଇ କାର ଡ୍ରାଇଭର ଫେରାର ଘଟଣା : ଯାଜପୁରରୋଡ ଷ୍ଟେଶନ ବାଜାରରୁ ଡ୍ରାଇଭର ଗିରଫ

ଧର୍ମଶାଳା,୫ା୮(ଡି.ଏନ୍‌.ଏ.) : ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବାରବାଟି ନିକଟରେ ମହିଳା ଯାତ୍ରୀଙ୍କୁ ଅଧାବାଟରେ ଛାଡି ଚମ୍ପଟ ମାରିଥିବା କାର୍‌ ଡ୍ରାଇଭରକୁ ରବିବାର ପୋଲିସ ଗିରଫ କରିଛି। ଏଥିସହ ଲୁଟ୍‌ ହୋଇଥିବା ମହିଳାଙ୍କ ଭ୍ୟାନିଟ୍‌ ବ୍ୟାଗ୍‌ ଓ କାର୍‌କୁ ଜବତ କରିଛି। ମହିଳାଙ୍କ ମୋବାଇଲ ଫୋନକୁ ଡ୍ରାଇଭର କେଉଁଠି ଫିଙ୍ଗି ଦେଇଥିବାରୁ ତାହା ମିଳିପାରି ନାହିଁ। ଗିରଫ ଡ୍ରାଇଭର ଜଣଙ୍କ ବିକାଶ କୁମାର ଲାହା। ତାଙ୍କୁ ସକାଳେ ଯାଜପୁରରୋଡ ଷ୍ଟେଶନ ବାଜାରରୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଏ ନେଇ ପୋଲିସ ଏକ ମାମଲା (ନଂ. ୩୧୪/୧୯) ରୁଜୁକରି ବିକାଶକୁ ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରିଥିଲା। ସେଠାରେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଯାଜପୁର ଉପକାରାଗାରକୁ ପଠାଇ ଦିଆଯାଇଛି। ଭ୍ୟାନିଟ୍‌ ବ୍ୟାଗ୍‌କୁ ପୋଲିସ ମହିଳାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଛି।
ପ୍ରକାଶ ଯେ, ଅନୁଗୁଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ନର୍ସ କାମ କରୁଥିବା ନିରୁପମା ବିଶ୍ୱାଳ ଶନିବାର ବାପା ମରିବା ଖବର ପାଇ ବାଲେଶ୍ୱର ଜିଲା ମାର୍କୋଣା ଯିବାଲାଗି ଅନୁଗୁଳରୁ ବସ୍‌ରେ ଆସି ମଙ୍ଗୁଳି ଛକରେ ଓହ୍ଲାଇଥିଲେ। ସେଠାରୁ ମାର୍କୋଣା ଯିବା ପାଇଁ ବିକାଶଙ୍କ କାର ଭଡା କରିଥିଲେ। ବାରବାଟି ନିକଟରେ କୌଣସି ଏକ କାମରେ ନିରୁପମା କାର୍‌ରୁ ଓହ୍ଲାଇଥିବା ବେଳେ ବିକାଶ ଭ୍ୟାନିଟ୍‌ ବ୍ୟାଗ୍‌ ନେଇ ପଳାଇଥିଲେ। ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ମହିଳାଙ୍କୁ ବାଲେଶ୍ୱର ବସ୍‌ରେ ଛାଡିଥିଲେ। ଏହି ଘଟଣାର ଛାନଭିନ କରି ମଙ୍ଗୁଳି ଟୋଲଗେଟରେ ଲାଗିଥିବା ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରି କାରର ସନ୍ଧାନ ପାଇଥିଲା। ଏହି ଆଧାରରେ ଶନିବାର ରାତିରେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ବେଳେ ସକାଳେ କାର ଡ୍ରାଇଭର ବିକାଶକୁ ଯାଜପୁରରୋଡ ଷ୍ଟେଶନ ବଜାରରୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜିଲି ବଗର୍ତ୍ତିଙ୍କ ଘରକୁ ନାହିଁ ବିଜୁଳି, ବରଗଡ଼ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ପୂର୍ବତନ ବିଧାୟକ

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଜମୁର୍ଡା ଟାଙ୍ଗରପଡା ନିବାସୀ ବିଜିଲି ବଗର୍ତ୍ତିଙ୍କ ଘରକୁ ବିଦ୍ୟୁତ୍ ସଂଯୋଗ ନାହିଁ। ଘର ମଧ୍ୟ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି।…

୪ ଦିନ ରହିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା; ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି, ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ । ମଝିରେ ଆଉ ୪ ଦିନ ରହିଥିବା ବେଳେ ପ୍ରସ୍ତୁତି ଶେଷ…

ସାଇଲେଣ୍ଟ ଗେମ୍ କରିଦେଲା ଚାଇନା, ଘରୁ ବାହାରି ପାରୁନାହାନ୍ତି ତାଇଓ୍ବାନ ରାଷ୍ଟ୍ରପତି

ବେଜିଂ,୨୧।୪: ଚାଇନା ତାଇୱାନର ରାଷ୍ଟ୍ରପତି ୱିଲିୟମ୍ ଲାଇ ଚିଙ୍ଗ-ତେଙ୍କ ବିରୁଦ୍ଧରେ ଏକ ସାଇଲେଣ୍ଟ ଗେମ୍ ଖେଳିଛି। ଫଳସ୍ୱରୂପ, ରାଷ୍ଟ୍ରପତି ଲାଇ ତାଙ୍କ ଘର ଅର୍ଥାତ୍ ଦେଶ ବାହାରକୁ…

ଜାତୀୟ ରାଜପଥ ନିକଟରୁ ଅଚିହ୍ନା ମୃତଦେହ ଉଦ୍ଧାର, ଅଜଣା ଗାଡି ଧକ୍କାରେ…

ବଣାଇଁ,୨୧।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ବିରିତୋଳା ନିକଟରୁ ଅଜଣା ମୃତଦେହ ଉଦ୍ଧାର କରାଯାଇଛି । ଜଣେ ଅଚିହ୍ନା ଯୁବକଙ୍କ…

ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ଆଗରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ, ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୦ ଦଫା ଦାବି ହାସଲ…

ରାଉ‌ରକେଲାରେ ପ୍ରୋଟୋକଲ ଭାଙ୍ଗିଲେ ରାଷ୍ଟ୍ରପତି, ଖରାକୁ ଖାତିର ନକରି…

ରାଉରକେଲା,୨୧।୪(ସଂଗୀତା ଜେନା) ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ରାଉରକେଲା ଅଭିମୁଖେ ଯାତ୍ରା କରିଥିଲେ । ରାଉରକେଲା…

ଦିନ ଦ୍ୱିପ୍ରହରେ ବଡ଼ ଧରଣର ଲୁଟ: ବ୍ୟାଙ୍କ ସାମ୍ନାରେ ଗାଡ଼ି ଡିକି ଭାଙ୍ଗି ଏତେ ଟଙ୍କା ନେଇଗଲେ ଦୁର୍ବୃତ୍ତ

ଗଞ୍ଜାମ,୨୧।୪(ଅନାଥ ତରାଇ): ଗଞ୍ଜାମ ସହରରେ ଏକ ବଡ଼ ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଗଞ୍ଜାମ ସହରରେ ଥିବା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଦିନଦ୍ୱିପ୍ରହରେ…

କାଳିପଲ୍ଲୀରେ କିଡ଼ନୀ ରୋଗର ଭୟାବହତା: ଚିନ୍ତାପ୍ରକଟ କରି ମୁଖ୍ୟମନ୍ତ୍ରୀଙ୍କୁ ଏହି ନିବେଦନ କଲେ ପ୍ରଦୀପ ପାଣିଗ୍ରାହୀ

ଗଞ୍ଜାମ/ଛତ୍ରପୁର,୨୧।୪(ଅନାଥ ତରାଇ/ଦିଲୀପ ସାମଲ): ଗଞ୍ଜାମ ଜିଲା କାଳିପଲ୍ଲୀ ପଞ୍ଚାୟତରେ କାୟା ବିସ୍ତାର କରିଥିବା କିଡ଼ନୀ ରୋଗର ବ୍ୟାପକତାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ବ୍ରହ୍ମପୁର ଏମ୍‌ପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri