ଭୋର ୪ଟା ୧୦ରେ ଉଠିବ ଦୀପ

ବଅଁରପାଳ, ୨୦ା୨(ଡି.ଏନ.ଏ.) – ଆଉ ଦିନକ ପରେ ପାଳନ ହେବ ମହାଶିବରାତ୍ରି। ଏହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ ଗ୍ରାମର କପିଳେଶ୍ୱର ଶୈବପୀଠ। ପୂଜାକୁ ଧୁମ୍‌ଧାମରେ ପାଳନ କରିବାକୁ ଚାଲିଛି ବ୍ୟାପକ ପ୍ରସ୍ତୁତି। ଯଥାନୀତି ପୂଜା ବିଧି ସହ ଭଜନ ସନ୍ଧ୍ୟା, ନାମ ସଂକୀର୍ତ୍ତନ, ମହିଳା ପାଲା ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସ୍ଥିର ହୋଇଛି। ସେହିପରି ଶନିବାର ଭୋର ୪ଟା ୧୦ରେ ପ୍ରଭୁଙ୍କର ମହାଦୀପ ମନ୍ଦିର ଉପରକୁ ଉଠିବ ବୋଲି ସମୟ ନିର୍ଘଣ୍ଟ କରାଯାଇଛି।
୫୫ ନମ୍ବର ଜାତୀୟ ରାଜପଥର କୁଲାଡଠାରୁ ୫ଶହ ମିଟର ଦୂରରେ ଏହି ଶୈବପୀଠ ପଡେ। ଜିଲାର ପ୍ରାଚୀନ ଶୈବପୀଠଗୁଡିକ ମଧ୍ୟରୁ ଏହା ଅନ୍ୟତମ। ସୁନ୍ଦର ପ୍ରାକୃତିକ ପରିବେଶରେ ଥିବା ଏହି ପୀଠ ସମ୍ପର୍କରେ ରହିଛି ରୋଚକ ଲୋକକଥା। ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ, ବହୁ ବର୍ଷ ତଳେ ମନ୍ଦିର ଅଞ୍ଚଳ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଦିନେ ସେହି ରାସ୍ତା ଦେଇ ଜଣେ ସାଧୁ ଆଶ୍ରମକୁ ଫେରୁଥିବାବେଳେ ଏକ ଗଛମୂଳେ ଶିବ ଲିଙ୍ଗ ଆକୃତିର ଏକ କଳା ପଥର ପଡିଥିବା ଦେଖିବାକୁ ପାଇଥିଲେ। ଏ ବିଷୟରେ ଗ୍ରାମବାସୀ ଜାଣିବା ପରେ ସେଠାରେ ସେହିଦିନଠାରୁ ମନ୍ଦିର କରାଯାଇ ପୂଜାପାଠ କରାଯାଇଆସୁଛି। ଏ ସମ୍ପର୍କରେ ମନ୍ଦିର ପୂଜକ ଇନ୍ଦ୍ରମଣି ମହାପାତ୍ର(୮୦) କୁହନ୍ତି, କାହିଁ କେଉଁ କାଳରୁ ପ୍ରଭୁ କପିଳେଶ୍ୱର ଏଠାରେ ପୂଜା ପାଇଆସୁଛନ୍ତି। ଲିଙ୍ଗ କପି ଅର୍ଥାତ ହନୁମାନଙ୍କ ପରି ହୋଇଥିବାରୁ କପିଳେଶ୍ୱର ନାମରେ ସେ ପ୍ରତିଷ୍ଠିତ। ମନ୍ଦିର କମିଟି ସଭାପତି ପ୍ରତାପ ଜେନା କୁହନ୍ତି, ଚଳିତ ବର୍ଷ ଜାଗର ଯାତ୍ରା ଧୁମ୍‌ଧାମରେ ପାଳନ କରାଯିବାର ଯୋଜନା ରହିଛି। ରଙ୍ଗିନ ଆଲୋକମାଳାରେ ପୀଠ ସାଜସଜ୍ଜା କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଗ୍ରାମ ସଭାପତି ଭାଗୀରଥି ଜେନା, ପଞ୍ଚୁ ଦଳବେହେରା, ହରିହର ଦେହୁରୀ ପ୍ରମୁଖ କୁହନ୍ତି, ଚଳିତ ବର୍ଷ ୧୫ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଧୁମ୍‌ଧାମରେ ପୂଜା ପାଳନ କରାଯିବାକୁ ସମସ୍ତ ପ୍ରସ୍ତୁତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଗୋଳ ପୋଲିସ ହାତରେ ଚୋରା କୋଇଲା ଗ୍ୟାଙ୍ଗ

ଅନୁଗୋଳ ଅଫିସ, ୧୮।୧୨- ଚୋରା କୋଇଲା କାରବାର କରୁଥିବା ଏକ ଗ୍ୟାଙ୍ଗର ୪ଜଣଙ୍କୁ ଅନୁଗୋଳ ପୋଲିସ କାବୁ କରିଛି। ଏଥିସହ ସମ୍ପୃକ୍ତ ମାଫିଆଙ୍କ ନିକଟରୁ ବିପୁଳ...

ଗ୍ରୋସେରି ଦୋକାନରେ ମଦ ବିକ୍ରି

ପବିତ୍ରନଗର,୨୧।୪(ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲ ଥାନା ପୋଲିସ ଗ୍ରୋସେରି ଦୋକାନରେ ମଦ ବିକ୍ରି କରୁଥିବା ଅଭିଯୋଗରେ ଗୌଣିଘଷା ଗ୍ରାମର ବିମ୍ବାଧର ସାହୁ(୫୦)ଙ୍କୁ ଗିରଫ କରିଛି।...

ଚିନ୍ତା ବଢ଼ାଇଲାଣି ଚୋରା ମଦ

ଖମାର,୨୪।୪(ଡି.ଏନ.ଏ.):  ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡରେ ଚୋରା ଦେଶୀ ବିଦେଶୀ ମଦ କାରବାର ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। କେତେଜଣ ଅସାଧୁ ବ୍ୟବସାୟୀ ଗ୍ରାମାଞ୍ଚଳକୁ ଏହା ଯୋଗାଣ କରୁଥିବାରୁ...

ଖାଁ ଖାଁ ଗୋତମରା ଗାଁ

ବଅଁରପାଳ, ୩୧ା୧୦(ଡି.ଏନ.ଏ.) ପ୍ରତିବର୍ଷ ପରି ବାର୍ଷିକ ପୂଜାରେ ଚଳଚଞ୍ଚଳ ହେବନି ବଅଁରପାଳ ବ୍ଲକ ଗୋତମରା ଗ୍ରାମର ମା’ ବ୍ରହ୍ମାୟଣୀଙ୍କ ପୀଠ। ବସିବନି ଦୋକାନ ବଜାର କି...

ଆଜି ଖୋଲାଯିବ ରେଙ୍ଗାଳି ଗେଟ୍‌

କଣିହାଁ,୧୫।୯(ଡି.ଏନ.ଏ.) – କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି ପାଇଥିବାରୁ ରବିବାର ପୂର୍ବାହ୍ନ ୯ଟାରେ ଗୋଟିଏ ଗେଟ ଖୋଲାଯିବ ବୋଲି ଡ୍ୟାମ୍‌ ନିର୍ବାହୀ ଅଧିକାରୀ...

ପୂଜାକୁ ନେଇ କମିଛି ଉତ୍ସାହ, ଉଦ୍ଦୀପନା

ବଅଁରପାଳ,୧୨ା୧୦(ଡି.ଏନ.ଏ.):  କରୋନା ସମୟ ହୋଇ ନ ଥିଲେ ଏତେବେଳକୁ ଦୁର୍ଗାପୂଜା ପାଇଁ ମଣ୍ଡପ ସାଜସଜ୍ଜା ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଥାନ୍ତା। ମିନାବଜାର, ଦୋଳି ଲାଗିବା ସ୍ଥାନ ମଧ୍ୟ ପ୍ରସ୍ତୁତ...

ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଜିଲାପାଳଙ୍କ ଅନୁରୋଧ  

ଅନୁଗୋଳ ଅଫିସ, ୨୯।୫- କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ୩୦ ତାରିଖ ଅପରାହ୍ନରେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଥିବା...

ଚତୁର୍ଥ ଶନିବାର ବିଭାଗୀୟ କାର୍ଯ୍ୟ ସମୀକ୍ଷା କଲେ ଜିଲାପାଳ : ପ୍ରତି ସପ୍ତାହରେ ଲୋକଙ୍କ ନିକଟକୁ ଯିବାକୁ ନିର୍ଦ୍ଦେଶ

ଅନୁଗୋଳ ଅଫିସ, ୨୫।୮ – ଅଗଷ୍ଟ ମାସର ଚତୁର୍ଥ ଶନିବାରରେ ଅନୁଗୋଳ ଜିଲାପାଳ ବିଭିନ୍ନ ବିଭାଗର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସମସ୍ତ ଅଧିକାରୀଙ୍କୁ ଜିଲାପାଳ...

Advertisement
Archives

Model This Week