ଭୋପାଳରୁ ଦିଲ୍ଲୀ ଯାତ୍ରା କରିବାକୁ ପୂରା ବିମାନ ବୁକ୍‌ କଲେ ଗୋଟିଏ ପରିବାରର ୪ ସଦସ୍ୟ

ଭୋପାଳ,୨୮।୫: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ରାଜା ଭୋଜ ବିମାନ ବନ୍ଦରରୁ ଗତ ସୋମବାରଠାରୁ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଛି। ଏହାସହ ଚାର୍ଟର ବିମାନ ଚଳାଚଳ ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ଏହାପରେ କରୋନା ଭାଇରସଠାରୁ ଦୂରେଇ ରହିବାକୁ ଧନୀ ପରିବାରର ବ୍ୟକ୍ତି ଏକେଲା ବିମାନରେ ଯାତ୍ରା କରୁଥିବା ଦେଖାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ଧନୀ ପରିବାରର ୪ ଜଣ ସଦସ୍ୟ ଭୋପାଳରୁ ଦିଲ୍ଲୀ ଯାତ୍ରା କରିବା ପାଇଁ ଏୟାରବସ ଏ୩୨୦କୁ ସମ୍ପୂର୍ଣ୍ଣ ବୁକ୍‌ କରିଥିଲେ। ଯାତ୍ରୀଙ୍କ ମଧ୍ୟରେ ଥିଲେ ଜଣେ ଧନୀ ବ୍ୟକ୍ତିଙ୍କ ପତ୍ନୀ, ୨ ପିଲା ଓ ତାଙ୍କ ଘରେ କାମ କରୁଥିବା ଜଣେ ମହିଳା। ୧୮୦ ସିଟ୍‌ ବିଶିଷ୍ଟ ଏହି ବିମାନଟିକୁ ଏକ ଘରୋଇ କମ୍ପାନୀ କ୍ରୟ କରିଥିବା ବେଳେ ଭୋପାଳରୁ ଦିଲ୍ଲୀ ଯାତ୍ରା କରିବାକୁ ଏହାର ମୂଲ୍ୟ ପାଖାପାଖି ୧୦ ଲକ୍ଷ ଟଙ୍କା ହେବ ବୋଲି ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ଏହା ସାମବାର ପ୍ରାୟ ସକାଳ ୧୧.୩୦ରେ ଭୋପାଳ ବିମାନବନ୍ଦରରୁ ଉଡାଣ ଆରମ୍ଭ କରି ୧୨ଟା ୫୫ରେ ଦିଲ୍ଲୀରେ ପହଞ୍ଚିଥିଲା ଆଉ ସେଥିରେ କ୍ରିୟୁ ମେମ୍ବରଙ୍କ ସହ କେବଳ ୪ ଜଣ ଯାତ୍ରୀ ଯାତ୍ରା କରିଥିଲେ। ଉକ୍ତ ଏୟାର ଲାଇନ୍ସର ଜଣେ ଅଧିକାରୀ କହିଛନ୍ତି କରୋନା ଭାଇରସଠାରୁ ଦୂରେଇ ରହିବା ପାଇଁ ଏବେ ଅଧିକାଂଶ ଧନୀ ଶ୍ରେଣୀର ଲୋକେ ବିମାନରେ ଏକେଲା କେବଳ ପରିବାର ସହ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି। ଏବେ ଅଭିଏଶନ ଟବ୍ରାଇନ ଫୁଏଲ(ଏଟିଏଫ୍‌)ର ଦାମ୍‌ କମ୍‌ ଥିବାରୁ ଏୟାରଲାଇନ୍ସ କମ୍ପାନୀ ଉଚିତ ମୂଲ୍ୟ ନେଉଛି। ତେଣୁ ଧନୀ ଶ୍ରେଣୀର ଲୋକେ ଏକେଲା ଯିବାକୁ ସୁରକ୍ଷିତ ମଣୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମ୍ପାନୀର ୧୨୦୦ ମାଇକ୍ରୋସଫ୍ଟ ୟୁଜର ଆକାଉଣ୍ଟ ଡିଲିଟ୍‌ କରିଦେବାରୁ କର୍ମଚାରୀଙ୍କୁ ଜେଲ

ଓ୍ବାଶିଂଟନ,୨୪।୩ : କମ୍ପାନୀର ସର୍ଭର ହ୍ୟାକ କରିବା ଓ ୧୨୦୦ ମାଇକ୍ରୋସଫ୍ଟ ୟୁଜର ଆକାଉଣ୍ଟ ଡିଲିଟ୍‌ କରିବା ପାଇଁ କମ୍ପାନୀ ପକ୍ଷରୁ ନିଲମ୍ବିତ ହୋଇଥିବା ଜଣେ...

ଉତ୍ତର-ପୂର୍ବରେ ନାଗରିକତ୍ୱ ବିଲ୍‌ ନିଆଁ: ପୋଲିସ ଗୁଳିରେ ୨ ମୃତ

ଗୁଆହାଟୀ/ନୂଆଦିଲ୍ଲୀ,୧୩।୧୨(ପି.ଟି./ଆଇଏଏନ୍‌ଏସ୍‌):ନାଗରିକତ୍ୱ ସଂଶୋଧନ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ ହେବା ପରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଏହାକୁ ନେଇ ବିରୋଧ ତେଜିବାରେ ଲାଗିଛି। ଆସାମରେ ଗୁରୁବାର ସ୍ଥିତି ଅଣାୟତ୍ତ ହୋଇପଡ଼ିଛି।...

ପାକିସ୍ତାନ ଉପରେ ପୁଣି ସର୍ଜିକାଲ ଷ୍ଟ୍ରାଇକ୍‌: ରତଲେ ଜଳ ବିଦ୍ୟୁତ୍‌ ପରିଯୋଜନାକୁ ମଞ୍ଜୁରୀ

ନୂଆଦିଲ୍ଲୀ, ୨୧।୧: ଭାରତ ସରକାରଙ୍କ ପକ୍ଷରୁ ପୁଣି ଥରେ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରାଯାଇଛି। ଜମ୍ମୁ-କଶ୍ମୀରର କିସ୍ତଓ୍ବାଡ ଜିଲାର ଚେନାବ୍‌ ନଦୀ ଉପରେ ରତଲେ...

ସ୍ତ୍ରୀ ନଜଣାଇ ଘରକୁ ପଳାଇଲେ ବୋଲି ବିଜୁଳି ଖୁଣ୍ଟରେ ଚଢ଼ି ବସିଲେ ସ୍ବାମୀ, ଆଉ ତା’ପରେ ଘଟିଲା…

ବଳରାମପୁର: ଯଦି ଆପଣ ‘ଶୋଲେ’ ଫିଲ୍ମ ଦେଖିଥିବେ ତେବେ ଅଭିନେତା ଧର୍ମେନ୍ଦ୍ର ସେଥିରେ ମଦନିଶାରେ ପାଣି ଟାଙ୍କି ଉପରେ ଚଢ଼ିବା ଘଟଣା ମନେଥିବ ନିଶ୍ଚିତ। ଏବେ...

ନୌସେନାର ୭ ଅଧିକାରୀ ଗିରଫ

ନୂଆଦିଲ୍ଲୀ,୨୧ା୧୨: ପାକିସ୍ତାନ ପାଇଁ ଗୁପ୍ତଚରଗିରି କରୁଥିବା ଅଭିଯୋଗରେ ଭାରତୀୟ ନୌସେନାର ୭ ଅଧିକାରୀ ଗିରଫ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଗୋଇନ୍ଦା ବିଭାଗ, ନୌସେନା ଓ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ...

କେନ୍ଦ୍ର ସରକାରରେ ୭ ଲକ୍ଷ ପଦବୀ ଖାଲି

ନୂଆଦିଲ୍ଲୀ,୨୨-୧୧(ପି.ଟି.):କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ପାଖାପାଖି ୭ ଲକ୍ଷ ପଦବୀ ଖାଲିପଡିଥିବା ରାଜ୍ୟ ସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ଗତବର୍ଷ ମାର୍ଚ୍ଚ ୧ ସୁଦ୍ଧା...

କଶ୍ମୀର: ୨ ମିନିଟ୍‌ ଫୋନ୍‌ରେ କଥାହେବା ପାଇଁ ଡିସି ଅଫିସ୍‌ ସମ୍ମୁଖରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି ଲୋକେ

ଶ୍ରୀନଗର,୧୪।୮: ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀରରେ ମୋବାଇଲ୍‌ ଏବଂ ଇଣ୍ଟରନେଟ୍‌ ସେବାକୁ ସାମୟିକ ବନ୍ଦ କରାଯାଇଛି। ଏହା ଦ୍ୱାରା ସ୍ଥାନୀୟ ବାସିନ୍ଦା ହଇରାଣ ହେଉଛନ୍ତି।...

ଦୀପାବଳିରେ ବାଣ ନ ଫୁଟାଇ ଲକ୍ଷ୍ମୀପୂଜା କରିବାକୁ ଅପିଲ୍‌ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୫।୧୧: ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦୀପାବଳିରେ ବାଣ ନ ଫୁଟାଇବାକୁ ଦିଲ୍ଲୀବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଚଳିତ ଥର ଦିଲ୍ଲୀ...

Advertisement


Archives

Model This Week

Why Dharitri