ଭୂତାଣୁ ନୁହେଁ, କେନିୟାରେ ମାରକ ହେବ ଦୁର୍ବଳ ସ୍ବାସ୍ଥ୍ୟସେବା

ନାଇରୋବି,୨୨।୩: କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ପୃଥିବୀର ଅନେକ ଦେଶରେ ଏବେ ଅଚଳାବସ୍ଥା ସୃଷ୍ଟି କରିଛି। ୟୁରୋପୀୟ ଦେଶଗୁଡ଼ିକର ଏବେ ପ୍ରମୁଖ ଧ୍ୟେୟ ହୋଇଛି, କିପରି ଲୋକରୁ ଲୋକଙ୍କୁ ଏହି ଭୂତାଣୁ ନ ବ୍ୟାପିବ। ଫ୍ରାନ୍ସ ସରକାର ଏବେ ତାଙ୍କ ନାଗରିକମାନଙ୍କୁ ଏକ ଫର୍ମ ଯୋଗାଇ ଦେଉଛନ୍ତି, ଯହିଁରେପ ବାହାରକୁ ତାଙ୍କର କାହିଁକି ଯିବା ଆବଶ୍ୟକ, ସମ୍ପୃକ୍ତ ନାଗରିକ ତାହା ଲିଖିତଭାବେ ଜଣାଇବେ। କେନିୟା ସରକାର ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ବହୁ ପଦକ୍ଷେପ ନେଉଛନ୍ତି। ଦେଶର ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ ରଖାଯାଇଛି ଓ କର୍ମଜୀବୀମାନେ ଘରେ ବସି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦୈନିକ ସ୍ବାସ୍ଥ୍ୟ ସମ୍ପର୍କିତ ସତର୍କତା ଅବଲମ୍ବନ କରିବା ନେଇ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଏହି କଠିନ ସମୟରେ ସହଯୋଗ ପାଇଁ ଆଗେଇ ଆସିବାକୁ ସରକାର ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ନିବେଦନ କରିଛନ୍ତି।
କେନିୟାର ଲୋକେ ଏବେ ଘରେ ବସି କୋଭିଡ୍‌-୧୯ରେ ଆକ୍ରାନ୍ତ ଲୋକଙ୍କ ମୃତ୍ୟୁହାର କେତେ କମିଲା ତାର ହିସାବ ନିକାଶରେ ମାତିଛନ୍ତି। କେନିୟାର ବନ୍ଧୁରାଷ୍ଟ୍ର ଚାଇନାରେ କରୋନା ମୃତ୍ୟୁହାର ଯଥେଷ୍ଟ ନିୟନ୍ତ୍ରଣକୁ ଆସିଥିବାରୁ କେହି କେହି କେନିୟାବାସୀ ଖୁବ୍‌ ଆଶାବାଦୀ ହୋଇ କହୁଛନ୍ତି ଯେ କରୋନା ସେପରି ମହାମାରୀ ନୁହେଁ। ଯେପରି ଲୋକ କହୁଛନ୍ତି।
ତେବେ କେନିୟାବାସୀଙ୍କ ପାଇଁ କୋଭିଡ୍‌-୧୯ ଭୂତାଣୁ ଯେତେ ମାରକ ନୁହେଁ, ମାରକ ପାଲଟିଛି ଜନସ୍ବାସ୍ଥ୍ୟ ବ୍ୟବସ୍ଥାରେ ଥିବା ଦୁର୍ବଳତା। ଭୂତାଣୁକୁ ରୋକିବା ପାଇଁ ସାବୁନରେ ହାତ ଧୋଇବା ଏକ ଫଳପ୍ରଦ ପ୍ରତିଷେଧକ ହୋଇଥିବା ବେଳେ କେନିୟାରେ ପାଣି ଲୋକଙ୍କ ପାଇଁ ସ୍ବପ୍ନ ହୋଇଛି। ଏଠାକାର ଅଶୀ ପ୍ରତିଶତ ଲୋକଙ୍କ ପାଇଁ ସ୍ବଚ୍ଛ ପାଣି ଦୁର୍ଲଭ। ବସ୍ତିବାସିନ୍ଦାମାନେ ନିଜର ଦୈନନ୍ଦିନ ଜଳାଭାବ ମେଣ୍ଟାଇବା ପାଇଁ ଜାରକିନରେ ପାଣି କିଣୁଛନ୍ତି। ସହରରେ ମଧ୍ୟ ଉତ୍କଟ ଜଳାଭାବ ସ୍ଥିତିକୁ ସଙ୍ଗୀନ କରିଛି। ଦେଶର କେତେକ ଗ୍ରାମାଞ୍ଚଳରେ ଲୋକଙ୍କୁ ଝରଣା ପାଣି ପାଇଁ ଗରାମାଠିଆ ଧରି ମାଇଲ ମାଇଲ ଧାଇଁବାକୁ ପଡୁଛି। ଅଧିକାଂଶ କେନିୟା ଅଧିବାସୀଙ୍କ ପାଇଁ ଜଳାଭାବ ହିଁ କରୋନା ଭୂତାଣୁ ପ୍ରତିରୋଧର ପ୍ରାଥମିକ ପଦକ୍ଷେପ ନେବାରୁ ବଞ୍ଚିତ କରୁଛି।
ସାମାଜିକ ଦୂରତା ରକ୍ଷା ଏହି ଦେଶର ଅନ୍ୟତମ ସମସ୍ୟା। ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କ ପାଇଁ ସାମାଜିକ ଦୂରତା ରକ୍ଷା କେବଳ ଏକ ଉପଦେଶ ହୋଇ ରହିଛି। କେନିୟାର ସବୁଠୁ ବଡ ସଂକଟ ହେଲା ଏହି ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରତିଷେଧକ ବ୍ୟବସ୍ଥା ତୁଳନାରେ ଉପଶମ ବ୍ୟବସ୍ଥାକୁ ଗୁରୁତ୍ୱ ଦେଉଛି। କେନିୟାର ଅଧିକାଂଶ ସ୍ବାସ୍ଥ୍ୟକେନ୍ଦ୍ର ବିଦେଶୀ ଅନୁଦାନରେ ପ୍ରତିଷ୍ଠିତ। କରୋନା ନିୟନ୍ତ୍ରଣରେ ନିଜ ରକ୍ଷଣ ଏବେ ଅସମ୍ଭାଳ ହୋଇପଡିଛି। କେନିୟାର ସଚେତନ ନାଗରିକମାନଙ୍କର ମତ ଯେ ଯଦି ଏହି ଦେଶ ପ୍ରଥମରୁ ବିଦେଶାଗତଙ୍କ ତନଖିକୁ କଡାକଡି କରିଥାନ୍ତା ତେବେ ରୋଗ ଆୟତ୍ତ ବାହାରକୁ ଯାଇ ନ ଥାନ୍ତା। କେନିୟା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ କରୋନା ଭୂତାଣୁ ସଂକ୍ରମଣକୁ ରୋକିବାରେ ସରକାର ସମର୍ଥ ବୋଲି କହୁଛନ୍ତି, କିନ୍ତୁ ଏହା କେବଳ ଘୋଷଣା ମାତ୍ର। ପାଣିର ପ୍ରବଳ ଅଭାବ ଓ ନଗରାଞ୍ଚଳରେ ଅତିରିକ୍ତ ଜନଗହଳି କେନିୟାରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବାରେ ପ୍ରଦାନ ବାଧକ ସାଜିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ-୧୯ରେ ପୀଡ଼ିତ ପ୍ରଥମ ଶିଶୁଙ୍କ ମୃତ୍ୟୁ

ନ୍ୟୁୟର୍କ,୨୯।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ସାରିଥିବା ବେଳେ ଆମେରିକାରେ ପ୍ରଥମ କରି ଜଣେ ଶିଶୁର ମୃତ୍ୟୁ ହୋଇଛି। ୧ବର୍ଷରୁ...

ତୁର୍କୀରେ ଭୟଙ୍କର ବନ୍ୟା

ଇସ୍ତାନବୁଲ୍‌,୧୫।୮: ତୁର୍କୀରେ ବନ୍ୟା ଓ ଭୂସ୍ଖଳନରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ଦେଶର ଜରୁରୀ ତଥା ବିପର୍ଯ୍ୟୟ ସଂସ୍ଥା ପକ୍ଷରୁ କୁହାଯାଇଛି। ବୁଧବାରଠାରୁ ବାର୍‌ଟିନ, କାଷ୍ଟାମୋନୁ,...

ଅଢ଼େଇ କୋଟିରୁ ଅଧିକ ନବଜାତ ଶିଶୁଙ୍କୁ ଦିଆଯାଇନି ଅତ୍ୟାବଶ୍ୟକ ଟିକା, ଡବ୍ଲୁଏଚଓ-ୟୁନିସେଫ୍‌ ପକ୍ଷରୁ ସତର୍କ ସୂଚନା…

ଜେନେଭା, ୧୬।୭ : ଡବ୍ଲୁଏଚଓ ଏବଂ ୟୁନିସେଫର ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୦୨୧ ବର୍ଷରେ ବିଶ୍ୱରେ ଅଢ଼େଇକୋଟିରୁ ଅଧିକ ନବଜାତ ଶିଶୁଙ୍କୁ ଅତ୍ୟାବଶ୍ୟକ ଟିକା...

ରାଜକୁମାରୀ ଡାଏନାଙ୍କ ଉପରେ ନିର୍ମାଣ ହେବ ଫିଲ୍ମ: ନେଟଫ୍ଲିକ୍ସ ସହ ହେବ ଚୁକ୍ତି !

ଲଣ୍ଡନ,୬।୯: ପ୍ରିନ୍ସ ହ୍ୟାରି ଓ ତାଙ୍କ ସହଧର୍ମିଣୀ ମେଗନ ମାର୍କେଲ ରାଜକୁମାରୀ ଡାଏନାଙ୍କ ଜୀବନିକୁ ନେଇ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାଣ କରିବାକୁ ଚିନ୍ତା କରିଛନ୍ତି।...

ଅଧିକ କରୋନା ସଂକ୍ରମଣ ଥିବା ଦେଶର ଯାତ୍ରୀଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଲା ଡବ୍ଲୁଏଚଓ…

ଜେନେଭା,୧୧।୧ : ଓମିକ୍ରନର ସବ-ଭାରିଆଣ୍ଟ ଏକ୍ସବିବି.୧.୫ ସଂକ୍ରମଣ ପୃଥିବୀର ଅନେକ ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି । ବିଶେଷ ଭାବରେ, ଏହି ସବ-ଭାରିଆଣ୍ଟ ଧୀରେ ଧୀରେ...

ଆଫଗାନୀସ୍ତାନରେ ସର୍ଚ୍ଚ ଅପରେଶନ୍‌ ଜୋର୍‌ଦାର୍‌: ୧୦ ତାଲିବାନ୍‌ ଆତଙ୍କବାଦୀ ନିହତ

କାବୁଲ,୨୮।୫: ଆଫଗାନୀସ୍ତାନରେ ଆତଙ୍କବାଦୀ ବିରୋଧୀ ସର୍ଚ୍ଚ ଅପରେଶନ୍‌କୁ ଜୋର୍‌ଦାର୍‌ କରାଯାଇଛି। ସ୍ଥାନୀୟ ଫରୟାବ ଅନ୍ତର୍ଗତ ଖ୍ବାଜା ସାବ୍‌ ପୋଶ୍‌ ଜିଲାରେ ସୈନ୍ୟ ବାହିନୀର ଏକ ଅପରେଶନ୍‌ରେ...

ନେପାଳକୁ ଟିମ୍‌ ପଠାଇଲେ ଜିନ୍‌ପିଙ୍ଗ୍‌

ନୂଆଦିଲ୍ଲୀ, ୨୭।୧୨: ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଦେଶର ପାର୍ଲାମେଣ୍ଟ ଭଙ୍ଗ କରି ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଘୋଷଣା କରିବା ପରେ ଶାସକ ଦଳ ନେପାଳ...

ଜଳବାୟୁ ପରିବର୍ତ୍ତନରୁ ବିପର୍ଯ୍ୟୟ ବଢ଼ିବ

ଜେନେଭା,୧୪ା୧୦(ଏ.ପି.): ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ଆଗରେ ଏକ ବଡ଼ ଆହ୍ବାନ ରୂପେ ଦଣ୍ଡାୟମାନ। ଏଥିଯୋଗୁ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ, ବିଶ୍ୱତାପନ, ବନାଗ୍ନି,...

Advertisement
Archives

Model This Week