ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ପାଇଁ ପ୍ରସ୍ତାବ ଦେଲେ ସସ୍ମିତ

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ପାଇଁ ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ସୋମବାର ଗୃହରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ଓଡ଼ିଶାକୁ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ଏବଂ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ତେଣୁ ବିଜୁ ପଟ୍ଟନାୟକ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରରୁ ଦୁବାଇକୁ ସିଧାସଳଖ ବିମାନ ସେବା ଯୋଗାଇ ଦେବାକୁ ଏକାଧିକ ଅନ୍ତଃରାଷ୍ଟ୍ରୀୟ କମ୍ପାନୀ ଆଗ୍ରହ ପ୍ରକାଶ କରୁଛନ୍ତି। ହେଲେ ଏଠାରେ ବିମାନ ଅବତରଣର କିଛି କଟକଣା ରହିଥିବା କାରଣରୁ ବିମାନ କମ୍ପାନୀଗୁଡ଼ିକ ଉଡ଼ାଣ କରିପାରୁନାହାନ୍ତି। ତେଣୁ ଭୁବନେଶ୍ୱରରୁ ଦୁବାଇ ମଧ୍ୟରେ ବିମାନସେବା ଯୋଗାଇ ଦିଆଗଲେ ଏହା ଅନ୍ୟ ରାଷ୍ଟ୍ରଗୁଡ଼ିକୁ ଯିବାଆସିବା କରିବାରେ ଯାତ୍ରୀମାନଙ୍କ ପାଇଁ ସହଜ ହେବ। ଯଦିଓ ଏବେ ଭୁବନେଶ୍ୱରରୁ ଏୟାର ଇଣ୍ଡିଆ ବିମାନ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକୁ ଭାୟା ଦିଲ୍ଲୀ ଦେଇ ଉଡ଼ାଣ କରୁଛି, ତାହା ଅଧିକ ବ୍ୟୟ ସାପେକ୍ଷ ଅଟେ। ତେଣୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ଯୋଗାଇଦେବାକୁ କେନ୍ଦ୍ର ସରକାର ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତୁରନ୍ତ ନିଷ୍ପତ୍ତି ନେବାକୁ ସସ୍ମିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପର ଦ୍ବିତୀୟ ରାଜ୍ୟସ୍ତରୀୟ ସମନ୍ବୟ ବୈଠକ: ୪ ବର୍ଷରେ ୪୦୧.୬ କୋଟି ଖର୍ଚ୍ଚ ହେବ

ଭୁବନେଶ୍ୱର, ୧୨।୯(ବ୍ୟୁରୋ): ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପର ଦ୍ବିତୀୟ ରାଜ୍ୟସ୍ତରୀୟ ସମନ୍ବୟ ବୈଠକ ବୁଧବାର କୃଷି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। କୃଷି...

ହାଇଦ୍ରାବାଦ ସ୍ଥାନାନ୍ତର ହେଲେ ପିଣ୍ଟୁ ନନ୍ଦ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଲିଭର ଟ୍ରାନ୍ସପ୍ଲାଣ୍ଟ୍‌ ଲାଗି ଡୋନର ନ ମିଳିବାରୁ ଶନିବାର ଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର ହୋଇଛନ୍ତି ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ। ଲିଭର ସିରୋସିସ୍‌ ରୋଗରେ...

ସ୍ବଚ୍ଛତା ନେଇ ବିଏମ୍‌ସିର କଡ଼ା ଆଭିମୁଖ୍ୟ: ସଫେଇ ସଂସ୍ଥା ଲାୟନ୍ସକୁ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ

ଭୁବନେଶ୍ୱର, ୩।୧୧(ବ୍ୟୁରୋ)ସହରର ପରିମଳ ବ୍ୟବସ୍ଥା ଉପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସ୍ବତନ୍ତ୍ର ଭାବେ ଗୁରୁତ୍ୱ ଦେଉଛି। ଆଗକୁ ସ୍ବଚ୍ଛ ସର୍ବେକ୍ଷଣ ଥିବାରୁ ଚଳିତବର୍ଷ ଏ...

ନିଜାମୁଦ୍ଦିନ କରୋନା ହଟ୍‌ସ୍ପଟ : ଓଡ଼ିଶାରୁ ୧୫ ଯୋଗଦେଇଥିବା ଚର୍ଚ୍ଚା

ଭୁବନେଶ୍ୱର,୧।୪(ବ୍ୟୁରୋ): ନୂଆଦିଲ୍ଲୀର ନିଜାମୁଦ୍ଦିନ୍‌ଠାରେ ହୋଇଥିବା ମୁସଲମାନ୍‌ଙ୍କ ଧର୍ମସଭାରେ ଓଡ଼ିଶାରୁ ୧୫ଜଣ ଯୋଗଦେଇଥିତ୍ବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ତେବେ ପ୍ରକୃତପକ୍ଷେ ଓଡ଼ିଶାରୁ କେତେଜଣ ଯାଇଥିଲେ ତାହା...

ଜେଇଇ ମେନ୍‌ରେ ଆସିବ ଓଡ଼ିଆ ପ୍ରଶ୍ନପତ୍ର

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ଏଣିକି ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ‘ଜେଇଇ ମେନ୍‌’ରେ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ଆସିବ। ଓଡ଼ିଆ ସମେତ ମୋଟ ୧୧...

ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଉତ୍ତେଜନା: ରୋଗୀଙ୍କୁ ଦିଆଗଲା ଏକ୍ସପାଏରି ସାଲାଇନ

ଚମ୍ପୁଆ, ୧୦ା୭(ଡି.ଏନ.ଏ.): ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟର ସମସ୍ୟା ବଢିବାରେ ଲାଗିଛି। କିଛିଦିନ ତଳେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା କମି ନ ଥିବା...

ଆଖୁଚାଷ ଉଜାଡିଲେ

ପରଜଙ୍ଗ, ୧୨ ।୩(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅଞ୍ଚଳରେ ହାତୀପଲ ଭୟ ଆତଙ୍କର ବାତାବରଣ ସୃଷ୍ଟି କରିଛନ୍ତି। ଜଙ୍ଗଲରେ ଖାଦ୍ୟାଭାବ ହାତୀଙ୍କୁ ଜନବସତି ମୁହଁା...

ନୟାଗଡ଼ ଜିଲା: ୧୦୦ରେ ୩୧ ଝିଅ କରୁଛନ୍ତି ବାଲ୍ୟବିବାହ

ନୟାଗଡ଼ ଅଫିସ,୧।୮: ବିିଭିନ୍ନ ସମୟରେ ଜିଲାରେ ବାଲ୍ୟବିବାହ ହେଉଥିବା ଘଟଣା ନୟାଗଡ ଜିଲାକୁ ନିନ୍ଦିତ କରୁଛି। ତେଣୁ ଏହାର ନିରାକରଣ ଓ ଲୋକମାନଙ୍କୁ ସଚେତନ କରାଇବା...

Advertisement
Archives

Model This Week