ଭୁବନେଶ୍ୱରକୁ ୫୦ ଇ-ବସ୍‌ ଦେବ କେନ୍ଦ୍ର

ଭୁବନେଶ୍ୱର,୯।୮(ବ୍ୟୁରୋ) : କେନ୍ଦ୍ର ସରକାରଙ୍କ ଭାରୀ ଉଦ୍ୟୋଗ ବିଭାଗ ପକ୍ଷରୁ ‘ଫେମ୍‌ ଇଣ୍ଡିଆ ଯୋଜନା’ର ଦ୍ୱିତୀୟ ପର୍ଯ୍ୟାୟରେ ଦେଶରେ ୫୫୯୫ ବିଦ୍ୟୁତ୍‌ ଚାଳିତ ବସ୍‌ (ଇ-ବସ୍‌) ଚଳାଚଳ ପାଇଁ ମଞ୍ଜୁରି ମିଳିଛି। ସହର ଭିତରେ ଓ ଗୋଟିଏ ସହରରୁ ଅନ୍ୟ ସହରକୁ ଏହି ବସ୍‌ଗୁଡ଼ିକ ଚଳାଚଳ କରିବ। ୬୪ ସହର, ରାଜ୍ୟ ସରକାରୀ ସଂସ୍ଥା ଏବଂ ରାଜ୍ୟ ପରିବହନ ଉପକ୍ରମ(ଏସ୍‌ଟିୟୁ) ଲାଗି ଏହି ବସ୍‌ଗୁଡ଼ିକୁ ମଞ୍ଜୁରି ଦିଆଯାଇଛି। ସ୍ବଚ୍ଛ ଇନ୍ଧନ ବିଶିଷ୍ଟ ପରିବହନ ବ୍ୟବସ୍ଥାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ କାର୍ଯ୍ୟ କରୁଥିବା ଏହି ଯୋଜନା ଅଧୀନରେ ଭୁବନେଶ୍ୱରରେ ୫୦ ବିଦ୍ୟୁତ ଚାଳିତ ବସ୍‌ ଚଳାଚଳ କରିବ। କ୍ୟାପିଟାଲ ଓ ସ୍ମାର୍ଟ ସିଟି ବର୍ଗରେ ଭୁବନେଶ୍ୱରକୁ ଏହି ବସ୍‌ ମିଳିଛି।
ଭାରୀ ଉଦ୍ୟୋଗ ବିଭାଗ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହର, ସ୍ମାର୍ଟ ସିଟି, ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ରାଜଧାନୀ ଏବଂ ସ୍ବତନ୍ତ୍ର ପାହ୍ୟା ବିଶିଷ୍ଟ ରାଜ୍ୟର ସହରଗୁଡ଼ିକଠାରୁ ଏକ୍ସପ୍ରେଶନ ଅଫ୍‌ ଇଣ୍ଟ୍ରେଷ୍ଟ(ଇଓଆଇ) ଆମନ୍ତ୍ରଣ କରିଥିଲା। ୧୪ହଜାର ୯୮୮ ଇ-ବସ ଚଳାଚଳ ଲାଗି ୨୬ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରୁ ୮୬ ପ୍ରସ୍ତାବ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ଜଙ୍ଗଲରେ ବଣଭୋଜି ବେଳେ କାଳବୈଶାଖୀର କୋପ: ଗଛ ଡାଳ ପଡ଼ି ଆଖି ବୁଜିଲେ ମହିଳା, ସ୍ତବ୍ଧ ପରିବାର

କୋରାପୁଟ,୧୦।୬ (ଅମିତାଭ ବେହେରା): କୋରାପୁଟରେ ବଣଭୋଜି ବେଳେ ଏକ ଦୁଃଖଦ ଅଘଟଣ ଘଟିଛି। କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବହିବା ସମୟରେ ଗଛର ଏକ ବଡ଼ ଡାଳ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

ନେହେରୁଙ୍କ ରେକର୍ଡ ଭାଙ୍ଗିବା ପରେ ଆସିଲା ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା, କଂଗ୍ରେସର ପ୍ରତାରଣା ପରେ ଦେଶବାସୀ…

ନୂଆଦିଲ୍ଲୀ,୧୦।୬: କେନ୍ଦ୍ରରେ ମୋଦି ସରକାରଙ୍କ ୧୨ ବର୍ଷ ପୂରଣ ଉପଲକ୍ଷେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ଏକ ପ୍ରମୁଖ ବୈଠକ ଅନୁଷ୍ଠିତ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri