ଭିନ୍ନ ମୋଡ଼ ନେଲା ନାବାଳକ ଅପହରଣ ଅଭିଯୋଗ:କିନ୍ନର ସଂଘ ସଦସ୍ୟଙ୍କ ସହ ଯିବାକୁ ଜିଦ୍‌

ଅନୁଗୋଳ ଅଫିସ,୧୮।୬ଅନୁଗୋଳ ଜିଲା କଲିୟରୀ ଥାନା ଅଞ୍ଚଳର ଜଣେ ନାବାଳକଙ୍କୁ କେହି ଅପହରଣ କରି ନେଇଥିବା ଗତ ମାସ ୨୪ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ଚଳିତମାସ ୧୫ ତାରିଖରେ କଲିୟରୀ ପୋଲିସ ସମ୍ପୃକ୍ତ ନାବାଳକଙ୍କୁ ଭୁବନେଶ୍ୱରର କିନ୍ନର ବସ୍ତିରୁ ଉଦ୍ଧାର କରିଥିଲା। ରବିବାର ତାଙ୍କୁ ତାଳଚେର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ପରେ କୋର୍ଟ ସମ୍ପୃକ୍ତ ନାବାଳକଙ୍କୁ ଜିଲା ଶିଶୁ ମଙ୍ଗଳ ସମିତି(ସିଡବ୍ଲ୍ୟୁସି)ଙ୍କ ନିକଟକୁ ପଠାଇ ଦେଇଥିଲେ। କିନ୍ତୁ ସୋମବାର ଏହି ଅପହରଣ ଘଟଣା ଭିନ୍ନ ମୋଡ଼ ନେଇଥିଲା। ଅନୁଗୋଳ ହାଟଛକଠାରେ ଥିବା ସିଡବ୍ଲ୍ୟୁସି କାର୍ଯ୍ୟାଳୟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଦ୍ଧାର ନାବାଳକ କିନ୍ନର ସଂଘ ସଦସ୍ୟଙ୍କ ସହ ରହିବାକୁ ଜିଦ୍‌ କରିଥିବା ବେଳେ ଭୁବନେଶ୍ୱରରୁ ଯାଇଥିବା ଅଲ ଓଡ଼ିଶା କିନ୍ନର ସଂଘ କର୍ମକର୍ତ୍ତାମାନେ ମଧ୍ୟ ଏ ନେଇ ଦାବି ରଖିଥିଲେ। କିନ୍ତୁ ଏହା ଆଇନ ପରିସରରେ ଆସୁ ନ ଥିବାରୁ ସିଡବ୍ଲ୍ୟୁସି ସେମାନଙ୍କ ଦାବିକୁ ଆଗ୍ରହ୍ୟ କରିବା ସହ ଉଦ୍ଧାର ନାବାଳକଙ୍କୁ ତାଙ୍କ ମାତାପିତାଙ୍କ ଜିମା ଦେଇଥିଲେ।
ପୋଲିସ ଭୁବନେଶ୍ୱର କିନ୍ନର ବସ୍ତିରୁ ଉଦ୍ଧାର କରିଥିବା ନାବାଳକଙ୍କୁ ସିଡବ୍ଲ୍ୟୁସିକୁ ପଠାଇ ଦେଇଥିବା ଖବର ପାଇ ଅଲ୍‌ ଓଡ଼ିଶା କିନ୍ନର ସଂଘ ସମ୍ପାଦିକା ମେଘନା ସାହୁଙ୍କ ସହ ଅନ୍ୟମାନେ ଆସି ଅନୁଗୋଳରେ ପହଞ୍ଚତ୍ଥିଲେ। ଫଳରେ ସିଡବ୍ଲ୍ୟୁସି ଅଧ୍ୟକ୍ଷଙ୍କ ସମେତ ସଦସ୍ୟମାନେ ଅଡ଼ୁଆ ପରିସ୍ଥିତିରେ ପଡ଼ିଥିଲେ। ଏପରି କି ସମ୍ପୃକ୍ତ ନାବାଳକଙ୍କୁ କେଉଁଠାରେ ରଖାଯିବ ତାହାକୁ ନେଇ ଦୀର୍ଘ ୩ ଘଣ୍ଟା ଧରି ତର୍ଜମା ଚାଲିଥିଲା। ନାବାଳକ ଜଣକ କହିଥିଲେ, ତାଙ୍କୁ କେହି ଅପହରଣ କରିନାହାନ୍ତି, ବରଂ ସେ ମା’ ବାପାଙ୍କ ମାନସିକ ନିର୍ଯାତନା ସହି ନ ପାରି ଘର ଛାଡ଼ି ଚାଲିଯାଇଥିଲେ। ଶାଢ଼ି, ଚୂଡ଼ି ସହ ମହିଳାଙ୍କ ପୋଷାକ ପରିଧାନ କରିବାକୁ ସେ ଭଲ ପାଉଥିଲେ। ମହିଳାଙ୍କ ପରି ଆଚାର ବ୍ୟବହାର କରୁଥିବାରୁ ଲୋକଲଜ୍ଜା ଭୟରେ ତାଙ୍କୁ ଘରେ ବନ୍ଦ କରି ରଖାଯାଉଥିଲା। ତେଣୁ ପରିବାର ଲୋକଙ୍କ ପରିବର୍ତ୍ତେ ଅଲ୍‌ ଓଡ଼ିଶା କିନ୍ନର ସଂଘ ସମ୍ପାଦିକାଙ୍କ ସହ ଯିବାକୁ ଦିଆଯାଉ ବୋଲି ସେ କହିଥିଲେ। କିନ୍ତୁ ଏହାକୁ ପରିବାର ଲୋକେ ଓ ସିଡବ୍ଲ୍ୟୁସି ପକ୍ଷରୁ ବିରୋଧ କରାଯାଇଥିଲା। ଏହି ସମୟରେ ସାବାଳକ ହେବା ଯାଏ କିନ୍ନରଙ୍କ ରହିବା ଭଳି ବ୍ୟବସ୍ଥା ଥିବା ଶିଶୁ ଯତ୍ନ କେନ୍ଦ୍ରରେ ରଖିବାକୁ କିନ୍ନର ସଂଘ ସମ୍ପାଦିକା ମେଘନା ସାହୁ ଯୁକ୍ତି ବାଢ଼ିଥିଲେ। ତେବେ ଦୀର୍ଘ ସମୟର ଆଲୋଚନା ପରେ କୌଣସି ପ୍ରକାର ନିର୍ଯାତନା ଦିଆଯିବ ନାହିଁ ବୋଲି ନାବାଳକଙ୍କ ବାପା ସିଡବ୍ଲ୍ୟୁସି ଓ କିନ୍ନର ସଂଘକୁ ଲିଖିତ ଭାବେ ଅବଗତ କରିବା ପରେ ନାବାଳକଙ୍କୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଘଟଣାର ସମାଧାନ ସମୟରେ ସିଡବ୍ଲ୍ୟୁସି ସଦସ୍ୟା ବିଦୁଲତା ମିଶ୍ର, ପଦ୍ମାବତୀ ମିଶ୍ର, ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ର ଝରଣା ନାୟକ, ସମାଜ ମଙ୍ଗଳ ଅଧିକାରୀ ମନୋରମା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିବସେନା(ୟୁବିଟି) ୨ ଫାଳ: ଶିନ୍ଦେଙ୍କ ଦଳରେ ଯୋଗଦେଲେ ୬ ବିଦ୍ରୋହୀ ଏମ୍‌ପି

ମୁମ୍ବାଇ,୨୨ା୬:ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ୨ ଭାଗ ହୋଇଯାଇଛି। ଏହାର ୯ ଜଣ ଲୋକ ସଭା ସଦସ୍ୟଙ୍କ ମଧ୍ୟରୁ ୬ ଜଣ…

ବଜ୍ରାଘାତରେ ଜଳିଗଲା ମାଉସୀ ମା’ ମନ୍ଦିରର ପତାକା: ଚିନ୍ତାରେ ଭକ୍ତ

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ସହିତ ବର୍ଷା ହୋଇଥିଲା। ତେବେ ଅପରାହ୍ନ ପ୍ରାୟ ୩ଟା ସମୟରେ ହୋଇଥିବା ବଜ୍ରପାତରେ ଜିଲାର ଭଟଲିସ୍ଥିତ…

ଜଙ୍ଗଲରୁ ମିଳିଲା ଯୁବତୀଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ଆତ୍ମହତ୍ୟା ନା ହତ୍ୟା ବଢିଲା ସସ୍‌ପେନ୍ସ

ପଟ୍ଟାଙ୍ଗି,୨୨।୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ପଞ୍ଚାୟତ ଅନ୍ତର୍ଗତ କପାଟିଗୁଡା ଜଙ୍ଗଲରୁ ସନ୍ଦେହଜନକ ଭାବେ ଯୁବତୀଯୁବକଙ୍କ ମୃତଦେହ ସୁଙ୍କି ପୋଲିସ ଉଦ୍ଧାର…

ଟ୍ରାକ୍ଟର ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ : ମୃତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

ଲାଞ୍ଜିଗଡ଼,୨୨।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଘଟଣା ଘଟିଛି। ନିଜେ ଚଳାଉଥିବା ଟ୍ରାକ୍ଟର ଚକରେ ଚାପିହୋଇ ଡ୍ରାଇଭରଙ୍କ…

ନାବାଳିକାଙ୍କୁ ବ୍ଲାକମେଲ କରି ଦୀର୍ଘଦିନ ଧରି ଶୋଷଣ କରୁଥିଲେ ନାବାଳକ, ଅଭିଯୋଗ ପରେ ନାବାଳକଙ୍କୁ …

ପାରଳାଖେମୁଣ୍ଡି, ୨୨।୬(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଜଣେ ନାବାଳିକାଙ୍କ ଅଭିଯୋଗକୁ ଆଧାର କରି ପୋକ୍ସୋ ଆଇନ ଅନୁଯାୟୀ ଏକ ମାମଲା ରୁଜୁ…

ଅତର ବ୍ୟବସାୟୀଙ୍କୁ ଠକେଇ, ଅସଲି ନେଇ ନକଲି ଦେଇଦେଲେ, ଠକିନେଲେ ଏତେ କୋଟି ଟଙ୍କା

ଛତ୍ରପୁର, ୨୨।୬( ଦିଲ୍ଲୀପ ସାମଲ): ଅତି ଚତୁରତା ସହ ବ୍ଲୁ ପ୍ରିଣ୍ଟ କରି ଫିଲ୍ମ ଷ୍ଟାଇଲରେ ହୋଇଛି କିଆ ଅତର ଠକେଇ । ଲକ୍ଷ କି ଦୁଇ…

ଲଭ,ସେକ୍ସ, ଧୋକ୍କା: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଜେଲଗଲେ ଅଭିଯୁକ୍ତ ଡାକ୍ତର

ଦିଗପହଣ୍ଡି,୨୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଡେଙ୍ଗାଓସ୍ତା ଗ୍ରାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅବିନାଶ ମହାନ୍ତିଙ୍କୁ ପୋଲିସ…

ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା: ଦୁର୍ଘଟଣାରେ ମୃତ ଅନିଲଙ୍କ ପରିବାରକୁ ମିଳିବ…

ଗଞ୍ଜାମ ,୨୨।୬(ବିଦ୍ୟାଧର ସାହୁ ) : ଅଜଣା ଗାଡି ଧକ୍କାରେ ଶନିବାର ଗଞ୍ଜାମ ଅଞ୍ଚଳର ଅନିଲ ମହାପାତ୍ର ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri