ଭିନ୍ନକ୍ଷମ ହୋଇ ବି ସକ୍ଷମ ଟେରା ମେହେର: ଚକ୍ଷୁ ନ ଥାଇ କରୁଛନ୍ତି ଜୋତା ଚକାଚକ୍‌

ବନ୍ତଳା, ୨୦।୧୨- ଭିନ୍ନକ୍ଷମ ହୋଇଥିଲେ ବି କୌଣସି ସକ୍ଷମ ମଣିଷଙ୍କ ଠାରୁ ସେ କମ୍‌ ନୁହନ୍ତି। ଦୃଢ଼ ଇଚ୍ଛା ଶକ୍ତି ଯୋଗୁ ଆଖି ନ ଥାଇ ମଧ୍ୟ ସେ ଜୋତା ମରାମତି ଓ ପଲିଶ କରି ଚକାଚକ୍‌ କରିଦେଉଛନ୍ତି। ପରିବାର ପ୍ରତିପୋଷଣ ହେଉ କି ଝିଅ ବାହାଘର, ସବୁ ଦାୟିତ୍ୱକୁ ଠିକଣା ଭାବେ ତୁଲାଇ ପାରିଛନ୍ତି। ଅନ୍ୟ ଦିବ୍ୟାଙ୍ଗଙ୍କ ପାଇଁ ଏପରି ଉଦାହରଣ ସୃଷ୍ଟି କରିଥିବା ନିଆରା ମଣିଷ ହେଲେ ଅନୁଗୋଳ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ଜୋତା କାରିଗର ଟେରା ମେହେର (୪୦)।
ଟେରାଙ୍କ ପୈତୃକ ଘର ଅନୁଗୋଳ ଜିଲା ଆଠମଲ୍ଲିକ ଗାନ୍ଧୀଛକ ନିକଟରେ। ବାପା ସର୍ଜନୀ ମେହେରଙ୍କ ୬ ସନ୍ତାନ ମଧ୍ୟରୁ ସେ ହେଉଛନ୍ତି ଚାରି ନମ୍ବର। ପିଲାବେଳୁ ଚକ୍ଷୁହୀନ ହୋଇଥିବାରୁ ବାପା ସର୍ଜନୀ ତାଙ୍କୁ ସ୍ବାବଲମ୍ବୀ କରିବାକୁ ନିଜ ପାଖରେ ରଖି କୌଳିକ ବ୍ୟବସାୟ ଜୋତା ମରାମତି ଶିଖାଇଥିଲେ। ସ୍କୁଲ ମାଟି ଆଦୌ ମାଡ଼ି ନ ଥିବା ଟେରା ମଧ୍ୟ ୧୨ ବର୍ଷ ବୟସରୁ ଏସବୁ କାମକୁ ଶିଖି ଯାଇଥିଲେ। ଜୋତାର କେଉଁ ସ୍ଥାନ ଫାଟି ଯାଇଛି କି ସିଲାଇ ଖୋଲିଯାଇଛି ତାହା ହାତ ମାରି ଜାଣିଦେବା ସହ ଠିକଣା ଭାବେ ମରାମତି କରିଦେଇ ପାରୁଛନ୍ତି। ଶୋଲ୍‌ ବାହାରି ଯାଇଥିଲେ ଅଠାମାରି ମେଶିନ ଭଳି ହାତରେ ସିଲାଇ କରିଦେଉଛନ୍ତି। ସେହିପରି ପିଲାଙ୍କ ସ୍କୁଲ ବ୍ୟାଗ ହେଉ କି ବେଲ୍ଟ ସବୁକିଛିର ମରାମତିରେ ସେ ସିଦ୍ଧହସ୍ତ। ରଙ୍ଗ କହିଦେଲେ ଜୋତା ପଲିଶ କରି ଚକାଚକ୍‌ କରିଦେବାର କୌଶଳ ତାଙ୍କୁ ଠିକଣା ଭାବେ ଜଣାଅଛି। ନିଜ ଦୋକାନରେ କିଛି ସାମଗ୍ରୀ ରଖି ବିକ୍ରି ବି କରୁଛନ୍ତି। ମାତ୍ର ୧୭ ବର୍ଷ ବୟସରେ ବାପା ବିବାହ କରାଇ ଦେବା ପରେ ସେବେଠୁ ମା’ ତାଙ୍କୁ ଅଲଗା କରିଦେଇଥିଲେ। ଆରମ୍ଭରୁ ଟିକେ କଷ୍ଟ ହୋଇଥିଲେ ବି ପରେ ସେ ସଂସାର ସମ୍ଭାଳି ନେଇଥିଲେ। ସ୍ତ୍ରୀଙ୍କ ସହ ଦୁଇ ଝିଅ ଏଲିନା(୧୮) ଓ ଲିପିନା(୧୬), ଦୁଇ ପୁଅ ଲିପେଶ (୧୨) ଓ ଅନିଲ(୧୦)ଙ୍କୁ ନେଇ ତାଙ୍କ ସଂସାର ଠିକ୍‌ଠାକ୍‌ ଚାଲିଥିବା ଟେରା କହିଛନ୍ତି। ଥରେ ନିଅଁା ଲାଗି ଦୋକାନ ଜଳିଯିବାରୁ ତାଙ୍କର ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିଲା। ତଥାପି ଈଶ୍ୱରଙ୍କ କୃପାରୁ ସେ ଢେଙ୍କାନାଳ ଜିଲା ଭୂଷଣ ପ୍ଲାଣ୍ଟ ସମ୍ମୁଖରେ ୩ ବର୍ଷ ଦୋକାନ କରିଥିଲେ। ତେବେ ରାସ୍ତା ପ୍ରଶସ୍ତୀକରଣ ଯୋଗୁ ସମସ୍ୟା ହେବାରୁ ସେ ଅନୁଗୋଳ ଜିନ୍ଦଲ କମ୍ପାନୀ ସମ୍ମୁଖରେ ପ୍ରତି ରବିବାର ଜୋତା ମରାମତି ଓ ପଲିସ କାମ କରୁଥିଲେ। ଏବେ ୭ ମାସ ହେଲା ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ରାସ୍ତାପାର୍ଶ୍ୱରେ ବସି ମରାମତି କାମ କରୁଛନ୍ତି। ସେହିଠାରେ ଖାଇବା ସହ ବିଶ୍ରାମ ନେଉଛନ୍ତି। ନିଜେ ଚଳି ଯାହା କିଛି ଅର୍ଥ ବଞ୍ଚୁଛି ତାହା ଘରକୁ ପଠାଉଛନ୍ତି। ଚକ୍ଷୁ ନ ଥିବାର ସୁଯୋଗ ନେଇ କେତେଜଣ ଗ୍ରାହକଙ୍କଠାରୁ ସେ ଠକାମିର ଶିକାର ମଧ୍ୟ ହେଉଛନ୍ତି। ତଥାପି ଗ୍ରାହକ ଈଶ୍ୱର ତୁଲ୍ୟ ଯୋଗୁ ସେ ବିଶ୍ୱାସ, ଭରସାରେ ମରାମତି କାମ ଚଳାଉଛନ୍ତି। ସରକାରଙ୍କ ପକ୍ଷରୁ ତାଙ୍କୁ ମାସିକ ଭତ୍ତା ସହ ଇନ୍ଦିରାଆବାସ ଓ ରାଶନ କାର୍ଡ ପ୍ରଦାନ କରାଯାଇଛି। ତଥାପି କିଛି ଆର୍ଥିକ ସହାୟତା ମିଳିପାରିଲେ ଭଲ ଦୋକାନଟିଏ କରି ବର୍ଷା, ଖରାରୁ ରକ୍ଷା ପାଇପାରନ୍ତେ ବୋଲି ଟେରା ପ୍ରକାଶ କରିଛନ୍ତି।

(ଦିନେଶ ଦେହୁରୀ)


Enter your email to get our daily news in your inbox.

All Right Reserved By Dharitri.Com

ଜଟଣୀରେ ଗୋରୁଚାଲାଣ ର଼୍ୟାକେଟ୍‌ ସକ୍ରିୟ : ଗୋରୁ ବୋଝେଇ ଗାଡ଼ି ଜବତ,୬ ଗିରଫ

ଜଟଣୀ,୯।୮(ଡ଼ି.ଏନ.ଏ.) : ଗୋରୁଚାଲାଣ ବେଳେ ଜଟଣୀ ପୋଲିସ ୩ଟି ଗାଡ଼ି ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛନ୍ତି। ଗାଡ଼ିରେ ଭର୍ତ୍ତି ହୋଇଥିବା ୩୮ଟି...

କୁଲାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ୮ ଶ୍ରେଣୀକୁ ୩ ଗୃହ

ବଅଁରପାଳ, ୬।୭(ଡି.ଏନ୍‌.ଏ) – ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମରେ ଥିବା କୁଲାଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୀର୍ଘ ଦିନ ହେଲା ସମସ୍ୟା ଘେରରେ...

ଢିଙ୍କିଆବାସୀଙ୍କ ପାଟଣା ପ୍ରବେଶ ଉଦ୍ୟମ ବିଫଳ

କୁଜଙ୍ଗ,୪।୧୧(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ଏରସମା ତହସିଲ ଢ଼ିଙ୍କିଆବାସୀଙ୍କ ପାଟଣା ପ୍ରବେଶ ଉଦ୍ୟମ ବୁଧବାର ଦ୍ୱିତୀୟ ଦିନରେ ବିଫଳ ହୋଇଛି। ଏହାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା...

ଜନବସତି ଉପରେ ୧୧ କେ.ଭି. ବିଦ୍ୟୁତ୍‌ ତାର

ରସୁଲପୁର,୨ା୧(ଡି.ଏନ.ଏ.):ରସୁଲପୁର ବ୍ଲକ ଅଧୀନ କୁଆଖିଆ ବାଜରର ଜନବହୁଳ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ସ୍ଥିତି ଦୟନୀୟ ଅବସ୍ଥାରେ ରହିଛି। ଏଠାରେ ଜନବସତି ଉପରେ ୧୧ ଓ ୩୩...

କମୁଛି ହାତୀ ସଂଖ୍ୟା: ଆଜି ଆଉ ଗୋଟିଏ ଆଖି ବୁଜିଲା, ୩ ମାସରେ ମଲେଣି ୩ ଦନ୍ତା

ଭଞ୍ଜନଗର,୩ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜ ଗୟଗଣ୍ଡା ନିକଟସ୍ଥ ରାମ୍ପ ଜଙ୍ଗଲରେ ଶନିବାର ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ହାତୀଟି...

ମଙ୍ଗନ ଦିନ ବିଷ ପିଇଲେ ମଙ୍ଗୁଳା କନ୍ୟା: ସାହାନାଇ ବାଜିବା ଆଗରୁ କାନ୍ଦ ବୋବାଳି

ବଲାଙ୍ଗୀର ଅଫିସ, ୨୧।୨: ମଙ୍ଗନ ଦିନ ବିଷ ପିଇଲେ ମଙ୍ଗୁଳା କନ୍ୟା। ବିବାହକୁ ଥିଲା ମାତ୍ର ଗୋଟିଏ ଦିନ ବାକି। ବର ଆସିଥାନ୍ତେ ଆଉ ବିବାହ...

ଆଧାର ସାଜିବେ ଆଶା

ଅନୁଗୋଳ ଅଫିସ, ୧୧ା୭: କୋଭିଡ୍‌ ମହାମାରୀରୁ ଗର୍ଭବତୀଙ୍କୁ ଦିଆଯିବ ସୁରକ୍ଷା। ବୟସ୍କ ଓ ଯୁବବର୍ଗଙ୍କ ପରି ସେମାନଙ୍କର ମଧ୍ୟ ହେବ ଟିକାକରଣ। ହେଲେ ଏଥିପାଇଁ ଅନ୍‌ଲାଇନ୍‌ କି...

ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରଶ୍ନ: ସ୍କୁଲ ଖୋଲିବା ପରେ କିଭଳି ଲାଗୁଛି ପିଲେ

ବଲାଙ୍ଗୀର,୧୨ା୧: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ମଙ୍ଗଳବାର ବଲାଙ୍ଗୀର ଜିଲା ଗସ୍ତରେ ଆସି ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି।  ସେ ବଲାଙ୍ଗୀର ସହର...

Advertisement
Archives

Model This Week