ଭିତ୍ତିଭୂମି ଅଭାବରୁ ଶ୍ରୀହୀନ ଶିକ୍ଷାନୁଷ୍ଠାନ

ଧାମନଗର ୩୦।୭(ଡି.ଏନ.ଏ.)- ପ୍ରାଥମିକ ଶିକ୍ଷାକୁ ମୌଳିକ ଅଧିକାରଭୁକ୍ତ କରାଯାଇଥିଲେ ବି ଭିତ୍ତିଭୂମି ଅଭାବରୁ ଗ୍ରାମାଞ୍ଚଳର ଅନେକ ଶିକ୍ଷାନୁଷ୍ଠାନ ଥାଇ ନ ଥିଲା ପରି ଚାଲିଛି। ଗରିବ ଅଭିଭାବକମାନେ ପିଲାଙ୍କୁ ସ୍କୁଲ ପଠାଉଥିଲେ ମଧ୍ୟ ସେମାନେ ପାଠ ପଢ଼ିପାରୁ ନାହାନ୍ତି। ଏଥିଲାଗି ଅନେକ ଅଭିଭାବକ ପିଲାଙ୍କୁ ଘରୋଇ ସ୍କୁଲରେ ପଢ଼ାଇବାକୁ ପସନ୍ଦ କରୁଛନ୍ତି। ଗ୍ରାମାଞ୍ଚଳରେ ଥିବା ପ୍ରାଥମିକ ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରୀଛାତ୍ର ଅଭାବ ଭଳି ସମସ୍ୟା ଯୋଗୁ କ୍ରମେ ଶ୍ରୀହୀନ ହେବାରେ ଲାଗିଛି। ବର୍ଷ ବର୍ଷ ଧରି ସମସ୍ୟା ଲାଗି ରହିଥିଲେ ମଧ୍ୟ ଶିକ୍ଷା ବିଭାଗ ନୀରବଦ୍ରଷ୍ଟା ସାଜିଛି।
ଭଦ୍ରକ ଜିଲା ଧାମନଗର ବ୍ଲକ ଭଟ୍ଟସାହି ପଞ୍ଚାୟତରେ ଥିବା ପୂର୍ବ ଫଳପୁର ନୋଡାଲ ୟୁପି ବିଦ୍ୟାଳୟକୁ ଏହାର ଏକ ନମୁନା ଭାବେ ନିଆଯାଇପାରେ। ଭିତ୍ତିଭୂମିର ବିକାଶ ଦୂରେ ଥାଉ ଏହାର ପରିସର ଅତ୍ୟନ୍ତ ଅସୁରକ୍ଷିତ ହୋଇପଡ଼ିଛି। ଏହାର ପାଚେରି ନ ଥିବାବେଳେ ଦୁଇ ଶ୍ରେଣୀଗୃହ ମଝି ଦେଇ ସର୍ବସାଧାରଣଙ୍କ ଯାତାୟାତ ରାସ୍ତା ଥିବା ଏବଂ ସେହି ରାସ୍ତାରେ ଗାଡ଼ି ଚଳାଚଳ କରୁଥିବାରୁ ଛାତ୍ରୀଛାତ୍ରଙ୍କ ଜୀବନ ବାଜିରେ ଲାଗିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ପ୍ରତିକାର ହେଉ ନାହିଁ। ଶ୍ରେଣୀଗୃହ ବାରଣ୍ଡାରେ ମଧ୍ୟାହ୍ନ ଭୋଜନ ଖାଇବା ସମୟରେ ସାଧାରଣ ଲୋକଙ୍କ ଯାତାୟାତ ଓ ଛାତ୍ରୀଛାତ୍ରଙ୍କ ଖେଳଛୁଟି ଖେଳକୁଦ ବେଳେ ଯାନାବାହାନ ଚଳାଚଳ କରୁଥିବାରୁ ଶିକ୍ଷୟିତ୍ରୀଶିକ୍ଷକମାନେ ଏହାକୁ ନିରାପଦ ମଣୁ ନାହାନ୍ତି। ସୋମବାର ପ୍ରଧାନଶିକ୍ଷୟିତ୍ରୀ ମନୋରମା ମହାନ୍ତିଙ୍କ ଅଭିଯୋଗ କ୍ରମେ କେତେକ ଗ୍ରାମବାସୀ ଉକ୍ତ ରାସ୍ତା ମଝିରେ ଏକ ପକ୍କାପିଲାର ବସାଇ ଭାରିଯାନ ଯାତାୟାତକୁ ବନ୍ଦ କରିଥିବା ଜଣାପଡ଼ିଛି।
ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ପ୍ରଶାସନର ସ୍ଥାଣୁତା ଯୋଗୁ ବିଦ୍ୟାଳୟରେ ବିଭିନ୍ନ ଅବ୍ୟବସ୍ଥା ଲାଗିରହିଛି। ୧୯୮୧ରୁ ସ୍ଥାପିତ ଏହି ବିଦ୍ୟାଳୟରେ ନଦୀଗଁା ଏବଂ ଭଟ୍ଟସାହି ଦୁଇ ପଞ୍ଚାୟତର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୨୫ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ମାତ୍ର ୨ଟି ଶ୍ରେଣୀଗୃହ ରହିଛି। ଫଳରେ ୮ଟି ଶ୍ରେଣୀର ଛାତ୍ରୀଛାତ୍ର ଏହି ଦୁଇ କୋଠରିରେ ବସି ପାଠ ପଢୁଛନ୍ତି। ବିଦ୍ୟାଳୟର ପାଚେରି ନିର୍ମାଣ ପାଇଁ ସରକାର ଗାଇଡ ଲାଇନ ଜାରି କରିଥିଲେ ମଧ୍ୟ ଏହାକୁ ପାଳନ କରାଯାଉ ନାହିଁ। ଶ୍ରେଣୀଗୃହ ଓ ରୋଷେଇ ଘର ନିର୍ମାଣ ଲାଗି ୩ ଥର ଅର୍ଥ ଆସି ଫେରିଯାଇଥିବା କୁହାଯାଉଛି। ଏସବୁ ସମସ୍ୟା ସମ୍ପର୍କରେ ଗ୍ରାମବାସୀ ବିଇଓ ଏବଂ ଜିଲାପାଳଙ୍କୁ ଅବଗତ କରାଇବା ଲାଗି ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି। ବିଦ୍ୟାଳୟ ନାମରେ ୮ ଡିସିମିଲ ଜମି ଥିବା ସତ୍ତ୍ୱେ ମାତ୍ର ଦୁଇଟି ଶ୍ରେଣୀଗୃହ ବ୍ୟବସ୍ଥା କାହିଁକି କରାଯାଇଛି ତାହାର ଉତ୍ତର କାହାଠାରୁ ମିଳୁ ନାହିଁ। ବିଦ୍ୟାଳୟ ପରିସରରେ ଥିବା ପୁରୁଣା ଶ୍ରେଣୀଗୃହ ଛାତରୁ ପଲସ୍ତରା ଖସି ବର୍ଷାପାଣି ଗଳୁ ଥିବାରୁ ଏବେ ୧୨୫ ଛାତ୍ରୀଛାତ୍ର ଗୋଟିଏ ଶ୍ରେଣୀଗୃହରେ ବସି ପାଠ ପଢୁଥିବା ଅଭିଭାବକ କହିଛନ୍ତି। ପୁରୁଣା ଶୌଚାଳୟ ମଧ୍ୟ ନଷ୍ଟ ହୋଇଯାଇଛି। ରୋଷେଇ ଘର ନ ଥିବାରୁ ଶ୍ରେଣୀଗୃହକୁ ଲାଗି ବରଡ଼ା ତାଟି ଓ ପାଲ ପକାଇ ଅପରିଷ୍କାର ପରିବେଶରେ ରୋଷେଇ କାର୍ଯ୍ୟ କରାଯାଉଛି। ପ୍ରଶାସନିକ ସ୍ତରରେ ଆନ୍ତରିକତା ଅଭାବ ଏବଂ ରାଜନୀତି ଚକ୍ରବ୍ୟୁହରେ ଏହି ଶିକ୍ଷାନୁଷ୍ଠାନ ପେଶି ହୋଇଯାଇଛି। ଏହାର ପ୍ରତିକାର ନ ହେଲେ ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ଆଉ ନୂଆ ୯୦ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୮କୁ ବୃଦ୍ଧି

ଭୁବନେଶ୍ୱର,୪।୬(ବ୍ୟୁରୋ): ଗୁରୁବାର ରାଜ୍ୟରେ ପୁଣି ୯୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଙ୍କ୍ୟା ୨୪୭୮କୁ ବୃଦ୍ଧି ପାଇଥିବା ରାଜ୍ୟ...

ବାତ୍ୟା ପାଇଁ ୧୫୮ ଗର୍ଭବତୀଙ୍କୁ ମେଡିକାଲ ସ୍ଥାନାନ୍ତର

ଭଦ୍ରକ ଅଫିସ , ୨୦। ୫- ବାତ୍ୟା ଅମ୍ଫନର ମୁକାବିଲାକୁ ଆଖିଆଗରେ ରଖି ୧୫୮ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ପ୍ରସବ ପାଇଁ ବିଭିନ୍ନ ମେଡିକାଲ ରେ...

ଏନ୍‌ଟିଏସ୍‌, ଏନ୍‌ଏମ୍‌ଏମ୍‌ଏସ୍‌ ପରୀକ୍ଷା ପାଇଁ ଆବେଦନ ଅବଧି ବୃଦ୍ଧି

ଭୁବନେଶ୍ୱର,୨୯। ୧୦ (ବ୍ୟୁରୋ): ୨୦୨୦-୨୦୨୧ର ନ୍ୟାଶନାଲ ଟ୍ୟାଲେଣ୍ଟ ସର୍ଚ୍ଚ (ଏନ୍‌ଟିଏସ୍‌) ଓ ନ୍ୟାଶନାଲ ମିନ୍ସ କମ୍‌ ମେରିଟ୍‌ ସ୍କଲାରସିପ୍‌ (ଏନ୍‌ଏମ୍‌ଏମ୍‌ଏସ୍‌) ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧି...

ଓଡ଼ିଶା ହିନ୍ଦୁ ଦେବୋତ୍ତର (ସଂଶୋଧନ) ବିଧେୟକ-୨୦୧୯ ଗୃହୀତ: ଗୋବର୍ଦ୍ଧନ ପୀଠ ଦେବୋତ୍ତର ମୁକ୍ତ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ଅଧୀନରୁ ପୁରୀସ୍ଥିତ ଗୋବର୍ଦ୍ଧନ ପୀଠ ମୁକ୍ତ ହୋଇଛି। ଗୋବର୍ଦ୍ଧନ ମଠର ଧାର୍ମିକ ଅଗ୍ରଗଣ୍ୟତା ଓ ଗୁରୁତ୍ୱ ଦୃଷ୍ଟିରୁ ଏହାକୁ...

ଭୁବନେଶ୍ୱରରୁ ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୪।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ସୋମବାର ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୫୩ କ୍ୱାରାଣ୍ଟାଇନ ଓ ୧୧୪ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି। ଜାଗମରା ଆଇଟିଇଆର...

ଆଉ ଶୁଭିବନି ଖୁମ୍ପିଦେଲୁ…ଧେ…ତ୍‌

‘ନାଁ ଟା ତା’ହେଲେ ମିନା… ଭଲ ନାଚିଲ…, ଖୁମ୍ପି ଦେଲୁ…ଭଲ କଲୁ…ଧେ…ତ୍‌।’ ୯୦ ଦଶକରେ ଯାତ୍ରା ଜଗତରେ ଛାଇ ହୋଇଯାଇଥିବା ଭିଲେନ ଭିକୁ ସେଠ୍‌ଙ୍କ ଏହି...

ଶିଳ୍ପ ସମୃଦ୍ଧ ଜିଲାରେ ବଢୁଛି ହସ୍ତଶିଳ୍ପ

ଅନୁଗୋଳ ଅଫିସ, ୧୩ା୮: ଘରୋଇ ଓ ସରକାରୀ ଉଦ୍ୟୋଗରେ ସମୃଦ୍ଧ ଅନୁଗୋଳ ଜିଲାରେ ବଢ଼ୁଛି ହସ୍ତଶିଳ୍ପର ଆଦର। ଏଠାକାର ବାଉଁଶ କାରିଗରି, ଟେରାକୋଟା ଓ କଂସା ପିତଳ...

ଅଶାନ୍ତ ଚାନ୍ଦପୁର ମୋହନ ମହିଳା ମହାବିଦ୍ୟାଳୟ: କଲେଜ ଅନିର୍ଦ୍ଦିଷ୍ଟ କାଳ ସାଇନ-ଏ-ଡାଏ

ନୟାଗଡ଼ ଅଫିସ/ରଣପୁର (ସ୍ବ.ପ୍ର.),୨୮।୭-ଅଶାନ୍ତ ପାଲଟିଛି ନୟାଗଡ଼ ଜିଲା ରଣପୁର ବ୍ଲକ ଚାନ୍ଦପୁର ମୋହନ ମହିଳା ମହାବିଦ୍ୟାଳୟ । ଏ ନେଇ ଅଧ୍ୟକ୍ଷା ଅନିର୍ଦ୍ଦିଷ୍ଟ କାଳ ପାଇଁ...

Play 250+ Trending Games
Archives

Model This Week

Why Dharitri