ଭିଡ଼ିଓ କନଫେରେନ୍ସିଂରେ ଧାନ ସଂଗ୍ରହ କମିଟି ବୈଠକ: ମେ ପହିଲାରୁ ମଣ୍ଡି ଖୋଲିବାକୁ ଦାବି କଲେ ଚାଷୀ ପ୍ରତିନିଧି

ବରଗଡ଼ ଅଫିସ୍‌,୨୩।୪-ରବିଋତୁ ଧାନ ସଂଗ୍ରହ ପାଇଁ ଗୁରୁବାର ବରଗଡ଼ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ନୀତି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରଗଡ଼, ଅତାବିରା, ପଦ୍ମପୁର, ବରପାଲି, ବିଜେପୁର ଆଦି ସ୍ଥାନର ଓସୱାନ ହଲ ଗୁଡ଼ିକରେ ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ଏହ ବୈଠକ ହୋଇଥିଲା । ବୈଠକରେ ଆସନ୍ତା ମଇ ୮ତାରିଖରୁ ରବିଋତୁ ଧାନ ସଂଗ୍ରହ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ମାତ୍ର ଚାଷୀ ପ୍ରତିନିଧିମାନେ ମେ ପହିଲାରୁ ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ଦାବି ଉପସ୍ଥାପନ କରିଥିଲେ । ସେହିପରି ଏଥର ୧୨୪ଟି ମାର୍କେଟ୍‌ ୟାର୍ଡ଼ରେ ୫୧ଟି ପ୍ୟାକ୍ସ, ୧୪ଟି ଏସଏଚଜି ଗ୍ରୁପ୍‌ ଜରିଆରେ ଯୋଗାଣ ନିଗମ ଧାନ ସଂଗ୍ରହ କରିବ ଏବଂ କଷ୍ଟମ ମିଲିଂ ମାଧ୍ୟମରେ ୧୧୪ଟି ମିଲର୍ସ ସାମିଲ ହେବେ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଜୁନ୍‌ ୧୫ତାରିଖ ସୁଦ୍ଧା ଧାନ ସଂଗ୍ରହ ପ୍ରକ୍ରିୟା ଶେଷ କରିବାକୁ ଥିବା ଯୋଗୁ ଆବଶ୍ୟକ ପଡ଼ିଲେ ନୂଆ ମଣ୍ଡି ଖୋଲାଯିବ ବୋଲି ମଧ୍ୟ ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଥିଲେ । ତେବେ ଏକର ପ୍ରତି କେତେ ପରିମାଣରେ ଧାନ ସଂଗ୍ରହ ହେବ, ତାହା ବୈଠକରେ ଚୂଡ଼ାନ୍ତ ହୋଇପାରି ନ ଥିଲା । ଗତଥର ଏକର ପ୍ରତି ୨୬ କୁଇଣ୍ଟାଲ ନିର୍ଦ୍ଧାରିତ ହୋଇଥିଲା। ତେବେ ଏହି ପରିମାଣ ଏଥର ବୃଦ୍ଧି କରିବାକୁ ଚାଷୀମାନେ ଦାବି ଉପସ୍ଥାପନ କରିଥିଲେ । କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ମଣ୍ଡିରେ ପ୍ରତ୍ୟେକ ଦିନ କେବଳ ୩୦ଜଣ ଚାଷୀ ଧାନ ବିକ୍ରି କରି ପାରିବେ ବୋଲି ସୂଚନା ଦିଆଯାଇଥିଲା । ସେହିପରି ଚାଷୀମାନେ ମଧ୍ୟ ସାମାଜିକ ଦୂରତା ଅବଲମ୍ବନ ସହିତ ମାସ୍କ, ରୁମାଲ, ଗାମୁଛାରେ ମୁହଁକୁ ଘୋଡ଼ାଇ ରଖିବାକୁ ପରାମର୍ଶ ଦିଆଯାଇଥିଲା । ସେହିପରି ଜିଲାର ୭୩ ହଜାର ୭୬୦ ହେକ୍ଟର ଜମିରେ ଧାନ ହୋଇଛି। ଏ ପର୍ଯ୍ୟନ୍ତ ୫୨ହଜାର ଚାଷୀଙ୍କ ପଞ୍ଜୀକରଣ ନବୀକରଣ ହୋଇଛି। ୨୦ହଜାର ୯୬୯ଜଣ ଚାଷୀ ନୂତନଭାବେ ପଞ୍ଜିକରଣ କରିଥିବା ପ୍ରଶାସନିକ ଅଧିକାରୀମାନେ ସୂଚନା ଦେଇଛନ୍ତି। ଏହି ଚାଷୀ ପଞ୍ଜିକରଣ ପ୍ରକ୍ରିୟା ସମୟ ଅବଧିକୁ ଆହୁରି ବଢ଼ାଇବାକୁ ଚାଷୀମାନେ ଦାବି କରିଥିଲେ । ଏହା ସହିତ ଧାନ ସଂଗ୍ରହ ପ୍ରକ୍ରିୟା ସମୟରେ ପଡ଼ୋଶୀ ଛତିଶଗଡ଼ରୁ ଜିଲାକୁ ଯେଭଳି ଧାନ ପ୍ରବେଶ କରି ନ ପାରିବ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ବୈଠକରେ ମତପ୍ରକାଶ ପାଇଛି। ଯୋଗାଣ ନିଗମ ଚାଷୀଙ୍କୁ ଅଖା(ବସ୍ତା) ଯୋଗାଇ ଦେବାକୁ ଦାବି ହୋଇଥିଲା । ସେହିପରି ଏଥର ଧାନ ଅମଳବେଳେ ଶ୍ରମିକ ଅଭାବ ପରିସ୍ଥିତି ଆଶଙ୍କା ରହିଥିବା ଯୋଗୁ ହୀରାକୁଦ ଜଳସେଚିତ ଅଞ୍ଚଳକୁ ବାହ୍ୟ ଜିଲାରୁ ଶ୍ରମିକଙ୍କ ପ୍ରବେଶ ଉପରେ ସୁଯୋଗ ଦେବା ପାଇଁ ଚାଷୀ ପ୍ରତିନିଧିମାନେ ମତପ୍ରକାଶ କରିଥିଲେ । ବୈଠକରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବରଗଡ଼ ଏମ୍‌ପି ସୁରେଶ ପୂଜାରୀ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା, ବିଜେପୁର ବିଧାୟିକା ରୀତା ସାହୁ, ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଏସ୍‌ପି ପଦ୍ମିନୀ ସାହୁ, ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ, ଜିଲା ମୁଖ୍ୟ କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀ, ଜିଲା ଯୋଗାଣ ଅଧିକାରୀ ଦୁର୍ଗାଚରଣ ଭେସ୍ରାଙ୍କ ସମେତ ଚାଷୀ ପ୍ରତିନିଧି ଜୟକୃଷ୍ଣ ସାହୁ, କିଶୋର ଦେବତା, ରବିନ୍ଦ୍ର ବିଶି ଏବଂ ମିଲର୍ସ ପ୍ରତିନଧି ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri