ଭିଡ଼ିଓ କନଫେରେନ୍ସିଂରେ ଅଧିକାରୀଙ୍କୁ ପରାମର୍ଶ ଦେଲେ ଜିଲାପାଳ

ବରଗଡ଼ ଅଫିସ୍‌,୧୭।୪-ଲକ୍‌ ଡାଉନ୍‌ର ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟକାରୀତା ଓ ନିୟମାବଳୀ ଉପରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଶୁକ୍ରବାର ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ଜିଲାର ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ (ବିଡ଼ିଓ), ତହସିଲଦାର, ସମନ୍ବିତ ଶିଶୁ ବିକାଶ ଅଧିକାରୀ (ସିଡ଼ିପିଓ), ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ମାନଙ୍କୁ ପରାମର୍ଶ ଦେଇଛନ୍ତି । ଶ୍ରମିକ ଶ୍ରେଣୀର ଲୋକମାନଙ୍କ ଜୀବନ ଜୀବିକାରେ କିଛି ସହଯୋଗ ମିଳିବା ପାଇଁ ଛୋଟଛୋଟ ଦଳରେ ସାମାଜିକ ରକ୍ଷା କରି ଏବଂ ମାସ୍କ ବ୍ୟବହାର ପୂର୍ବକ ମହତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅନ୍ତର୍ଗତ ପାନୀୟଜଳ ପ୍ରକଳ୍ପ, ଜଳସେଚନ, ଗ୍ରାମ୍ୟ ଗୃହ ନିର୍ମାଣ ଆଦି କାର୍ଯ୍ୟ ଚାଲୁ ରଖିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଯେଭଳି କୌଣସି ଲୋକ ଭୋକିଲା ନ ରୁହନ୍ତି, ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ଏହା ସହିତ ପଞ୍ଚାୟତସ୍ତରରେ ଅସହାୟ, ଗରୀବ ଶ୍ରେଣୀର ଲୋକମାନଙ୍କୁ ଦିଆଯାଉଥିବା ରନ୍ଧାଖାଦ୍ୟ, ରାଶନ ସାମଗ୍ରୀର ଗୁଣବତ୍ତା ଯେଭଳି ଠିକ୍‌ ରହିବ, ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଏଠାରେ ରହିଥିବା ବାହ୍ୟରାଜ୍ୟର ଶ୍ରମିକଙ୍କୁ ଠିକ୍‌ଭାବେ ଖାଦ୍ୟ ଯୋଗାଣ, ସ୍ବୟ ସହାୟକ ଗୋଷ୍ଠି(ଏସଏଚଜି) ରାନ୍ଧୁଥିବା ଖାଦ୍ୟର ଗୁଣମାନ ଯାଞ୍ଚ, ମୁହଁରେ ମାସ୍କ ବାନ୍ଧିବା, ସାମାଜିକ ଦୂରତ୍ୱ ଅବଳମ୍ବନ କରିବା, ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ଉପରେ ମଧ୍ୟ ଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି । ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡିଏସ) ସାମଗ୍ରୀ ବଣ୍ଟନ, ହାଟ, ବଜାର, ବ୍ୟାଙ୍କ ଆଦି ସ୍ଥାନରେ ଯେଭଳି ଭିଡ଼ ନ ଜମେ, ସେଥିପ୍ରତି ମଧ୍ୟ ବିହିତ ପଦକ୍ଷେପ ନେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ କ୍ଷେତ୍ରରେ ପାନୀୟଜଳ ବ୍ୟବସ୍ଥାକୁ ନିଶ୍ଚିତ କରିବା, ଛାତ୍ରୀଛାତ୍ରଙ୍କ ଘରକୁ ପାଠ୍ୟପୁସ୍ତକ ପହଞ୍ଚାଇବା, ଆବଶ୍ୟକ ସ୍ଥାନରେ ପଞ୍ଚାୟତ, ପୌର ପରିଷଦ ପକ୍ଷରୁ ପାନୀୟଜଳ ବ୍ୟବସ୍ଥା କରିବା, ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ଗାଡ଼ିରେ ଯାତ୍ରୀ ପରିବହନ ନ କରିବା ଉପରେ ଗୁରୁତ୍ୱ ଦେବା ସହିତ ଲକ୍‌ ଡାଉନ କଟକଣା ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଘରୋଇ ହିଂସାକୁ ରୋକିବା ପାଇଁ ମହିଳାମାନେ ଏହି ସମୟରେ ହ୍ବାଟ୍ସଆପ୍‌ ନମ୍ବର ୭୨୦୫୦୦୬୦୩ରେ ଯୋଗାଯୋଗ କରି ପାରିବେ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ପୋଷ୍ୟ’ ପାଇଁ ହେଉନି ପ୍ରୟାସ

ଅନୁଗୋଳ ଅଫିସ, ୩।୨ – ବେସରକାରୀ ବିଦ୍ୟାଳୟ ପରି ସରକାରୀ ସ୍କୁଲର ବିକାଶ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ସେଥିପାଇଁ ‘ମୋ ସ୍କୁଲ’ ଅଭିଯାନକୁ ଅଧିକ...

ଭିଏଲ୍‌ଡବ୍ଲ୍ୟୁଙ୍କ ବାଇକ୍‌ ଚୋରି ଅଭିଯୋଗରେ ଜଣେ ଗିରଫ

ଭଟଲି,୨୭।୭(ଡି.ଏନ୍‌.ଏ): ବରଗଡ଼ ଜିଲା ଭଟଲି ଥାନା କମଗାଁ ପଞ୍ଚାୟତ ଭିଏଲ୍‌ଡବ୍ଲ୍ୟୁ ସୌଭାଗ୍ୟ ପଧାନଙ୍କ ବାଇକ୍‌ ଚୋରି ଅଭିଯୋଗରେ ଭଟଲି ପୋଲିସ ଶନିବାର ଜଣେ ଅଭିଯୁକ୍ତଙ୍କୁ ଗିରଫ...

ଅର୍ଥାଭାବ: ନିଜ ରାଜ୍ୟକୁ ଫେରିପାରୁନାହାନ୍ତି ୫ ପରିବାର

କୋରୁକୋଣ୍ଡା, ୨୨ା୫(ଡି.ଏନ୍‌.ଏ.)-ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ୫ଟି ପରିବାରର ପ୍ରାୟ ୨୫ ଜଣ ମାଲକାନଗିରି ଜିଲା ବାଲିମେଳା ଏନ୍‌ଏସି ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ପଡ଼ିଆରେ ଗତ ୫ମାସ ତଳେ...

କରୋନା ଆକ୍ରାନ୍ତ ହେଲେଣି ୧୮ ପରିବହନ କର୍ମଚାରୀ

କଟକ ଅଫିସ,୬ା୮: କରୋନାରେ ବୁଧବାର ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ର ୨ଜଣ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ସୂଚନା...

ପରଲୋକରେ ପଦ୍ମଶ୍ରୀ ଡି. ପ୍ରକାଶ ରାଓ

କଟକ ଅଫିସ,୧୩।୧: ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ବୁଧବାର ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଏସ୍‌ସିବି କୋଭିଡ୍‌ ହସ୍ପିଟାଲ୍‌ରେ...

ଶ୍ରମିକଙ୍କୁ ଶୋଷଣ ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ: ଦାବିପତ୍ର ପ୍ରଦାନ

କେନ୍ଦୁଝର,୪।୬( ସ୍ବ.ପ୍ର.):ଯୋଡା ଖଣିମଣ୍ଡଳ ଅନ୍ତର୍ଗତ ଜଜାଙ୍ଗ ଖଣିରେ ଶ୍ରମିକଙ୍କୁ ଶୋଷଣ ପ୍ରତିବାଦରେ ଭାରତୀୟ ମଜଦୁର ସଙ୍ଘ ପକ୍ଷରୁ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ...

ବିଲ୍ଟ ପେପର ମିଲରେ ପୁଣି ଅଚଳାବସ୍ଥା:ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ୟୁନିୟନ

ଜୟପୁର,୨୧।୪(ନି.ପ୍ର.): ଜୟପୁର ବିଲ୍ଟ ପେପର ମିଲ୍‌ରେ ପୁଣିଥରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କଞ୍ଚାମାଲ ନାହିଁ, ପୁଣି ଆବଶ୍ୟକ କେମିକାଲର ଅଭାବ। ଗତ ଫେବୃଆରୀରୁ କର୍ମଚାରୀ ଓ ଅନ୍ୟ...

ପୁରୁଷୋତ୍ତମପୁର ବ୍ଲକରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ : ପାଣ୍ଡିଆ ଗ୍ରାମକୁ ସଟ୍‌ଡାଉନ ଘୋଷଣା

ପୁରୁଷୋତ୍ତମପୁର,୨୭।୫(ଡି.ଏନ.ଏ)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଛି। ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ପାଣ୍ଡିଆ ଗ୍ରାମରେ। ଏହାପରେ ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମକୁ...

Advertisement
Archives

Model This Week