ଭିଜିଲାନ୍ସ ପରେ ଏବେ ଇଡି ସ୍କାନରରେ ଅନାମ

ଭୁବନେଶ୍ୱର,୬।୩(ବ୍ୟୁରୋ): ପ୍ରଥମେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା କଳାହାଣ୍ଡି ଜିଲା ଭବାନୀପାଟଣା ପୂର୍ବତନ ବିଧାୟକ ଅନାମ ନାଏକ ଏବେ ଇଡି ସ୍କାନର୍‌ରେ। ଗତ ଜାନୁୟାରୀ ୨୩ରେ ଗିରଫ ହୋଇ ଫେବୃୟାରୀ ୨୬ରେ ସେ ଜାମିନ ପାଇଥିଲେ। ଏବେ ଯେକୌଣସି ମୁହୂର୍ତ୍ତରେ ତାଙ୍କୁ ନୋଟିସ କରାଯାଇ ଜେରା କରାଯାଇପାରେ। ଏପରିକି ଇଡି ବିଭିନ୍ନ ଦିଗକୁ ନେଇ ଖୋଳତାଡ଼ କରିବ ବୋଲି ଜଣାପଡ଼ିଛି। ତାଙ୍କର ବେଆଇନ ଅର୍ଥ କାରବାର ତଥା ମନି ଲଣ୍ଡରିଂର ଇଡି ଖୁଲାସା କରିପାରେ ବୋଲି ଜଣାପଡ଼ିଛି।

ପ୍ରକାଶ ଯେ, ଅନାମଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ତଲାସି ୱାରେଣ୍ଟ ବଳରେ କୋରାପୁଟ ଭିଜିଲାନ୍ସ ଡିଭିଜନ ପକ୍ଷରୁ ଜାନୁୟାରୀ ୧୭ ତାରିଖରେ ଅନାମଙ୍କ ଘର ସମେତ ମୋଟ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଯାଞ୍ଚ ବେଳେ ମୋଟ ୩ କୋଟି ୪୨ ଲକ୍ଷ ୯୯ହଜାର ୪୦୨ ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ମିଳିଥିଲା। ତାଙ୍କର ନାକ୍ଟିଗୁଡ଼ାଠାରେ ଗୋଟିଏ ତିନି ମହଲା କୋଠା, ଦୁଇଟି ଏକ ମହଲା କୋଠା, ମାର୍କେଟ କମ୍ପ୍ଲେକ୍ସ ଏବଂ ଗୋଟିଏ ଗ୍ୟାରେଜ ସହ ବିଭିନ୍ନ ସ୍ଥାନରେ ଡୁପ୍ଲେକ୍ସ ଲଜ୍‌ ଓ ମାର୍କେଟ କମ୍ପ୍ଲେକ୍ସ, ଟ୍ରାକ୍ଟର, ସ୍କର୍ପିଓ, କାର୍‌, ବାଇକ ସମେତ ବହୁ ପରିମାଣର ସୁନା ଅଳଙ୍କାର ଏବଂ ଜୀବନ ବୀମା ପଲିସି ଥିବା ତଦନ୍ତ ବେଳେ ଜଣାପଡ଼ିଥିଲା। ଏ ନେଇ ଗତ ଜାନୁୟାରୀ ୨୩ ତାରିଖରେ କୋରାପୁଟ ଭିଜିଲାନ୍ସ ଥାନାରେ ୩/୨୦୨୦ରେ ଏକ ମାମଲା ରୁଜୁ କରାଯିବା ସହ ଅନାମଙ୍କୁ ଗିରଫ କରାଯାଇଥିଲା। ନିମ୍ନ ଅଦାଲତରେ ଜାମିନ ଆବେଦନ ଖାରଜ ହୋଇଯିବା ପରେ ସେ ଜାନୁୟାରୀ ୨୯ ତାରିଖରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଚ୍ଛାପୁରସ୍ଥ ସ୍ନାନମଣ୍ଡପରେ ଶ୍ରୀବଳଦେବଜୀଉ

କେନ୍ଦ୍ରାପଡ଼ା ଅଫିସ, ୧୭ା୬: ସୋମବାର ଦେବସ୍ନାନ ପୂର୍ଣ୍ଣିମା। ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲା ଇଚ୍ଛାପୁରସ୍ଥିତ ଶ୍ରୀବଳଦେବଜୀଉ ମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ...

ଆୟକର ଅଧିକାରୀଙ୍କ ଘରେ ସିବିଆଇ ରେଡ୍‌

ଖୋର୍ଦ୍ଧା ଅଫିସ ,୨୪।୯: ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ପକ୍ଷରୁ ଶନିବାର ଚଢ଼ାଉ ହୋଇଛି। ସୁମନ ଖୋର୍ଦ୍ଧାର ଏକ ଜୁଏଲାରୀ ମାଲିକଙ୍କ...

ରେଙ୍ଗାଳି କେନାଲରେ ଘାଇ : ୨୦ ଏକରରୁ ଊର୍ଦ୍ଧ୍ୱ ଜମି ବାଲିଚର

ଭୁବନ, ୨୦।୭(ଡି.ଏନ.ଏ.) – ମାତ୍ରାଧିକ ପାଣି ଛଡ଼ାଯିବା କାରଣରୁ ରେଙ୍ଗାଳି ବାମ ଶାଖା କେନାଲର ୨ଟି ସ୍ଥାନରେ ବନ୍ଧ ଭାଙ୍ଗି ଘାଇ ସୃଷ୍ଟି ହୋଇଛି। ଏଥିରେ...

କରୋନା ନେଇ ସରପଞ୍ଚଙ୍କ ସହ ଆଲୋଚନା କଲେ ଗଞ୍ଜାମ ଜ଼ିଲ୍ଲାପାଳ

ଛତ୍ରପୁର, ୧୫।୬(ଡି.ଏନ.ଏ.)-ଗଞ୍ଜାମ ଜ଼ିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପର୍ଯ୍ୟନ୍ତ ୬ ଜଣଙ୍କ କରୋନାରେ ମୃତ୍ୟୁ ହେଲାଣି। ସୋମବାର କରୋନା ନେଇ ଗଞ୍ଜାମ ଜିଲାର...

ନାରାୟଣପାଟଣାରେ ୫-ଟି ସଚିବ

କୋରାପୁଟ/ନାରାୟଣପାଟଣା,୪ା୨(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କୋରାପୁଟ ଗସ୍ତରେ ଆସି ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତା, ପାନୀୟ ଜଳ ସମସ୍ୟା ଦୂର କରିବାକୁ କୋଟି କୋଟି ଟଙ୍କାର...

ବଡ଼ବିଲରେ ଫୁଟିଛି ଦୁର୍ଲଭ ସହସ୍ର ଦଳ କମଳ

ବଡ଼ବିଲ,୨।୪ (ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପିଏଚ୍‌ଡିସ୍ଥିତ ଐକ୍ୟକ୍ଷେତ୍ର ପରିସରରେ ଫୁଟିଛି ଦୁର୍ଲଭ ସହସ୍ର ଦଳ କମଳ ବା ଏକ ହଜାର ପାଖୁଡା ବିଶିଷ୍ଟ ପଦ୍ମଫୁଲ। ପ୍ରକୃତିପ୍ରେମୀ...

ମୃତ ଶିଶୁକୁ ବ୍ୟାଗରେ ନେଉଥିଲେ ବାପା

ଭୁବନେଶ୍ୱର,୩୦ା୮(ବ୍ୟୁରୋ):ଶେଷକୃତ୍ୟ ପାଇଁ ଶିଶୁକନ୍ୟାର ମୃତଦେହକୁ ବ୍ୟାଗରେ ନେଉଥିଲେ ବାପା। ହେଲେ ଅଧାବାଟରେ ଛିଣ୍ଡିଗଲା ବ୍ୟାଗ। ମୃତଦେହଟି ତଳକୁ ଖସି ପଡିବା ଦେଖି ଲୋକଙ୍କ ସନ୍ଦେହ ହେଲା।...

ଏବେ ବି ଖୋର୍ଦ୍ଧା ଶୀର୍ଷରେ

ଭୁବନେଶ୍ୱର,୩।୨(ବ୍ୟୁରୋ): ରାଜ୍ୟରୁ ଗତ ୨୪ ଘଣ୍ଟାରେ ଆଉ ୩,୬୨୯ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୫୧୫ ଜଣ ସଂକ୍ରମିତ ପିଲା...

Advertisement
Archives

Model This Week