ଠାକୁରମୁଣ୍ଡା,୨୩ା୮(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ସାତକୋଶିଆ ରେଞ୍ଜ ଅନ୍ତର୍ଗତ ମହୁଲଡ଼ିହା ପଞ୍ଚାୟତର କୋଇଲିପାଳ ଗ୍ରାମ ନିକଟ ଜଙ୍ଗଲରେ ଗୁରୁବାର ସକାଳେ ଏକ ଭାଲୁ ଆକ୍ରମଣରେ ୫ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ଗୁରା ପୂର୍ତ୍ତି, ମଙ୍ଗୁଲୁ ଶୁଣ୍ଢି, ଜଗବନ୍ଧୁ ପୂର୍ତ୍ତି, ସାନଗି ପୂର୍ତ୍ତି ଓ ପାତର ପୂର୍ତ୍ତି। ଗୁରା ଓ ମଙ୍ଗୁଲୁଙ୍କ ଅବସ୍ଥା ଗୁରୁତର ରହିଛି। ଚିକିତ୍ସାପାଇଁ ସମସ୍ତଙ୍କୁ ଠାକୁରମୁଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସକାଳେ ମଙ୍ଗୁଲୁ ଜଙ୍ଗଲକୁ ଯାଇଥିବା ବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥ୍ତ୍ଲା। ସେ ଚିତ୍କାର କରିବାରୁ ନିକଟରେ ଥିବା ସେହି ଗ୍ରାମର କେତେକ ଲୋକ ତାଙ୍କୁ ଭାଲୁ କବଳରୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ହିଂସ୍ର ଭାଲୁଟି ଆକ୍ରମଣ କରି ୫ ଜଣଙ୍କୁ ଘାଇଲା କରି ପକାଇଥିଲା। ସେମାନଙ୍କର ହାତ, ଗୋଡ, ଛାତିକୁ ଭାଲୁ କାମୁଡି କ୍ଷତାକ୍ତ କରିଛି।

ପୂର୍ବାଞ୍ଚଳ ଆଇଜିଙ୍କ ସମୀକ୍ଷା: ମାସକ ମଧ୍ୟରେ ବିଦା ହେବେ ବିଶୃଙ୍ଖଳିତ ପୋଲିସ ଅଧିକାରୀ
ବାରିପଦା ଅଫିସ,୨୬ା୧୦- ପୂର୍ବାଞ୍ଚଳ ପୋଲିସ ଆଇଜି ଦିପ୍ତେଶ କୁମାର ପଟ୍ଟନାୟକ ମୟୂରଭଞ୍ଜ ଜିଲାର ବିଭିନ୍ନ ଥାନା ଉପଖଣ୍ଡ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗତ...

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର
ରାଇରଙ୍ଗପୁର,୨୮ା୪: ମୟୂରଭଞ୍ଜ ଜିଲା ଗୋରୁମହିଷାଣି ଥାନା ଅଞ୍ଚଳର ଜନୈକା ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବହଳଦା ଥାନା...

ଦ୍ୱାରଶୁଣି ଘାଟିରେ ବୋଲେରୋକୁ ପିଟିଲା ଟ୍ରକ୍: ୨ ବୋଲବମ୍ ଭକ୍ତ ମୃତ, ୭ ଆହତ
ବାରିପଦା ଅଫିସ/ ବାଙ୍ଗିରିପୋଷି୨୭।୭:(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷିସ୍ଥିତ ଦ୍ୱାରଶୁଣି ଘାଟିରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଥିବା ବେଳେ ଶୁକ୍ରବାର ରାତିରେ ପୁଣି ଏକ ଦୁର୍ଘଟଣା ଘଟିଛି।...

କଲରାପତରିଆ ବାଘ ଆକ୍ରମଣରେ ଦିଅର ଭାଉଜ ଗୁରୁତର
ବାରିପଦା ଅଫିସ,୧୬।୩: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳରେ କଲରାପତରିଆ ବାଘ ଆକ୍ରମଣରେ ଦିଅର ଭାଉଜ ଗୁରୁତର ହୋଇଛନ୍ତି । ସେମାନେ ହେଲେ ଖଡମବେଡ଼ା ପଞ୍ଚାୟତ...

ବାଟ ନ ଛାଡ଼ିବାରୁ ସୀମାନ୍ତ ପୋଲିସ ଉପରେ ଆକ୍ରମଣ: ଜଣେ ମହିଳା କନଷ୍ଟେବଳ, ୩ ହୋମଗାର୍ଡ ଆହତ
ଠାକୁରମୁଣ୍ଡା,୧୬ା୪(ଡି.ଏନ୍.ଏ.) : ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳ ବେନିସାଗର ଛକ ରାସ୍ତାରେ ଅସ୍ଥାୟୀ ବ୍ୟାରିକେଟ୍ ଲଗାଇ ଜଗି ରହିଥିବା ଓଡ଼ିଶା ପୋଲିସ ଉପରେ ଝାଡ଼ଖଣ୍ଡ ଅଞ୍ଚଳର ପ୍ରାୟ...

ସୁବ୍ରତଙ୍କୁ ଭାରତୀୟ ଯୁବ ପୁରସ୍କାର
ବାରିପଦା ଅଫିସ,୧୩।୧୦- ମୟୂରଭଞ୍ଜ ଜିଲାର ଯୁବ ପ୍ରତିଭା ସୁବ୍ରତ ଦାସ ଓଡ଼ିଶାର ଏକମାତ୍ର ଯୁବକ ଭାବେ ଚଳିତବର୍ଷ ଭାରତୀୟ ଯୁବ ପୁରସ୍କାର ସମ୍ମାନ ଲାଭ କରିଛନ୍ତି।...

ଘରକୁ ଫେରିଲେ ଅପହୃତା ଦଶମ ଶ୍ରେଣୀ ଛାତ୍ରୀ
କୁଳିଅଣା,୩ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଯଶିପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। ମଙ୍ଗଳବାର ପୋଲିସ ଉକ୍ତ ନାବାଳିକାଙ୍କୁ ତାଙ୍କ ପରିବାର...

କାଠ ବୋଝେଇ ଗାଡ଼ି ଜବତ
କୁଆମରା,୧୨ା୧(ଡି.ଏନ୍.ଏ.): ଖୁଣ୍ଟା-ବାଲେଶ୍ୱର ରାସ୍ତାର ଦାମାସାହି ଛକ ନିକଟରେ ଉଦଳା ବନବିଭାଗ ପକ୍ଷରୁ ଚଢାଉ କରାଯାଇ ଚୋରା କାଠ ବୋଝେଇ ଏକ ଟାଟା ଏସି ଗାଡ଼ି ଜବତ...