Posted inଖେଳ

ଭାରତ ପାଇଁ ଖେଳିବି ବୋଲି ଭାବି ନ ଥିଲି : ସଇନି

ଲଡରହିଲ(ଆମେରିକା),୪।୮(ପି.ଟି.): ଭାରତ ପାଇଁ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ବେଶ୍‌ ଚମତ୍କାର ପ୍ରଦର୍ଶନ କରିଥିବା ଯୁବ ଦ୍ରୁତ ବୋଲର ନବଦୀପ ସଇନି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶନିବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ପଦାର୍ପଣ କରି ୨୬ ବର୍ଷୀୟ ସଇନି ମାତ୍ର ୧୭ ରନ ବ୍ୟୟ କରି ୩ ଉଇକେଟ ନେବା ସହ ଭାରତ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ତେବେ ସେ ଭାରତ ପାଇଁ ଖେଳିବେ ବୋଲି କେବେ ଭାବି ନ ଥିବା କହିଛନ୍ତି। ଯେତେବେଳେ ଭାରତ କ୍ୟାପ୍‌ ଗ୍ରହଣ କରିଥିଲି ତାହା ମୋ ପାଇଁ ସ୍ବପ୍ନ ସଦୃଶ ଥିଲା। ଏହି ଦିନକୁ ମୁଁ ଅପେକ୍ଷା କରିଆସୁଥିଲେ ମଧ୍ୟ ବିଶ୍ୱାସ କରିପାରି ନ ଥିଲି। ସାଥି ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କୁ ସାକ୍ଷାତକାର ଦେବା ଅବସରରେ ସେ ଏହି କଥା କହିଛନ୍ତି। ବିସିସିଆଇ ଟୁଇଟର ହ୍ୟାଣ୍ଡଲରେ ଏହି ସାକ୍ଷାତକାର ପୋଷ୍ଟ କରାଯାଇଛି। ବାମ ହାତରେ ଗଧିଆର ଟାଟୁ କରିବା ନେଇ ସେ ପିଲା ବେଳର କଥା ଶୁଣାଇଥିଲେ। ପିଲା ବେଳେ ଭାଇ ସହ ଗଧିଆକୁ ନେଇ ବହୁ ମୁଭି ଦେଖିଥିଲି। ସେଥିପାଇଁ ଏହି ଟାଟୁ କରିଛି ବୋଲି ଭୁବନେଶ୍ୱରଙ୍କୁ ସେ ଉତ୍ତର ଦେଇ କହିଛନ୍ତି।
ସଇନିଙ୍କ ଭବିଷ୍ୟତ ଉଜ୍ଜ୍ୱଳ: କୋହଲି
ପଦାର୍ପଣରେ ଚମକ ଦେଖାଇଥିବା ସଇନିଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ସେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ତାଙ୍କ ପାଖରେ ପ୍ରତିଭା ରହିଛି। ସେ ଘଣ୍ଟାପ୍ରତି ୧୫୦ କି.ମି.ରେ ବୋଲିଂ କରୁଛନ୍ତି। ସେ ମଧ୍ୟ ଫିଟ୍‌ ଅଛନ୍ତି। ଖୁବ୍‌ କମ୍‌ ବୋଲର ଅଛନ୍ତି ଯେଉଁମାନେ ୧୫୦ କିମ୍ବା ଊର୍ଦ୍ଧ୍ୱ ବେଗରେ ବୋଲିଂ କରୁଛନ୍ତି। ତେଣୁ ତାଙ୍କ ସମ୍ମୁଖରେ ଉଜ୍ଜ୍ୱଳ ଭବିଷ୍ୟତ ରହିଛି। ଏହି ମ୍ୟାଚ୍‌ରେ ବୋଲରଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା ବୋଲି ମ୍ୟାଚ୍‌ ପରେ କୋହଲି କହିଛନ୍ତି। ପୂର୍ବତନ ଓପନର ଗୌତମ ଗମ୍ଭୀର ମଧ୍ୟ ସଇନିଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ୬ ବର୍ଷ ତଳେ ଗମ୍ଭୀର ସଇନିଙ୍କ ପ୍ରତିଭାକୁ ଚିହ୍ନଟ କରିଥିଲେ ଓ ତାଙ୍କୁ ସାହଯ୍ୟ କରିଥିଲେ। ଦୁଇବର୍ଷ ତଳେ ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଗମ୍ଭୀରଙ୍କୁ ପ୍ରଶଂସା କରିଥିଲେ। ନିଜ ସଫଳତାର ଶ୍ରେୟ ସେ ଗମ୍ଭୀରଙ୍କୁ ଦେଇଥିଲେ। ମୁଁ କିଛି ନ ଥିଲି, ଗମ୍ଭୀର ଭାଇ ମୋ ପାଇଁ ସବୁକିଛି କରିଛନ୍ତି ବୋଲି ସଇନି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡର ସହଜ ବିଜୟ

କାର୍ଡିଫ, ୯ା୬- ସ୍ଥାନୀୟ ସୋଫିଆ ଗାର୍ଡେନଠାରେ ଚଳିତ ଆଇସିସି ବିଶ୍ୱକପ୍‌ ଟୁର୍ନାମେଣ୍ଟର ଏକ ମ୍ୟାଚରେ ଜାସନ ରୟଙ୍କ ଆକର୍ଷଣୀୟ ୧୫୩ ରନ ଏବଂ ଜୋସ୍‌ ବଟଲରଙ୍କ...

ନଂ ୪ ଉପରେ ଫୋକସ ଭାରତ- ନ୍ୟୁଜିଲାଣ୍ଡ ବିଶ୍ୱକପ୍‌ ଓ୍ବାର୍ମଅପ୍‌

ଲଣ୍ଡନ,୨୪।୫(ପି.ଟି.)- ଆଉ ମାତ୍ର ୭ ଦିନ ପରେ ଇଂଲଣ୍ଡରେ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି। ଟୁର୍ନାମେଣ୍ଟର ଅନ୍ୟତମ ଫେଭରାଇଟ୍‌...

ରାଜ୍ୟଗୋଷ୍ଠୀ ଶୁଟିଂ, ଆର୍ଚେରୀ ଇଭେଣ୍ଟ ଭାରତରେ

ଲଣ୍ଡନ, ୨୪ା୨ (ପି.ଟି.)-୨୦୨୨ ଜାନୁୟାରୀରେ ଭାରତ ରାଜ୍ୟଗୋଷ୍ଠୀ ଶୁଟିଂ ଓ ଆର୍ଚେରୀ ଚାମ୍ପିୟନଶିପ୍‌ ଆୟୋଜନ କରିବ। ଏହି ଦୁଇଟି ଇଭେଣ୍ଟର ପଦକଗୁଡ଼ିକ ବର୍ମିଂହାମ ଗେମ୍ସର ଚୂଡ଼ାନ୍ତ...

କରୋନା ଭାଇରସ ସଂକ୍ରମଣ: ବ୍ରିଟିଶ ଅଲିମ୍ପିକ୍‌ ଆସୋସିଏଶନ ଚିନ୍ତିତ

ଲଣ୍ଡନ,୨୦।୩ (ଏଏଫ୍‌ପି)- କରୋନା ଭାଇରସ ସଂକ୍ରମଣ ନେଇ ବ୍ରିଟିଶ ଅଲିମ୍ପିକ୍ସ ମୁଖ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଯଦି ଏହି ଭାଇରସ ସଂକ୍ରମଣକୁ ଠିକ୍‌ ସମୟରେ ନିୟନ୍ତ୍ରଣ...

ଅଧିନାୟକ କୋହଲିଙ୍କ ଅପେକ୍ଷାରେ କୃତିତ୍ୱ

ନୂଆଦିଲ୍ଲୀ,୯।୧୦: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାରଠାରୁ ଦ୍ୱିତୀୟ ଟେଷ୍ଟ ପୁଣେରେ ଖେଳାଯିବ। ୩ ମ୍ୟାଚ୍‌ବିଶିଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ଥିବା ବିରାଟ କୋହଲିଙ୍କ...

ଅଲିମ୍ପିକ ମଶାଲ ଆଗମନ ଉତ୍ସବ ଛୋଟ ଆକାରରେ ହେବ

ଟୋକିଓ ୬ା୩ (ଏପି)- କରୋନା ଭାଇରସ୍‌ର ବ୍ୟାପକତା ଦୃଷ୍ଟିରୁ ଅଲିମ୍ପିକ ମଶାଲ ଆଗମନ ଉତ୍ସବକୁ ଛୋଟ ଆକାରରେ କରାଯିବ ବୋଲି ଟୋକିଓ ଅଲିମ୍ପିକ୍ସ ମୁଖ୍ୟ ୟୋଶିରୋ...

ମିକ୍ସଡ ମାର୍ଶାଲ ଆର୍ଟ: ମ୍ୟାକ୍‌ ଗ୍ରେଗରଙ୍କ ତୃତୀୟଥର ପାଇଁ ଅବସର ଘୋଷଣା

ଡବଲିନ୍‌,୭।୬: ଆୟର୍ଲାଣ୍ଡର ମିକ୍ସଡ୍‌ ମାର୍ଶାଲ ଆର୍ଟ (ଏମ୍‌ଏମ୍‌ଏ) ଖେଳାଳି କନୋର ମ୍ୟାକ୍‌ ଗ୍ରେଗର ପୁଣି ଥରେ ଅବସର ଘୋଷଣା କରିଛନ୍ତି। ଗତ ୪ ବର୍ଷ ମଧ୍ୟରେ...

କ୍ରିକେଟ ପାଇଁ ବିଷ୍ଣୋଇ ଛାଡ଼ିଥିଲେ ଦ୍ୱାଦଶ ବୋର୍ଡ ପରୀକ୍ଷା

ଜୟପୁର,୧୦।୨- ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲରେ ଭାରତୀୟ ଦଳ ପାଇଁ ସଫଳ ପ୍ରଦର୍ଶନ କରିଥିବା ବୋଲର ରବି ବିଷ୍ଣୋଇଙ୍କ ସମ୍ପର୍କରେ କିଛି ରୋଚକ କଥା...

Coronavirus Update


Archives

Model This Week

Why Dharitri