Posted inଖେଳ

ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ବାତିଲ

ନୂଆଦିଲ୍ଲୀ, ୧୩।୩(ପି.ଟି.): କରୋନା ଭାଇରସ ଆତଙ୍କ କ୍ରୀଡ଼ା ଜଗତରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଭାରତୀୟ କ୍ରୀଡ଼ା ମଧ୍ୟ ଏଥିଯୋଗୁ ଗୁରୁତର ପ୍ରଭାବିତ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏହାକୁ ବିଶ୍ୱ ମହାମାରୀ ଘୋଷଣା ପରେ ସବୁଆଡ଼େ ସତର୍କତା ଅବଲମ୍ବନ କରାଯାଉଛି। ଏହାର ଏକ ଅଂଶ ସ୍ବରୂପ ଚଳିତ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ କ୍ରିକେଟ ସିରିଜର ଲକ୍ଷ୍ନୌ ଓ କୋଲକାତାରେ ହେବାକୁଥିବା ଅବଶିଷ୍ଟ ୨ଟି ମ୍ୟାଚକୁ ବାତିଲ କରାଯାଇଛି। ଦୁଇଦେଶ ମଧ୍ୟରେ ପ୍ରଥମ ଦିନିକିଆ ବର୍ଷା ଯୋଗୁ ବାତିଲ ହୋଇ ଯାଇଥିଲା। ଦ୍ୱିତୀୟ ଦିନିକିଆ ପାଇଁ ଭ୍ରମଣକାରୀ ଦଳ ଲକ୍ଷ୍ନୌରେ ପହଞ୍ଚତ୍ ସାରିଥିଲା। ଦକ୍ଷିଣ ଆଫ୍ରିକା ଦଳ ଦିଲ୍ଲୀ ଆସି ଯଥା ସମ୍ଭବ ଶିଘ୍ର ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବ ବୋଲି ବିସିସିଆଇର ଜଣେ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶରେ ସିରିଜର ଶେଷ ୨ଟି ମ୍ୟାଚ ବିନା ଦର୍ଶକରେ ଖେଳାଯିବାକୁ ପୂର୍ବରୁ ନିଷ୍ପତ୍ତି ନିଆ ଯାଇଥିଲା। ଏବେ ଭାରତରେ ୮୦ରୁ ଊର୍ଦ୍ଧ୍ୱ ଏବଂ ବିଶ୍ୱରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ୫୦୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏଥିରେ ମୃତ୍ୟୁବରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏକମାତ୍ର ଟେଷ୍ଟରେ ବାଂଲାଦେଶ ବିଜୟୀ

ଢାକା, ୨୫।୨ (ଏଏଫ୍‌ପି)- ଅଫ୍‌-ସ୍ପିନର ନଇମ୍‌ ହାସାନଙ୍କ ୫ ଉଇକେଟ୍‌ ସଫଳତା ବଳରେ ଏଠାରେ ଅନୁଷ୍ଠିତ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଘରୋଇ ବାଂଲାଦେଶ ଏକ ଇନିଂସ...

କ୍ରିକେଟ୍‌ରେ ନୂଆ ସ୍ମାର୍ଟ ବଲ୍‌

ଓ୍ବେଲିଂଟନ, ୧୩।୮- ଆଧୁନିକ କ୍ରିକେଟ୍‌ରେ ଟେକ୍ନୋଲୋଜି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିସାରିଛି। ଏବେ କ୍ରିକେଟ୍‌ ଖେଳରେ ଆଉ ଏକ ନୂଆ ଟେକ୍ସନୋଲୋଜିର ପ୍ରୟୋଗ ଦେଖିବାକୁ...

ହଙ୍ଗେରୀରେ ଦର୍ଶକଙ୍କୁ ଅନୁମତି

ବୁଦାପେଷ୍ଟ,୨୯ା୫ (ଏପି)- ହଙ୍ଗେରୀରେ ପୁଣି ଦର୍ଶକଙ୍କ ଉପସ୍ଥିତିରେ ଫୁଟ୍‌ବଲ ମ୍ୟାଚ ଆୟୋଜନ ହୋଇପାରିବ ବୋଲି ଦେଶର ଫୁଟ୍‌ବଲ ମହାସଂଘ କହିଛି। ଏଥିପାଇଁ ସ୍ଥାନୀୟ ସରକାର ଅନୁମତି...

ଲିଓନ ମେଣ୍ଡୋଙ୍କା ଦେଶର ୬୭ତମ ଗ୍ରାଣ୍ଡମାଷ୍ଟର

ଚେନ୍ନାଇ, ୧ା୧ (ପି.ଟି.)-ଇଟାଲୀରେ ଏକ ଟୁର୍ନାମେଣ୍ଟରେ ତୃତୀୟ ଓ ଫାଇନାଲ ନର୍ମ ହାସଲ କରିବାପରେ ଗୋଆର ୧୪ ବର୍ଷୀୟ ଲିଓନ ମେଣ୍ଡୋଙ୍କା ଭାରତର ୬୭ତମ ଚେସ୍‌...

ମଦ, ତମାଖୁ ବିଜ୍ଞାପନ କରିବେ ନାହିଁ ଅଷ୍ଟ୍ରେଲିଆ ଖେଳାଳି

ସିଡନୀ,୨୩।୨: ଆଇପିଏଲ ୧୪ତମ ସିଜନ ଆରମ୍ଭ ପୂର୍ବରୁ କ୍ରିକେଟ ଅଷ୍ଟ୍ରେଲିଆ (ସିଏମ) ଏକ ବଡ଼ ନିଷ୍ପତ୍ତି ନେଇଛି। ଆଇପିଏଲ୍‌ର ପରବର୍ତ୍ତୀ ସିଜିନ୍‌ରେ ଅଷ୍ଟ୍ରେଲୀୟ ଖେଳାଳିମାନେ ଜୁଆ,...

ଶୀର୍ଷ ସ୍ଥାନ ହରାଇଲେ ଶେଫାଳି

ଦୁବାଇ,୯।୩- ଆଇସିସି ମହିଳା ଟି୨୦ ବ୍ୟାଟ୍ସଓମେନଙ୍କ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଖେଳାଳି ଶେଫାଳି ବର୍ମା ଶୀର୍ଷ ସ୍ଥାନ ହରାଇଛନ୍ତି। ସେ ଦୁଇଟି ସ୍ଥାନ ତଳକୁ ଖସି ଆସି...

କାରିବିୟନ ପ୍ରିମିୟର ଲିଗ୍‌: ନାଇଟ ରାଇଡର୍ସ-ଜୌକ୍ସ ଫାଇନାଲ

ଟାରୌବା, ୧୦।୯(ପି.ଟି.)- ତ୍ରିନିଦାଦ ନାଇଟ ରାଇଡର୍ସ ଓ ସେଣ୍ଟ ଲୁସିଆ ଜୌକ୍ସ ବିଜୟ ହାସଲ କରି ଚଳିତ କାରିବିୟନ ପ୍ରିମିୟର ଲିଗ୍‌(ସିପିଏଲ)ର ଫାଇନାଲରେ ପ୍ରବେଶ କରିଛନ୍ତି।...

ପାକିସ୍ତାନ ଟୁର୍‌ରୁ ଓହରିଲେ ରାଜପୁତ

କରାଚୀ, ୨୧ା୧୦ (ପି.ଟି.)-ଜିମ୍ବାଓ୍ବେ କ୍ରିକେଟ କୋଚ୍‌ ଲାଲଚାନ୍ଦ ରାଜପୁତ ଦଳ ସହିତ ପାକିସ୍ତାନ ଟୁର୍‌ରେ ସାମିଲ ହୋଇପାରିବେ ନାହିଁ। ସୀମିତ ଓଭର ସିରିଜରୁ ବାଦ୍‌ ଦେବାକୁ...

Advertisement
Ten Cric Info


Archives

Model This Week