Posted inଖେଳ

ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ବାତିଲ

ନୂଆଦିଲ୍ଲୀ, ୧୩।୩(ପି.ଟି.): କରୋନା ଭାଇରସ ଆତଙ୍କ କ୍ରୀଡ଼ା ଜଗତରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଭାରତୀୟ କ୍ରୀଡ଼ା ମଧ୍ୟ ଏଥିଯୋଗୁ ଗୁରୁତର ପ୍ରଭାବିତ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏହାକୁ ବିଶ୍ୱ ମହାମାରୀ ଘୋଷଣା ପରେ ସବୁଆଡ଼େ ସତର୍କତା ଅବଲମ୍ବନ କରାଯାଉଛି। ଏହାର ଏକ ଅଂଶ ସ୍ବରୂପ ଚଳିତ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ କ୍ରିକେଟ ସିରିଜର ଲକ୍ଷ୍ନୌ ଓ କୋଲକାତାରେ ହେବାକୁଥିବା ଅବଶିଷ୍ଟ ୨ଟି ମ୍ୟାଚକୁ ବାତିଲ କରାଯାଇଛି। ଦୁଇଦେଶ ମଧ୍ୟରେ ପ୍ରଥମ ଦିନିକିଆ ବର୍ଷା ଯୋଗୁ ବାତିଲ ହୋଇ ଯାଇଥିଲା। ଦ୍ୱିତୀୟ ଦିନିକିଆ ପାଇଁ ଭ୍ରମଣକାରୀ ଦଳ ଲକ୍ଷ୍ନୌରେ ପହଞ୍ଚତ୍ ସାରିଥିଲା। ଦକ୍ଷିଣ ଆଫ୍ରିକା ଦଳ ଦିଲ୍ଲୀ ଆସି ଯଥା ସମ୍ଭବ ଶିଘ୍ର ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବ ବୋଲି ବିସିସିଆଇର ଜଣେ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶରେ ସିରିଜର ଶେଷ ୨ଟି ମ୍ୟାଚ ବିନା ଦର୍ଶକରେ ଖେଳାଯିବାକୁ ପୂର୍ବରୁ ନିଷ୍ପତ୍ତି ନିଆ ଯାଇଥିଲା। ଏବେ ଭାରତରେ ୮୦ରୁ ଊର୍ଦ୍ଧ୍ୱ ଏବଂ ବିଶ୍ୱରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ୫୦୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏଥିରେ ମୃତ୍ୟୁବରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

ମୁଖ୍ୟମନ୍ତ୍ରୀ ହେବା ପରେ ଦିଲ୍ଲୀରେ ମୋଦିଙ୍କୁ ସାକ୍ଷାତ କଲେ ବିଜୟ, ୨୦ ମିନିଟରେ କଲେ…..

ନୂଆଦିଲ୍ଲୀ,୨୭।୫: ଜୋସେଫ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ କରିଥିଲେ। ଏଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହା ତାମିଲନାଡୁରେ…

ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ରାୟଗଡା ଏଡିଜେ

ଗୁଣପୁର,୨୭।୫( ସୁଜାତା ପାଢ଼ୀ ): ଘରୋଇ କନ୍ଦଳ ପରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ବିଚାରଣା କରି ରାୟଗଡା ଏଡିଜେ ଅଳ୍ପନା ସ୍ବାଇଁ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri