ଭାରତ ଆୟୋଜନ କରିବ ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌

ନୂଆଦିଲ୍ଲୀ,୧୩।୪ (ପି.ଟି.): ଚଳିତବର୍ଷ ନଭେମ୍ବର- ଡିସେମ୍ବରରେ ଭାରତ ଉଭୟ ପୁରୁଷ ଓ ମହିଳା ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌ ଆୟୋଜନ କରିବ। ବକ୍ସିଂ ଜାତୀୟ ଫେଡେରେଶନ ସୋମବାର ଏ ନେଇ ସୂଚନା ଦେଇଛି। ସେତେବେଳକୁ କୋଭିଡ୍‌-୧୯ ସଂକ୍ରମଣ ନିୟନ୍ତ୍ରଣକୁ ଆସିଯାଇଥିବ ବୋଲି ଫେଡେରେଶନ ବିଶ୍ୱାସର ସହ କହିଛି।
୧୯୮୦ରେ ମୁମ୍ବାଇରେ ଭାରତ ଶେଷଥର ପାଇଁ ଏସିଆନ୍‌ ବକ୍ସିଂ ଚାମ୍ପିୟନଶିପ୍‌ ଆୟୋଜନ କରିଥିଲା। ସେହିପରି ମହିଳା ଇଭେଣ୍ଟକୁ ୨୦୦୩ରେ ହିସାରରେ ଆୟୋଜନ କରିଥିଲା। ଏବେ ଏହି ଦୁଇଟି ମେଗା ଇଭେଣ୍ଟ ଗତବର୍ଷଠାରୁ ମିଳିତ ଭାବେ ଆୟୋଜନ ହୋଇ ଆସୁଛି। ଏସିଆନ ବକ୍ସିଂ କନ୍‌ଫେଡେରେଶନ ବୈଠକରେ ଭାରତକୁ ଆୟୋଜନ ଅଧିକାର ପ୍ରଦାନ କରାଯାଇଥିଲା। ନଭେମ୍ବର- ଡିସେମ୍ବରରେ ଟୁର୍ନାମେଣ୍ଟ ଆୟୋଜନ କରାଯିବ। ତେବେ ସ୍ଥିତି ସ୍ବାଭାବିକ ହେଲା ପରେ ହଷ୍ଟ ସିଟି ବା ଆୟୋଜକ ସହର ସମ୍ପର୍କରେ ସୂଚନା ଦିଆଯିବ ବୋଲି ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) କାର୍ଯ୍ୟକାରୀ ନିର୍ଦ୍ଦେଶକ ଆର.କେ. ସାଚେତି କହିଛନ୍ତି।
ଏବେ କୋଭିଡ୍‌-୧୯ ମହାମାରୀର ରୂପ ନେଇଛି। ତେବେ ଜୁନ୍‌ ସୁଦ୍ଧା ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଯାଇଥିବ। ଏହାପରେ ଆଉ ୩-୪ ମାସରେ ସବୁ କିଛି ସ୍ବାଭାବିକ ହୋଇଯାଇଥିବ ବୋଲି ସାଚେତି କହିଛନ୍ତି। ପ୍ରତି ଦୁଇବର୍ଷରେ ଥରେ ଏହି ଇଭେଣ୍ଟ ଆୟୋଜିତ ହୋଇଥାଏ। କିନ୍ତୁ ଗତ କିଛିବର୍ଷ ହେବ ଏହା ନିୟମିତ ପ୍ରତିବର୍ଷ ଖେଳାଯାଉଛି। ଗତ ଜାନୁୟାରୀରେ ଇଭେଣ୍ଟର ବିଡ୍‌ ଆହ୍ବାନ କରାଯାଇଥିଲା। କୋଭିଡ୍‌-୧୯ ସ୍ଥିତିରେ ଉନ୍ନତି ହେଲେ ଆନୁଷ୍ଠାନିକ ଭାବେ ଏସିଆନ ବକ୍ସିଂ କନ୍‌ଫେଡେରେଶନ ଏ ନେଇ ଘୋଷଣା କରିବ। ଉଲ୍ଲେଖଥାଉ କି, କୋଭିଡ୍‌-୧୯ ସଂକ୍ରମଣ କାରଣରୁ ସାରା ବିଶ୍ୱରେ କ୍ରୀଡ଼ା ଇଭେଣ୍ଟଗୁଡିକ ବାତିଲ ହୋଇଛି କିମ୍ବା ସ୍ଥଗିତ ରଖାଯାଇଛି। ଏପର୍ଯ୍ୟନ୍ତ ୯ଜଣ ଭାରତୀୟ ବକ୍ସର ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ସେମାନଙ୍କ ମଧ୍ୟରେ ୫ଜଣ ପୁରୁଷ ଓ ୪ ଜଣ ମହିଳା ବକ୍ସର ସାମିଲ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ଟପିଲା

ଭୁବନେଶ୍ୱର, ୯ା୯(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଛି। ଏହି ସମୟରେ ଆରୋଗ୍ୟ ହାର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି।...

କୋହଲିଙ୍କ ଉପରେ ରାଗିଗଲେ ଏହି କ୍ରିକେଟର୍‌, କହିଲେ ଏମିତି କଥା

ଚେନ୍ନାଇ,୧୮।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଫିଲ୍ଡ ଅମ୍ପାୟାର ନିତିନ ମେନନଙ୍କ ସହ ଯୁକ୍ତିତର୍କ କରିବା ପରେ ଇଂଲଣ୍ଡର ପୂର୍ବତନ ଖେଳାଳି କ୍ରମାଗତ ଭାବେ ଭାରତୀୟ...

ସାବାଳକଙ୍କୁ ଟିକା ପାଇଁ ଗାଇଡ୍‌ଲାଇନ

ନୂଆଦିଲ୍ଲୀ, ୨୫।୪: ଆସନ୍ତା ମାସ ୧ ତାରିଖରୁ ସମସ୍ତ ସାବାଳକଙ୍କୁ କୋଭିଡ୍‌ ଟିକା ଦିଆଯିବ। ତୃତୀୟ ପର୍ଯ୍ୟାୟ ଟିକାକରଣକୁ ସଫଳ କରାଇବା ପାଇଁ କେନ୍ଦ୍ର ସରକାର...

କେନ୍ଦ୍ରାପଡ଼ାରେ ରାଜ୍ୟ ମହିଳା ଚେସ୍‌

ଭୁବନେଶ୍ୱର, ୧୦।୫(କ୍ରୀଡ଼ା ପ୍ରତିନିଧି): ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ୍‌ ଓ କେନ୍ଦ୍ରାପଡା ଜିଲା ଚେସ୍‌ ଆସୋସିଏଶନ୍‌ ଆନୁକୂଲ୍ୟରେ ଆସନ୍ତା ୨୦ ଓ ୨୧ ତାରିଖ ଦୁଇଦିନଧରି...

ସେମିଫାଇନାଲ ପୂର୍ବରୁ ହାତରେ ତ୍ରିରଙ୍ଗା ଧରିଲେ ପାକିସ୍ତାନୀ ଖେଳାଳି, ଦେଲେ ଅଟୋଗ୍ରାଫ

ସିଡନୀ,୯।୧୧: ପାକିସ୍ତାନ କ୍ରିକେଟ ଟିମ୍‌ ଏବେ ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି୨୦ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଦଳ ସେମିଫାଇନାଲ ମୁକାବିଲାରେ ୭ ଉଇକେଟରେ...

କୁକୁର ଖେଳିଲା କ୍ରିକେଟ

ନୂଆଦିଲ୍ଲୀ,୨୨।୨- କଥାରେ ଅଛି କୁକୁରମାନେ ମଣିଷର ସବୁଠୁ ଭଲ ବନ୍ଧୁ। ସେମାନେ ମଣିଷଙ୍କ କଥା ବୁଝି ପାରନ୍ତି। ଭେଟେରାନ ଅଭିନେତ୍ରୀ ସିମି ଗାରଓ୍ବୋଲ ଟୁଇଟରରେ ଏକ...

CORONAVIRUS UPDATE: ପୁଣି ୬୫ ଆକ୍ରାନ୍ତ ସୁସ୍ଥ, ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୧,୪୮୧ ବୃଦ୍ଧି

ଭୁବନେଶ୍ୱର, ୪।୬(ବ୍ୟୁରୋ): ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗଞ୍ଜାମରୁ ୧୪, ଜଗତସିଂହପୁର-କେନ୍ଦ୍ରାପଡ଼ାର ୧୦, ଭଦ୍ରକର ୮, କେନ୍ଦୁଝରର ୭,...

‘ବାଲା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ’

ନୂଆଦିଲ୍ଲୀ, ୧୭ା୫ (ପି.ଟି.)-ବାଲା ଦେବୀ ଦେଶର ଅନ୍ୟ ମହିଳା ଫୁଟ୍‌ବଲରଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ସଭାପତି ପ୍ରଫୁଲ୍ଲ...

Advertisement
Archives

Model This Week