ଭାରତୀୟଙ୍କ ପାଇଁ ଏଚ୍‌-୧ ବି ଭିଜାକୁ ୧୫ ପ୍ରତିଶତ ସୀମିତ କରିବ ଆମେରିକା: ୧୦ ଲକ୍ଷ କୋଟିର ଆଇଟି ଶିଳ୍ପ ପ୍ରଭାବିତ ହେବା ଆଶଙ୍କା

ନୂଆଦିଲ୍ଲୀ/ ଓ୍ବାଶିଂଟନ, ୨୦।୬: ଆମେରିକା ଏହାର ଭିଜା ନୀତିରେ ପରିବର୍ତ୍ତନ ଆଣିବାକୁ ଚିନ୍ତା କରିଛି। ଏହା ଅର୍ନ୍ତଗତ ଭାରତୀୟଙ୍କୁ ପାଇଁ ଏଚ୍‌-୧ ବି ଭିଜାକୁ ୧୦ରୁ ୧୫ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ଆମେରିକା ଯୋଜନା କରିଛି। ଏହାଦ୍ୱାରା ଆମେରିକାରେ ଚାକିରି କରିଥିବା ଭାରତୀୟ ପ୍ରଭାବିତ ହେବେ। ଏହି ନିୟମ ଲାଗୁହେଲେ ଟିସିଏସ୍‌ ଏବଂ ଇନଫୋସିସ୍‌ ଭଳି ଆଇଟି କମ୍ପାନୀର ଅନେକ କ୍ଷତି ହେବ ବୋଲି ଆକଳନ କରାଯାଉଛି। ଏହା ଦ୍ୱାରା ୧୦ ଲକ୍ଷ କୋଟି ଟଙ୍କାର ଆଇଟି ଶିଳ୍ପ ପ୍ରଭାବିତ ହେବାର ଆଶଙ୍କା ଥିବା କୁହାଯାଉଛି। ପ୍ରତିବର୍ଷ ଆମେରିକା ୮୫ ହଜାର ଭିଜା ଜାରି କରିଥାଏ। ଏହାଦ୍ୱାରା ଭାରତୀୟମାନେ ଅଧିକ ଲାଭାନ୍ବିତ ହୋଇଥାନ୍ତି। ସମ୍ପ୍ରତି ୭୦ ପ୍ରତିଶତ ଭାରତୀୟ ଏଚ-୧ ବି ଭିଜା ଦ୍ୱାରା ବେଶ୍‌ ଉପକୃତ ହେଉଛନ୍ତି। ତେବେ ଏଚ୍‌-୧ ବି ଭିଜା ସୀମିତ ହେଲେ ଭାରତୀୟମାନେ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଏହି ସୂଚନା ମିଳିବା ପରେ ଆଇଟି କମ୍ପାନୀ ଗୁଡ଼ିକର ଶେୟାର ୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାରୀରିକ ସମ୍ପର୍କ ପାଇଁ ମନା କରି ପାରନ୍ତିନି ଗରିବ ଦେଶର ମହିଳା…

ଜେନେଭା,୧୫।୪: ପୃଥିବୀର ବିଭିନ୍ନ ଗରିବ ଦେଶରେ ମହିଳାଙ୍କର ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ ନିଜସ୍ବ କୌଣସି ସ୍ବାଧୀନତା ନାହିଁ। ସେମାନେ ଶାରୀରିକ ସମ୍ପର୍କକୁ ମନା କରି...

ଆତ୍ମହତ୍ୟା ପାଇଁ ଗିଳିଥିଲେ ଟୁଥ୍‌ବ୍ରସ୍‌: ୨୦ ବର୍ଷ ପରେ ଅପରେଶନ୍‌ରେ ବାହାରିଲା

ବେଜିଂ,୧୩।୮: ଚାଇନାରେ ଜଣେ ବ୍ୟକ୍ତିଙ୍କ ପେଟରୁ ଏକ ଟୁଥ୍‌ବ୍ରସ୍‌ ବାହାର କରାଯାଇଛି। ପେଟରେ ଲଗାତାର ଯନ୍ତ୍ରଣା ହେବାରୁ ଡାକ୍ତର ଅପରେଶନ କରି ଏହାକୁ ବାର କରିଛନ୍ତି।...

ବ୍ରିଟେନର ସ୍ବରାଷ୍ଟ ମନ୍ତ୍ରୀ ହେଲେ ଭାରତୀୟ ମୂଳର ପ୍ରୀତି ପଟେଲ

ଲଣ୍ଡନ, ୨୫।୭: ବ୍ରିଟେନର ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ଭାରତୀୟ ମୂଳର ପ୍ରୀତି ପଟେଲ। ବୁଧବାର ନୂଆ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ତାଙ୍କୁ ଏହି ଦାୟିତ୍ୱ...

କ୍ୱିଭ୍ ଉପରେ ଆକ୍ରମଣ ସମୟରେ ରୁଷିଆ ଖବରଦାତାଙ୍କ ମୃତ୍ୟୁ

କ୍ୱିଭ,୨୪ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ଏକ ମାସ ପୂରଣ ହେବାକୁ ଯାଉଛି । ହେଲେ ଗୋଟିଏ ପଟେ ରୁଷିଆ ତା’ର ଜିଦରେ ଅଟଳ ରହିଥିବା ବେଳେ...

୧୬ ବର୍ଷରେ ପାଦ ଦେଲା ଜି-ମେଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୧।୪: ଜି-ମେଲ୍‌କୁ ବୁଧବାର ୧୬ ବର୍ଷରେ ପାଦ ଦେଇଛି। ୨୦୦୪ ଏପ୍ରିଲ୍‌ ୧ରେ ଏହାର ଶୁଭାରମ୍ଭ ହୋଇଥିଲା। ଏହା ଆମେରିକାର କମ୍ପ୍ୟୁଟର ଇଞ୍ଜିନିୟର ପାଉଲ୍‌ ଟି...

ବିକିନ ପିନ୍ଧା ମଡେଲଙ୍କ ଫଟୋକୁ ପସନ୍ଦ କରି ଚର୍ଚ୍ଚାରେ ପୋପ୍‌

ଜେରୁଜେଲମ,୨୫।୧୨: ଖ୍ରୀଷ୍ଟିଆନଙ୍କ ଧାର୍ମିକ ନେତା ଭାବରେ ବିବେଚିତ ପୋପ୍‌ ଫ୍ରାନ୍ସିସଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଥର ପୋପ୍‌ ଫ୍ରାନ୍ସିସଙ୍କ ଆକାଉଣ୍ଟରୁ ଜଣେ...

ଆଇସ୍‌ ଏଜ୍‌ ସମୟର ୪୬ ହଜାର ବର୍ଷ ତଳର ପକ୍ଷୀ ଅବଶେଷର ମିଳିଲା ସନ୍ଧାନ

ସାଇବେରିଆ,୨୨।୨: ସମ୍ପ୍ରତି ସାଇବେରିଆରୁ ଆଇସ୍‌ ଏଜ୍‌ ସମୟର ପକ୍ଷୀ ଅବଶେଷର ସନ୍ଧାନ ମିଳିଛି। ଏହା ୪୬ ହଜାର ବର୍ଷ ତଳର ବୋଲି ଗବେଷକ କହିଛନ୍ତି। ଏହା...

ନେଟ୍‌ ସ୍ବାଧୀନତା ସଙ୍କୁଚିତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୩।୯: ବିଶ୍ୱର ବହୁ ରାଷ୍ଟ୍ରରେ ଇଣ୍ଟରନେଟ୍‌ ବ୍ୟବହାରକାରୀମାନଙ୍କୁ ଜେଲ ଯିବାକୁ ପଡ଼ୁଛି। କେତେକ ଦେଶରେ ୟୁଜର୍ସ ନିଜ ପୋଷ୍ଟକୁ ନେଇ ଆକ୍ରମଣର ଶିକାର ହେଉଛନ୍ତି। ବିଶେଷକରି...

Advertisement
Archives

Model This Week