Posted inଜାତୀୟ

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨

ନୂଆଦିଲ୍ଲୀ,୧୫ା୩(ପି.ଟି.): ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଶନିବାର ୧୦୨କୁ ବୃଦ୍ଧି ପାଇଥିବା ଜଣାପଡିଛି। କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ୭ ଜଣ ସୁସ୍ଥ ହେବା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ୫ ଜଣ ଥିବାବେଳେ ଦିଲ୍ଲୀ ଓ ରାଜସ୍ଥାନରୁ ଜଣେ ଲେଖାଏ ଅଛନ୍ତି। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୪୦୦୦ରୁ ଅଧିକ ଲୋକଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ଇରାନରୁ ଭାରତୀୟ ଯାତ୍ରୀଙ୍କୁ ଆଣି ଆସୁଥିବା ମହାନ୍‌ ଏୟାରର ଏକ ବିମାନ ଶନିବାର ମଧ୍ୟରାତ୍ରିରେ ମୁମ୍ବାଇରେ ପହଞ୍ଚତ୍ବ ବୋଲି ଜଣାପଡିଛି। ସେହିପରି ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ଭାରତୀୟ ଛାତ୍ରଙ୍କୁ ଫେରାଇ ଆଣିବା ଲାଗି ଶନିବାର ଇଟାଲୀର ମିଲାନକୁ ପଠାଯାଇଛି। ଅନ୍ୟପକ୍ଷରେ କରୋନା ସଂକ୍ରମଣ ରୋକିବା ଲାଗି ସତର୍କତା ପଦକ୍ଷେପ ସ୍ବରୂପ ଦେଶର ଅର୍ଦ୍ଧାଧିକ ରାଜ୍ୟ ଶିକ୍ଷାନୁଷ୍ଠାନ, ସିନେମା ହଲ୍‌, ମଲ୍‌, ସାଧାରଣ ଉତ୍ସବ ଅନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଦିଲ୍ଲୀରେ କରୋନାରେ ପ୍ରାଣ ହରାଇଥିବା ୬୮ ବର୍ଷୀୟା ମହିଳାଙ୍କର ଶେଷକୃତ୍ୟ ମେଡିକାଲ ତତ୍ତ୍ୱାବଧାନରେ କରାଯାଇଛି। ଦିଲ୍ଲୀର ନଗମବୋଧ ଘାଟସ୍ଥିତ ସିଏନ୍‌ଜି ଶ୍ମଶାନରେ ମହିଳାଙ୍କ ଶେଷକୃତ୍ୟ ବେଳେ ରାମ ମନୋହର ଲୋହିଆ ହସ୍ପିଟାଲ ଏବଂ ଏମ୍‌ସିଡିର ଡାକ୍ତରମାନେ ଉପସ୍ଥିତ ରହିଥିଲେ। ମରଶରୀରରୁ ଉକ୍ତ ଭୂତାଣୁ ଯେପରି ଅନ୍ୟ କାହାକୁ ସଂକ୍ରମିତ ନ ହେବ ତାହା ଉପରେ ସର୍ବାଧିକ ଦୃଷ୍ଟି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁଶୀଲ ମୋଦିଙ୍କ ନାଁରେ ସାଧାରଣ ଜନତାଙ୍କ ଅଭିଯୋଗ

ପାଟନା,୩ ।୧୧: ମଙ୍ଗଳବାର ସକାଳେ ଆରମ୍ଭ ହୋଇଛି ବିହାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ପାଟନାରେ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଭୋଟ...

ନିମିଶା-ମେରିନ-ସୋନିଆଙ୍କ କାହାଣୀ: ଦି କେରଲା ଷ୍ଟୋରି…

ମୁମ୍ବାଇ,୪।୫ : ଜିହାଦର ଚକିରେ ପେଷି ହୋଇଥିବା ଅଣ-ମୁସଲମାନ ଝିଅଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ଦି କେରଲା ଷ୍ଟୋରି କେରଳର ପ୍ରେମ,ଧର୍ମାନ୍ତରୀକରଣ ଏବଂ ଆତଙ୍କବାଦ ସହ...

ଉପବାସରେ ଅନ୍ନଦାତା

ନୂଆଦିଲ୍ଲୀ,୧୪ ।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ରାଜଧାନୀ ଦିଲ୍ଲୀ ସୀମାରେ ବିରୋଧ ପ୍ରଦର୍ଶନ କରି ଆସୁଥିବା କୃଷକ ସୋମବାର ଉପବାସ ରହି ଧାରଣାରେ...

ପ୍ରଥମ ଗେଟ୍‌ ବନ୍ଦ, ଦୁଇ ନମ୍ବର ଗେଟ୍‌ରେ ପ୍ରବେଶ କଲେ ରାଜ୍ୟପାଳ

କୋଲକତା,୫।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦିପ ଧନକରଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଏବେ ପୁଣିଥରେ ଦେଖିବାକୁ ମିଳିଛି। ଗୁରୁବାର ରାଜ୍ୟପାଳ...

ମାଡ୍ରାସ ହାଇକୋର୍ଟଙ୍କ ରାୟ ବିରୋଧୀ ପିଟିଶନ ଖାରଜ କଲେ ସୁପ୍ରିମ୍‌କୋର୍ଟ: ତମାଖୁ ବ୍ୟବସାୟୀଙ୍କୁ ନୋଟିସ ଜାରି…

ନୂଆଦିଲ୍ଲୀ,୪।୩ : ମାଡ୍ରାସ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ଏହାର ଜବାବ ମାଗିବାକୁ ସୁପ୍ରିମକୋର୍ଟ ତାମିଲନାଡୁ ସରକାରଙ୍କୁ ନୋଟିସ ଜାରି କରିଛନ୍ତି।...

ଅସୁସ୍ଥତା ଦର୍ଶାଇ କୋର୍ଟରେ ଅନୁପସ୍ଥିତ ରହୁଥିବା ପ୍ରଜ୍ଞାଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ

ଭୋପାଳ,୯।୭: ମାଲେଗାଓଁ ବିସ୍ଫୋରଣ ମାମଲାରେ ଅସୁସ୍ଥତା ଦର୍ଶାଇ କୋର୍ଟରେ ଶୁଣାଣି ବେଳେ ଅନୁପସ୍ଥିତ ରହୁଥିବା ଭାଜପା ଏମ୍‌ପି ପ୍ରଜ୍ଞା ଠାକୁର ନାଚୁଥିବା ଭିଡିଓ ଭାଇରାଲ ହୋଇଛି।...

ଓଆର୍‌ଓପି: କେନ୍ଦ୍ରର ଘୋଷଣା ବାସ୍ତବତାଠାରୁ ଭିନ୍ନ

ନୂଆଦିଲ୍ଲୀ, ୧୭ା୨: କେନ୍ଦ୍ରର ଓ୍ବାନ୍‌ ର଼୍ୟାଙ୍କ ଓ୍ବାନ୍‌ ପେନସନ୍‌ (ଓଆର୍‌ଓପି) ନୀତି ଅନୁସାରେ ପୂର୍ବତନ ସେନା କର୍ମଚାରୀଙ୍କୁ ଭତ୍ତା ମିଳିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ମଙ୍ଗଳବାର ପ୍ରଶ୍ନ...

୨୩ରେ କର୍‌ତାରପୁର କରିଡର ଚୁକ୍ତି: ସେବା ଟିକସ ହଟାଇବାକୁ କହିଲା ଭାରତ

ନୂଆଦିଲ୍ଲୀ,୨୨ା୧୦(ପି.ଟି.):କର୍‌ତାରପୁର କରିଡର କାର୍ଯ୍ୟକାରିତା ଲାଗି ୨୩ ତାରିଖରେ ପାକିସ୍ତାନ ସହ ଚୁକ୍ତିନାମା ସ୍ବାକ୍ଷର ପାଇଁ ଭାରତ ପ୍ରସ୍ତୁତ ଥିବା ସୋମବାର କହିଛି। ତେବେ ତୀର୍ଥଯାତ୍ରୀଙ୍କ ଉପରେ...

Advertisement
Archives

Model This Week