‘ଭଦ୍ରକ ତ୍ୟାଗ ଓ ବଳିଦାନର ମାଟି’

ଭଦ୍ରକ ଅଫିସ, ୧୭ା୧୨- ଭଦ୍ରକ ଟାଉନ ହଲ ପରିସରରେ ୭ ଦିନ ଧରି ଚାଲିଥିବା ତ୍ୟାଗଭୂମି ମହୋତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପୌରାଣିକ କଥାବସ୍ତୁକୁ ମନେ ପକାଇ ଓଡ଼ିଶାର ସଂଗ୍ରାମୀଙ୍କ ସାହସିକତାକୁ ପ୍ରଶଂସା କରିଥିଲେ। ସେ ଭଦ୍ରକକୁ ତ୍ୟାଗ ଓ ବଳିଦାନର ମାଟି ବୋଲି ଅବିହିତ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ଶ୍ରୀକୃଷ୍ଣ ଓ ସୁଦାମାଙ୍କ ବନ୍ଧୁତାର ସମ୍ପର୍କର ଉଦାହରଣ ରଖି ଓଡ଼ିଆ ଭାଷାରେ ବକ୍ତବ୍ୟ ରଖିଥିଲେ ।

ଉଦ୍‌ଯାପନୀ ସମାରୋହରେ ଅନ୍ୟତମ ଅତିଥି ଭାବେ ଏମପି ମଞ୍ଜୁଲତା ମଣ୍ଡଳ ଓ ମୁଖ୍ୟବକ୍ତା ଭାବେ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଯୋଗ ଦେଇ ସ୍ବାଧୀନତା ସଂଗ୍ରାମଠାରୁ ଆରମ୍ଭ କରି କଳାସଂସ୍କୃତି , ରାଜନୀତି, ସାହିତ୍ୟ ଆଦି କ୍ଷେତ୍ରରେ ଭଦ୍ରକର ଅବଦାନ ରହିଥିବା କହିଥିଲେ। ମହୋସତ୍ବ ସଭାପତି ଅଜୟ ନାୟକ ପ୍ରାକ୍‌ କଥନ ରଖିଥିବା ବେଳେ ତୁଷାରକାନ୍ତି ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ। ଡ. ପ୍ରଭାସ ମହାନ୍ତି ସ୍ବାଗତ ଭାଣେ ଦେଇଥିଲେ। ଅଧିବକ୍ତା ଗଦାଧର ବଳ, ପଙ୍କଜ କୁମାର ବଳ, ଅଧ୍ୟାପକ ଅଭୟ ଦାସ, ସମାଜସେବୀ ସୁଧାକର ରାଉତ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଅତିଥିଙ୍କ ଦ୍ୱାରା ତ୍ୟାଗଭୂମିର କବିତା ପୁସ୍ତକ ଉନ୍ମୋଚିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତେଜିଲା ମହିଳାଙ୍କ ମଦ ବିରୋଧି ଅଭିଯାନ

ଯୋଡ଼ା, ୨୯।୬ (ଡି.ଏନ.ଏ.)- କେନ୍ଦୁଝର ଜିଲାର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ଚୋରାମଦର ପ୍ରସାର ଘଟି ଚାଲିଛି। ଏହି ଜିଲାର ଖଣିଖାଦନା ଭରା ଯୋଡା ଅଞ୍ଚଳରେ...

୨ ମହିଳାଙ୍କୁ ଦଳିଦେଲା ହାତୀ, ରାସ୍ତା ଅବରୋଧ କଲେ ଗ୍ରାମବାସୀ

ସାତମାଇଲ,୩୦ା୩(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ତ ଦୁଦୁରୁକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗ୍ରାମର ୨ ଜଣ ମହିଳାଙ୍କୁ ହାତୀ ଦଳିଦେବାରୁ ଉଭୟଙ୍କର...

‘ଓଡ଼ିଶାର ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ଦେଶ ପାଇଁ ଉଦାହରଣ’

କଟକ ଅଫିସ,୧୪।୫: ରାଜ୍ୟର ଅନୁଗୋଳ, ବାଲେଶ୍ୱର, କୋରାପୁଟ, ଗଞ୍ଜାମ, ସମ୍ବଲପୁର ଜିଲାରେ ଆଞ୍ଚଳିକ ଜୁଡିସିଆଲ ଏକାଡେମୀ କାର୍ଯ୍ୟକ୍ଷମ ହୋଇଛି। ବିଚାର ବିଭାଗୀୟ ଅଧିକାରୀ, କୋର୍ଟ କର୍ମଚାରୀ,...

ସପ୍ତାହେ ହେଲା ଏଟିଏମ୍‌ରେ ଟଙ୍କା ନାହିଁ: ଗ୍ରାହକଙ୍କୁ ଲୁଟୁଛନ୍ତି କିଓସ୍କ ବ୍ୟାଙ୍କ ସେବା କେନ୍ଦ୍ର

କାଶୀନଗର,୨୫।୬(ଡି.ଏନ୍‌.ଏ.)- କାଶୀନଗର ଏନ୍‌ଏସି ଅଞ୍ଚଳରେ ଗ୍ରାହକ ଉପଯୁକ୍ତ ଏଟିଏମ୍‌ ସେବା ପାଉ ନ ଥିବା ଅଭିଯୋଗ ହୋଇଛି। ଏଠାରେ ଷ୍ଟେଟ୍‌ବ୍ୟାଙ୍କର ୨ଟି ଏଟିଏମ୍‌, ଆନ୍ଧ୍ରବ୍ୟାଙ୍କର ଗୋଟିଏ...

ଖଣ୍ଡପଡ଼ାରେ କାଳବୈଶାଖୀ

ଖଣ୍ଡପଡ଼ା,୨୯ା୪: ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ବୁଧବାର କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡି ପଡି...

ନୟାଗଡ ଜିଲାରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲିବ ଦୋକାନ ବଜାର

ନୟାଗଡ ଅଫିସ, ୨୬।୫: ନୟାଗଡ ଜିଲାରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଏକ...

ଗୋଦାମରେ ଚଢ଼ାଉ, ୧୬ ବସ୍ତା ଗୁଟ୍‌ଖା ଜବତ

ଜୟପୁର,୨୯ା୪(ନି.ପ୍ର./ଡି.ଏନ୍‌.ଏ.): ଲକ୍‌ଡାଉନ ଚାଲିଥିବା ବେଳେ କୋରାପୁଟ ଜିଲା ଜୟପୁର ସହରରେ ଗୁଟ୍‌ଖା ଓ ତମାଖୁର ଅବାଧ ବିକ୍ରି ଚାଲିଛି। ତେଣୁ ବୁଧବାର ପୋଲିସ, ତହସିଲ ଓ...

ସ୍କୁଲ ଆସିଥିବା ଛାତ୍ରୀଛାତ୍ରଙ୍କୁ ସ୍ବାଗତ କଲେ ବିଧାୟକ, ବିଇଓ

ଛତ୍ରପୁର,୨୬।୭(ଡି.ଏନ୍‌.ଏ.): ସୋମବାର ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଛି। ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ନରେନ୍ଦ୍ରପୁର ହାଇସ୍କୁଲକୁ ଆସୁଥିବା ଛାତ୍ରୀଛାତ୍ରଙ୍କୁ ଫୁଲ...

Advertisement
Archives

Model This Week