ଭତା, ପୋରଛାହନ୍‌ରୁ ବଁଚିତ୍‌ ଗଣ୍ଡାବଜା କଳାକାର: ବିପଦ୍‌ରେ ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି

 

ଲାଠୋର, ୨୮ା୧୨ (ଡି.ଏନ୍‌.ଏ.)-
ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ବହୁତ୍‌ ପ୍ରାଚୀନ। ସେନ୍‌ତା ଇଠାନର ଜାନିଯାତ୍‌ରା, ପରବ୍‌, ଉଛବ୍‌, ବିହାବରୁ ସଂଗେ ଯୁଡ଼ି ହେଇରହିଛେ ଢୋଲ, ଲିସାନ, ତାସା, ମୁହୁରୀ ଲେଖେଁ ପ୍ରାଚୀନ ବାଦ୍ୟଯନ୍ତ୍ର। ଇ ବଜାମାନ ଆଗରୁ ପୁରଖାପାତିନୁ ପିଢ଼ିଧରି ପିଢ଼ି ଦଲିତ୍‌ ସମାଜର କଳାକାରମାନେ ବଜେଇ ଆସୁଥିଲେ। ଇ ବଜାମାନକୁ ସମାଜରେ ଶୁଭ ବଜା ବଲି ଗନ୍‌ତି କରାଯାଏସି। କେହେନ୍‌ସି ବିହାବରପନ୍‌ ହେଉକି ଜାନିଯାତ୍‌ରା ସବୁଥି ଗଁଡ଼ାବଜା ମୂଲ ଆଏ। ପୁରାତନକାଲୁ ଇ ସମାଜର କଳାକାରମାନେ ବଜା ବଜେଇ ନିଜର କୁଟୁମ ପୁଷୁଥିଲେ। ହେଲେ ଆଏଜ୍‌କାଲି ଆଧୁନିକତାର ଛାପ୍‌ରେ ଆମର ସମାଜରେ ଅନେକ ପରିବରତନ୍‌ ହେବାର ସଂଗେ ସରକାରୀ ପୋରଛାହନ୍‌ ଅଭାବୁ କଳାକାରମାନେ ଇ ବୁର୍‌ତିରୁ ମୁହୁଁ ଫିରେଇ ନେଉଛନ୍‌। ଇଆଡ଼େ ଯେ ସରକାର କଳାକାରମାନକୁ ଭତା ପୋରଛାହନ୍‌ ଯୁଗେଇ ଦେବାର କଥା କହୁଛନ୍‌।
ସୂଚନା ହିସାବେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡ଼ା ପଁଚେତ୍‌ ଅଧୀନ ଜଲପାଙ୍କେଲ ଗଁାର ଗଁଡ଼ାବଜାର କଳାକାର ବିନୋଦ ସୁନା, ମୀନକେତନ ସୁନା, ବନା ସୁନା, ମକାରୁ ବିଭାର, ହରି ସୁନା, ପୁରନ୍ଦର ତାଣ୍ଡି, ହେରନା ସୁନା ଦୁଇ ଦୁଇଥର ଦରକାରୀ କାଗଜପତର ଦେଇ କଳାକାର ଭତାର ଲାଗି ପଁଚେତ୍‌ରେ ଆବେଦନ କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ଇ କଳାକାରମାନେ ନିଜର ବାପ୍‌ଅଜା ଅମଲରୁ କଳାକେ ବଁଚେଇ ରଖ୍‌ବାର ସଂଗେ ନିଜର କୁଟୁମ ପୁଷିଆସୁଛନ୍‌। ଅଂଚଲର ଆସରପାସର ଗଁାଗଁଡ଼ାରେ ହେଉଥିବାର ବିହାବରପନ, ବରୁଘର, ଜାନିଯାତ୍‌ରାରେ ନିଜର କଳାର ପରଦରଶନ କରି ଦୁଇପଏସା ରୁଜଗାର କରୁଛନ୍‌। ହେଲେ ଆଏଜ୍‌କାଲି ଇ ଆଧୁନିକ ଯୁଗେ ଲୋକ୍‌ ଗଁଡ଼ାବଜା ବଦ୍‌ଲା ଡିଜେ, ବ୍ୟାଣ୍ଡପାର୍ଟିକେ ବେଶି ପସନ୍‌ କରୁଛନ୍‌। ଯେନ୍‌ଥିରଲାଗି ଇ ପ୍ରାଚୀନ କଳା ଦିନୁଦିନ୍‌କେ ବୁଡ଼ବାକେ ବସଲାନ ବଲି କଳାକାରମାନେ କହିଛନ୍‌। ଏନ୍‌ତାଥି ସରକାରୀ ପୋରଛାହନ୍‌ ଅଭାବୁ ଅନେକ କଳାକାର ଇ କୁଲବୁରତିରୁ ମୁହୁଁ ମୁରି ଉନିଅଁା କାମ୍‌ଧଁଦା କଲାବେଲେ ଆରକେତେ ଉପେ ଶୂଇନ୍‌ ହେଇ କଳାକେ ବଁଚେଇ ରଖିଛନ୍‌। ଆଏଜ୍‌କାଲି ଇ ବୁର୍‌ତିରୁ ଯାହା କମାନି ହେଉଛେ ସେଥ୍‌ରେ ଛୁଆପିଲାକୁ ପାଠ୍‌ ଦୁଇଅଖର ପଢ଼ାବାର ତ ଦୂରେ ଥାଉ, ଦୁଇବେଲା ଦୁଇମୁଠା ଖାଏବାରଟା ବି ଯୁଟାବାରଟା ଭିଡ଼ ହେଇଯାଉଛେ ବଲି କଳାକାରମାନେ କହିଛନ୍‌। ଅତି କମ୍‌ରେ ସରକାର ଆମକୁ କଳାକାର ଭତା ଦେଲେ ହେଲେ ଇ କଳାଟାକେ ବଁଚେଇ ରଖିହେତା ବଲି କଳାକାରମାନେ ମନ୍‌ଦୁଖ କରି କହିଛନ୍‌। ଇ ସମସିଆଟା ଖାଲି ଜଲପାଙ୍କେଲ ଗଁାର ନୁହେଁ ପଶ୍ଚିମ ଓଡ଼ିଶାର ଅନେକ ଜାଗାରେ ରହିଛେ। ଇ ଦିଗେ ରାଏଜ୍‌ ସରକାର, ଜିଲା ପରଶାସନ କଳାକାରମାନକୁ ଚିନ୍‌ହଁଟ୍‌ କରି ତାହାକୁ ଭତା ଯୁଗେଇ ଦେବାର ବେବସ୍‌ତା କରବାର କଥା ବଲି କଳାକାରମାନେ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଖଣିଜ ପଦାର୍ଥ ପାଇଁ ଆସିବ ନୂଆ ନିୟମ: ୪ ରାଜ୍ୟ ଅନୁଧ୍ୟାନ କଲେ ରାଜସ୍ବ ବିଭାଗ ସ୍ବତନ୍ତ୍ର ଟିମ୍‌

ଭୁବନେଶ୍ୱର, ୨।୨(ବ୍ୟୁରୋ): ରାଜ୍ୟର ବାଲି, ମୋରମ, ମାଟି, ଚିପ୍‌ସ ଭଳି ଲଘୁଖଣିଜ ସମ୍ପଦ ଆଉ ମନଇଚ୍ଛା ନିଲାମ ହେବ ନାହିଁ। ଏଥିପାଇଁ ରାଜ୍ୟ ସରକାର ଏକ...

ରାହୁଲ ଜୈନଙ୍କ ଗୀତରେ ଝୁମିଲେ ଦର୍ଶକ

ଛତ୍ରପୁର,୬ା୧୨(ଡି.ଏନ.ଏ)- ଛତ୍ରପୁର ଷ୍ଟାଡିୟମରେ ଆୟୋଜିତ ଗଞ୍ଜାମ ଜିଲାସ୍ତରୀୟ ଲୋକକଳା ମହୋତ୍ସବ ତଥା ଛତ୍ରପୁର ମହୋତ୍ସବ ଗୁରୁବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଦ୍ୱିତୀୟ ସନ୍ଧ୍ୟାର ଉଦଘାଟନୀ କାର୍ଯ୍ୟକ୍ରମରେ...

୧୦ ଗେଟ୍‌ରୁ ଜଳ ନିଷ୍କାସନ

ସମ୍ବଲପୁର,୧୧ା୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ଜାରିରହିଥିବାରୁ ଛତିଶଗଡ଼ କଲମା ବ୍ୟାରେଜର ସମସ୍ତ ୬୬ ଗେଟ୍‌ ଖୋଲି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରକୁ ଆସନ୍ତା ୨୪ରୁ ୩୬...

CORONAVIRUS UPDATE: ସୁନ୍ଦରଗଡ଼ ଜିଲାରେ ଆଉ ୪କରୋନା ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼,୨୮।୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ ମଙ୍ଗଳବାର ପୁଣି ଆଉ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ...

ଆଜି ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’

ଭୁବନେଶ୍ୱର,୯।୧୨(ବ୍ୟୁରୋ):ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ଶୁକ୍ରବାରଠାରୁ ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ହେବ। ୧୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଜାନୁୟାରୀରୁ ଅସମ୍ଭାଳ ହେଲାଣି

ଭୁବନେଶ୍ୱର,୨୮ା୧(ବ୍ୟୁରୋ): ଜାନୁୟାରୀ ଶେଷ ହୋଇନି। ଶୀତ ଗାଏବ। ବିନା ପଙ୍ଖାରେ ଆଉ ଶୋଇବା ସମ୍ଭବ ହେଉନାହିଁ। ଗତ ୩/୪ ଦିନ ଭିତରେ ଦିନ ତାପମାତ୍ରା ୪ରୁ...

ପୁରୀ @ ୫୮୬: ଦିନକରେ ସର୍ବାଧିକ ରେକର୍ଡ, ଚିହ୍ନଟ ହେଲେ ୯୦ କରୋନା ଆକ୍ରାନ୍ତ

ପୁରୀ ଅଫିସ,୨୫।୭: ପୁରୀ ଜିଲାରୁ ୯୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଦିନକରେ ସର୍ବାଧିକ ୩୦ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହାର...

ପଦ୍ମପୁରରେ ନିର୍ବାଚନୀ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ

ଝାରବନ୍ଧ,୨।୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ପ୍ରଚାର ପାଇଁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଗସ୍ତରେ ଅଛନ୍ତି।...

Advertisement
Archives

Model This Week